ଜୁଆଆଡ୍ଡାରେ ଚଢ଼ାଉ: ୫ ଜଣଙ୍କୁ ଗିରଫ କଲା ପୋଲିସ, ସୁଯୋଗ ନେଇ ଅନ୍ୟମାନେ…

ଦିଗପହଣ୍ଡି୨୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଟିମ୍‌ ପୋଡ଼ାମାରି ଗ୍ରାମ ନିକଟ ଏକ କୁକୁଡ଼ାଫାର୍ମରେ ଚାଲିଥିବା ଜୁଆଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି ୫ ଜଣ ଜିୁଆଡ଼ିଙ୍କୁ ଗିରଫ କରିଥିବା ବେଳେ ପୂର୍ବରୁ ସୂଚନା ପାଇ ବହୁ ସଂଖ୍ୟକ ଜୁଆଡ଼ି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଗିରଫ ଜୁଆଡ଼ିମାନଙ୍କଠାରୁ ପୋଲିସ ୮,୨୬୦ ହଜାର ଟଙ୍କା, ତାସମୁଠା ଏବଂ ବେଡ୍‌ସିଟ୍‌ ଜବତ କରିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଗାଁ ନିକଟ ଏକ କୁକୁଡ଼ାଫାର୍ମରେ ଜୁଆଖେଳ ଚାଲିଥିବା ନେଇ ସୂଚନା ମିଳିବା ପରେ ପୋଡ଼ାମାରି ଫାଣ୍ଡି ଏସ୍‌ଆଇ ପ୍ରଭାତ କୁମାର ବାଲିକାନା, ପାଟପୁର ଥାନା ଏଏସ୍‌ଆଇ ସନ୍ତୋଷ କୁମାର ମିଶ୍ରଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଚଢ଼ାଉ କରିଥିଲେ। ଏନେଇ ଏଏସ୍‌ଆଇ ସନ୍ତୋଷ ମିଶ୍ରଙ୍କ ଏତଲା କ୍ରମେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମାମଲା ନଂ.୨୧୨/୨୬ ଅନୁଯାୟୀ ମୋକଦ୍ଦମା ରୁଜୁ କରିଛନ୍ତି। ଅଭିଯୁକ୍ତମାନଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନ୍‌ଏସ୍‌ଏସ୍‌)ର ଧାରା-୩୫(୩) ଅନୁଯାୟୀ ନୋଟିସ୍‌ ଦିଆଯିବା ପରେ ଛାଡ଼ି ଦିଆଯାଇଥିବା ତଦନ୍ତକାରୀ ଅଧିକାରୀ ଏସ୍‌ଆଇ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କ୍ୟାଟ୍ରିନାଙ୍କୁ ମିଳିଲା ବଡ଼ ଅଫର୍‌

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ସ୍ପିରିଟ’ ଆଜିକାଲି ଚର୍ଚ୍ଚାରେ ରହିଛି। କିଛି ମାସ ପୂର୍ବରୁ ଦୀପିକା ପାଦୁକୋନ ଏହି ପ୍ରୋଜେକ୍ଟରୁ ଓହରି ଯାଇଥିଲେ। ତୃପ୍ତି ଡିମରି…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ମୁହଁ ଖୋଲିଲେ ଅଭିଜିତ ଦିପ୍‌କେ, ସିଧା କହିଦେଲେ ଏମିତି…ଜାତୀୟ ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୫।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଅଭିଜିତ୍ ଦୀପକେଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ପ୍ରଧାନଙ୍କ ଇସ୍ତଫା ଉପରେ ଅଭିଜିତ୍ ଦୀପକେ କହିଛନ୍ତି ଯେ, “ଦୁନିଆ…

ବଡ଼ ଖବର: ଶେଷରେ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୨୫।୭: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। Gen-Z ଆଗରେ ନଇଁଲେ କେନ୍ଦ୍ରମନ୍ତ୍ରୀ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି…

ଦିଲ୍ଲୀ ଛାତ୍ର୍ର ଆନ୍ଦୋଳନକୁ ସମର୍ଥନ ଜଣାଇ ଗଣଧାରଣା: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି…

ବଲାଙ୍ଗୀର,୨୫ା୭(ସୁନିଲ କୁମାର ମହାନ୍ତି): ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଦିଲ୍ଲୀରେ ଚାଲିଥିବା ଛାତ୍ର ଆନ୍ଦୋଳନ ସମର୍ଥନରେ ଶନିବାର…

ରାତ୍ରୀଭୋଜନରେ ଟ୍ରମ୍ପଙ୍କ ମନ୍ତବ୍ୟ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ, କହିଲେ ତୃତୀୟ ଥର ରାଷ୍ଟ୍ରପତି…

ଓ୍ବାଶିଂଟନ,୨୫।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟସ୍ ଆସୋସିଏସନ୍ ରାତ୍ରୀଭୋଜନରେ ସମ୍ଭାବ୍ୟ ତୃତୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ବିଷୟରେ ମନ୍ତବ୍ୟ ଦେଇଥିଲେ । ଯାହାକି ସମସ୍ତଙ୍କୁ…

ମୃତ୍ୟୁମୁଖରୁ ଯୁବତୀଙ୍କୁ ବଞ୍ଚାଇଥିଲେ ସାହସୀ ଯୁବକ ବଳରାମ, ଏବେ ମିଳିଲା…

କଲ୍ୟାଣସିଂହପୁର,୨୫ା୭(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଥିବା ଏକ ଅଭାବନୀୟ ଘଟଣା ମଧ୍ୟରେ ମାନବିକତା, ସାହସ ଓ କର୍ତ୍ତବ୍ୟନିଷ୍ଠାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ଉଦାହରଣ…

CJP ର ବଡ଼ ଘୋଷଣା, ଜୁଲାଇ ୨୬ରେ ପୁଣି ଦେଶରେ ହେବ ବଡ଼ ଆନ୍ଦୋଳନ, ଦିଲ୍ଲୀରେ ଚହଳ!

ନୂଆଦିଲ୍ଲୀ,୨୫।୭: କକରୋଚ୍ ଜନତା ପାର୍ଟି (CJP) ରବିବାର, ୨୬ ଜୁଲାଇ ୨୦୨୬ରେ ସାରା ଦେଶରେ କ୍ୟାଣ୍ଡେଲ ମାର୍ଚ୍ଚ ବାହାର କରିବା ପାଇଁ ଆହ୍ୱାନ ଦେଇଛି। ପାର୍ଟିର ସୂଚନା…

ପୁଣି ଭିଡିଓ ଜାରି କଲେ ସୋନମ ଓ଼୍ବାଙ୍ଗଚୁକ୍‌, ଆନ୍ଦୋଳନକୁ ନେଇ କଲେ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୫।୭: ଦେଶ-ବିଦେଶରେ ପ୍ରସିଦ୍ଧ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ଏକ ନୂଆ ଭିଡିଓ ଜାରି କରିଛନ୍ତି। ୨୬ ଦିନର ଆମରଣ ଅନଶନ ଭାଙ୍ଗିବା ପରେ ଉଠିଥିବା ପ୍ରଶ୍ନଗୁଡ଼ିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri