ଗଙ୍ଗାଧର ଉଠା ଜଳସେଚନ ପ୍ରକଳ୍ପ ଟେଣ୍ଡରକୁ ଅନୁମୋଦନ

ଭୁବନେଶ୍ୱର, ୧୦ା୨(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ବିସ୍ତୃତ ପ୍ରକଳ୍ପ ରିପୋର୍ଟରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ଜଳ ବରଗଡ ମୁଖ୍ୟ କେନାଲର ଆର୍‌ଡି ୩୪.୧୦ କି.ମି.ରୁ ଉତ୍ତୋଳନ ପାଇଁ ପ୍ରାବଧାନ କରାଯାଇଥିଲା। ପ୍ରକଳ୍ପ ରିପୋର୍ଟରେ ଥିବା ପ୍ରାବଧାନକୁ କାର୍ଯ୍ୟକାରୀ କରିବାକୁ ହେଲେ ବରଗଡ ମୁଖ୍ୟ କେନାଲ ଆର୍‌ଡି ୩୪.୧୦ କି.ମି. ପର୍ଯ୍ୟନ୍ତ ଲାଇନିଂ କରିବା ସହିତ ତତ୍‌ସଂଲଗ୍ନ ଷ୍ଟ୍ରକ୍ଚରଗୁଡିକର ସମ୍ପ୍ରସାରଣ ଏବଂ ମରାମତି ଆବଶ୍ୟକ। ଏହି କାର୍ଯ୍ୟ କରିବା ପାଇଁ ବରଗଡ ମୁଖ୍ୟ କେନାଲକୁ ଅନୂ୍ୟନ ୨ ବର୍ଷ ବନ୍ଦ କରିବାକୁ ହେବ। ବରଗଡ ମୁଖ୍ୟ କେନାଲ ବନ୍ଦ ହେଲେ ଜଳସେଚନ ବାଧାପ୍ରାପ୍ତ ହେବ ଏବଂ କେନାଲ ଉପରେ ନିର୍ଭର କରୁଥିବା ଚାଷୀମାନେ ଅସନ୍ତୋଷ ହେବେ ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଏକ ବିକଳ୍ପ ପ୍ରସ୍ତାବ ଯଥା ବରଗଡ ମୁଖ୍ୟ କେନାଲ ହେଡ୍‌ ରେଗୁଲେଟଠାରୁ ସିଧାସଳଖ ୩୪.୧୦ କି.ମି. ପର୍ଯ୍ୟନ୍ତ ପାଇପ ବିଛାଇ ଜଳ ଉତ୍ତୋଳନ କରି ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଲାଗି ଆବଶ୍ୟକ ଜଳ ଯୋଗାଇ ଦେବା ପାଇଁ ପରିକଳ୍ପନା କରାଯାଇ ଏହି କାର୍ଯ୍ୟ କରିବାକୁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏହି ଟେଣ୍ଡର ପ୍ରକ୍ରିୟାରେ ୪ ଜଣ ଏଜେନ୍ସିଂ ଅଂଶଗ୍ରହଣ କରିଥିଲେ। ତନ୍ମଧ୍ୟରୁ ଏକ କମ୍ପାନୀ ୩୪୦ କୋଟି ୩୬ ଲକ୍ଷ ଟଙ୍କା ବିନିମୟରେ ଏହି କାର୍ଯ୍ୟ କରିବାକୁ ଆବେଦନ କରି ସର୍ବନିମ୍ନ ବିଡ୍‌ର ଭାବେ ପରିଗଣିତ ହୋଇଛନ୍ତି। ରାଜ୍ୟ କ୍ୟାବିନେଟ୍‌ ଏହି ପ୍ରକଳ୍ପର ଟେଣ୍ଡରକୁ ଅନୁମୋଦନ କରିଛି। ଏହି ପ୍ରକଳ୍ପ କାମ ୩୦ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ଲାଗି ଲକ୍ଷ୍ୟଧାର୍ଯ୍ୟ ହୋଇଛି।
ଜନସଂଖ୍ୟା ବୃଦ୍ଧି ଯୋଗୁ ଗତ କିଛି ବର୍ଷ ହେବ ଭୂତଳ ଜଳ ବ୍ୟବହାର ବହୁଗୁଣିତ ଭାବେ ବୃଦ୍ଧି ପାଇଛି। ଭୂତଳ ଜଳର ଅନୁସନ୍ଧାନ, ମନିଟରିଂ ଏବଂ ସମନ୍ବିତ ପରିଚାଳନା ପାଇଁ ଉନ୍ନତ ବୈଜ୍ଞାନିକ କୌଶଳର ପ୍ରୟୋଗ ମାଧ୍ୟମରେ ଏହାର ସମାଧାନ କରିବା ପାଇଁ ରାଜ୍ୟ ସରକାର ୨୦୧୮ ନଭେମ୍ବର ୨ ତାରିଖରେ ଭୂତଳ ନିର୍ଦ୍ଦେଶାଳୟ ଅଧୀନରେ ଥିବା ଜିଓଲୋଜିକାଲ କ୍ୟାଡ୍‌ରକୁ ପୁନର୍ଗଠନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri