ଗାନ୍ଧୀଙ୍କ ଉପାସିକା

ମହାମାନବ ମହାତ୍ମା ଗାନ୍ଧୀ ୧୯୪୨ରେ ଯେତେବେଳେ ଭାରତ ଛାଡ଼ ଆନ୍ଦୋଳନ ଡାକରା ଦେଇଥିଲେ ସେତେବେଳେ ତାଙ୍କୁ ୧୨ ବର୍ଷ ବୟସ ହୋଇଥିଲା। କମ୍‌ ବୟସରେ ବର୍ଦୋଳି ସ୍ବରାଜ ଆଶ୍ରମ ସହ ସଂଶ୍ଳିଷ୍ଟ ହୋଇଥିବା ପ୍ରଭାବେନ୍‌ ଶାହା ଆସନ୍ତା ଫେବୃୟାରୀ ୨୦ରେ ୯୩ ବର୍ଷ ବୟସରେ ପଦାର୍ପଣ କରିବେ। ସ୍ବାଧୀନତା ସଂଗ୍ରାମରେ ଯୋଗଦେବା ଲାଗି ପ୍ରତିଜ୍ଞା କରି ସେ ଏକ ଝୋଟ ଅଖାକୁ ବିଛଣା ଭାବେ ବ୍ୟବହାର କରିଥିଲେ। ବ୍ରିଟିଶ ସାମଗ୍ରୀ ବର୍ଜନ ଲକ୍ଷ୍ୟରେ ସେ ସ୍କୁଲରେ ଚରଖା ମାଧ୍ୟମରେ ଖଦି ମଧ୍ୟ ତିଆରି କରିଥିଲେ। ଗାନ୍ଧିଜୀଙ୍କ ସହିତ ମିଶି କାମ କରିବା ବେଳେ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇଥିଲେ। ଭାରତ ସ୍ବାଧୀନ ହେବା ପରେ ସେ ଶିକ୍ଷା, ସ୍ବାସ୍ଥ୍ୟ, ମହିଳା ସଶକ୍ତୀକରଣ, ପ୍ରାକୃତିକ ବିପର୍ଯ୍ୟୟ ବେଳେ ରିଲିଫ୍‌ ଦେବା ଏବଂ ପଡ଼ୋଶୀ ଦେଶ ସହ ଯୁଦ୍ଧ ବେଳେ ଆବଶ୍ୟକ ହେଉଥିବା ସେବାରେ ନିଜକୁ ନିୟୋଜିତ କରିଥିଲେ। ନିଃସ୍ବାର୍ଥପର ସେବା ଯୋଗୁ ସେ ୨୦୨୨ ମସିହା ସକାଶେ ଭାରତ ସରକାରଙ୍କ ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଶ୍ରୀ’ ପାଇବେ ବୋଲି ଘୋଷଣା ହେବା ପରେ ଏହି ବୟସ୍କା ମହିଳାଙ୍କ ସେବା ବିଷୟରେ ବହୁ କଥା ଜଣାପଡ଼ିଛି।
ପ୍ରଭାବେନ୍‌ ସପ୍ତମରେ ପଢ଼ୁଥିବା ବେଳେ ତାଙ୍କ ପାଠରେ ଡୋରି ବନ୍ଧା ଯାଇଥିଲା। ସେତେବେଳେ ଗୁଜରାଟ ବିଦ୍ୟୁତ୍‌ ବୋର୍ଡରେ କାର୍ଯ୍ୟରତ ଥିବା ସୁବାସଙ୍କୁ ବିବାହ କରିଥିଲେ। ସ୍ବାମୀଙ୍କ ବଦଳି ହେଲା ବେଳକୁ ତାଙ୍କ ବଡ଼ ଝିଅ ମାତ୍ର ଦେଢ଼ ବର୍ଷର। ୧୯୬୦ରେ ବର୍ଦୋଳିର ସେହି ଅଞ୍ଚଳରେ ପଢ଼ିବା ପାଇଁ ସ୍କୁଲ ନ ଥିଲା। ଶିକ୍ଷାର ବିକାଶ ଲାଗି ସେ ଗୁଜରାଟୀ ଭାଷାର ‘ବାଲ୍‌ ମନ୍ଦିର’ ଖୋଲିଥିଲେ। ପ୍ରଥମେ ସେ ସେଠାରେ ତାଙ୍କ ଝିଅ ଓ ପଡ଼ୋଶୀଙ୍କ ପିଲାଙ୍କୁ ନିଜେ ପଢ଼ାଇଥିଲେ। ସମୟକ୍ରମେ ଶିକ୍ଷା ପ୍ରତି ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବା ପରେ ସେ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ। ସେମାନଙ୍କୁ ଦରମା ଦେବା ଲାଗି ପ୍ରଭାବେନ୍‌ ଏକ ଖଦି ଆଶ୍ରମରେ କିରାଣି ଭାବେ କାର୍ଯ୍ୟ କରିଥିଲେ। ସ୍କୁଲ ଠିକ୍‌ ଭାବେ ଚାଲିବାର ଦୁଇ ବର୍ଷ ପରେ ତାଙ୍କ ସ୍ବାମୀଙ୍କ ବଦଳି ଡାମନ୍‌କୁ ହୋଇଯାଇଥିଲା। ସେଠାରେ ମଧ୍ୟ ସେ କୌଣସି ସ୍କୁଲ ପାଇ ନ ଥିଲେ। ସିଧାସଳଖ ବିଦ୍ୟାଳୟ ନ ଖୋଲି ସେ ଡାମନ ମହିଳା ମଣ୍ଡଳ ଗଠନ କରିଥିଲେ ଓ ତାହାରି ମାଧ୍ୟମରେ ଏକ ସ୍କୁଲ ଖୋଲିଥିଲେ। ୧୯୬୩ରେ ଡାମନ ମହିଳା ମଣ୍ଡଳ ସରକାରୀ ଭାବେ ସ୍ବୀକୃତ ହୋଇଥିଲା। ସେତେବେଳେ ମହିଳାଙ୍କୁ ଏକତ୍ରିତ କରି ଏକ ନାରୀ ସଙ୍ଗଠନ ଗଢ଼ିବା ସାହସର କଥା ଥିଲା। କାରଣ ପରଦା ପଛରେ ମହିଳାଙ୍କୁ ରଖାଯାଉଥିଲା ଓ ସେମାନେ ବାହାରକୁ ବାହାରିବାକୁ ଡରୁଥିଲେ। କାଳେ କେଉଁଠି ଅସୁବିଧା ହେବ ପ୍ରଭାବେନ୍‌ ନିଜ ଘରେ ମହିଳାଙ୍କୁ ଡାକି ବୈଠକ କରୁଥିଲେ। ସେଠାରେ ବିଭିନ୍ନ ପ୍ରସଙ୍ଗରେ ଖୋଲାରେ ଆଲୋଚନା କରାଯାଇପାରୁଥିଲା। ପ୍ରଭାବେନ୍‌ ସ୍ଥାନୀୟ ଅଞ୍ଚଳରେ ଶିକ୍ଷାର ପ୍ରସାର ପାଇଁ ଦୁଇଟି ଇଂଲିଶ୍‌ ମାଧ୍ୟମ ସ୍କୁଲ ସହ ଆଉ ଏକ ଗୁଜରାଟୀ ଭାଷାର ସ୍କୁଲ ଖୋଲିଥିଲେ। ଏପରି କି ନାରୀଙ୍କୁ ସାକ୍ଷର କରିବା ଲାଗି ରାତିରେ ସେମାନେ ଘରକାମ ସାରିଲା ପରେ ସମସ୍ତଙ୍କୁ ଏକାଠି କରି ଶିକ୍ଷାର ଗୁରୁତ୍ୱ ବିଷୟରେ ବୁଝାଉଥିଲେ। ଅଧିକାଂଶ ସମୟରେ ବିଦ୍ୟୁତ୍‌ ସେବା ମିଳିପାରୁ ନ ଥିବାରୁ ମହମବତି ମାଧ୍ୟମରେ ପଢ଼ାକାର୍ଯ୍ୟ ଚାଲୁଥିଲା। ଏସବୁଥିରେ ସଫଳତା ପାଇବା ପରେ ସେ ଅନ୍ୟ ମହିଳାଙ୍କୁ ନେଇ ମହିଳା ଋଣ ପ୍ରଦାନକାରୀ ସମିତି ଗଠନ କରିଥିଲେ। ତାହାରି ମାଧ୍ୟମରେ ସ୍ଥାନୀୟ ମହିଳାମାନେ ପାପଡ଼ ତିଆରି, ସିଲେଇ କରିବା, ତେଜରାତି ଦୋକାନ ସକାଶେ ସେହିଠାରୁ ଋଣ ନେଇପାରୁଥିଲେ। ଶିକ୍ଷା, ନାରୀଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବା ପରେ ସେ ସ୍ବାସ୍ଥ୍ୟ କ୍ଷେତ୍ରରେ ଆଗକୁ ବଢ଼ିଥିଲେ। ଏପରି କି ସରକାରୀ ଡାକ୍ତରଖାନା ପରିସରରେ ସେ ଏକ ନିରାମିଶ କ୍ୟାଣ୍ଟିନ୍‌ କରି ରୋଗୀଙ୍କ ସମ୍ପର୍କୀୟଙ୍କୁ ଭୋଜନର ସୁବିଧା କରିଥିଲେ। ଏହା ପରେ ତାଙ୍କ ଚିନ୍ତାଧାରା ଆହୁରି ବ୍ୟାପକ ହୋଇଥିଲା। ୧୯୬୫ ଓ ୧୯୭୧ ଯୁଦ୍ଧରେ ଶହୀଦ ହୋଇଥିବା ପରିବାରବର୍ଗଙ୍କୁ ଆର୍ଥିକ ସାହାଯ୍ୟ କରିବା ଦିଗରେ ମହିଳା ମଣ୍ଡଳ ମଧ୍ୟ ସକ୍ରିୟ ହୋଇଥିଲା। ସୈନିକମାନେ ସୀମାନ୍ତରେ ଲଢ଼ୁଥିବାରୁ ସେମାନଙ୍କ ପାଇଁ ମହିଳା ମଣ୍ଡଳର ସଦସ୍ୟମାନେ ସ୍ବେଟର ବୁଣି ପଠାଉଥିଲେ। ୧୯୮୪ ଭୋପାଳ ଗ୍ୟାସ୍‌ ଦୁର୍ଘଟଣାର ଦୁର୍ଗତଙ୍କ ପାଇଁ କ୍ଲଥ୍‌ ବ୍ୟାଙ୍କ୍‌ ଜରିଆରେ ସେମାନଙ୍କ ନିକଟକୁ ଲୁଗା ମଧ୍ୟ ପଠାଇବାର ବନ୍ଦୋବସ୍ତ କରାଯାଇଥିଲା।
ଶିଶୁଙ୍କଠାରୁ ମହିଳା ଓ ବୟସ୍କଙ୍କ ଉତ୍‌ଥାନ ପାଇଁ ସେ ଯେତେସବୁ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ସେଥିରେ ତାଙ୍କ ସ୍ବାମୀଙ୍କ ଦରମାର ଭାଗ ବହୁତ ଥିଲା। ନିଜ ପରିବାର ପାଇଁ ଅଳ୍ପ ଖର୍ଚ୍ଚ କରି ସ୍ବାମୀଙ୍କ ମାସିକ ଦରମା ୨୫୦ ଟଙ୍କାରୁ କିଛି କିଛି ସଞ୍ଚୟ କରି ସେ ଏଭଳି ଜନହିତକର କାର୍ଯ୍ୟ କରୁଥିଲେ। ବାସ୍ତବରେ ଗାନ୍ଧିଜୀଙ୍କ ଆଦର୍ଶ ଓ କାର୍ଯ୍ୟର ଯଥାର୍ଥ ଉପାସିକା ଭାବେ ପ୍ରଭାବେନ୍‌ ଜୀବନବ୍ୟାପୀ ନେଇଥିବା ପଦକ୍ଷେପ ତାଙ୍କୁ ଆଜି ପଦ୍ମଶ୍ରୀ ସ୍ତରରେ ପହଞ୍ଚାଇଛି।

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri