୩୧ରେ ଆବାହନ, ୬ରେ ବିସର୍ଜନ

ଢେଙ୍କାନାଳ ଅଫିସ, ୨୦ା୮: ଦୀର୍ଘ ଦୁଇବର୍ଷ ପରେ ମଣ୍ଡପରେ ବିରାଜିବେ ବିଘ୍ନବିନାଶକ। ଆଡମ୍ବର ସହକାରେ ବିଦ୍ୟାଦାତାଙ୍କୁ କରାଯିବ ଆବାହନ। ଅସ୍ଥାୟୀ ମଣ୍ଡପରେ ଅଗଷ୍ଟ ୩୧ରୁ ପାରମ୍ପରିକ ନୀତି ଅନୁଯାୟୀ ପୂଜା ଆରମ୍ଭ ହେବ। ୬ ତାରିଖରେ ଗଜାନନଙ୍କୁ ବିଦାୟ ଦିଆଯିବ। ଚଳିତବର୍ଷ ଢେଙ୍କାନାଳ ସହରରେ ୩୮ଟି ମେଢ ହେଉଥିବାବେଳେ ସମସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବା ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି। ପୂଜା ଓ ଭସାଣି ଯାତ୍ରା ସମୟରେ ମହିଳାଙ୍କୁ ଉଚିତ ସମ୍ମାନ ପ୍ରଦର୍ଶନ କରିବାକୁ ଜିଲାପାଳ ସରୋଜ କୁମାର ସେଠୀ ଗୁରୁତ୍ୱାରୋପ କରିଛନ୍ତି। ସେହିପରି ବିସର୍ଜନ ଶୋଭାଯାତ୍ରାରେ ମଦ୍ୟପାନ ସମ୍ପୂର୍ଣ୍ଣ ନିଷେଧ କରିବା ଲାଗି ପୂଜା କମିଟିର କର୍ମକର୍ତ୍ତାମାନେ ଶପଥ ନେଇଛନ୍ତି।
ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲାପାଳ ଅଧ୍ୟକ୍ଷତା କରିବା ସହ ଶାନ୍ତିଶୃଙ୍ଖଳାର ସହ ପୂଜା ସମାପନ କରିବା ନେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ରାଜ୍ୟ ସରକାରଙ୍କ କୋଭିଡ୍‌ ନିୟମ ଅନୁଯାୟୀ ଗଣେଶ ପୂଜା ପାଳନ କରାଯିବ। ଯଦି ଉକ୍ତ ସମୟରେ କୌଣସି ନୂଆ ନିୟମ ଲାଗୁ ହୁଏ, ତେବେ ଏଥିରେ ତଦନୁଯାୟୀ ପରିବର୍ତ୍ତନ ହେବ। ଭସାଣି ଯାତ୍ରା ଅର୍ଥାତ୍‌ ୬ ତାରିଖ ସକାଳ ୭ଟା ସୁଦ୍ଧା ସମସ୍ତ ମେଢ଼ ମଣ୍ଡପରୁ ବାହାରି ପୂର୍ବାହ୍ନ ୮ଟା ସୁଦ୍ଧା ମିନି ଷ୍ଟାଡିୟମରେ ପହଞ୍ଚତ୍ବେ। ଲଟେରି ମାଧ୍ୟମରେ ମେଢ଼ଗୁଡ଼ିକର କ୍ରମିକ ନମ୍ବର ସ୍ଥିର କରାଯିବ। କ୍ରମିକ ସଂଖ୍ୟା ଅନୁଯାୟୀ ପ୍ରତି ମେଢ଼ଗୁଡ଼ିକ ଶୋଭାଯାତ୍ରାରେ ଯିବେ। ଦୁଇ ମେଢ଼ ମଧ୍ୟରେ ସର୍ବନିମ୍ନ ବ୍ୟବଧାନ ୫୦ ଫୁଟ୍‌ ରହିବ। ଚଳିତ ବର୍ଷ ୩ଟି ରୁଟ୍‌ରେ ବିସର୍ଜନ ଶୋଭାଯାତ୍ରା ଅନୁଷ୍ଠିତ ହେବ। କେତେକ ପୂଜା ପ୍ରତିଷ୍ଠାନ ମୁଖ୍ୟବଜାର ଦେଇ କାଠଶଙ୍ଖରେ, ଅନ୍ୟ କେତେକ ପୂଜା ମଣ୍ଡପ ବସ୍‌ଷ୍ଟାଣ୍ଡ-ଗୁଡ଼ିଆନାଳୀ-କୁଞ୍ଜକାନ୍ତ ଦେଇ ଏବଂ ଅବଶିଷ୍ଟ ମେଢ ରଥଗଡ଼ା-ଦେଉଳସାହି ଦେଇ ନିର୍ଦ୍ଧାରିତ ପୁଷ୍କରିଣୀରେ ମୂର୍ତ୍ତି ବିସର୍ଜନ କରିବେ। ୧ନଂ. ସ୍ଥାନରେ ଥିବା ମେଢ଼ ଅପରାହ୍ନ ୪ଟା ସୁଦ୍ଧା କାଠଶଙ୍ଖଠାରେ ବିସର୍ଜନ ହେବ। ସନ୍ଧ୍ୟା ୭ଟା ସୁଦ୍ଧା ଭସାଣି ଯାତ୍ରା ଶେଷ ହେବ। ଚଳିତବର୍ଷ ଡିଜିଟାଲ ସାଉଣ୍ଡ ଉପରେ କଟକଣା ଜାରି କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ହେବେ। ସମସ୍ତ ଅନୁଷ୍ଠାନର ସଭାପତି, ସମ୍ପାଦକ ଦାୟିତ୍ୱବାନ ହୋଇ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ହୋଇଛି।
ପୂଜା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା, ଭସାଣିର ଦିନକ ପୂର୍ବରୁ ମଦ ଦୋକାନ ବନ୍ଦ, ପ୍ଲାଷ୍ଟିକ୍‌ ସାମଗ୍ରୀ ବ୍ୟବହାର ନିଷେଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମିନି ଷ୍ଟାଡିୟମ, ସୁପର ମାର୍କେଟ, ଜବାହର ଚୌକ, ବାଜିଚୌକଠାରେ ପାନୀୟ ଜଳ, ବାଜିଚୌକରେ ଆଶୁ ଚିକିତ୍ସା ସେବା ବ୍ୟବସ୍ଥା କରାଯିବ। ସେଠାରେ ଆମ୍ବୁଲାନ୍ସ ମଧ୍ୟ ରହିବ। ଆକର୍ଷଣୀୟ ମୂର୍ତ୍ତି, ମେଢ, ସାଜସଜ୍ଜା ଏବଂ ଶୃଙ୍ଖଳା ରକ୍ଷା କରିଥିବା ଶ୍ରେଷ୍ଠ ୩ ମଣ୍ଡପକୁ ଜିଲାପାଳଙ୍କ ଅନୁମୋଦନ ପରେ ପଲ୍ଲିଶ୍ରୀ ମେଳାରେ ପୁରସ୍କୃତ କରାଯିବ ବୋଲି ସ୍ଥିର କରାଯାଇଛି। ବୈଠକରେ ମିଳିତ ଗଣେଶ ବଜାର ପୂଜା କମିଟି ସଭାପତି ସୁଧାଂଶୁ ଶେଖର ଦଳେଇ, ସମ୍ପାଦକ ବିଶ୍ୱନାଥ ବେହେରା, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ଜିଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ ଦତ୍ତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୩ ଦିନ ହେବ କୁଆଡ଼େ ପଳାଇଛନ୍ତି ଓଁକାର: ଚିନ୍ତାରେ ପରିବାର

ନୂଆପଡ଼ା/କୋମନା,୩୦।୧୨(ମକାରୁ ବେମାଲ/ ମହେଶ ବାଗ):ନୂଆପଡା ଜିଲା କୋମନା ଥାନା ଜେଠୁପାଲି ଗାଁର ଓଁକାର ତାଣ୍ଡି (୨୩) ଗତ ବୁଧବାର ୧୭ ତାରିଖ ରାତି ୮ରୁ ନିଖୋଜ...

ଗୌତମ ଗମ୍ଭୀରଙ୍କର ହେବ ନାହିଁ କୌଣସି କ୍ଷତି, ସମର୍ଥନରେ ବାହାରିଲେ ବିସିସିଆଇ ଅଧିକାରୀ

ନୂଆଦିଲ୍ଲୀ,୩୦।୧୨: ଘରୋଇ ଟେଷ୍ଟ ସିରିଜରେ ବିପର୍ଯ୍ୟୟଜନକ ପରାଜୟ ପରେ, ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ରିପୋର୍ଟରେ ଏହା ମଧ୍ୟ...

ସରକାରଙ୍କ ନିକଟରେ ନେହୁରା ହେଲେ ନିରଞ୍ଜନ: ମାଗିଲେ ସହାୟତା

ଦାରିଙ୍ଗବାଡି, ୩୦।୧୨ (ଅରୁଣ ସାହୁ ): କିଛି କରିବାର ଇଚ୍ଛା ଅନେକ ହେଲେ ବାଧକ ସାଜିଛି ଅର୍ଥ। ଗୋପାଳନ, ଛେଳି ଲାଳନପାଳନ କରି ପରିବାର ପ୍ରତିପୋଷଣ...

କିଏ ଥିଲେ ଖାଲେଦା ଜିଆଙ୍କ ସ୍ବାମୀ ଜିଆ ଉର ରେହମାନ? ପାକିସ୍ତାନୀ ସେନା ବିରୋଧରେ ବିଦ୍ରୋହ, ପରେ ବିଏନପି ଗଠନ, ଶେଷରେ…

ଡାକା,୩୦।୧୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଦେହାନ୍ତ ହୋଇଛି। ସେ ଅନେକ ରୋଗ ସହିତ ଲଢୁଥିଲେ। ଉଲ୍ଲେଖନୀୟ ଯେ ତାଙ୍କ ମୃତ୍ୟୁର କିଛି ଦିନ...

ଖୁବ ଷ୍ଟାଇଲିସ ଥିଲେ ଖାଲେଦା ଜିଆ, ହାଲ୍‌କା ଶାଢିକୁ ବଡ଼ ବଡ଼ ସନ୍‌ଗ୍ଲାସ, ପୂରା ସାଉଥ ଏସିଆର ଚର୍ଚ୍ଚିତ ଷ୍ଟାଇଲ ଥିଲା…

ଢାକା,୩୦।୧୨: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଏବଂ ବିଏନପି ମୁଖ୍ୟ ଖାଲେଦା ଜିଆଙ୍କୁ ପ୍ରାୟତଃ ରାଜନୀତି, ସଂଘର୍ଷ ଏବଂ ଶକ୍ତିର ପ୍ରତୀକ ଭାବରେ ଦେଖାଯାଏ। ତଥାପି, ତାଙ୍କର...

ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୪ଟି ସ୍ଥାନରେ ଚଢାଉ

ଭୁବନେଶ୍ବର,୩୦।୧୨: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ  କରିଛି । ବେଆଇନ ସମ୍ପତ୍ତି...

Khaleda Zia Death: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କର ଭାରତ ସହ ଥିଲା କ’ଣ କନ୍ସେନ? ଜାଣନ୍ତୁ…

ଢାକା,୩୦।୧୨: ବାଂଲାଦେଶ ରାଜନୀତିର ଜଣେ ପ୍ରବୀଣ ବ୍ୟକ୍ତିତ୍ୱ ଏବଂ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କର ମଙ୍ଗଳବାର (ଡିସେମ୍ବର ୩୦, ୨୦୨୫)ରେ ୮୦ ବର୍ଷ...

ମୃତ୍ୟୁର ୪ବର୍ଷ ପରେ ମଧ୍ୟ ସହାୟତା ମିଳୁନି: ହଇରାଣ ହେଉଛନ୍ତି ହିତାଧିକାରୀ

ନୂଆପଡ଼ା,୩୦।୧୨(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶ୍ରମକାର୍ଡ ଧାରୀଙ୍କ ମୃତ୍ୟୁର ୪ବର୍ଷ ପରେ ମଧ୍ୟ ସହାୟତା ମିଳୁନି। ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଅବହେଳା ଯୋଗୁ ଯୋଜନାଗୁଡିକ ଗରିବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri