Posted inଫୁରସତ

ଗାନ୍ଧୀ ମ୍ୟୁଜିୟମ୍‌

ମହାତ୍ମା ଗାନ୍ଧୀ, ଯାହାଙ୍କୁ ମୋହନଦାସ କରମଚାନ୍ଦ ଗାନ୍ଧୀ, ବାପୁଜୀ, ଜାତିର ପିତା ବା ରାଷ୍ଟ୍ରପିତା ଭାବେ ମଧ୍ୟ ଜଣାଯାଇଥାଏ। ଯିଏ କି ଥିଲେ ଭାରତୀୟ ସ୍ବତନ୍ତ୍ରତା ଆନ୍ଦୋଳନର ପ୍ରମୁଖ ନେତା। ସିଏ ଭାରତୀୟ ଜନତାଙ୍କୁ ହିଂସାର ମାର୍ଗ ଛାଡ଼ି ଅହିଂସାକୁ ଆଧାର କରି ସ୍ବତନ୍ତ୍ରତା ପ୍ରାପ୍ତ କରିବାକୁ ସବୁବେଳେ ପ୍ରେରଣା ଦେଉଥିଲେ। ଅସହଯୋଗ ଆନ୍ଦୋଳନରୁ ଆରମ୍ଭ କରି ଲବଣ ସତ୍ୟାଗ୍ରହ, ଭାରତଛାଡ଼ ଆନ୍ଦୋଳନ ଭଳି ଅନେକ ଆନ୍ଦୋଳନ ଜରିଆରେ ସିଏ ଭାରତକୁ ସ୍ବତନ୍ତ୍ରତା ଦେବା ପାଇଁ କରିଥିବା ଆପ୍ରାଣ ଚେଷ୍ଟା ଆଜି ବି ପ୍ରତି ଭାରତୀୟଙ୍କ ମନରେ ଅବିସ୍ମରଣୀୟ ହୋଇ ରହିଛି। ସେଥିପାଇଁ ସମଗ୍ର ଭାରତବର୍ଷରେ ବାପୁଜୀଙ୍କର ନାମକୁ ବେଶ୍‌ ସମ୍ମାନର ସହ ନିଆଯାଇଥାଏ। ତା’ଛଡ଼ା ଆଗାମୀ ପିଢ଼ିଙ୍କୁ ଗାନ୍ଧିଜୀଙ୍କର ବିଚାର ସମ୍ପର୍କରେ ତଥା ତାଙ୍କର ସାଦାସିଧା ଜୀବନଶୈଳୀ ବିଷୟରେ ଅବଗତ କରାଇବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ରହିଛି ଗାନ୍ଧୀ ମ୍ୟୁଜିୟମ୍‌ ବା ସଂଗ୍ରହାଳୟ…

ନ୍ୟାଶନାଲ୍‌ ଗାନ୍ଧୀ ମ୍ୟୁଜିୟମ୍‌: ଗାନ୍ଧିଜୀଙ୍କୁ ସମର୍ପିତ ଏହି ସଂଗ୍ରହାଳୟଟି ବର୍ତ୍ତମାନ ନୂଆ ଦିଲ୍ଲୀର ରାଜଘାଟରେ ଅବସ୍ଥିତ। କିନ୍ତୁ ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ୧୯୪୮ ମସିହା ଜାନୁୟାରୀ ୩୦ ତାରିଖରେ ଗାନ୍ଧିଜୀଙ୍କୁ ହତ୍ୟା କରାଯିବା ପରେ ତାଙ୍କ ସ୍ମୃତିରେ ପ୍ରଥମେ ଏକ ସଂଗ୍ରହାଳୟ ମୁମ୍ବାଇରେ ଖୋଲାଯାଇଥିଲା, ଯେଉଁଠାରେ ଗାନ୍ଧିଜୀଙ୍କ ଜୀବନୀ ସହ ଜଡ଼ିତ କିଛି ବ୍ୟକ୍ତିଗତ ବସ୍ତୁ, ସମାଚାରପତ୍ର, ପୁସ୍ତକ ଆଦିକୁ ସ୍ଥାନ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ସଂଗ୍ରହାଳୟଟି ନୂଆ ଦିଲ୍ଲୀସ୍ଥିତ କୋଟା ହାଉସ୍‌କୁ ସ୍ଥାନାନ୍ତରିତ ହୋଇ ଆସିଥିଲା। ଶେଷରେ ୧୯୬୧ ମସିହାରେ ଏହା ନୂଆ ଦିଲ୍ଲୀର ରାଜଘାଟକୁ ସ୍ଥାନାନ୍ତରିତ ହୋଇ ବିଧିବଦ୍ଧ ଭାବେ ଲୋକାର୍ପିତ ହୋଇଥିଲା। ତେଣୁ ଗାନ୍ଧୀ ଜୟନ୍ତୀ ଅବସରରେ ପର୍ଯ୍ୟଟକ ଚାହିଁଲେ ଏହି ମ୍ୟୁଜିୟମ୍‌କୁ ବୁଲିଯାଇ ଏଠାରୁ ଗାନ୍ଧିଜୀଙ୍କ ସମ୍ପର୍କରେ ଅନେକ କିଛି ତଥ୍ୟ ହାସଲ କରିପାରିବେ।

ଗାନ୍ଧୀ ମେମୋରିଆଲ୍‌ ମ୍ୟୁଜିୟମ: ତାମିଲନାଡ଼ୁର ମଦୁରାଇଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ଏକ ସଂଗ୍ରହାଳୟ ୧୯୫୯ ମସିହାରେ ଗଢ଼ି ଉଠିଥିଲା, ଯାହାର ନାଁ ହେଉଛି ଗାନ୍ଧୀ ମେମୋରିଆଲ୍‌ ମ୍ୟୁଜିୟମ୍‌। କେହି କେହି ଏହାକୁ ଗାନ୍ଧୀ ମ୍ୟୁଜିୟମ୍‌ ବି କହିଥାନ୍ତି। ଦେଶରେ ଦେଖିବାକୁ ମିଳୁଥିବା କେତୋଟି ପ୍ରମୁଖ ଗାନ୍ଧୀ ମ୍ୟୁଜିୟମ୍‌ ବା ଗାନ୍ଧୀ ସଂଗ୍ରହାଳୟ ମଧ୍ୟରୁ ଏହା ହେଉଛି ଅନ୍ୟତମ। ଏଠାରେ ଗାନ୍ଧିଜୀଙ୍କ ଜୀବନୀ ସହ ସମ୍ପର୍କ ଥିବା ଅନେକ ସ୍ମୃତିପୂର୍ଣ୍ଣ ଜିନିଷକୁ ସାଇତି ରଖାଯାଇଛି। ଉକ୍ତ ମ୍ୟୁଜିୟମ୍‌ରେ ତିନୋଟି ସ୍ବତନ୍ତ୍ର ବିଭାଗ ରହିଛି ଯଥା: ‘ଇଣ୍ଡିଆ ଫାଇଟ୍ସ ଫର୍‌ ଫ୍ରିଡମ୍‌’, ‘ଭିଜୁଆଲ୍‌ ବାୟୋଗ୍ରାଫି ଅଫ୍‌ ଗାନ୍ଧିଜୀ’ ଏବଂ ‘ରେଲିକ୍ସ ଆଣ୍ଡ ରେପ୍ଲିକାସ୍‌’। ‘ଇଣ୍ଡିଆ ଫାଇଟ୍ସ ଫର୍‌ ଫ୍ରିଡମ୍‌’ ବିଭାଗରେ ଏକ ସ୍ପେଶାଲ୍‌ ଫଟୋ ଏକ୍‌ଜିବିଶନ୍‌କୁ ସ୍ଥାନ ଦିଆଯାଇଛି, ଯେଉଁଥିରେ ସ୍ବତନ୍ତ୍ରତା ଆନ୍ଦୋଳନ ସମ୍ବନ୍ଧୀୟ ପ୍ରାୟ ୨୬୫ଟି ଫଟୋ ରହିଛି। ‘ଭିଜୁଆଲ୍‌ ବାୟୋଗ୍ରାଫି ଅଫ୍‌ ଗାନ୍ଧିଜୀ’ ବିଭାଗରେ ଗାନ୍ଧିଜୀଙ୍କର ପିଲାବେଳଠୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ସମୟର ଫଟୋ, ପେଣ୍ଟିଙ୍ଗ୍ସ ଆଦିକୁ ସ୍ଥାନ ଦିଆଯାଇଛି। ତା’ଛଡ଼ା ଏହି ବିଭାଗରେ ଗାନ୍ଧିଜୀଙ୍କର ବିଭିନ୍ନ ମୂର୍ତ୍ତି ସହିତ ତାଙ୍କର ହାତଲେଖା ଚିଠିକୁ ବି ସାଇତି ରଖାଯାଇଛି। ଅନ୍ୟପକ୍ଷେ ‘ରେଲିକ୍ସ ଆଣ୍ଡ ରେପ୍ଲିକାସ୍‌’ ବିଭାଗରେ ଗାନ୍ଧିଜୀ ବ୍ୟବହାର କରୁଥିବା କେତେକ ଜିନିଷକୁ ଦେଖିବାକୁ ମିଳିଥାଏ। ଖାସ୍‌କରି ଏହି ବିଭାଗରେ ଗାନ୍ଧିଜୀଙ୍କ ମୃତ୍ୟୁ ସମୟର ସେହି ରକ୍ତଭିଜା ଧୋତିକୁ ଏକ ଭ୍ୟାକୁମ୍‌ ଗ୍ଲାସ୍‌ ବକ୍ସ ଭିତରେ ସାଇତି ରଖାଯାଇଛି। କିନ୍ତୁ କେହି କେହି ବି ଏହି ଧୋତିକୁ ସତ ନୁହେଁ ବରଂ ଏକ ନମୁନା ବୋଲି ମଧ୍ୟ କହୁଥିବା ଶୁଣିବାକୁ ମିଳୁଛି। ସେହିପରି ଏହି ମ୍ୟୁଜିୟମ୍‌ରେ ଏକ ଲାଇବ୍ରେରି ମଧ୍ୟ ରହିଛି, ଯେଉଁଠାରେ ଗାନ୍ଧିଜୀ ନିଜେ ଲେଖିଥିବା ତଥା ଗାନ୍ଧିଜୀ ଓ ଭାରତୀୟ ସଂସ୍କୃତି ଉପରେ ଆଧାରିତ ଥିବା ପୁସ୍ତକ ସବୁକୁ ସ୍ଥାନ ଦିଆଯାଇଛି। ତେଣୁ ଗାନ୍ଧୀ ଜୟନ୍ତୀ ଅବସରରେ ଏହି ମ୍ୟୁଜିୟମ୍‌କୁ ବୁଲିଯାଇ ଏଠାରେ ଥିବା ଜିନିଷ ସବୁକୁ ଦେଖିଲେ ଇତିହାସର ସ୍ମୃତି ସବୁ ପୁଣିଥରେ ଉଜ୍ଜୀବିତ ହୋଇଗଲା ପରି ନିଶ୍ଚୟ ମନେହେବ।

ସାବରମତୀ ଆଶ୍ରମ ମ୍ୟୁଜିୟମ୍‌: ଗୁଜରାଟର ଅହମଦାବାଦ୍‌ସ୍ଥିତ ସାବରମତୀ ନଦୀତଟରେ ଥିବା ଏହି ଆଶ୍ରମରେ ଗାନ୍ଧିଜୀ ନିଜ ଅନୁଗତ ବା ଶିଷ୍ୟମାନଙ୍କୁ ଅହିଂସା ଏବଂ ସତ୍ୟର ସନ୍ଧାନ ଉପରେ ଶିକ୍ଷା ଦେଉଥିଲେ। ତା’ସହିତ ଜଣେ କିପରି ନିଜର ବୁଦ୍ଧି ଖଟାଇ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିବ, ସେ ବିଷୟରେ ବି ସେମାନଙ୍କୁ ପରାମର୍ଶ ଦେଉଥିଲେ। ବିଶେଷକରି ଗାନ୍ଧିଜୀ ସେମାନଙ୍କୁ କୁଟୀରଶିଳ୍ପ, ହସ୍ତଶିଳ୍ପ, ଚାଷବାସ ଆଦି ବିଷୟ ଉପରେ ଜ୍ଞାନ ପ୍ରଦାନ କରୁଥିଲେ। ‘ଖଟି ଖାଅ କାଟି ପିନ୍ଧ’ ଥିଲା ଗାନ୍ଧିଜୀଙ୍କର ବାଣୀ। ସେଥିପାଇଁ ଗାନ୍ଧିଜୀ ଏଠାରେ ଚରଖା ସ୍ଥାପନ କରି ସେଥିରେ ନିଜେ ନିଜର ପୋଷାକ ତିଆରି କରି ପିନ୍ଧୁଥିଲେ ଏବଂ ଆଶ୍ରମବାସୀଙ୍କୁ ବି ତାହା ଶିଖାଉଥିଲେ। ଫଳରେ ଅନେକ ଲୋକ ଏଥିରୁ ଉପକୃତ ହେଉଥିଲେ। ତେବେ ଗାନ୍ଧିଜୀଙ୍କ ସ୍ମୃତିରେ ଏହି ଆଶ୍ରମରେ ଏକ ସଂଗ୍ରହାଳୟ ମଧ୍ୟ ରହିଛି; ଯାହା ଗାନ୍ଧୀ ସ୍ମାରକ ସଂଗ୍ରହାଳୟ ନାମରେ ପରିଚିତ। ଏହି ସଂଗ୍ରହାଳୟରେ ପର୍ଯ୍ୟଟକ ଗାନ୍ଧିଜୀଙ୍କ ବାଲ୍ୟକାଳରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ସମୟର ଅନେକ ଫଟୋ, ଗାନ୍ଧିଜୀଙ୍କର ଅନେକ ହାତଲେଖା ଚିଠି, ଗାନ୍ଧିଜୀଙ୍କ ଜୀବନୀ ଉପରେ ଆଧାରିତ ବହୁ ପୁସ୍ତକ ତଥା ଅନେକ କଳାକୃତି ଆଦି ବୁଲି ଦେଖିପାରିବେ। ତେଣୁ ଗାନ୍ଧୀ ଜୟନ୍ତୀ ଅବସରରେ ପର୍ଯ୍ୟଟକ ଏହି ଆଶ୍ରମକୁ ବୁଲିଯାଇ ଅନେକ ନିଆରା ଅନୁଭୂତି ସାଉଁଟି ପାରିବେ।

କେବଳ ଏତିକି ନୁହେଁ, ନୂଆ ଦିଲ୍ଲୀରେ ଥିବା ଗାନ୍ଧୀ ସ୍ମୃତି ଦର୍ଶନ ସମିତି, ଗୁଜରାଟର ପୋରବନ୍ଦରରେ ଥିବା କୀର୍ତ୍ତି ମନ୍ଦିର ତଥା ପାଟନାରେ ଥିବା ଗାନ୍ଧୀ ସଂଗ୍ରହାଳୟ ଆଡ଼େ ବି ବୁଲିଯାଇ ପର୍ଯ୍ୟଟକ ଗାନ୍ଧିଜୀଙ୍କ ସମ୍ପର୍କରେ ଅନେକ କିଛି ତଥ୍ୟ ଜାଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ପଦକ୍ଷେପ: ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ପୁରୁଣା ଗାଡ଼ି

କଟକ,୨।୪(କାର୍ତ୍ତିକ ସାହୁ): ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଉନ୍ନତ ଏବଂ ଯାତ୍ରୀମାନଙ୍କ ନିରାପତ୍ତାକୁ ସୁଦୃଢ଼ କରିବା…

ବସ ଡ୍ରାଇଭର-ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ, ରାସ୍ତାରେ ବସ ରଖି ଡ୍ରାଇଭର ଗଲେ ମେଡିକାଲ

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକ ଆରଡ଼ି ଛକ ନିକଟରେ ଜାତୀୟ ରାଜପଥ ସର୍ଭିସ ରୋଡରେ ଅଭାବନୀୟ ଘଟଣା । ବସ ଡ୍ରାଇଭର ଓ ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ…

ପୁଅ ବିବାହ ଭୋଜି ଦିନ ଆତ୍ମହତ୍ୟା କରିଦେଲେ ବାପା

ଲୋଇସିଂହା,୬।୪(ସୁଶାନ୍ତ ବାରିକ): ଶନିବାର ଥିଲା ପୁଅ ବାହାଘର। ବାହାଘର ଯଥାରୀତି ସମ୍ପନ୍ନ ହେଲା। ଭୋର ସମୟରେ ବନ୍ଦାପନା କରି ନବବଧୂଙ୍କୁ ଶାଶୁଘରେ ସ୍ବାଗତ କରାଯାଇଥିଲା। ହେଲେ ପୁଅର…

ଓଡ଼ିଆ ପକ୍ଷରେ ଐତିହାସିକ, ଧାର୍ମିକସ୍ଥଳକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ପକ୍ଷରୁ ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀଙ୍କ ତତ୍ୱାବଧାନରେ ଐତହ ଓ ଧାର୍ମିକସ୍ଥଳଗୁଡ଼ିକରେ ସଫେଇ…

‘ପାଗଳ ସହ ବିପଜ୍ଜନକ ହୋଇଗଲେଣି ଟ୍ରମ୍ପ…’, ଇରାନ ଯୁଦ୍ଧ ମଧ୍ୟରେ ରାଗିଲେ ଆମେରିକୀୟ ନେତା

ଓ୍ବାଶିଂଟନ,।୬୪: ଇରାନ ସହିତ ଚାଲିଥିବା ସଂଘର୍ଷକୁ ନେଇ ଡୋନାଲ୍ଡ ଟ୍ରମ୍ପ ନିଜେ ଆମେରିକା ଭିତରେ ସମାଲୋଚନାର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି। ଆମେରିକୀୟ କଂଗ୍ରେସ ସଦସ୍ୟ…

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଜଣାପଡିବା ପରେ ଧାର୍ମିକସ୍ଥଳୀ ଭଙ୍ଗାରୁଜା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ ): ଭିନ୍ନକ୍ଷମ ନାବାଳିକାଙ୍କୁ ୪ମାସ ତଳେ ବଳାତ୍କାର କରି ଫେରାର ହୋଇଯାଇଛି ଗାଁର ଜଣେ ସଂଖ୍ଯାଲଘୁ ସମ୍ପ୍ରଦାର ଯୁବକ । ଘଟଣା ପ୍ରଘଟ…

ଐତିହାସିକ ଗୋପାଳ ବନ୍ଧ ସୌନ୍ଦର୍ଯ୍ୟକରଣ ଲାଗି ଅଣ୍ଟା ଭିଡିଲେ ନିର୍ବାହୀ ଅଧିକାରୀ: ଜବରଦଖଲକାରୀଙ୍କୁ କଡ଼ା ଚେତାବନୀ

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ମଧ୍ୟରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଐତିହାସିକ ଗୋପାଳ ବନ୍ଧକୁ ନେଇ ଦୀର୍ଘଦିନ ହେଲା ସବୁବର୍ଗରୁ ଅସନ୍ତୋଷ ଲାଗିରହିଥିଲା। ତେବେ …

ମା’ ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭାଙ୍ଗି ଦୁର୍ବୃତ୍ତ…

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ଭୋର୍‌ ସମୟରେ ମା’ଙ୍କ ପୂଜା ପୂଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri