Posted inଖେଳ

ଆଦାନୀ ଓ୍ବିଲ୍‌ମର ବିଜ୍ଞାପନରୁ ବାଦ୍‌ ପଡିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୬।୧: ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ମୃଦୁ ହୃଦ୍‌ଘାତର ଶିକାର ହେବାର ୩ ଦିନ ପରେ ଆଦାନୀ ଓ୍ବିଲ୍‌ମର ଲିମିଟେଡ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହି କମ୍ପାନୀ ଗାଙ୍ଗୁଲିଙ୍କ ସହିତ ଜଡିତ ଫର୍ଚ୍ୟୁନ ରାଇସ୍‌ ବ୍ରାନ୍‌ କୁକିଙ୍ଗ୍‌ ଅଏଲର ସବୁ ବିଜ୍ଞାପନକୁ ରୋକି ଦେଇଛି। ସବୁ ପ୍ଲାଟ୍‌ଫର୍ମରୁ ଗାଙ୍ଗୁଲିଙ୍କ ସହିତ ତିଆରି ହୋଇଥିବା ସମସ୍ତ ବିଜ୍ଞାପନକୁ ମଙ୍ଗଳବାର ହଟାଇବାକୁ କମ୍ପାନୀ ନିଷ୍ପତ୍ତି ନେଇଛି।
ହୃଦ୍‌ଘାତର ଶିକାର ହୋଇ ଅସୁସ୍ଥ ହେବା ସତ୍ତ୍ୱେ ବିଜ୍ଞାପନ ପ୍ରସାରିତ ହେଉଥିବାରୁ କମ୍ପାନୀ ଉପଭୋକ୍ତା ତଥା ପ୍ରଶଂସକମାନେ ବହୁ ସଂଖ୍ୟାରେ ସମାଲୋଚନା କରିବା ସହ ଟ୍ରୋଲ କରିଥିଲେ। ବିଜ୍ଞାପନରେ ଏହି ତେଲ ହାର୍ଟ ପାଇଁ ବେଶ୍‌ ଉପଯୋଗୀ ବୋଲି ଦର୍ଶାଯାଇଥିଲା। ଏହି ବିଜ୍ଞାପନ ‘ଦାଦା ବୋଲେ ଓ୍ବେଲକମ୍‌ ଟୁ ଦି ଫଟିଜ୍‌’ ଟ୍ୟାଗ୍‌ ଲାଇନ୍‌ରେ ପ୍ରସାରିତ ହୋଇ ଆସୁଥିଲା। ଏଥିରେ ‘୪୦ ପରେ ଆପଣ ବଞ୍ଚିବା ଛାଡି ଦେବେକି’ ବୋଲି ଗାଙ୍ଗୁଲି ଲୋକଙ୍କୁ ପଚାରୁଥିବାର ଦେଖାଯାଉଛି। ଏହା ବିରୋଧାଭାସ ସୃଷ୍ଟି କରୁଥିବାରୁ କମ୍ପାନୀକୁ ଶେଷରେ ଏହି ନିଷ୍ପତ୍ତି ନେବାକୁ ହୋଇଥିଲା। ଫର୍ଚ୍ୟୁନ ରାଇସ୍‌ ବ୍ରାନ୍‌ କୁକିଙ୍ଗ୍‌ ଅଏଲ ଆଦାନୀ ଗ୍ରୁପ୍‌ର ଏକ ଉତ୍ପାଦନ।
ଆଦାନୀ ଓ୍ବିଲ୍‌ମର ଫର୍ଚ୍ୟୁନ ବ୍ରାଣ୍ଡକୁ ସମର୍ଥନ କରିଛି। ଏହି ତେଲ ବେଶ୍‌ ସ୍ବାସ୍ଥ୍ୟକର। ଗାଙ୍ଗୁଲିଙ୍କ ସହିତ ଆଗକୁ କାର୍ଯ୍ୟ କରିବା ଜାରି ରଖିବୁ। ଏହି ବ୍ୟବସାୟିକ ବିଜ୍ଞାପନକୁ ସାମୟିକ ଭାବେ ରୋକି ଦିଆଯାଇଛି ଓ ଖୁବ୍‌ଶୀଘ୍ର ଏହା ପ୍ରତ୍ୟାବର୍ତ୍ତନ କରିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି।
ଆମ ରାଇସ୍‌ ବ୍ରାନ୍‌ ତେଲ ବିଶ୍ୱର ଶ୍ରେଷ୍ଠ ବିବେଚିତ ହୋଇ ଆସୁଛି ବୋଲିଂ ଆଦାନୀ ଓ୍ବିଲ୍‌ମର ଲିମିଟେଡ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଙ୍ଗସୁ ମଲିକ କହିଛନ୍ତି। ଏହ ତେଲରେ ଆଣ୍ଟି ଅକ୍ସିଡାଣ୍ଟ ରହିଛି। ଏଥିରେ ଗାମା ଓରିଜନାଲ ରହିଥିବାରୁ ଶରୀରରେ ଏହା କୋଲେଷ୍ଟରଲ କମ୍‌ କରିବାରେ ସହାୟକ ହୋଇଥାଏ। ଏହା ଏକ ରନ୍ଧନ ତେଲ। ଔଷଧ ନୁହେଁ। ଆହର ସମ୍ପର୍କିତ ଓ ବଂଶାନୁକ୍ରମିକ ମାମଲା ଭଳି ଅନ୍ୟ ଭିନ୍ନ ଭିନ୍ନ କାରଣରୁ ଲୋକେ ହୃଦ୍‌ଘାତର ଶିକାର ହୋଇଥାନ୍ତି। ହୃଦ୍‌ଘାତ କାହାକୁ ବି ହୋଇପାରେ। ଗାଙ୍ଗୁଲି ଏହାର ଶିକାର ହେବା ଏକ ଦୁର୍ଭାଗ୍ୟଜନକ ଘଟଣା। ଗାଙ୍ଗୁଲି ମଧ୍ୟ ଆଗକୁ ଆମ ସହିତ ଜଡିତ ରହିବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଦିନେ ଦୁଇଦିନ ମଧ୍ୟରେ ତାଙ୍କୁ ହସ୍ପିଟାଲରୁ ଛାଡ଼ ମିଳିବାର ସମ୍ଭାବନା ରହିଛି। ଗାଙ୍ଗୁଲି ୨୦୨୦ ଜାନୁୟାରୀରେ ଆମର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ ହୋଇଥିଲେ ଓ ଫର୍ଚ୍ୟୁନ ରାଇସ୍‌ ବ୍ରାନ ତେଲର ବିଜ୍ଞାପନ କରିଥିଲେ। ଶନିବାର ଗାଙ୍ଗୁଲି ହୃଦ୍‌ଘାତର ଶିକାର ହୋଇଥିଲେ ଓ ତାଙ୍କୁ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri