ଅବ୍ୟବସ୍ଥାରେ ଗଣ୍ଡସାହି, ବେଙ୍ଗସାହି ଅଙ୍ଗନୱାଡି

ଫୁଲବାଣୀ ଅଫିସ/ଟିକାବାଲି, ୨୮ା୨:ସରକାର ଛୋଟ ପିଲା ଏବଂ ଗର୍ଭବତୀ ଙ୍କୁ ଅଙ୍ଗନୱାଡି କେନ୍ଦ୍ରରେ ପୁଷ୍ଟିକର ଆହାର ଯୋଗାଇ ଦେଉଛନ୍ତି ା ଯୋଜନାର ମୂଳ ଲକ୍ଷ୍ୟ ରହିଛି କେହି ଯେପରି ଅପପୁଷ୍ଟିର ଶୀକାର ନ ହେବେ ା କିନ୍ତୁ ଗ୍ରାମାଞ୍ଚଳରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ଏହି ଯୋଜନାକୁ ଜାଣିଶୁଣି ଦିଗହରା କରାଯାଉଛି ା ଅଧିକାଂଶ ଦିନ କେନ୍ଦ୍ର ବନ୍ଦ ରହୁଛି ା ଅଙ୍ଗନୱାଡି କର୍ମୀ ଏବଂ ସହାୟିକା ମାସରେ ଅଧା ଦିନ ଆସୁ ନାହାନ୍ତି ା ଏଭଳି ଘଟଣା କନ୍ଧମାଳ ଜିଲା ଟିକାବାଲି ବ୍ଲକ କଇଁଝର ପଞ୍ଚାୟତ ଗଣ୍ଡଗାଁ ଏବଂ ବେଙ୍ଗସାହି କେନ୍ଦ୍ରରେ ଦେଖିବାକୁ ମିଳିଛି ା ୯ ନମ୍ବର ୱାର୍ଡ ଗଣ୍ଡସାହିରେ ଏକ ଅଙ୍ଗନୱାଡି କେନ୍ଦ୍ର ରହିଛି। ଏଠାକୁ ଅଙ୍ଗନଓ୍ବାଡି କର୍ମୀ ଆସୁ ନାହାନ୍ତି ା ମାସରେ ୧୫ରୁ ଊର୍ଦ୍ଧ୍ୱ ଦିନ କେନ୍ଦ୍ର ବନ୍ଦ ରହୁଛି ା ପିଲାଙ୍କୁ ପୁଷ୍ଟିକର ଆହାର ମିଳୁନାହିଁ ା ଅଣ୍ଡା ଦେବାରେ ବି ଗଡବଡ କରାଯାଉଛି। କେନ୍ଦ୍ର ବନ୍ଦ ରହୁଥିବାରୁ ପିଲାମାନେ ପଢ଼ି ପାରୁ ନାହନ୍ତି ା କର୍ମୀଙ୍କ କଥା ଛାଡ, କେନ୍ଦ୍ର ସହାୟିକା ଏଠାରେ ରହୁ ନାହାନ୍ତି। ସେ ତାଙ୍କ ମା’ଙ୍କୁ ଜଗାଇ ଦେଇ କୁଆଡେ ଚାଲି ଯାଉଛନ୍ତି ା ଯେତେ କହୁଥିଲେ ମଧ୍ୟ ସେମାନେ ଶୁଣୁ ନାହାନ୍ତି ବୋଲି ଗଣ୍ଡସାହିର ଆଶୁତୋଷ ନାୟକ, ଅନ୍ତର୍ଯ୍ୟାମୀ ନାୟକ, ବିପିନ କୁମାର ମୁଖି ପ୍ରମୁଖ ପ୍ରକାଶ କରିଛନ୍ତି ା ଏ ନେଇ ଅଙ୍ଗନୱାଡି କର୍ମୀ ନର୍ମଦା ଦିଗାଲଙ୍କୁ ପଚାରିବାରୁ ମଁୁ କେନ୍ଦ୍ରକୁ ସବୁବେଳେ ଯାଉଛି ା ଦେହ ଖରାପ ଥିଲେ କୋଉ ଦିନ ଯାଇ ନ ଥିବି ବୋଲି ନିଜ ପ୍ରତିକ୍ରିୟାରେ ରଖିଛନ୍ତି। ସହାୟିକା ମଞ୍ଜୁଲତା ନାୟକଙ୍କୁ ଫୋନରେ ଯୋଗାଯୋଗ କରା ଯାଇଥିଲେ ହେଁ ସେ ଫୋନ ଉଠାଇ ନାହାନ୍ତି କି ଗ୍ରାମରେ ରହୁ ନାହାନ୍ତି ା
୧୧ ନମ୍ବର ୱାର୍ଡ ବେଙ୍ଗସାହି ଅଙ୍ଗନୱାଡି କେନ୍ଦ୍ରକୁ କର୍ମୀ ଆସିବା ଯାହା ନ ଆସିବା ତାହା ା ଅଧିକାଂଶ ଦିନ ୯ଟାରେ କେନ୍ଦ୍ରରେ ପହଞ୍ଚୁଛନ୍ତି ା ୧୦ଟାରେ ବନ୍ଦ କରି ଚାଲି ଯାଉଛନ୍ତି ା ପିଲା ଏବଂ ଗର୍ଭବତୀମାନଙ୍କୁ ରନ୍ଧା ଖାଦ୍ୟ ମିଳୁ ନାହିଁ ା ପିଲାମାନେ ପାଠ ପଢ଼ି ପାରୁ ନାହାନ୍ତି ା ଯେଉଁ ଦିନ ଅଧିକ ସମୟ ରହୁଛନ୍ତି, ସେହି ଦିନ ଖାଦ୍ୟ ଦିଆଯାଉଛି ା ଆମେ ଏ ନେଇ ଦିଦିଙ୍କୁ କହୁଥିଲେ ମଧ୍ୟ ସେ କିଛି ଶୁଣୁ ନାହାନ୍ତି ବୋଲି ବେଙ୍ଗସାହିର ଟୁଙ୍ଗୁରୁ କହଁର, ସୁନେକା ଦିଗାଲ କହିଛନ୍ତି। ଘଟଣା ସମ୍ପର୍କରେ ଅଙ୍ଗନୱାଡି କର୍ମୀ ଲୁଧିଆ ଦିଗାଲଙ୍କୁ ପଚାରିବାରୁ ମଁୁ ଅଙ୍ଗନୱାଡି କେନ୍ଦ୍ର କେବେ ବନ୍ଦ କରେ ନାହିଁ ା ପିଲାଙ୍କୁ ଅଣ୍ଡା ସହ ସବୁ ଜିନିଷ ଦିଆଯାଉଛି ା ମଁୁ କେବେ ଅବହେଳା କରେନାହିଁ ବୋଲି କହିଛନ୍ତି ା ଏ ନେଇ ସିଡିପିଓ ପାନମଣୀ ହାଁସଦାଙ୍କୁ ପଚାରିବାରୁ ଗ୍ରାମବାସୀ କେହି ଏ ବିଷୟରେ ମୋ ପାଖରେ ଅଭିଯୋଗ କରି ନାହାନ୍ତି ା ତଥାପି ଘଟଣାର ତଦନ୍ତ କରିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

ତିନି ଦିନ ପରେ ପୁଣି ଫେରିଲା ହାଡ଼ଭଙ୍ଗା ଶୀତ: ଜି.ଉଦୟଗିରିରେ ୩.୫ ଡିଗ୍ରୀ ତାପମାତ୍ରା

ଜି.ଉଦୟଗିରି,୨୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଓଡ଼ିଶାର ସବୁଠାରୁ ଶୀତ ପ୍ରବଣ ଅଞ୍ଚଳ ଜି.ଉଦୟଗିରିରେ ୨/୩ ଦିନ ଶୀତ ଲୁଚକାଳି ଖେଳୁଥିବା ବେଳେ ହଠାତ୍‌ ଶନିବାର ଠାରୁ...

ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ନେଇ ବଜରଙ୍ଗ ଦଳର ପ୍ରତିବାଦ

ଜି.ଉଦୟଗିରି,୨୭।୧୨(ଚିନ୍ମୟ କୁମାର ସେଠୀ): ବାଂଲାଦେଶର ଢାକାଠାରେ ୧୮ ଡିସେମ୍ବରରେ ଇସଲାମ କଟରବାଦୀମାନେ ବାଂଲାଦେଶର ହିନ୍ଦୁ ଯୁବକ ଦୀପୁ ଦାସଙ୍କୁ ନିର୍ମମ ଭାବେ ମାରି ଜୀଅନ୍ତା ଅବସ୍ଥାରେ...

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri