୧୬ ଦିନ ହେଲା ନ୍ୟାୟ ଅପେକ୍ଷାରେ ଗଣବଳାତ୍କାର ପୀଡ଼ିତା

ବରଗଡ଼ ଅଫିସ୍‌,୨୭।୮: ବରଗଡ଼ ଜିଲା ଗାଇସିଲେଟ ଥାନା ଅଞ୍ଚଳରେ ଜଣେ ଦଳିତ ମହିଳାଙ୍କୁ ଗଣବଳାତ୍କାର ଓ ଘରପୋଡ଼ି ମାମଲା ହଇଚଇ ସୃଷ୍ଟି କରିଛି। ଏହି ମାମଲାରେ ୧୨ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା ବେଳେ ପୋଲିସ ଏପର୍ଯ୍ୟନ୍ତ ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନିହାର ସାହୁ, ମୁନୁ ପଣ୍ଡା, ଖେଡ଼ୁ ସାହୁ ଏବଂ ଠୁର୍ଲି ସାହୁ । ପୀଡ଼ିତାଙ୍କ ଏତଲାକ୍ରମେ ଅଭିଯୁକ୍ତଙ୍କ ବିରୋଧରେ ଗାଇସିଲେଟ ଥାନାରେ ଦଫା ୧୪୭, ୧୪୮, ୧୪୯, ୫୦୬, ୨୯୪, ୪୨୭, ୪୫୨, ୪୩୬, ୩୦୭, ୩୯୫, ୩୭୬(ଡି), ୩ଏସଟିଏସସି ପି.ଏ ଆକ୍ଟରେ ଏକ ମାମଲା (ନଂ.୧୪୭/୨୧) ରୁଜୁ ହୋଇଛି । ଏ ନେଇ ପଦ୍ମପୁର ଏସ୍‌ଡ଼ିପିଓ ବିଭୁତି ଭୂଷଣ ଭୋଇଙ୍କୁ ପଚାରିବାରୁ ସେ କହିଥିଲେ, ପଦ୍ମପୁର ଡାକ୍ତରଖାନାରେ ପୂର୍ବରୁ ପୀଡ଼ିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୀମସାର୍‌, ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଫେରାର୍‌ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ ପାଇଁ ଉଦ୍ୟମ ଚାଲିଛି ବୋଲି ଏସ୍‌ଡ଼ିପିଓ ଭୋଇ କହିଛନ୍ତି ।
ସୂଚନାଯୋଗ୍ୟ, ପୀଡ଼ିତାଙ୍କ ପୁଅ ଏବଂ ଗ୍ରାମର ଅନ୍ୟ ଜଣେ ଯୁବତୀ ଗତ ରଥଯାତ୍ରା ସମୟରୁ ନିଖୋଜ ଅଛନ୍ତି। ତେବେ ନିଖୋଜ ଯୁବତୀଙ୍କୁ ତାଙ୍କ ପୁଅ ନେଇ ଯାଇଥିବା କହି ଉମାକାନ୍ତ ସାହୁ, ନିହାର ସାହୁ, ପ୍ରୀତମ ସାହୁ, ଶ୍ୟାମ ସାହୁ, ବାବୁଲୁ ଖମାରୀ, ମୁନୁ ପଣ୍ଡା, ଖେଡୁ ସାହୁ, ଯୁଗୀ ଖମାରୀ, କମଳା ସାହୁ, ଠୁର୍ଲି ସାହୁ, ଗୀତା ସାହୁ ଏବଂ ବେଟିଖାଇ ସାହୁ ଗତ ୧୧ତାରିଖ ସନ୍ଧ୍ୟାରେ ପୀଡ଼ିତାଙ୍କ ଘରକୁ ଯାଇ ପଚରାଉଚୁରା କରିଥିଲେ। ସେ ତାଙ୍କ ପୁଅ, ସମ୍ପୃକ୍ତ ଯୁବତୀଙ୍କ ନିଖୋଜ ସମ୍ପର୍କରେ କିଛି ଜାଣି ନ ଥିବା କହିବା ପରେ ଦଳବଦ୍ଧ ହୋଇ ସେମାନେ ଉକ୍ତ ମହିଳାଙ୍କୁ ମାଡ଼ ମାରିଥିଲେ। ପରେ ଉମାକାନ୍ତ, ନିହାର, ବାବୁଲୁ, ପ୍ରୀତମ, ଶ୍ୟାମ ଏବଂ ମୁନୁ ତାଙ୍କୁ ବଳାତ୍କାର କରିଥିଲେ ଏବଂ ୫ହଜାର ଟଙ୍କା, ମୋବାଇଲ ଆଦି ଲୁଟି ନେବା ସହିତ ଘରକୁ ପୋଡ଼ି ଦେଇଥିବା ନେଇ ପୀଡ଼ିତା ଗତ ୧୨ତାରିଖରେ ଗାଇସିଲେଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନ ଥିବାରୁ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ସଙ୍ଗଠନ ପକ୍ଷରୁ ଅଭିଯୁକ୍ତଙ୍କ ଗିରଫ ଦାବି କରାଯାଇଛି। ଗତ ୨୪ତାରିଖରେ ବରଗଡ଼ ଜିଲା ସମ୍ବିଧାନ ସୁରକ୍ଷା ମଞ୍ଚର ଏକ ପ୍ରତିନିଧି ଦଳ ଏହି ଘଟଣା ନେଇ ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀ ଏବଂ ଏସ୍‌ପି ରାହୁଲ ଜୈନଙ୍କୁ ଭେଟିବା ପରେ ପୋଲିସ ତତ୍ପର ହୋଇ ପଡ଼ିଛି। ପୀଡ଼ିତାଙ୍କୁ ଭୀମସାର ଡାକ୍ତରଖାନାରେ ଭର୍ତ୍ତି କରଯାଇଛି। ସେହିପରି ରେଡ଼କ୍ରସ ପାଣ୍ଠିରୁ ପୀଡ଼ିତାଙ୍କୁ ୧୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୩(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

ଉତ୍କଳ ଦିବସରେ ମହାପୁରୁଷଙ୍କୁ ପୁଷ୍ପମାଲ୍ୟ : ମନେ ପକାଇଲେ ନେତା ଓ ପ୍ରଶାସନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ): ସମଗ୍ର ରାଜ୍ୟରେ ଏପ୍ରିଲ ୧ରେ ଉତ୍କଳ ଦିବସ ପାଳନ କରାଯାଇଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ତାହା ପାଳନ ହୋଇଛି । ବିଡ଼ିଓ ଅଚ୍ୟୁତାନନ୍ଦ…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ଯାଏ ବଢିଲା ଧାନକିଣା ଅବଧି

ଭୁବନେଶ୍ୱର,୧।୪: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି, ଯେପରି…

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri