Posted inଜାତୀୟ

ମାଟିରେ ମିଶିଲା ଗ୍ୟାଙ୍ଗ୍‌ଷ୍ଟର ବିକାଶଙ୍କ ଘର

ଲକ୍ଷ୍ନୌ,୫ା୭(ପି.ଟି./ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶର କୁଖ୍ୟାତ୍‌ ଗ୍ୟାଙ୍ଗ୍‌ଷ୍ଟର ବିକାଶ ଦୁବେଙ୍କୁ ଧରିବା ପାଇଁ ପୋଲିସ ତନାଘନା ଆରମ୍ଭ କରିଛି। ଜେସିବି ଲଗାଇ ତାଙ୍କ ଘରକୁ ମାଟିରେ ମିଶାଇ ଦିଆଯାଇଛି। ଏହି ମାମଲାରେ ଚୌବେପୁର ଥାନାର ଷ୍ଟେଶନ ଅଫିସର ଏସ୍‌ଓ ବିନୟ ତିଓ୍ବାରୀଙ୍କୁ ନିଲମ୍ବନ କରାଯାଇଛି। ବିନୟଙ୍କ ସମେତ କେତେଜଣ କର୍ମଚାରୀ ପୋଲିସର ଚଢ଼ାଉ ସମ୍ପର୍କରେ ବିକାଶଙ୍କୁ ଆଗୁଆ ସୂଚନା ଦେଇଥିବାରୁ ଅପରାଧୀମାନେ ଏତେବଡ଼ କାଣ୍ଡ ଭିଆଇବାରେ ସକ୍ଷମ ହେଲେ ବୋଲି କଲ୍‌ ଡିଟେଲ୍ସରୁ ଜଣାପଡ଼ିଛି ।
କାନପୁର ସ୍ଥିତ ବିକ୍‌ରୁ ଗ୍ରାମରେ ଶୁକ୍ରବାର ଭୋର ସମୟରେ ଘଟିଥିବା କାଣ୍ଡ ସାରା ଦେଶକୁ ଚକିତ କରିଦେଇଛି। ବିକାଶଙ୍କୁ ଧରିବାକୁ ଯାଇଥିବା ଡିଏସ୍‌ପି ଦେବେନ୍ଦ୍ର ମିଶ୍ରଙ୍କ ସମେତ ୮ ପୋଲିସ କର୍ମଚାରୀଙ୍କ ଜୀବନ ଅପରାଧୀଙ୍କ ଅତର୍କିତ ଆକ୍ରମଣରେ ଚାଲିଯିବା ପରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିକାଶଙ୍କୁ ଧରିବା ପାଇଁ ୨୫ଟି ପୋଲିସ ଟିମ୍‌ ଗଠନ କରାଯାଇଛି। ତାଙ୍କୁ ଧରାଇଦେଲେ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି।
ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ଘରେ ଅପରାଧୀମାନେ ଆଶ୍ରୟ ନେଉଥିଲେ। ସେଠାରେ ଅସ୍ତ୍ରଶସ୍ତ୍ର ଗଚ୍ଛିତ ଥିବା ସନ୍ଦେହରେ ପୋଲିସ ପକ୍ଷରୁ ଜେସିବି ମେଶିନ ଜରିଆରେ ଘରକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦିଆଯାଇଛି। ପୋଲିସର ରାସ୍ତା ଅବରୋଧ ପାଇଁ ଉକ୍ତ ଜେସିବି ବ୍ୟବହାର କରାଯାଇଥିଲା। ଗାଁ ଲୋକଙ୍କ ମତରେ ଏହି ନୂଆଘରକୁ ବିକାଶ ୭ ବର୍ଷ ତଳେ ନିର୍ମାଣ କରିଥିଲେ। ଉକ୍ତ ଘରର ମୁଖ୍ୟ ପ୍ରବେଶପଥ ବ୍ୟତୀତ ଅନ୍ୟ ୪ଟି ଏଣ୍ଟ୍ରି ଗେଟ୍‌ ଥିଲା। ମୁଖ୍ୟ ପ୍ରବେଶପଥରୁ ୮୦ ମିଟର ଦୂରରେ ୪ଟି ବିଳାସପୂର୍ଣ୍ଣ ରୁମ୍‌ ଥିଲା, ଯେଉଁଠି ବିକାଶ ରହୁଥିଲେ।
ଅନ୍ୟପକ୍ଷରେ ପୋଲିସ ଉପରେ ହୋଇଥିବା ଆକ୍ରମଣରେ ଚୌବେପୁର ଷ୍ଟେଶନ ଅଫିସର ବିନୟ ତିଓ୍ବାରୀଙ୍କ ଭୂମିକା ସ୍କାନରକୁ ଆସିଥିବାରୁ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଏହାସହ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ବିନୟଙ୍କ ଦୋଷ ପ୍ରମାଣିତ ହେଲେ ତାଙ୍କୁ ବହିଷ୍କାର କରାଯିବ ବୋଲି ଆଇଜି ମୋହିତ ଅଗ୍ରଓ୍ବାଲ କହିଛନ୍ତି।
‘ପୁଅକୁ ଗୁଳିକରି ମାରିଦିଅ’

ମୋ ପୁଅ ଅପରାଧ କରିଛି। ତାକୁ ଯେଉଁଠି ଦେଖୁଛ ଏନ୍‌କାଉଣ୍ଟର କରି ମାରିଦିଅ। ଶନିବାର ପୋଲିସକୁ ଏପରି କହିଛନ୍ତି କାନ୍‌ପୁରର ହିଷ୍ଟ୍ରି-ଶିଟର ବିକାଶ ଦୁବେଙ୍କ କ୍ଷୁବ୍ଧ ମା’ ଶାରଳା ଦୁବେ।
୮ ପୋଲିସ ଅଧିକାରୀଙ୍କୁ ହତ୍ୟା କରିବା ପରେ ବିକାଶ ନେପାଳକୁ ଫେରାର ହୋଇଯାଇଥିବା କିମ୍ବା ଉତ୍ତରପ୍ରଦେଶର ଏକ ପଡ଼ୋଶୀ ରାଜ୍ୟରେ ଆଶ୍ରୟ ନେଇଥିବା ସନ୍ଦେହ କରାଯାଉଛି। ଏନେଇ ତାଙ୍କ ମା’ ଶାରଳା କୋଧିତ ହୋଇ କହିଛନ୍ତି, ଘଟଣା ସମ୍ପର୍କରେ ଲୋକଙ୍କଠାରୁ ସେ ଜାଣିବାକୁ ପାଇଲେ। ଟିଭିରେ ମଧ୍ୟ ଦେଖିଲେ। ଅନ୍ୟମାନଙ୍କୁ ଏତେ କଷ୍ଟ ଦେଇଥିବା ବିକାଶଙ୍କୁ ପାପର ଫଳ ଭୋଗିବାକୁ ପଡ଼ିବ। ସେ ପୋଲିସ ନିକଟରେ ଆମତ୍ସମର୍ପଣ କରିବା ଉଚିତ। ନ ହେଲେ ତାଙ୍କୁ ଯେଉଁଠି ପାଉଛ ଗୁଳି କରି ମାରିଦିଅ ବୋଲି ସେ କହିଛନ୍ତି। ବିକାଶଙ୍କ ବାପା ରାମ କୁମାର ଦୁବେ ମଧ୍ୟ ଅସହାୟତା ପ୍ରକାଶ କରିବା ସହ ସରକାର ଉପଯୁକ୍ତ ପଦକ୍ଷେପ ନିଅନ୍ତୁ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

ବିଜୁଳି ଖୁଣ୍ଟରେ ପିଟିହେଲା ଟ୍ରାକ୍ଟର, ଆଉ ତା’ପରେ…

ବାଲିଶଙ୍କରା,୩ା୪(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ସାକୁଶପାନୀ ଗ୍ରାମରେ ଶୁକ୍ରବାର ବିଜୁଳି ଖୁଣ୍ଟରେ ଏକ ଟ୍ରାକ୍ଟର ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରାକ୍ଟର…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri