ପୁଣି ଜମି ଦଖଲକାରୀ ଗ୍ୟାଙ୍ଗ୍‌ର ଆତଙ୍କ

ଭୁବନେଶ୍ୱର,୩।୬(ବ୍ୟୁରୋ): ରାଜଧାନୀରେ ପୁଣି ଜମି ଦଖଲକାରୀ ଗ୍ୟାଙ୍ଗ ଆତଙ୍କ ଖେଳାଇଛନ୍ତି। ଏକ ବିବାଦୀୟ ଜମିରେ ହସ୍ତକ୍ଷେପ କରି ଫାଇଦା ନେବାକୁ ଉଦ୍ୟମ କରିବାକୁ ଯାଇ ସିକ୍ୟୁରିଟି ଗାର୍ଡଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ କ୍ରେନରେ ପାଚେରି ଭାଙ୍ଗି ମୂଲ୍ୟବାନ ସମ୍ପତ୍ତି ନଷ୍ଟ କରିଛନ୍ତି। ଏ ନେଇ ଏତଲା ପରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଏହି ଗ୍ୟାଙ୍ଗର ୪ଜଣଙ୍କୁ ଶୁକ୍ରବାର ଗିରଫ କରିଛି। ସେମାନେ ହେଲେ ଭୁବନେଶ୍ୱର ବିଭିନ୍ନ ଅଞ୍ଚଳରେ ରହୁଥିବା ଗଞ୍ଜାମର ସିଦ୍ଧାନ୍ତ ଦାସ ଓ ବାବୁ ନାୟକ ଏବଂ ଉତ୍ତରପ୍ରଦେଶର ଅଂଶୁ ମୋହରିଆ ଓ ମନୋଜ ଯାଦବ ଦାସ। ପୋଲିସ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନ ମିଳିବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ କାହାଠାରୁ ଟଙ୍କା ନେଇ ଏଭଳି କାଣ୍ଡ ଘଟାଇଛନ୍ତି ତାହାକୁ ନେଇ ପୋଲିସ ଖୋଳତାଡ଼ କରୁଛି ।
ପୋଲିସ ସୂଚନାନୁସାରେ, ସ୍ଥାନୀୟ ଥାନା ଅଞ୍ଚଳରେ ଏକ ପ୍ଲଟ୍‌ ରହିଛି। ଡକ୍ଟର ତୁଷାର ମିଶ୍ର ଓ କିରୁଥିକା ପ୍ରଭାକରନ ଉକ୍ତ ପ୍ଲଟ୍‌ଟିକୁ ପରସ୍ପର ନିଜର ଦାବି କରିବା ସହ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହା ଉପରେ ୧୧୪ ଧାରା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଉଭୟ ପକ୍ଷ ଥାନାରେ ହାଜର ହୋଇ ମକଦ୍ଦମା ଜମି ବଣ୍ଟନ ପାଇଁ ଅନୁରୋଧ କରିଥିଲେ। କିରୁଥିକା ପ୍ରଭାକରନ ଉକ୍ତ ପ୍ଲଟ୍‌ ଉପରେ ଗୋଟିଏ ଆଉଟ୍‌ ହାଉସ ନିର୍ମାଣ କରିଥିଲେ ଓ ପ୍ଲଟ ଭିତରେ ୪ଟି ସୋଲାର୍‌ ପ୍ୟାନେଲ ବ୍ୟବହାର କରି ସିସିଟିଭି କ୍ୟାମେରା ଲଗାଇଥିଲେ। ପରେ ଉଭୟ ପକ୍ଷଙ୍କ ମଧ୍ୟରେ ସମାଧାନ ହୋଇଥିଲା। ହେଲେ ଗୁରୁବାର ରାତିରେ ହଠାତ୍‌ ଅଭିଯୁକ୍ତମାନେ କେତେଜଣ ସହଯୋଗୀଙ୍କୁ ଧରି ଗୋଟିଏ କ୍ରେନ ସହିତ ଉକ୍ତ ପ୍ଲଟ୍‌ ପାଖକୁ ଆସି ସୁରକ୍ଷା ଦାୟିତ୍ୱରେ ଥିବା ଗୋବିନ୍ଦ ଓବାସୁଦେବଙ୍କୁ ମରଣାସ୍ତ୍ର ଦେଖାଇ ଆକ୍ରମଣ କରିବା ସହ ମୋବାଇଲ ଫୋନ ଛଡାଇ ନେଇଥିଲେ। ଏହାପରେ କ୍ରେନ ଦ୍ୱାରା ପାଚେରି ଭାଙ୍ଗିବା ସହିତ ଘର, ସୋଲାର ପ୍ୟାନେଲ, ସିସିଟିଭି କ୍ୟାମେରା ଆଦିକୁ ନଷ୍ଟ କରିଦେଇଥିଲେ। ଏନେଇ ଥାନାରେ ଏତଲା ପରେ ପୋଲିସ ଆଇପିସିର ବିଭିନ୍ନ ଦଫାରେ ମାମଲା ଏକ ମାମଲା (ନଂ.୨୬୬/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...

ଏବେ ବି ଟଳିନି ସଙ୍କଟ, ୩୦୦ରୁ ଅଧିକ ବିମାନ ବାତିଲ କଲା ଇଣ୍ଡିଗୋ, ଆଡଭାଇଜରୀ ଜାରି…

ନୂଆଦିଲ୍ଲୀ,୧୦।୧୨: ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ରାମ ମୋହନ ନାଇଡୁ ସଂସଦରେ ସ୍ପଷ୍ଟ ଭାବରେ କହିଥିଲେ ଯେ ପରିସ୍ଥିତିରେ ଉନ୍ନତି ହେଉଛି, ଦାୟୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ...

କଟକରେ ଐତିହାସିକ ରେକର୍ଡ କଲେ ବୁମ୍‌ରା: ପ୍ରଥମ ଭାରତୀୟ ବୋଲର୍‌ ଭାବେ…

କଟକ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ...

କୁକୁର, ଗାଈ ନେଇ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି

ଭୁବନେଶ୍ୱର,୧୦।୧୨: ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି। କୁକୁର, ଗାଈ କଲେଜରେ ପ୍ରବେଶ ରୋକିବା ପାଇଁ ପଦକ୍ଷେପ ନେବାକୁ ଚିଠି ହୋଇଛି। କଲେଜରେ...

ଭାରତୀୟ ଚାଉଳ ଉପରେ ଟାରିଫ୍‌ ଲଗାଇବାକୁ ଟ୍ରମ୍ପ୍‌ଙ୍କ ଧମକ

ଓ୍ବାଶିଂଟନ୍‌,୧୦ା୧୨:ଭାରତ ସମେତ ବିଭିନ୍ନ ଦେଶରୁ ରପ୍ତାନି ହେଉଥିବା ଚାଉଳ ଉପରେ ଅତିରିକ୍ତ ଟାରିଫ୍‌ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇଛନ୍ତି। ଭାରତ...

ଦର୍ଶକଙ୍କୁ ମୁହଁରେ ବାଜିଲା ପାଣ୍ଡ୍ୟାଙ୍କ ବଲ୍‌: ଆଉ ତା’ପରେ ଘଟିଗଲା…

କଟକ,୧୦।୧୨: କଟକରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ...

ମୁଖ୍ୟମନ୍ତ୍ରୀ ମୋନ ମାଝୀଙ୍କ ପାଇଁ ଏମିତି କହିଦେଲେ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଟକ,୧୦।୧୨: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି।...

ବନ୍ଦ ଘରୁ ମିଳିଲା ଇଲେଟ୍ରିସିଆନଙ୍କ ଝୁଲନ୍ତା ମୃତଦେହ: ପୋଲିସ ପହଞ୍ଚି…

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ମାଗୁର ବେଡ଼ା କଲୋନୀଠାରେ ଏକ ବନ୍ଦଘରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri