୩୧ରେ ଆବାହନ, ୬ରେ ବିସର୍ଜନ

ଢେଙ୍କାନାଳ ଅଫିସ, ୨୦ା୮: ଦୀର୍ଘ ଦୁଇବର୍ଷ ପରେ ମଣ୍ଡପରେ ବିରାଜିବେ ବିଘ୍ନବିନାଶକ। ଆଡମ୍ବର ସହକାରେ ବିଦ୍ୟାଦାତାଙ୍କୁ କରାଯିବ ଆବାହନ। ଅସ୍ଥାୟୀ ମଣ୍ଡପରେ ଅଗଷ୍ଟ ୩୧ରୁ ପାରମ୍ପରିକ ନୀତି ଅନୁଯାୟୀ ପୂଜା ଆରମ୍ଭ ହେବ। ୬ ତାରିଖରେ ଗଜାନନଙ୍କୁ ବିଦାୟ ଦିଆଯିବ। ଚଳିତବର୍ଷ ଢେଙ୍କାନାଳ ସହରରେ ୩୮ଟି ମେଢ ହେଉଥିବାବେଳେ ସମସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବା ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି। ପୂଜା ଓ ଭସାଣି ଯାତ୍ରା ସମୟରେ ମହିଳାଙ୍କୁ ଉଚିତ ସମ୍ମାନ ପ୍ରଦର୍ଶନ କରିବାକୁ ଜିଲାପାଳ ସରୋଜ କୁମାର ସେଠୀ ଗୁରୁତ୍ୱାରୋପ କରିଛନ୍ତି। ସେହିପରି ବିସର୍ଜନ ଶୋଭାଯାତ୍ରାରେ ମଦ୍ୟପାନ ସମ୍ପୂର୍ଣ୍ଣ ନିଷେଧ କରିବା ଲାଗି ପୂଜା କମିଟିର କର୍ମକର୍ତ୍ତାମାନେ ଶପଥ ନେଇଛନ୍ତି।
ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲାପାଳ ଅଧ୍ୟକ୍ଷତା କରିବା ସହ ଶାନ୍ତିଶୃଙ୍ଖଳାର ସହ ପୂଜା ସମାପନ କରିବା ନେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ରାଜ୍ୟ ସରକାରଙ୍କ କୋଭିଡ୍‌ ନିୟମ ଅନୁଯାୟୀ ଗଣେଶ ପୂଜା ପାଳନ କରାଯିବ। ଯଦି ଉକ୍ତ ସମୟରେ କୌଣସି ନୂଆ ନିୟମ ଲାଗୁ ହୁଏ, ତେବେ ଏଥିରେ ତଦନୁଯାୟୀ ପରିବର୍ତ୍ତନ ହେବ। ଭସାଣି ଯାତ୍ରା ଅର୍ଥାତ୍‌ ୬ ତାରିଖ ସକାଳ ୭ଟା ସୁଦ୍ଧା ସମସ୍ତ ମେଢ଼ ମଣ୍ଡପରୁ ବାହାରି ପୂର୍ବାହ୍ନ ୮ଟା ସୁଦ୍ଧା ମିନି ଷ୍ଟାଡିୟମରେ ପହଞ୍ଚତ୍ବେ। ଲଟେରି ମାଧ୍ୟମରେ ମେଢ଼ଗୁଡ଼ିକର କ୍ରମିକ ନମ୍ବର ସ୍ଥିର କରାଯିବ। କ୍ରମିକ ସଂଖ୍ୟା ଅନୁଯାୟୀ ପ୍ରତି ମେଢ଼ଗୁଡ଼ିକ ଶୋଭାଯାତ୍ରାରେ ଯିବେ। ଦୁଇ ମେଢ଼ ମଧ୍ୟରେ ସର୍ବନିମ୍ନ ବ୍ୟବଧାନ ୫୦ ଫୁଟ୍‌ ରହିବ। ଚଳିତ ବର୍ଷ ୩ଟି ରୁଟ୍‌ରେ ବିସର୍ଜନ ଶୋଭାଯାତ୍ରା ଅନୁଷ୍ଠିତ ହେବ। କେତେକ ପୂଜା ପ୍ରତିଷ୍ଠାନ ମୁଖ୍ୟବଜାର ଦେଇ କାଠଶଙ୍ଖରେ, ଅନ୍ୟ କେତେକ ପୂଜା ମଣ୍ଡପ ବସ୍‌ଷ୍ଟାଣ୍ଡ-ଗୁଡ଼ିଆନାଳୀ-କୁଞ୍ଜକାନ୍ତ ଦେଇ ଏବଂ ଅବଶିଷ୍ଟ ମେଢ ରଥଗଡ଼ା-ଦେଉଳସାହି ଦେଇ ନିର୍ଦ୍ଧାରିତ ପୁଷ୍କରିଣୀରେ ମୂର୍ତ୍ତି ବିସର୍ଜନ କରିବେ। ୧ନଂ. ସ୍ଥାନରେ ଥିବା ମେଢ଼ ଅପରାହ୍ନ ୪ଟା ସୁଦ୍ଧା କାଠଶଙ୍ଖଠାରେ ବିସର୍ଜନ ହେବ। ସନ୍ଧ୍ୟା ୭ଟା ସୁଦ୍ଧା ଭସାଣି ଯାତ୍ରା ଶେଷ ହେବ। ଚଳିତବର୍ଷ ଡିଜିଟାଲ ସାଉଣ୍ଡ ଉପରେ କଟକଣା ଜାରି କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ହେବେ। ସମସ୍ତ ଅନୁଷ୍ଠାନର ସଭାପତି, ସମ୍ପାଦକ ଦାୟିତ୍ୱବାନ ହୋଇ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ହୋଇଛି।
ପୂଜା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା, ଭସାଣିର ଦିନକ ପୂର୍ବରୁ ମଦ ଦୋକାନ ବନ୍ଦ, ପ୍ଲାଷ୍ଟିକ୍‌ ସାମଗ୍ରୀ ବ୍ୟବହାର ନିଷେଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମିନି ଷ୍ଟାଡିୟମ, ସୁପର ମାର୍କେଟ, ଜବାହର ଚୌକ, ବାଜିଚୌକଠାରେ ପାନୀୟ ଜଳ, ବାଜିଚୌକରେ ଆଶୁ ଚିକିତ୍ସା ସେବା ବ୍ୟବସ୍ଥା କରାଯିବ। ସେଠାରେ ଆମ୍ବୁଲାନ୍ସ ମଧ୍ୟ ରହିବ। ଆକର୍ଷଣୀୟ ମୂର୍ତ୍ତି, ମେଢ, ସାଜସଜ୍ଜା ଏବଂ ଶୃଙ୍ଖଳା ରକ୍ଷା କରିଥିବା ଶ୍ରେଷ୍ଠ ୩ ମଣ୍ଡପକୁ ଜିଲାପାଳଙ୍କ ଅନୁମୋଦନ ପରେ ପଲ୍ଲିଶ୍ରୀ ମେଳାରେ ପୁରସ୍କୃତ କରାଯିବ ବୋଲି ସ୍ଥିର କରାଯାଇଛି। ବୈଠକରେ ମିଳିତ ଗଣେଶ ବଜାର ପୂଜା କମିଟି ସଭାପତି ସୁଧାଂଶୁ ଶେଖର ଦଳେଇ, ସମ୍ପାଦକ ବିଶ୍ୱନାଥ ବେହେରା, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ଜିଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ ଦତ୍ତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri