ରାଜଧାନୀରେ ଗ୍ୟାଙ୍ଗ୍‌ ସକ୍ରିୟ, ଟ୍ରାକିଂରେ ପୋଲିସ ଫେଲ୍‌

ଭୁବନେଶ୍ୱର,୧୦।୪(ବ୍ୟୁରୋ): ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ପୋଲିସକୁ ଚ୍ୟାଲେଞ୍ଜ ଦେଇ ଚୋରିଠୁ ଆରମ୍ଭ କରି ଛିନ୍‌ତାଇ, ଅପହରଣ, ମାର୍‌ପିଟ ଭଳି ଘଟଣା ପ୍ରତ୍ୟହ ଘଟିବାରେ ଲାଗିଛି। ଏହିସବୁ ଘଟଣା ପଛରେ ଏକାଧିକ ଗ୍ୟାଙ୍ଗ୍‌ର ସମ୍ପୃକ୍ତି ରହୁଥିବା କୁହାଯାଉଥିବାବେଳେ ପୋଲିସ ତା’ର ଟେର୍‌ ପାଇପାରୁନାହିଁ। ଅପରାଧ ଘଟିବା ପରେ ଅଭିଯୋଗ ଆସିଲେ ପୋଲିସ ତତ୍ପରତା ଦେଖାଇବା ସହ ଚଢ଼ାଉ କରୁଛି। ଫଳରେ ଗ୍ୟାଙ୍ଗ୍‌ ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟ ଅପରାଧୀମାନେ ବିଭିନ୍ନ ଗଳାବାଟ ଦେଇ ଖସିଯିବାକୁ ସୁଯୋଗ ପାଉଛନ୍ତି। ଫଳରେ ସହରରେ ଅପରାଧ ବୃଦ୍ଧି ପାଇବା ସହ ସହରବାସୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିକଟରେ ନୟାପଲ୍ଲୀ ଥାନା ଅଞ୍ଚଳରେ ଏକ ବିବାଦୀୟ ଜମିକୁ ନିଜ ଅଧୀନକୁ ଆଣିବା ପାଇଁ ସୁପାରି ନେଇ ରାତିଅଧରେ ବସ୍‌ ଯୋଗେ ଏକ ଗ୍ୟାଙ୍ଗ୍‌ର ଶତାଧିକ ଲୋକ ଦଳବଦ୍ଧ ହୋଇ ଜେସିବି ଲଗାଇ ଦୋକାନ ଘର ଭାଙ୍ଗିବା ସହ ଲୁଟ୍‌ କରିବା ଏହାର ନଗ୍ନ ଉଦାହରଣ। ଘଟଣାରେ ୭ ବାଉନ୍‌ସରଙ୍କ ସମେତ ୧୪ ଜଣଙ୍କୁ ପୋଲିସ ଗିରଫ କରିଥିଲେ ମଧ୍ୟ ମାଷ୍ଟରମାଇଣ୍ଡ ରାଘବ ଜେନାଙ୍କ ସମେତ ଏକାଧିକ ବ୍ୟକ୍ତି ଏବେବି ଫେରାର ଅଛନ୍ତି। ଘଟଣାକୁ ୧୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ମାଷ୍ଟରମାଇଣ୍ଡକୁ ଧରିବା ତ ଦୂରର କଥା, ସେ ଏବେ କେଉଁଠି ତାହାର ପତ୍ତା ନ ପାଇବା ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସହରରେ ଆହୁରି ୩ରୁ ୪ ଗ୍ୟାଙ୍ଗ୍‌ ସକ୍ରିୟ ରହିଥିବା ଖୋଦ୍‌ ଡିସିପି ଖବରଦାତା ସମ୍ମିଳନୀରେ କହିବା ସହ ସେମାନଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି କହିଥିଲେ। କିନ୍ତୁ ଏଯାବତ୍‌ ସେହି ଗ୍ୟାଙ୍ଗ୍‌ ସମ୍ପର୍କରେ କୌଣସି ସୁରାକ୍‌ ମିଳିପାରିନାହିଁ। ଅପରାଧୀଙ୍କୁ ଟ୍ରାକିଂ କରିବାରେ ପୋଲିସ ବିଫଳ ହୋଇଛି। ସେହିଭଳି ଗତବର୍ଷ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ବାର୍‌ରେ ପ୍ରବେଶ ପାଇଁ ଅନୁମତି ନ ଦେବାରୁ ସୁରକ୍ଷାକର୍ମୀ ଓ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଏଥିରେ ୩୦ରୁ ଅଧିକ ଯୁବକ ଗ୍ୟାଙ୍ଗ୍‌ ହୋଇ ବସ୍‌ରେ ଆସି ଆକ୍ରମଣ କରିଥିଲେ। ଘଟଣାରେ ପୋଲିସ କେତେଜଣ ଯୁବକଙ୍କୁ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ସଞ୍ଜୀବଙ୍କୁ ଏଯାବତ୍‌ ଧରିପାରିନାହିଁ। ତେବେ ସଞ୍ଜୀବ ଏକ ନିର୍ଦ୍ଦିଷ୍ଟ ଦଳର ଛାତ୍ରନେତା ଥିବାରୁ ପୋଲିସ ଗିରଫ କରୁ ନ ଥିବା କୁହାଯାଉଛି। କେବଳ ଏହି ଦୁଇଟି ଘଟଣା ନୁହେଁ, ପୂର୍ବରୁ ମଧ୍ୟ କେବିଏନ୍‌ ଗ୍ୟାଙ୍ଗ୍‌ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ପୋଲିସ ଧରପଗଡ଼ କରିଥିଲା। ଅନ୍ୟପକ୍ଷେ ଓଡ଼ିଶାକୁ ବାହାର ରାଜ୍ୟର ଗ୍ୟାଙ୍ଗ୍‌ ଆସି ଅନେକ ସମୟରେ ଚୋରି, ଡକାୟତି, ଛିନ୍‌ତାଇ ଭଳି ଅପରାଧ ଘଟାଉଥିବା ନଜିର ରହିଛି। ହେଲେ ଗ୍ୟାଙ୍ଗ୍‌ ସଦସ୍ୟମାନେ ହୋଟେଲରେ ରହି ଖୁଲମ୍‌ଖୁଲା ସହରରେ ବୁଲି ବୁଲି ଅପରାଧ କରୁଥିଲେ ମଧ୍ୟ ପୋଲିସ ସେମାନଙ୍କ ଟେର୍‌ ନ ପାଇବା ଚିନ୍ତାର କାରଣ ପାଲଟିଛି।
ଏନେଇ ଡିସିପି ପ୍ରତୀକ ସିଂ କହିଲେ, ପୋଲିସ ପକ୍ଷରୁ ସହରରେ ଅପରାଧ ଘଟାଉଥିବା ଗ୍ୟାଙ୍ଗ୍‌ଙ୍କୁ ଧରିବାକୁ ଚେଷ୍ଟା କରାଯାଉଛି। ଲୋକମାନେ କୌଣସି ଅପରାଧର ଶିକାର ହେଲେ ଭୟ ନ କରି ଆଗକୁ ଆସି ଅଭିଯୋଗ କଲେ ପୋଲିସ ପଦକ୍ଷେପ ନେବ ବୋଲିି ଡିସିପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri