ଗାନ୍ଧିଜୀ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ

ପୁରୀ ଅଫିସ୍‌, ୧୫।୩:ଏକ ଐତିହାସିକ ବିଶ୍ୱାସ ରହିଆସିଛି ଯେ, ମହାତ୍ମା ଗାନ୍ଧୀ ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରି ନ ଥିଲେ। ଅସ୍ପୃଶ୍ୟମାନଙ୍କୁ ମନ୍ଦିର ପ୍ରବେଶ ନିଷେଧ ଥିବାରୁ ସେ ଏହାର ପ୍ରତିବାଦରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ଚାହୁଁ ନ ଥିଲେ ବୋଲି କୁହାଯାଉଥିଲା। ହେଲେ ଏବେ ଗାନ୍ଧିଜୀଙ୍କ ପରିଦର୍ଶନ ନେଇ ପ୍ରମାଣ ମିଳିଛି। ଶ୍ରୀମନ୍ଦିର କୌଳିକ ପଣ୍ଡା ତଥା ଗୁଜରାଟୀ ଯାତ୍ରୀପଣ୍ଡା ରଘୁନାଥ ଗୋଚ୍ଛିକାରଙ୍କ ନିକଟରେ ଥିବା ଶହେ ବର୍ଷ ପୁରୁଣା ନଥିରୁ ଜଣାପଡ଼ିଛି ଯେ, ବାପୁଜୀ କେବଳ ଯେ ମନ୍ଦିର ପରିଦର୍ଶନ କରିଥିଲେ ତାହା ନୁହେଁ, ଦସ୍ତଖତି (ପାରିବାରିକ ଡାଏରୀ)ରେ ନିଜ ଦର୍ଶନ ଅନୁଭୂତି ଗୁଜରାଟୀ ଭାଷାରେ ଲେଖିଥିଲେ।
ଅସ୍ପୃଶ୍ୟତା ବିରୋଧରେ ନିଜର ଶେଷ ଜୀବନ ପର୍ଯ୍ୟନ୍ତ ଲଢ଼େଇ କରିଥିବା ଗାନ୍ଧିଜୀ ୮ଥର ଓଡ଼ିଶା ଗସ୍ତରେ ଆସିଥିଲେ। ତେବେ ଏହି ସମୟ ମଧ୍ୟରେ ସେ ଶ୍ରୀମନ୍ଦିରକୁ ଯାଇଥିଲେ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଲାଗିରହିଥିଲା। ମାତ୍ର ଏହି ଦ୍ୱନ୍ଦ୍ୱକୁ ଦୂର କରି ରଘୁନାଥ ରବିବାର ଗଣମାଧ୍ୟମକୁ କହିଛନ୍ତି, ମହାତ୍ମା ଗାନ୍ଧୀ ୧୯୨୧ ମାର୍ଚ୍ଚ ୨୭ରେ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ। ସେତେବେଳେ ତାଙ୍କ ସହିତ ସହଧର୍ମିଣୀ କସ୍ତୁରବା ଓ ପୁତ୍ର ଦେବଦାସ ଥିଲେ। ସେମାନେ ଗର୍ଭଗୃହକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଖୁସିମନରେ ଫେରିଥିଲେ। ଏହାର ପ୍ରମାଣକୁ ସେ ସାଇତି ରଖିଛନ୍ତି ବୋଲି ରଘୁନାଥ ପ୍ରକାଶ କରିଛନ୍ତି। ସେ ପୁଣି କହିଛନ୍ତି, ତାଙ୍କ ପାଖରେ ଥିବା ନଥିରେ ଗାନ୍ଧିଜୀଙ୍କ ଦସ୍ତଖତ ରହିଛି। ଶ୍ରୀମନ୍ଦିରରେ ଦର୍ଶନ ସାରି ଗାନ୍ଧିଜୀ ଏହି ନଥିରେ ନିଜ ଅନୁଭୂତି ଲେଖି ଦସ୍ତଖତ କରିଥିଲେ। ‘ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ କରି ଅତ୍ୟନ୍ତ ପ୍ରୀତ ହେଲି’ ବୋଲି ଗୁଜରାଟୀ ଦର୍ଶନାର୍ଥୀଙ୍କ ଖାତାରେ ଗାନ୍ଧିଜୀ ଲେଖିଥିଲେ। ତେବେ ଏହା ତାଙ୍କ ଜେଜେ ଗୋପୀନାଥ ଗୋଚ୍ଛିକାରଙ୍କ ସମୟର କଥା ବୋଲି ରଘୁନାଥ କହିଛନ୍ତି। ସେହିପରି ଗାନ୍ଧିବାଦୀ ଲେଖକ ଗୌରାଙ୍ଗ ପରିଡ଼ା କହିଛନ୍ତି, ୧୯୨୧ ମାର୍ଚ୍ଚ ୨୩ରେ ଗାନ୍ଧିଜୀ ଓଡ଼ିଶା ଆସି ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ପୁରୀରେ ରହିଥିଲେ। ଏହି ସମୟରେ ବଡ଼ଦାଣ୍ଡରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ତତ୍‌କାଳୀନ ଗଜପତି ମହାରାଜା ଏଥିଲାଗି ଭବ୍ୟ ଆୟୋଜନ କରିଥିଲେ। ଶ୍ରୀକ୍ଷେତ୍ର ରହଣିର ଦ୍ୱିତୀୟ ଦିନରେ ମହାତ୍ମା ଗାନ୍ଧୀ ଶ୍ରୀଜୀଉଙ୍କ ଦର୍ଶନ କରିଥିବା ନଥିରେ ଉଲ୍ଲେଖ ରହିଥିବାରୁ ସେ ଶ୍ରୀମନ୍ଦିର ଯାଇ ନ ଥିବା ନେଇ ହେଉଥିବା ପ୍ରଚାର ପ୍ରସାର ମିଥ୍ୟା। ଉଲ୍ଲେଖଯୋଗ୍ୟ, ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଏକଶତତମ ପୂର୍ତ୍ତି ଉତ୍ସବ ରାଜ୍ୟସ୍ତରରେ ପାଳନ ହେଉଥିବା ବେଳେ ପୁରୀରେ ମଧ୍ୟ ନିଆରା ଢଙ୍ଗରେ ଏହାକୁ ପାଳନ କରାଯିବାକୁ ଜୋରଦାର ପ୍ରସ୍ତୁତି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ବିଧାନସଭାରେ କାର୍‌ ପୂରାଇଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ,୭ା୪: ଦିଲ୍ଲୀ ବିଧାନସଭା ସୁରକ୍ଷାରେ ତ୍ରୁଟି ପରିଲକ୍ଷିତ ହୋଇଛି। ସୋମବାର ଅପରାହ୍ନରେ ମାସ୍କ ପିନ୍ଧିଥିବା ଜଣେ ବ୍ୟକ୍ତି ବ୍ୟାରିକେଡ୍‌ ଏବଂ ମୁଖ୍ୟ ଫାଟକ ଅତିକ୍ରମ କରି ବିଧାନସଭା…

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri