ଅବ୍ୟବସ୍ଥାରେ ଗଣ୍ଡସାହି, ବେଙ୍ଗସାହି ଅଙ୍ଗନୱାଡି

ଫୁଲବାଣୀ ଅଫିସ/ଟିକାବାଲି, ୨୮ା୨:ସରକାର ଛୋଟ ପିଲା ଏବଂ ଗର୍ଭବତୀ ଙ୍କୁ ଅଙ୍ଗନୱାଡି କେନ୍ଦ୍ରରେ ପୁଷ୍ଟିକର ଆହାର ଯୋଗାଇ ଦେଉଛନ୍ତି ା ଯୋଜନାର ମୂଳ ଲକ୍ଷ୍ୟ ରହିଛି କେହି ଯେପରି ଅପପୁଷ୍ଟିର ଶୀକାର ନ ହେବେ ା କିନ୍ତୁ ଗ୍ରାମାଞ୍ଚଳରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ଏହି ଯୋଜନାକୁ ଜାଣିଶୁଣି ଦିଗହରା କରାଯାଉଛି ା ଅଧିକାଂଶ ଦିନ କେନ୍ଦ୍ର ବନ୍ଦ ରହୁଛି ା ଅଙ୍ଗନୱାଡି କର୍ମୀ ଏବଂ ସହାୟିକା ମାସରେ ଅଧା ଦିନ ଆସୁ ନାହାନ୍ତି ା ଏଭଳି ଘଟଣା କନ୍ଧମାଳ ଜିଲା ଟିକାବାଲି ବ୍ଲକ କଇଁଝର ପଞ୍ଚାୟତ ଗଣ୍ଡଗାଁ ଏବଂ ବେଙ୍ଗସାହି କେନ୍ଦ୍ରରେ ଦେଖିବାକୁ ମିଳିଛି ା ୯ ନମ୍ବର ୱାର୍ଡ ଗଣ୍ଡସାହିରେ ଏକ ଅଙ୍ଗନୱାଡି କେନ୍ଦ୍ର ରହିଛି। ଏଠାକୁ ଅଙ୍ଗନଓ୍ବାଡି କର୍ମୀ ଆସୁ ନାହାନ୍ତି ା ମାସରେ ୧୫ରୁ ଊର୍ଦ୍ଧ୍ୱ ଦିନ କେନ୍ଦ୍ର ବନ୍ଦ ରହୁଛି ା ପିଲାଙ୍କୁ ପୁଷ୍ଟିକର ଆହାର ମିଳୁନାହିଁ ା ଅଣ୍ଡା ଦେବାରେ ବି ଗଡବଡ କରାଯାଉଛି। କେନ୍ଦ୍ର ବନ୍ଦ ରହୁଥିବାରୁ ପିଲାମାନେ ପଢ଼ି ପାରୁ ନାହନ୍ତି ା କର୍ମୀଙ୍କ କଥା ଛାଡ, କେନ୍ଦ୍ର ସହାୟିକା ଏଠାରେ ରହୁ ନାହାନ୍ତି। ସେ ତାଙ୍କ ମା’ଙ୍କୁ ଜଗାଇ ଦେଇ କୁଆଡେ ଚାଲି ଯାଉଛନ୍ତି ା ଯେତେ କହୁଥିଲେ ମଧ୍ୟ ସେମାନେ ଶୁଣୁ ନାହାନ୍ତି ବୋଲି ଗଣ୍ଡସାହିର ଆଶୁତୋଷ ନାୟକ, ଅନ୍ତର୍ଯ୍ୟାମୀ ନାୟକ, ବିପିନ କୁମାର ମୁଖି ପ୍ରମୁଖ ପ୍ରକାଶ କରିଛନ୍ତି ା ଏ ନେଇ ଅଙ୍ଗନୱାଡି କର୍ମୀ ନର୍ମଦା ଦିଗାଲଙ୍କୁ ପଚାରିବାରୁ ମଁୁ କେନ୍ଦ୍ରକୁ ସବୁବେଳେ ଯାଉଛି ା ଦେହ ଖରାପ ଥିଲେ କୋଉ ଦିନ ଯାଇ ନ ଥିବି ବୋଲି ନିଜ ପ୍ରତିକ୍ରିୟାରେ ରଖିଛନ୍ତି। ସହାୟିକା ମଞ୍ଜୁଲତା ନାୟକଙ୍କୁ ଫୋନରେ ଯୋଗାଯୋଗ କରା ଯାଇଥିଲେ ହେଁ ସେ ଫୋନ ଉଠାଇ ନାହାନ୍ତି କି ଗ୍ରାମରେ ରହୁ ନାହାନ୍ତି ା
୧୧ ନମ୍ବର ୱାର୍ଡ ବେଙ୍ଗସାହି ଅଙ୍ଗନୱାଡି କେନ୍ଦ୍ରକୁ କର୍ମୀ ଆସିବା ଯାହା ନ ଆସିବା ତାହା ା ଅଧିକାଂଶ ଦିନ ୯ଟାରେ କେନ୍ଦ୍ରରେ ପହଞ୍ଚୁଛନ୍ତି ା ୧୦ଟାରେ ବନ୍ଦ କରି ଚାଲି ଯାଉଛନ୍ତି ା ପିଲା ଏବଂ ଗର୍ଭବତୀମାନଙ୍କୁ ରନ୍ଧା ଖାଦ୍ୟ ମିଳୁ ନାହିଁ ା ପିଲାମାନେ ପାଠ ପଢ଼ି ପାରୁ ନାହାନ୍ତି ା ଯେଉଁ ଦିନ ଅଧିକ ସମୟ ରହୁଛନ୍ତି, ସେହି ଦିନ ଖାଦ୍ୟ ଦିଆଯାଉଛି ା ଆମେ ଏ ନେଇ ଦିଦିଙ୍କୁ କହୁଥିଲେ ମଧ୍ୟ ସେ କିଛି ଶୁଣୁ ନାହାନ୍ତି ବୋଲି ବେଙ୍ଗସାହିର ଟୁଙ୍ଗୁରୁ କହଁର, ସୁନେକା ଦିଗାଲ କହିଛନ୍ତି। ଘଟଣା ସମ୍ପର୍କରେ ଅଙ୍ଗନୱାଡି କର୍ମୀ ଲୁଧିଆ ଦିଗାଲଙ୍କୁ ପଚାରିବାରୁ ମଁୁ ଅଙ୍ଗନୱାଡି କେନ୍ଦ୍ର କେବେ ବନ୍ଦ କରେ ନାହିଁ ା ପିଲାଙ୍କୁ ଅଣ୍ଡା ସହ ସବୁ ଜିନିଷ ଦିଆଯାଉଛି ା ମଁୁ କେବେ ଅବହେଳା କରେନାହିଁ ବୋଲି କହିଛନ୍ତି ା ଏ ନେଇ ସିଡିପିଓ ପାନମଣୀ ହାଁସଦାଙ୍କୁ ପଚାରିବାରୁ ଗ୍ରାମବାସୀ କେହି ଏ ବିଷୟରେ ମୋ ପାଖରେ ଅଭିଯୋଗ କରି ନାହାନ୍ତି ା ତଥାପି ଘଟଣାର ତଦନ୍ତ କରିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ବାଇକ ଦୁର୍ଘଟଣା, ଦୁଇ ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୧।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ତେବେ ଏଥରେ ଦୁଇ ବାଇକ ଆରୋହୀଙ୍କ…

ଡିସ୍‌କାଉଣ୍ଟ ଦେବାରୁ ଚଢ଼ାଉ, ଔଷଧର ମାନ ନେଇ ପ୍ରଶ୍ନ କଲା ସଂଘ, ଲାଇସେନ୍ସ ଅଛି କହି…

ବଲାଙ୍ଗୀର,୧୧ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ବୁଧବାର ଏକ ଅଜବ ଘଟଣା ଘଟିଛି। ଜଣେ ଔଷଧ ଦୋକାନୀ କ୍ରେତାଙ୍କୁ ଅଧିକ ଡିସ୍‌କାଉଣ୍ଟ ଦେବାରୁ ତାଙ୍କ ଔଷଧର ମାନ…

ଟ୍ରେନରେ ବିନା ବୁକିଙ୍ଗରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ବରକୋଳି ଚାଲାଣ, ରେଳ କର୍ତ୍ତୃପକ୍ଷ ନିରବ

କେସିଙ୍ଗା,୧୧।୨(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା, ନର୍ଲା, ରୁପ୍ରା, ଲାଞ୍ଜିଗଡ଼, ଟିଟିଲାଗଡ଼ ଆଦି ରେଲୱେ ଷ୍ଟେସନରୁ ଆନ୍ଧ୍ରପ୍ରଦେଶର ବରକୋଳି ବ୍ୟବସାୟିମାନେ ବିନା ଟିକେଟରେ ଜିନିଷ…

ରାମାୟଣ ନିର୍ଦ୍ଦେଶକଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, ୫୦ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇ…

ଦିଗପହଣ୍ଡି,୧୧ା୨(ଅଶେଷ ନାଥ ମିଶ୍ର): ଅବିଭକ୍ତ ଗଞ୍ଜାମ ଜିଲାର ପୌରାଣିକ ରାମାୟଣ ଥିଏଟର ନିର୍ଦ୍ଦେଶକ ଦାମୋଦର ବାଡ଼ତ୍ୟା (ଦାମ ମାଷ୍ଟ୍ର)ଙ୍କ ୮୫ ବର୍ଷ ବୟସରେ ତାଙ୍କ ପୈତୃକ ଗ୍ରାମ…

ଦ୍ୱିତୀୟ ମହଲାରେ ହଠାତ୍‌ ଲାଗିଲା ନିଆଁ, ଆଉ ତା’ ପରେ…

ଗୁଣପୁର,୧୧ା୨(ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ସହରର ବଳରାମ ନଗର ଅଞ୍ଚଳର ଶ୍ରୀରାମନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ନିବାସୀ ପ୍ରଫୁଲ୍ଲ ସେନାପତିଙ୍କ ଦ୍ୱିତୀୟ ମହଲାରେ…

ବିଜେଡିରୁ ଇସ୍ତଫା ଦେଲେ ଜିଲା ଉପସଭାପତି, ଏହି କାରଣ ଦର୍ଶାଇ…

ରାୟଗଡା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ଜିଲାରେ ବିଜେଡି ପାଇଁ ବଢୁଛି ଅଡ଼ୁଆ। ଜିଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଜଣେ ଉପସଭାପତି ତାଙ୍କ ପଦବୀରୁ ଇସ୍ତଫା…

ପୁଇଁହେବା ବେଳେ ବୃଦ୍ଧାଙ୍କ ଦେହରେ ଲାଗିଲା ନିଆଁ

ଆନନ୍ଦପୁର ୧୧।୨(ସୁଶାନ୍ତ କୁମାର ସାହୁ): ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୁଇଁବା ବେଳେ ପୋଡିହୋଇ ବୃଦ୍ଧା ଜଣକ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି…

ଶ୍ରମିକଙ୍କୁ ୧୦୦ ମିଟର ଘୋଷାଡି ନେଲା ବସ, ଆଉ ତା’ପରେ ଘଟିଲା…

ଭଞ୍ଜନଗର,୧୧/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଭାଲିଆଖାଇ ଛକରେ ବୁଧବାର ନୀଳକଣ୍ଠ ନାମକ ଏକ ଘରୋଇ ବସ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri