ଗାନ୍ଧିଜୀଙ୍କ ଅନୁସୃତ ଚିକିତ୍ସା ପଦ୍ଧତି

ମନୁଷ୍ୟ ଶରୀର ପଞ୍ଚଭୂତରୁ ସୃଷ୍ଟି। ସେଗୁଡ଼ିକ ହେଉଛି- ଅଗ୍ନି, ବାୟୁ, ଜଳ, ଆକାଶ ଓ ପୃଥିବୀ। ତେଣୁ ମାଟି, ପାଣି, ବାୟୁ, ଆଲୋକ ଓ ଉତ୍ତାପ ଆଦିର ପ୍ରୟୋଗ ମାଧ୍ୟମରେ ଉପଚାର ବିଜ୍ଞାନସମ୍ମତ। ଜାତିର ଜନକ ମହାତ୍ମା ଗାନ୍ଧୀ ପ୍ରାକୃତିକ ଉପାୟରେ ରୋଗର ଚିକିତ୍ସା କରୁଥିଲେ। ତାଙ୍କ ଦ୍ୱାରା ଅନୁସୃତ ପ୍ରାକୃତିକ ଚିକିତ୍ସା ପଦ୍ଧତି ଓ ଅନୁଭୂତିକୁ ‘କି ଅଫ୍‌ ହେଲ୍‌ଥ’ ପୁସ୍ତକରେ ବିଶଦ୍‌ ଭାବରେ ସେ ବର୍ଣ୍ଣନା କରିଛନ୍ତି।
ମନୁଷ୍ୟ ଶରୀରର ଶତକଡ଼ା ୯୦ ଭାଗ ଜଳ। ଗାନ୍ଧିଜୀ ଜଳ ଦ୍ୱାରା ମୁଣ୍ଡବିନ୍ଧା, ନିଦ୍ରାହୀନତା, ବଦହଜମି, କୋଷ୍ଠକାଠିନ୍ୟ, ଆଣ୍ଠୁଗଣ୍ଠି ବାତ, ନିମୋନିଆ ଓ ଟାଇଫଏଡ୍‌ ଜ୍ୱରର ଚିକିତ୍ସା କରୁଥିଲେ। ସେଥିପାଇଁ ସେ ଉଭୟ ଥଣ୍ଡା ଓ ଗରମ ଜଳର ପ୍ରୟୋଗ କରୁଥିଲେ। ଜ୍ୱର, ମୁଣ୍ଡବିନ୍ଧା ଓ ନିଦ୍ରାହୀନତାର ଉପଚାର ପାଇଁ ଥଣ୍ଡା ପାଣିରେ ଭିଜା ଗାମୁଛାକୁ ମୁଣ୍ଡରେ ବାନ୍ଧି ଦେଉଥିଲେ। କୋଷ୍ଠକାଠିନ୍ୟ ଓ ବଦହଜମି ପାଇଁ ରୋଗୀକୁ କଟିସ୍ନାନ କରାଉଥିଲେ। ଏକ ବଡ଼ ମାଠିଆରେ ପାଣିକୁ ରାତିସାରା ରଖି ଥଣ୍ଡା କରୁଥିଲେ। ସକାଳୁ ଏକ ବଡ଼ ପାତ୍ରରେ ଏହି ଥଣ୍ଡା ପାଣିକୁ ଭରି ରୋଗୀକୁ ୧୫ରୁ ୩୦ ମିନିଟ ଯାଏ ନାଭି ପର୍ଯ୍ୟନ୍ତ ବୁଡ଼ାଇ ବସାଉଥିଲେ। ଏକ ଛୋଟ ତଉଲିଆ ଦ୍ୱାରା ତଳିପେଟକୁ ଘଷୁଥିଲେ। ନିଜର ଅନୁଭୂତିକୁ ବର୍ଣ୍ଣନା କରି ଗାନ୍ଧିଜୀ କହିଛନ୍ତି, ଥରେ ତାଙ୍କର ଦ୍ୱିତୀୟ ପୁତ୍ର ଟାଇଫଏଡ୍‌ ରୋଗରେ ଆକ୍ରାନ୍ତ ହେବା ଦ୍ୱାରା ଶରୀରର ତାପମାତ୍ରା ଅସ୍ବାଭାବିକ ଭାବେ ବୃଦ୍ଧି ପାଇଲା। ଗାନ୍ଧିଜୀ ଏକ କମ୍ବଳକୁ ଥଣ୍ଡା ପାଣିରେ ଭିଜାଇ ନିଜ ପୁଅ ଶରୀରରେ ୨-୩ ପରସ୍ତ ଗୁଡ଼ାଇ ଶୁଆଇ ରଖିଥିଲେ। ଏହାଦ୍ୱାରା ଶରୀରର ତାପମାତ୍ରା କିଛି ସମୟ ପରେ ଅପସରି ଯାଉଥିଲା। ଏହିପରି ଭାବରେ ୫-୬ ଦିନ ଚିକିତ୍ସା କରିବା ଦ୍ୱାରା ଜ୍ୱର ପୁନର୍ବାର ଆସି ନ ଥିଲା। କୌଣସି ଡାକ୍ତରୀ ଔଷଧ ସେବନ ବିନା ଟାଇଫଏଡ୍‌ ରୋଗ ସମ୍ପୂର୍ଣ୍ଣ ଭଲ ହୋଇଯାଇଥିଲା। ଅଗିଆବାତ, ଘିମିରି, ମିଳିମିଳା ଓ ବସନ୍ତ ଆଦି ରୋଗର ଉପଚାର ପାଇଁ ଚର୍ମ ଉପରେ ଥଣ୍ଡା ପାଣିର ପଟି ପକାଉଥିଲେ। ଗୋଡ଼ର ମାଂସପେଶୀ ଦରଜ ହେଉଥିଲେ ଥଣ୍ଡା ବରଫ ଘଷୁଥିଲେ। ଗରମ ପାଣି ଓ ବାମ୍ଫର ପ୍ରୟୋଗ ଦ୍ୱାରା ଥଣ୍ଡାଜ୍ୱର, ଗଳାବଥା, କାନବିନ୍ଧା ଓ ରୁମାଟିଜମ୍‌ ଆଦି ରୋଗର ଚିକିତ୍ସା କରୁଥିଲେ। ଅଧ ବାଲ୍ଟି ଉଷୁମ ପାଣିରେ ସୋରିଷ ଗୁଣ୍ଡ ପକାଇ ଗୋଡ଼କୁ ଆଣ୍ଠୁ ପର୍ଯ୍ୟନ୍ତ ୧୦-୧୫ ମିନିଟ୍‌ ବୁଡ଼ାଇ ରଖିବା ଦ୍ୱାରା ଗୋଡ଼ବିନ୍ଧାରୁ ଉପଶମ ମିଳୁଥିଲା। ସାଇନୋସାଇଟିସ୍‌ ପାଇଁ ଷ୍ଟିମ୍‌, ଗଳା ଦରଜ ଓ ମୁଖଗହ୍ବରର ଦୁର୍ଗନ୍ଧ ଦୂର କରିବା ପାଇଁ ଉଷୁମ ଲୁଣ ପାଣିରେ କୁଳୁକୁଞ୍ଚା କରାଉଥିଲେ। ବିଛା କାମୁଡ଼ା ସ୍ଥାନକୁ ଉଷୁମ ପାଣିରେ ବୁଡ଼ାଇ ରଖିବା ଦ୍ୱାରା ଯନ୍ତ୍ରଣାର ଉପଶମ ହେଉଥିଲା। ଲୁଗାକୁ ଗରମ ପାଣିରେ ଭିଜାଇ ଶରୀରରେ ଗୁଡ଼ାଇ ଅପସ୍ମାର ରୋଗର ଚିକିତ୍ସା କରୁଥିଲେ। ରୁମାଟିଜମ୍‌ ରୋଗର ଚିକିତ୍ସା ଷ୍ଟିମ୍‌-ବାଥ୍‌ ଦ୍ୱାରା କରାଯାଉଥିଲା। ରୋଗୀକୁ ଖୋଲା ଦେହରେ ଏକ ଦଉଡ଼ି ଖଟିଆ ଉପରେ ଶୁଆଇଦେଇ ତଳୁ ଗରମ ବାମ୍ଫ ପ୍ରୟୋଗ କରୁଥିଲେ। ରୋଗୀର ଦେହରୁ ଝାଳ ବୋହିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରଖୁଥିଲେ।
ଆମ ଶାସ୍ତ୍ରରେ ମାଟିକୁ ମାଆର ମାନ୍ୟତା ପ୍ରଦାନ କରାଯାଇଛି। ମାଆ ସନ୍ତାନର ସେବା କରିବା ପରି ମାଟି ଦ୍ୱାରା ଗାନ୍ଧିଜୀ କୋଷ୍ଠକାଠିନ୍ୟତା, ବିଭିନ୍ନ ପ୍ରକାର ଜ୍ୱର, ବଥ ଓ ବିରୁଡ଼ି ଦଂଶନରୁ ହେଉଥିବା ଯନ୍ତ୍ରଣାର ଉପଚାର କରୁଥିଲେ। ବିଭିନ୍ନ ଜ୍ୱର ଓ ମୁଣ୍ଡବିନ୍ଧା ପାଇଁ ଶରୀର ଓ ମୁଣ୍ଡରେ ମାଟିର ଲେପ ଦେଉଥିଲେ। ସାପକାମୁଡାର ଉପଚାର ପାଇଁ ସମଗ୍ର ଶରୀରକୁ ଓଦା ମାଟିରେ ଘୋଡ଼ାଇ ଦେଉଥିଲେ। ଗାନ୍ଧିଜୀଙ୍କ ସେବାଗ୍ରାମ ଆଶ୍ରମରେ ବିଛା କାମୁଡ଼ା ଏକ ନିତିଦିନିଆ ଘଟଣା ଥିଲା। ବିଛା କାମୁଡ଼ା ଜାଗାରେ ମାଟିର ଲେପ ପ୍ରଦାନ ଦ୍ୱାରା ଯନ୍ତ୍ରଣାର ଉପଶମ ହେଉଥିଲା। ତାଙ୍କ ମତରେ ମାଟି ଖାଇଲେ ତାହା ହଜମ ହୋଇ ନ ଥାଏ। ତେଣୁ ଏହା ତନ୍ତୁ ଭଳି କାମ କରିଥାଏ। ଶୁଦ୍ଧ ମାଟି ସେବନ ଦ୍ୱାରା କୋଷ୍ଠକାଠିନ୍ୟତା ଦୂର ହୋଇଥାଏ।
ଗାନ୍ଧିଜୀଙ୍କ ଭାଷାରେ ଆକାଶର ଅର୍ଥ ମନୁଷ୍ୟ ଚତୁପାର୍ଶ୍ୱରେ ଥିବା ଖାଲି ସ୍ଥାନ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆକାଶର ଅର୍ଥ ଖୋଲା ପରିବେଶ। ସୁସ୍ଥ ଜୀବନଯାପନ କରିବାକୁ ହେଲେ ମନୁଷ୍ୟ ଶରୀର ଓ ଆକାଶ ମଧ୍ୟରେ କୌଣସି ପ୍ରତିବନ୍ଧକ ରହିବା ଅନାବଶ୍ୟକ। ଏପରିକି ଘରର କାନ୍ଥ, ଘରର ଛାତ ଓ ପିନ୍ଧିଥିବା ପୋଷାକ ଯେପରି ପ୍ରତିବନ୍ଧକ ନ ହୁଏ ସେଥିପ୍ରତି ଦୃଷ୍ଟିଦେବା ଦରକାର। କୋଳାହଳମୟ ଜନବସତିଠାରୁ ଦୂରରେ ରହି ମୁକ୍ତ ବାୟୁ ଚଳାଚଳ ହେଉଥିବା ସ୍ଥାନରେ ବସବାସ ଦ୍ୱାରା ସୁସ୍ଥ ଓ ନୀରୋଗ ଜୀବନ ମିଳିଥାଏ। ଘର ଭିତରେ ବିଭିନ୍ନ ପ୍ରକାର ସାଜସଜ୍ଜା ଉପକରଣ, ଫର୍ନିଚର ଓ ଆବଶ୍ୟକତାଠାରୁ ଅଧିକ ପଦାର୍ଥ ନ ରଖିବା ପାଇଁ ସେ ପରାମର୍ଶ ଦେଉଥିଲେ। ଏଗୁଡ଼ିକ ଦ୍ୱାରା ଘର ମଧ୍ୟରେ ଖୋଲା ସ୍ଥାନର ଅଭାବ ଘଟିଥାଏ। ଏହା ବ୍ୟତୀତ ଫର୍ନିଚର ଗାଲିଚା ଓ ଅନ୍ୟାନ୍ୟ ସାଜସଜ୍ଜା ଉପକରଣ ଧୂଳିକୁ ଆମନ୍ତ୍ରଣ କରିବା ସହିତ ବିଭିନ୍ନ କୀଟ ଓ ଜୀବାଣୁଙ୍କର ବାସସ୍ଥାନ ପାଲଟିଥାଏ। ଲଜ୍ଜା ନିବାରଣ ନିମନ୍ତେ ଶରୀରକୁ ଢାଙ୍କିବା ପାଇଁ ଯେତିକି ପରିମାଣର ପୋଷାକ ଆବଶ୍ୟକ ତାହା ପିନ୍ଧିବା ଦରକାର। ସକାଳର ସୂର୍ଯ୍ୟକିରଣରେ ଖାଲି ଦେହରେ ରହିବା ଦ୍ୱାରା ଶରୀରରେ ଭିଟାମିନ୍‌-ଡି ସୃଷ୍ଟି ହୋଇଥାଏ। ଏହା ଶରୀରରୁ ଆଳସ୍ୟ ଓ ମନରୁ ଅବସାଦ ଦୂର କରିଥାଏ। ପୁରାଣରେ କଥିତ ଅଛି ଯେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଅର୍କକ୍ଷେତ୍ରରେ ସୂର୍ଯ୍ୟସ୍ନାନ ଦ୍ୱାରା କୁଷ୍ଠ ରୋଗରୁ ଆରୋଗ୍ୟ ଲାଭ କରିଥିଲେ। ମନୁଷ୍ୟ ନିଜ ଶରୀରକୁ ମୁକ୍ତ ପରିବେଶ ସହିତ ଯେତେ ଖୋଲା ରଖିବ ସେତେ ସୁସ୍ଥ ରହିବ। ଖୋଲା ଆକାଶ ତଳେ ଶୋଇରହି ମିଞ୍ଜି ମିଞ୍ଜି ତାରାଗୁଡ଼ିକୁ ଦେଖି ଦେଖି ଯେଉଁ ସୁନିଦ୍ରା ଆସେ, ତାହା ଶରୀରର କ୍ଲାନ୍ତି ମେଣ୍ଟାଇବା ସହିତ ମନ ଓ ଦେହକୁ ସୁସ୍ଥ ରଖେ। ଗାନ୍ଧିଜୀଙ୍କ ଭାଷାରେ ”He who establish contact with infinite possess nothing and yet possess everything“।
ଶୁଦ୍ଧ ବାୟୁ ବିନା ମନୁଷ୍ୟ କ୍ଷଣେ ମଧ୍ୟ ବଞ୍ଚି ରହିବା ଅସମ୍ଭବ। ନୀରୋଗ ଶରୀର ପାଇଁ ଶୁଦ୍ଧ ବାୟୁ ଏକାନ୍ତ ଆବଶ୍ୟକ। ସେଥିପାଇଁ ଖୋଲା ଜାଗାରେ ଘର କରିବା ସହିତ ଘର ମଧ୍ୟରେ ମୁକ୍ତବାୟୁ ଚଳାଚଳ ହେବା ଆବଶ୍ୟକ। ନିୟମିତ ଭାବରେ ନାକକୁ ସଫା କରି ପାଟି ବନ୍ଦ କରି ନାକବାଟେ ନିଃଶ୍ୱାସ ନେବା ଦରକାର। ଛାତି ଫୁଲାଇ ନିଃଶ୍ୱାସ ନେବା ଦ୍ୱାରା ଶରୀରକୁ ଊର୍ଦ୍ଧ୍ୱ ବାୟୁ ପ୍ରବେଶ କରିଥାଏ। ଗୁରୁପାକ ଭୋଜନଠାରୁ ଦୂରେଇ ରହି ନିୟମିତ ଉପବାସ ଦ୍ୱାରା ଶରୀରରେ ପାଚନ ଶକ୍ତି ବୃଦ୍ଧି ହେବା ସହିତ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ ା
ଧୈର୍ଯ୍ୟର ସହିତ ପ୍ରାକୃତିକ ପଦ୍ଧତିରେ ରୋଗର ଉପଚାର କଲେ ଯେଉଁ ସୁଫଳ ମିଳିଥାଏ ତାହା ଆଧୁନିକ ଚିକିତ୍ସା ପ୍ରଣାଳୀରୁ ମିଳେ ନାହିଁ। ଆଧୁନିକ ଚିକିତ୍ସା ପ୍ରଣାଳୀ ବ୍ୟୟବହୁଳ ଓ ପାର୍ଶ୍ୱ ପ୍ରତିକ୍ରିୟାପୂର୍ଣ୍ଣ। ତେଣୁ ପ୍ରାଚୀନ ଭାରତର ଆୟୁର୍ବେଦରେ ବର୍ଣ୍ଣନା କରାଯାଇଥିବା ବିଭିନ୍ନ ପ୍ରାକୃତିକ ଚିକିତ୍ସା ପଦ୍ଧତି ତଥା ଦିନଚର୍ଯ୍ୟାକୁ ମାନି ଚଳିବା ଫଳରେ ମନୁଷ୍ୟ ସୁସ୍ଥ ଓ ନୀରୋଗ ଜୀବନ ଅତିବାହିତ କରିପାରିବ।
ମୋ: ୭୮୪୮୮୫୦୯୫୦


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri