ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନ

ଉତ୍ତରାଖଣ୍ଡର ଉତ୍ତରକାଶି ଜିଲାରେ ଥିବା ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନ ହେଉଛି ସ୍ଥାନୀୟ ଏକ ବନ୍ୟପ୍ରାଣୀ ଅଭୟାରଣ୍ୟ। ପ୍ରାୟ ୨୩୯୦ ବର୍ଗ କି.ମି ପରିସୀମାବ୍ୟାପ୍ତ ଅଞ୍ଚଳ ଉପରେ ଗଢି ଉଠିଥିବା ଏହି ଅଭୟାରଣ୍ୟରେ ପର୍ଯ୍ୟଟକ ବିଭିନ୍ନ ପ୍ରଜାତିର ପଶୁପକ୍ଷୀଙ୍କୁ ଦେଖିବା ସହିତ ଟ୍ରେକିଂ ଓ ଜଙ୍ଗଲ ସଫାରୀର ମଜା ମଧ୍ୟ ନେଇପାରିବେ…

ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନ ହେଉଛି ଉତ୍ତରାଖଣ୍ଡସ୍ଥିତ ଏକ ବନ୍ୟପ୍ରାଣୀ ଅଭୟାରଣ୍ୟ। ୧୯୮୯ ମସିହାରେ ଗଢି ଉଠିଥିବା ଏହି ଅଭୟାରଣ୍ୟରେ ପର୍ଯ୍ୟଟକ ନାନା କିସମର ବୃକ୍ଷଲତା ସହ ବହୁ ବିରଳ ପଶୁପକ୍ଷୀଙ୍କୁ ଦେଖିପାରିବେ। ପାହାଡ, ପର୍ବତ ଘେରା ଏହି ସ୍ଥାନରେ ଟ୍ରେକିଂ କରି ନିଜର ଏହି ଯାତ୍ରାକୁ ଅଧିକ ରୋମାଞ୍ଚକର ମଧ୍ୟ କରିପାରିବେ। ବନ୍ୟ ଜୀବଜନ୍ତୁଙ୍କୁ ଦେଖିବା ସାଙ୍ଗକୁ ପାର୍କର ସୌନ୍ଦର୍ଯ୍ୟକୁ ଉପଭୋଗ କରି ଖୁବ୍‌ ସୁନ୍ଦର ସୁନ୍ଦର ଫଟୋ ବି ଉଠାଇପାରିବେ। ସାଙ୍ଗସାଥୀ ହେଉ ଅବା ପରିବାର ଲୋକଙ୍କ ସଙ୍ଗେ ନିରୋଳାରେ ଛୁଟି କଟାଇବା ପାଇଁ ଏହା ଏକ ପରଫେକ୍ଟ ଡେଷ୍ଟିନେଶନ କହିଲେ ଭୁଲ୍‌ ହେବନାହିଁ।
କ’ଣ ଦେଖିବେ
ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନରେ ମୁଖ୍ୟତଃ ସ୍ନୋ ଲିଓପାର୍ଡ ଦେଖାଯାଇଥାନ୍ତି। ତା’ସହିତ କଳା ରଙ୍ଗର ଭାଲୁ, ମାଟିଆ ରଙ୍ଗର ଭାଲୁ, କସ୍ତୁରୀ ମୃଗ, ବ୍ଲୁ ଶିପ୍‌, ହିମାଳୟାନ୍‌ ତହର୍‌ ଆଦି ପଶୁ ବି ଏଠାରେ ଦେଖିବାକୁ ମିଳିଥାନ୍ତି। ଏହାଛଡ଼ା ପ୍ରାୟ ୧୫ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୧୫୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀ ବି ଏଠାରେ ରହୁଥିବା ସୂଚନା ରହିଛି। ଅନ୍ୟପକ୍ଷେ ଏହି ଅଭୟାରଣ୍ୟରେ ବହୁ ପରିମାଣରେ ବନସ୍ପତି ବୃକ୍ଷ ବି ଥିବାର ଦେଖିବାକୁ ମିଳେ। ମୁଖ୍ୟତଃ ଦେବଦାରୁ, ଓକ୍‌, ସ୍ପ୍ରୁସ୍‌ ନାମକ ଗଛ ଏଠାରେ ଟିକେ ଅଧିକ ପରିମାଣରେ ଦେଖାଯାଇଥାଏ। କହିବାକୁ ଗଲେ ପ୍ରକୃତିପ୍ରେମୀଙ୍କ ପାଇଁ ଏହି ସ୍ଥାନଟି କୌଣସି ସ୍ବର୍ଗଠାରୁ କମ୍‌ ନୁହେଁ।
ଟ୍ରେକିଂ ଓ ସଫାରିର ମଜା ନିଆରା
ଏହି ଜାତୀୟ ଉଦ୍ୟାନରେ ପର୍ଯ୍ୟଟକ କେବଳ ଟ୍ରେକିଂ କରିବେ ତାହା ନୁହେଁ ଜିପ୍‌ ସଫାରିର ମଧ୍ୟ ଭରପୂର ମଜା ନେଇପାରିବେ। ଏଥିସହିତ ଏଠାରେ ପର୍ବତାରୋହଣ, ହ୍ୟାଙ୍ଗ୍‌ ଗ୍ଲାଇଡିଂ, ପାରାଗ୍ଲାଇଡିଂ ଭଳି ଦୁଃସାହସିକ କ୍ରୀଡ଼ା ପାଇଁ ବି ଭରପୂର ସୁବିଧା ସୁଯୋଗ ରହିଛି। ଖାସ୍‌ ଏହିସବୁ କାରଣ ପାଇଁ ଦୁଃସାହସିକ କ୍ରୀଡ଼ାରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କର ଏଠାରେ ବେଶ୍‌ ଭିଡ ପରିଲକ୍ଷିତ ହୋଇଥାଏ।
କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ବୁଲିଯିବାର ସୁବିଧା ଥିଲେ ହେଁ, ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ମାର୍ଚ୍ଚରୁ ଜୁଲାଇ ହେଉଛି ଏଠାକୁ ବୁଲିଯିବା ପାଇଁ ସବୁଠୁ ଉପଯୁକ୍ତ ସମୟ। କାରଣ ଶୀତଦିନେ ଏଠାରେ କୁଆଡ଼େ ଭୀଷଣ ଶୀତ ଅନୁଭୂତ ହୁଏ। ତା’ଛଡ଼ା ପାହାଡିଆ ଅଞ୍ଚଳରେ ଏହି ଅଭୟାରଣ୍ୟଟି ଥିବାରୁ ବର୍ଷାଦିନେ ଏଠାକୁ ବୁଲିଯିବା ମଧ୍ୟ ବିପଦସଙ୍କୁଳ ହୋଇଥାଏ। ସେହି ଦୃଷ୍ଟିରୁ ଦେଖିଲେ ଖରାଦିନ ହେଉଛି ଏଠାକୁ ବୁଲିଯିବା ପାଇଁ ଭଲ ସମୟ। ଜୁଲାଇ ମାସରେ ବି ଏଠାକାର ପାଗ ପ୍ରାୟତଃ ଶୁଖିଲା ରହୁଥିବାରୁ ଏହି ସମୟରେ ବି ଏଠାକୁ ବୁଲି ଯାଇହେବ। ସେହିପରି ଏଠାକୁ ଯିବାପାଇଁ ନିକଟତମ ବିମାନବନ୍ଦର ଓ ରେଳଷ୍ଟେଶନ ହେଉଛି ଡେରାଡୁନ୍‌। ପର୍ଯ୍ୟଟକ ଚାହିଁଲେ ଟୁରିଷ୍ଟ ବସ୍‌ ଯୋଗେ ବି ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଆସିପାରିବେ।
ଜରୁରୀ ଜାଣିବା କଥା
-ଏହି ଜାତୀୟ ଉଦ୍ୟାନଟି ପର୍ଯ୍ୟଟକଙ୍କ ନିମନ୍ତେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିଥାଏ। ପର୍ଯ୍ୟଟକଙ୍କୁ ଏଣ୍ଟ୍ରି ଟିକେଟ୍‌ କାଟି ଏହା ମଧ୍ୟକୁ ପ୍ରବେଶ କରିବାକୁ ହୋଇଥାଏ।
-ପର୍ଯ୍ୟଟକ ମୁଖ୍ୟତଃ ଟ୍ରେକିଂ ପ୍ରିୟ ପର୍ଯ୍ୟଟକମାନେ ଏହି ଉଦ୍ୟାନ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ନିଜ ସାଙ୍ଗରେ ଟ୍ରେକିଂ ଶୁଜ୍‌, ପର୍ଯ୍ୟାପ୍ତ ପାଣି, ଟୋପି, ଚଷମା ତଥା ଖାଦ୍ୟ ପଦାର୍ଥ ଆଦି ନେଇକି ଯିବା ନିହାତି ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri