ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନ

ଉତ୍ତରାଖଣ୍ଡର ଉତ୍ତରକାଶି ଜିଲାରେ ଥିବା ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନ ହେଉଛି ସ୍ଥାନୀୟ ଏକ ବନ୍ୟପ୍ରାଣୀ ଅଭୟାରଣ୍ୟ। ପ୍ରାୟ ୨୩୯୦ ବର୍ଗ କି.ମି ପରିସୀମାବ୍ୟାପ୍ତ ଅଞ୍ଚଳ ଉପରେ ଗଢି ଉଠିଥିବା ଏହି ଅଭୟାରଣ୍ୟରେ ପର୍ଯ୍ୟଟକ ବିଭିନ୍ନ ପ୍ରଜାତିର ପଶୁପକ୍ଷୀଙ୍କୁ ଦେଖିବା ସହିତ ଟ୍ରେକିଂ ଓ ଜଙ୍ଗଲ ସଫାରୀର ମଜା ମଧ୍ୟ ନେଇପାରିବେ…

ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନ ହେଉଛି ଉତ୍ତରାଖଣ୍ଡସ୍ଥିତ ଏକ ବନ୍ୟପ୍ରାଣୀ ଅଭୟାରଣ୍ୟ। ୧୯୮୯ ମସିହାରେ ଗଢି ଉଠିଥିବା ଏହି ଅଭୟାରଣ୍ୟରେ ପର୍ଯ୍ୟଟକ ନାନା କିସମର ବୃକ୍ଷଲତା ସହ ବହୁ ବିରଳ ପଶୁପକ୍ଷୀଙ୍କୁ ଦେଖିପାରିବେ। ପାହାଡ, ପର୍ବତ ଘେରା ଏହି ସ୍ଥାନରେ ଟ୍ରେକିଂ କରି ନିଜର ଏହି ଯାତ୍ରାକୁ ଅଧିକ ରୋମାଞ୍ଚକର ମଧ୍ୟ କରିପାରିବେ। ବନ୍ୟ ଜୀବଜନ୍ତୁଙ୍କୁ ଦେଖିବା ସାଙ୍ଗକୁ ପାର୍କର ସୌନ୍ଦର୍ଯ୍ୟକୁ ଉପଭୋଗ କରି ଖୁବ୍‌ ସୁନ୍ଦର ସୁନ୍ଦର ଫଟୋ ବି ଉଠାଇପାରିବେ। ସାଙ୍ଗସାଥୀ ହେଉ ଅବା ପରିବାର ଲୋକଙ୍କ ସଙ୍ଗେ ନିରୋଳାରେ ଛୁଟି କଟାଇବା ପାଇଁ ଏହା ଏକ ପରଫେକ୍ଟ ଡେଷ୍ଟିନେଶନ କହିଲେ ଭୁଲ୍‌ ହେବନାହିଁ।
କ’ଣ ଦେଖିବେ
ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନରେ ମୁଖ୍ୟତଃ ସ୍ନୋ ଲିଓପାର୍ଡ ଦେଖାଯାଇଥାନ୍ତି। ତା’ସହିତ କଳା ରଙ୍ଗର ଭାଲୁ, ମାଟିଆ ରଙ୍ଗର ଭାଲୁ, କସ୍ତୁରୀ ମୃଗ, ବ୍ଲୁ ଶିପ୍‌, ହିମାଳୟାନ୍‌ ତହର୍‌ ଆଦି ପଶୁ ବି ଏଠାରେ ଦେଖିବାକୁ ମିଳିଥାନ୍ତି। ଏହାଛଡ଼ା ପ୍ରାୟ ୧୫ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୧୫୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀ ବି ଏଠାରେ ରହୁଥିବା ସୂଚନା ରହିଛି। ଅନ୍ୟପକ୍ଷେ ଏହି ଅଭୟାରଣ୍ୟରେ ବହୁ ପରିମାଣରେ ବନସ୍ପତି ବୃକ୍ଷ ବି ଥିବାର ଦେଖିବାକୁ ମିଳେ। ମୁଖ୍ୟତଃ ଦେବଦାରୁ, ଓକ୍‌, ସ୍ପ୍ରୁସ୍‌ ନାମକ ଗଛ ଏଠାରେ ଟିକେ ଅଧିକ ପରିମାଣରେ ଦେଖାଯାଇଥାଏ। କହିବାକୁ ଗଲେ ପ୍ରକୃତିପ୍ରେମୀଙ୍କ ପାଇଁ ଏହି ସ୍ଥାନଟି କୌଣସି ସ୍ବର୍ଗଠାରୁ କମ୍‌ ନୁହେଁ।
ଟ୍ରେକିଂ ଓ ସଫାରିର ମଜା ନିଆରା
ଏହି ଜାତୀୟ ଉଦ୍ୟାନରେ ପର୍ଯ୍ୟଟକ କେବଳ ଟ୍ରେକିଂ କରିବେ ତାହା ନୁହେଁ ଜିପ୍‌ ସଫାରିର ମଧ୍ୟ ଭରପୂର ମଜା ନେଇପାରିବେ। ଏଥିସହିତ ଏଠାରେ ପର୍ବତାରୋହଣ, ହ୍ୟାଙ୍ଗ୍‌ ଗ୍ଲାଇଡିଂ, ପାରାଗ୍ଲାଇଡିଂ ଭଳି ଦୁଃସାହସିକ କ୍ରୀଡ଼ା ପାଇଁ ବି ଭରପୂର ସୁବିଧା ସୁଯୋଗ ରହିଛି। ଖାସ୍‌ ଏହିସବୁ କାରଣ ପାଇଁ ଦୁଃସାହସିକ କ୍ରୀଡ଼ାରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କର ଏଠାରେ ବେଶ୍‌ ଭିଡ ପରିଲକ୍ଷିତ ହୋଇଥାଏ।
କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ବୁଲିଯିବାର ସୁବିଧା ଥିଲେ ହେଁ, ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ମାର୍ଚ୍ଚରୁ ଜୁଲାଇ ହେଉଛି ଏଠାକୁ ବୁଲିଯିବା ପାଇଁ ସବୁଠୁ ଉପଯୁକ୍ତ ସମୟ। କାରଣ ଶୀତଦିନେ ଏଠାରେ କୁଆଡ଼େ ଭୀଷଣ ଶୀତ ଅନୁଭୂତ ହୁଏ। ତା’ଛଡ଼ା ପାହାଡିଆ ଅଞ୍ଚଳରେ ଏହି ଅଭୟାରଣ୍ୟଟି ଥିବାରୁ ବର୍ଷାଦିନେ ଏଠାକୁ ବୁଲିଯିବା ମଧ୍ୟ ବିପଦସଙ୍କୁଳ ହୋଇଥାଏ। ସେହି ଦୃଷ୍ଟିରୁ ଦେଖିଲେ ଖରାଦିନ ହେଉଛି ଏଠାକୁ ବୁଲିଯିବା ପାଇଁ ଭଲ ସମୟ। ଜୁଲାଇ ମାସରେ ବି ଏଠାକାର ପାଗ ପ୍ରାୟତଃ ଶୁଖିଲା ରହୁଥିବାରୁ ଏହି ସମୟରେ ବି ଏଠାକୁ ବୁଲି ଯାଇହେବ। ସେହିପରି ଏଠାକୁ ଯିବାପାଇଁ ନିକଟତମ ବିମାନବନ୍ଦର ଓ ରେଳଷ୍ଟେଶନ ହେଉଛି ଡେରାଡୁନ୍‌। ପର୍ଯ୍ୟଟକ ଚାହିଁଲେ ଟୁରିଷ୍ଟ ବସ୍‌ ଯୋଗେ ବି ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଆସିପାରିବେ।
ଜରୁରୀ ଜାଣିବା କଥା
-ଏହି ଜାତୀୟ ଉଦ୍ୟାନଟି ପର୍ଯ୍ୟଟକଙ୍କ ନିମନ୍ତେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିଥାଏ। ପର୍ଯ୍ୟଟକଙ୍କୁ ଏଣ୍ଟ୍ରି ଟିକେଟ୍‌ କାଟି ଏହା ମଧ୍ୟକୁ ପ୍ରବେଶ କରିବାକୁ ହୋଇଥାଏ।
-ପର୍ଯ୍ୟଟକ ମୁଖ୍ୟତଃ ଟ୍ରେକିଂ ପ୍ରିୟ ପର୍ଯ୍ୟଟକମାନେ ଏହି ଉଦ୍ୟାନ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ନିଜ ସାଙ୍ଗରେ ଟ୍ରେକିଂ ଶୁଜ୍‌, ପର୍ଯ୍ୟାପ୍ତ ପାଣି, ଟୋପି, ଚଷମା ତଥା ଖାଦ୍ୟ ପଦାର୍ଥ ଆଦି ନେଇକି ଯିବା ନିହାତି ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri