Posted inଫୁରସତ

ସାତଥର ଯିବ ଗଙ୍ଗା, ଥରେ ଚନ୍ଦ୍ରଭାଗା…

ପୂର୍ବ ସଂଖ୍ୟାରେ ଆମେ ଠାରିଦେଇଥିଲୁ ସଂପ୍ରୀତିର ବାର୍ତ୍ତା ଦେଉଥିଲା ଚନ୍ଦ୍ରଭାଗା। ସଂପ୍ରୀତି ମାନେ ହେଉଛି ଅନୁରାଗ ଆଉ ସ୍ନେହ। ସାମାଜିକ ଦୃଷ୍ଟିରୁ ‘ସଦ୍‌ଭାବନା’ ବନ୍ଧୁତ୍ୱପୂର୍ଣ୍ଣ ସ୍ବୀକୃତି, ହର୍ଷ ଏବଂ ଉଲ୍ଲାସ। ଏଇ ଛ’ଟି ଭାବ ମଣିଷକୁ ସକାରାତ୍ମକ ଦିଗକୁ ପ୍ରେରଣା ଦିଏ। ଆଦିକବି ସାରଳା ଦାସ ହେଉଛନ୍ତି ଗଜପତି କପିଳେନ୍ଦ୍ର ଦେବ (୧୪୩୬ରୁ ୧୪୬୬ ମସିହା)ଙ୍କ ସମସାମୟିକ। ଓଡ଼ିଆ ଜାତିର ପରମ ସମ୍ପଦ ହେଉଛି ତାଙ୍କର ମହାଭାରତ। ଜାତିର ପ୍ରାଣ ପ୍ରବାହ ତହିଁରେ ଆମେ ପାଉ। ତାଙ୍କ ସୃଷ୍ଟି ଆମର ସାଂସ୍କୃତିକ ଐତିହ୍ୟର ସ୍ମାରକୀ। ସେଥିରେ ସେ ଅର୍କତୀର୍ଥ ମହୋଦଧି କୂଳରେ ବୋଲି ଲେଖିଛନ୍ତି। ତେଣୁ ଚନ୍ଦ୍ରଭାଗା ତୀର୍ଥକୁ ଅତି ପବିତ୍ର ଭାବରେ ଗ୍ରହଣ କରିଛନ୍ତି। ସେଥିପାଇଁ ଚନ୍ଦ୍ରଭାଗା ପୂର୍ବରୁ ମହୋଦଧି ଶବ୍ଦ ପ୍ରୟୋଗ କରି ତା’ର ଗୁରୁତ୍ୱ ବଢ଼ାଇ ଦେଇଛନ୍ତି। ଚନ୍ଦ୍ରଭାଗା ହିଁ ମଣିଷର ରୋଗ ଏବଂ ଦୃଷ୍କୃତିକୁ ଖଣ୍ଡନ କରିବ ଏଇ ବିଶ୍ୱାସ ତାଙ୍କର ଥିଲା-‘ମକରମାସ ମଧ୍ୟେ ମଉଦଧି ଚନ୍ଦ୍ରଭାଗା। ୟେଥେଂ ସ୍ରାହାନ କଲେ ଖଣ୍ଡିବ ରୋଗବାଧା।ା ବାବୁ ୟେ ତୀର୍ଥେ ସ୍ନାନ କରି ଯେ ବୁଡ଼ାଇବ ମଥା। କାଳକର ଦୁଷୁକୃତ ଯେ ଖଣ୍ଡିବ ସର୍ବଥା॥’ କେବଳ ଚନ୍ଦ୍ରଭାଗା ସ୍ନାନ ଦୃଷ୍କୃତି ନଷ୍ଟ କରେ ନାହିଁ, ଦେବଲୋକ ପ୍ରାପ୍ତିର ରାସ୍ତା ଦେଖାଇଥାଏ। ନିଜର ବାର ପୁରୁଷଙ୍କୁ ଦେବଲୋକ ପହଞ୍ଚାଇଥାଏ।
‘ମକରମାସେ ଚନ୍ଦ୍ରଭାଗା ମଉଦଧି ମଧ୍ୟ ସ୍ତାନେ। ଯେବଣ ଜନ ୟେଥି ଯେ କରନ୍ତି ପିଣ୍ଡଦାନ॥ ଦ୍ୱାଦଶ ପୁରୁଷ ଯେ ଯାଆନ୍ତି ଦେବଲୋକେ। ବଂଶେ ଅଗତି ଯେ ନ ଥାଇ ପିତୃ ଗଣଂକେ॥’ ସାରଳା ମହାଭାରତର ‘ବନପର୍ବ’ ବର୍ଣ୍ଣନା ଇୟେ। ହାରାହାରି ୫୭୦ ବର୍ଷ ତଳେ ଅର୍କତୀର୍ଥରେ କର୍ମକାଣ୍ଡ ବିଜ୍ଞାନ ଜଡ଼ିତ ହୋଇସାରିଥିଲା। ସେତେବେଳେ ସୂର୍ଯ୍ୟ ପ୍ରସିଦ୍ଧ ହୋଇସାରିଥିଲେ ବିରଞ୍ଚି ନାରାୟଣ ଭାବରେ। ଶାନ୍ତି ପର୍ବରେ କୋଣାର୍କ ତୀର୍ଥ ମାହାତ୍ମ୍ୟ ସ୍ଥାନ ପାଇଛି। ସେଥିରେ ବର୍ଣ୍ଣିତ ଅଛି-‘ସପ୍ତମୀ ପ୍ରାତକାଳେ ମଉଦଧିରେ ସ୍ରାହାନ, ଚନ୍ଦ୍ରଭାଗାୟେ ସ୍ଥାନେ ଅର୍କବଟ ଯେ ଦ୍ରଶନ। ସେଠାରେ ମହାପାତକ ନାଶଯାଇ ବିଦ୍ୟମାନ।ା’
ମହୋଦଧିରେ ସ୍ନାନ କରି ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ। ଲବଣ ଜଳ ପରେ ମଧୁର ଜଳରେ। ମନେହୁଏ ‘ସ୍ନାନ’ ଶବ୍ଦ ସ୍ଥାନରେ ‘ସ୍ଥାନେ’ ହୋଇଅଛି। ଅର୍କବଟ ଚନ୍ଦ୍ରଭାଗାର କେଉଁଠି ଥିଲା ଚିହ୍ନିତ ହୋଇନାହିଁ। ପ୍ରତିଦିନ ମହାଭାସ୍କରଙ୍କ ଉପାସନା ସହିତ ‘ଅର୍କବଟ’ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଥିଲେ, ତେଣୁ ଶ୍ରୀପଦ୍ମକେଶର ମନ୍ଦିରଠାରୁ ବେଶୀ ଦୂରରେ ଅର୍କବଟ ନ ଥିବେ। ଅର୍କ ଦୈତ୍ୟକୁ ବିରଞ୍ଚି ନାରାୟଣ ନାଶ କରିଥିଲେ ବୋଲି ସାରଳା ଦାସ ଲେଖିଛନ୍ତି-‘ଅଗସ୍ତି ବୋଲନ୍ତି ଜମ୍ବୁଦ୍ୱୀପ ଅଗ୍ନିକୋଣେ। ଅର୍କ ଦତ୍ୟ କଇଂ ନାଶିଲେ ବିରଞ୍ଚି ନାରାୟଣେ॥’ ଜମ୍ବୁ ଦ୍ୱୀପର ଅଗ୍ନିକୋଣରେ ଅର୍କଦୈତ୍ୟ ବିନାଶ ହୋଇଥିଲା। ମନେହୁଏ ସେଥିପାଇଁ ଅର୍କକ୍ଷେତ୍ର ଏବଂ କୋଣାଦିତ୍ୟର ପରିଭାଷା ସକାଶେ ଅଗ୍ନିକୋଣ ଶବ୍ଦ ପ୍ରୟୋଗ ହୋଇଅଛି। କୋଣାର୍କଠାରେ ମହାଭାସ୍କରଙ୍କ ଦର୍ଶନ ବିଧି ମଧ୍ୟ ସାରଳା ଦାସ ଲେଖିଛନ୍ତି।
‘ମଉଦଧିରେ ସ୍ରାନ କରି ଚନ୍ଦ୍ରଭାଗାରେ ସ୍ରାନ। ବଟ ପ୍ରଦକ୍ଷିଣ କରି କଲା କୋଣାର୍କ ଦ୍ରଶନ।ା’ ପଦ୍ମକ୍ଷେତ୍ରରେ ଅର୍କବଟ ପ୍ରଦକ୍ଷିଣ ବିଧି ରହିଥିଲା, ଏଥିରୁ ଆମେ ଜାଣୁଛେ। ତେଣୁ ପଦ୍ମକ୍ଷେତ୍ର କୋଣାର୍କ ଶହ ଶହ ବର୍ଷ ଧରି ଓଡ଼ିଆଙ୍କର ଆସ୍ଥା ଓ ବିଶ୍ୱାସର କ୍ଷେତ୍ର ଥିଲା। ଗଁା ଗହଳିଠାରୁ ସହର (ସେତେବେଳେ ସହର ମଧ୍ୟ ଏକ ବଡ଼ ଗଁା ପରି ଥିଲା) ପର୍ଯ୍ୟନ୍ତ ସଭିଙ୍କର ଥରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା, ସ୍ଥଳଭାଗ ଓ ମହୋଦଧିର ଜଳଭାଗରୁ ଉଦିତ ଆଦିତ୍ୟଙ୍କୁ ଦର୍ଶନ କରିବା, ଅର୍କବଟ ପ୍ରଦକ୍ଷିଣ କରିବା ଓ ମହାଭାସ୍କରଙ୍କ ଶ୍ରୀପଦ୍ମକେଶର ମନ୍ଦିରରେ ଦର୍ଶନ କରିବା ଅଭିଳାଷ ଥିଲା। ୫୦ ବର୍ଷ ତଳେ କୋଣାର୍କକୁ ଯିବା ଆସିବାର ସେମିତି ସୁବିଧା ନ ଥିଲା। ତା’ ପୂର୍ବ ଚିନ୍ତା କରିବା କଥା…। ନଈନାଳ ଡେଇଁ ବାଲିପନ୍ତରା, ଝାଉଁ, ଲଙ୍କାଆମ୍ବ ଜଙ୍ଗଲ ମଧ୍ୟରେ ମାଘ ସପ୍ତମୀର ଦୁଇଦିନ ଆଗରୁ ଯାତ୍ରା ଆରମ୍ଭ କରୁଥିଲେ। ଶଗଡ଼ଗାଡ଼ି, ତଳେ ଓହଳିଥିବ ଲଣ୍ଠନ, ବଳଦଙ୍କ ବେକରେ ଘଣ୍ଟିଘାଗୁଡ଼ି, ସାଙ୍ଗରେ ଥିବେ ଦୁଇଜଣ ଶଗଡ଼ିଆ। ବଳଦଙ୍କ ଖାଇବା କୁଣ୍ଡ ଓ ଦାନା। ଚୁଡ଼ା, ଗୁଡ଼ ଓ ନଡ଼ିଆ। କେହି ପାଚିଲା କଦଳୀ ନେଉଥିଲେ। ପିଲାଏ ଗୋଡ଼ କ’ଣ ହୋଇଗଲେ ଥୋକାଏ ବାଟ ଶଗଡ଼ରେ ବସିବେ। ମାଇପେ ମଧ୍ୟ ପାଳିକରି ବସିବେ। ପୂର୍ବଦିନ ସନ୍ଧ୍ୟାରେ ଚନ୍ଦ୍ରଭାଗାରେ ପହଞ୍ଚିବାକୁ ପଡ଼ୁଥିଲା। ବିଜୁଳି ଆଲୁଅ ସପନ ତଥାପି ହଜାର ହଜାର ଲୋକ ଶୃଙ୍ଖଳାର ସହିତ ବୁଡ଼ ପକାଇ ଫେରୁଥିଲେ। କେବଳ ଆସ୍ଥା ଓ ବିଶ୍ୱାସରେ ନଁା…। ଫେରିଆସି କହୁଥିଲେ- ‘ସାତଥର ଯିବ ଗଙ୍ଗା, ଥରେ ଯାଇଥିବ ଚନ୍ଦ୍ରଭାଗା ମୁହଁ ପଡ଼ିଯିବ ରଙ୍ଗା।’ ସଂପ୍ରୀତିର ରହସ୍ୟ ଇୟେ… ଅନୁରାଗ, ସଦ୍‌ଭାବନା ଓ ଉଲ୍ଲାସର ମନୋବିଜ୍ଞାନ କଥା।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri