Categories: ଜାତୀୟ

ଗ୍ୟାଙ୍ଗଷ୍ଟର ଅତିକ ଅହମଦ, ଭାଇ ଅଶରଫଙ୍କୁ ହତ୍ୟା

ନୂଆଦିଲ୍ଲୀ, ୧୬।୪: ପ୍ରୟାଗରାଜର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଅତିକ ଅହମଦ ତାଙ୍କ ଭାଇ ଅଶରଫଙ୍କୁ ହତ୍ୟା କରାଯାଇଛି। ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ନେଇ ପୁଲିସ ମେଡିକାଲ ଯାଉଥିବା ବେଳେ ପ୍ରୟାଗରାଜର ମେଡିକାଲ କଲେଜ ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି। ଦୁର୍ବୃର୍ତ୍ତମାନେ ନିଜକୁ ଖବରଦାତା ପରିଚୟ ଦେଇ ଗୁଳି କରିଛନ୍ତି।
ଏହି ଆକ୍ରମଣରେ ଅତିକ ଓ ଅଶରଫଙ୍କ ମୃତ୍ୟୁ ଘଟିଛି। ତେବେ  ଗୁଳି ଚଳାଇଥିବା ଅଭିଯୁକ୍ତଙ୍କୁ ଗରିଫ କରାଯାଇଥିବା ବେଳେ ସେମାନଙ୍କ ପରିଚୟ ମିଳିପାରି ନାହିଁ।
ଏ ନେଇ ଉକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଛି। ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି। ଉକ୍ତ ଅଞ୍ଚଳରେ ଲୋକେ ଭୟରେ ଦୋକାନ ବଜାର ବନ୍ଦ କରିଦେଇ ଚାଲିଯାଉ ଥିବା ଦେଖିବାକୁ ମିଳିଛି। ତେବେ କେଉଁମାନେ ମାରିଛନ୍ତି କାହିଁକି ମାରିଛନ୍ତି ସେ ନେଇ ପୋଲିସ ସ୍ପଷ୍ଟ ସୂଚନା ଦେଇ ନାହିଁ। ତେବେ ଅତିକ ଓ ଅଶରଫ ପୋଲିସ କଷ୍ଟଡିରେ ରହିଥିବା ବେଳେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପୋଲିସ ସେମାନଙ୍କୁ ମେଡିକାଲ ନେଇ ଯାଉଥିବା ବେଳେ ଏହି ଅଘଟଣ ଘଟିଛି।

Share