ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା: ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କ୍ରାଇମ୍‌ବ୍ରାଞ୍ଚ

ଗୋପାଳପୁର, ୨୪।୬(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା ଏବେ କ୍ରାଇମବ୍ରାଞ୍ଚ (ସିଏଡବ୍ଲୁ) ତଦନ୍ତ କରୁଛି। ବ୍ରହ୍ମପୁର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜ୍ରିଷ୍ଟେଟ କୋର୍ଟ (ଗ୍ରାମାଞ୍ଚଳ)ଙ୍କଠାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ରିମାଣ୍ଡ ପାଇଁ ଆବେଦନ କରାଯାଇଥିବା ବେଳେ ଦୁଇଦିନିଆ ରିମାଣ୍ଡ ମଞ୍ଜୁର ହୋଇଛି। ଏହିକ୍ରମରେ କ୍ରାଇମବ୍ରାଞ୍ଚ ଟିମ ମଙ୍ଗଳବାର ଅପରାହ୍ନରେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ପହଞ୍ଚି ୬ଜଣ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷା ବଳୟରେ ଗୋପାଳପୁର ଅଭିମୁଖେ ନେଇଥିଲା। ଏନ୍‌ଏସିରେ ଥିବା ପ୍ରାଥମିକ ସାସ୍ଥ୍ୟକେନ୍ଦ୍ରରେ ୬ଜଣ ଅଭିଯୁକ୍ତଙ୍କର ସାସ୍ଥ୍ୟ ଯାଞ୍ଚ କରାଯିବା ପରେ ଗୋପାଳପୁର ଥାନାକୁ ନିଅଯାଇଥିଲା। ସେଠାରେ କ୍ରାଇମବ୍ରାଞ୍ଚ ଟିମ୍‌ ଅଭିଯୁକ୍ତମାନଙ୍କୁ ଘଟଣା ସମ୍ପର୍କ ଜେରା କରିଥିବା ସୂଚନା ମିଳିଛି। ଏଥିସହ ସିଏଡବ୍ଲୁ ଆଇଜି ଏସ୍‌ ସଇନି ମଧ୍ୟ ଉପସ୍ଥିତ ରହି ସେମାନଙ୍କୁ ଜେରା କରିଥିବା ଜଣାପଡ଼ିଛି।

କ୍ରାଇମବ୍ରାଞ୍ଚ ଘଟଣା ଘଟିବା ପୂର୍ବ ଓ ପର ପାରିପାଶ୍ବିକ ସ୍ଥିତି, ଡିଜିଟାଲ ପ୍ରମାଣପତ୍ର ଓ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଯୋଗାଡ଼ କରି ତଦନ୍ତକୁ ଆଗେଇ ନେଉଛି। କୋର୍ଟରେ ଏଗୁଡ଼ିକ ଉପସ୍ଥାପନ କରି ଅଧିକ ଗୁରୁତ୍ୱ ଦେଇଛି। ଖୁବଶୀଘ୍ର ଏହି ମାମଲାର କ୍ରାଇମବ୍ରାଞ୍ଚ ଚାର୍ଜସିଟ କୋର୍ଟରେ ଦାଖଲ କରିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ଘଟଣାପରଠାରୁ ଗୋପାଳପୁର ବେଳାଭୂମି ପୋଲିସ ପକ୍ଷରୁ ପାଟ୍ରୋଲିଂ କଡାକଡ଼ି କରାଯାଉଥିବା ଦେଖିବାକୁ ମିଳିଛି l ଏହି ଘଟଣା ପଲ୍ଲୀରୁ ଦିଲ୍ଲୀ ଯାଏ ବ୍ୟାପିଥିବା ବେଳେ ସବୁ ସ୍ତରରେ କଡ଼ା ନିନ୍ଦା କରାଯାଇଛି। ଜାତୀୟ ମହିଳା ଆୟୋଗ ଏହି ଘଟଣାରେ ହସ୍ତକ୍ଷେପ କରିବା ପରେ ସୋମବାର ଜାତୀୟ ମାନବାଧିକାର କମିଶନ ଆୟୋଗ ନିଜଆଡ଼ୁ ମାମଲା ରୁଜୁ କରିଛି। ପୋଲିସ ମହା ନିର୍ଦ୍ଦେଶକ ଓ ମୁଖ୍ୟ ଶାସନ ସଚିବଙ୍କୁ ସମ୍ପୂଣ୍ଣର୍ର୍ ତଦନ୍ତ ରିପୋର୍ଟକୁ ଦୁଇ ସପ୍ତାହରେ ଦାଖଲ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୧୫ତାରିଖରେ ପୁରୁଷ ବନ୍ଧୁଙ୍କ ସହିତ ଯୁକ୍ତଦୁଇ ଶେଷ ବର୍ଷର ଛାତ୍ରୀ ଜଣଙ୍କ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଆସିଥିଲେ। ଛାତ୍ରୀଙ୍କୁ ଏକ ନିର୍ଜନ ସ୍ଥାନକୁ ଉଠାଇ ନେଇ ଉପରୋକ୍ତ ଅଭିଯୁକ୍ତମାନେ ତାଙ୍କୁ ଗଣବଳାତ୍କାର ଶିକାର ହୋଇଥିଲେ। ଏନେଇ ପୋଲିସ ତତ୍ପର ହୋଇ ୬ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚାରି ନାବାଳକଙ୍କୁ ଜେଜେବିରେ ହାଜର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri