Posted inଖେଳ

ଗମ୍ଭୀରଙ୍କ ସହକାରୀ ହୋଇପାରନ୍ତି ନାୟାର, ଡୋସ୍‌ଚେଟ

ନୂଆଦିଲ୍ଲୀ,  ୨୧।୭ (ପି.ଟି.): ଜୁଲାଇ ୨୭ରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ହ୍ବାଇଟ୍‌ ବଲ୍‌ ସିରିଜ ପାଇଁ ଅଭିଷେକ ନାୟାର ଓ ର଼୍ୟାନ ଟେନ୍‌ ଡୋସ୍‌ଚେଟ୍‌ଙ୍କୁ ନବ ନିଯୁକ୍ତ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସହକାରୀ କୋଚ୍‌ ଭାବେ ନିଯୁକ୍ତି ମିଳିପାରେ। ସେମାନେ ଖୁବ୍‌ଶୀଘ୍ର ଭାରତୀୟ କ୍ରିକେଟ ଦଳ ସହ ଯୋଗ ଦେଇପାରନ୍ତି ବୋଲି ଶୁଣିବାକୁ ମିଳୁଛି। ନାୟାର ଭାରତ ତରଫରୁ ୩ ଅନ୍ତଜର୍ର୍ାତୀୟ ଦିନିକିଆ ଖେଳିଥିବା ବେଳେ ଡୋସ୍‌ଚେଟ୍‌ ନେଦରଲାଣ୍ଡ୍ସର ହାର୍ଡ ହିଟିଂ ଅଲରାଉଣ୍ଡର ଥିଲେ। ଆଇପିଏଲ୍‌ରେ ସେ କୋଲକାତା ନାଇଟ ରାଇଡର୍ସ (କେକେଆର)ରେ ଗମ୍ଭୀରଙ୍କ ସହିତ କାର୍ଯ୍ୟ କରିଛନ୍ତି। ନାୟାର ଜଣେ ବିଚକ୍ଷଣ ବ୍ୟକ୍ତିତ୍ୱ । ସେ ଦୀନେଶ କାର୍ତ୍ତିକ ଓ ରିଙ୍କୁ ସିଂଙ୍କ ଭଳି ଖେଳାଳିଙ୍କ ସହିତ କାର୍ଯ୍ୟ କରିଛନ୍ତି। ଡୋସ୍‌ଚେଟ୍‌ ବର୍ତ୍ତମାନ ଚଳିତ ମେଜର ଲିଗ୍‌ କ୍ରିକେଟ (ଏମ୍‌ଏଲ୍‌ସି)ରେ ଏଲ୍‌ଏ ନାଇଟ ରାଇଡର୍ସ ପାଇଁ କାର୍ଯ୍ୟ କରୁଛନ୍ତି। ଗମ୍ଭୀର ଖୋଲାଖୋଲି ଭାବେ ଡଚ୍‌ମ୍ୟାନଙ୍କ ପ୍ରତି ତାଙ୍କ ଇଚ୍ଛା ଜାହିର କରିଛନ୍ତି।

ତେବେ ବୋଲିଂ କୋଚ୍‌ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ନାହିଁ। ରାହୁଲ ଡ୍ରାଭିଡଙ୍କ ଅମଳରେ କାର୍ଯ୍ୟକରୁଥିବା ଟି. ଦିଲୀପ ହୁଏତ୍‌ ଫିଲ୍ଡିଂ କୋଚ୍‌ ଭାବେ ତାଙ୍କ ସ୍ଥାନ ବଜାୟ ରଖିପାରନ୍ତି। ବୋଲିଂ କୋଚ୍‌ ପାଇଁ ଗମ୍ଭୀର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପାଇଁ ପୂର୍ବତନ ଭାରତୀୟ ସିମର ଆର. ବିନିୟ କୁମାର ଓ ଏଲ୍‌ ବାଲାଜୀ ଏବଂ ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ବୋଲର ମୋର୍ନ ମୋର୍କେଲଙ୍କ ନାମ ପ୍ରସ୍ତାବ ରଖିଛନ୍ତି। ପୂର୍ବରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଥିଲା ଯେ ବିନୟ ଓ ବାଲାଜୀଙ୍କୁ ପଛରେ ପକାଇ ମୋର୍କେଲଙ୍କୁ ବୋଲିଂ କୋଚ୍‌ ଦାୟିତ୍ୱ ମିଳିପାରେ। କେକେଆରରେ ଗମ୍ଭୀରଙ୍କ ସହ ବିନୟ ଓ ବାଲାଜୀ କାର୍ଯ୍ୟ କରିଥିବା ବେଳେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସରେ ମୋର୍କେଲ ତାଙ୍କ ସହ କାର୍ଯ୍ୟ କରିଛନ୍ତି। ମୋର୍କେଲ ଯଦି ରାଜି ହୁଅନ୍ତି ତେବେ ଅଷ୍ଟ୍ରେଲିଆର ଜୋ ଡାଓ୍ବିସଙ୍କ ପରେ ସେ ପ୍ରଥମ ବିଦେଶୀ ବୋଲିଂ କୋଚ୍‌ ହେବେ।

ସୂଚନାଯୋଗ୍ୟ, ମୋର୍କେଲ ଭାରତରେ ୫୦ ଓଭର ବିଶ୍ୱକପ୍‌ ପର୍ଯ୍ୟନ୍ତ ପାକିସ୍ତାନର ବୋଲିଂ କୋଚ୍‌ ଦାୟିତ୍ୱ ନିର୍ବାହ କରିଥିଲେ। ଭାରତୀୟ ଦଳ ଏକ ଚାର୍ଟାର୍ଡ ବିମାନ ଯୋଗେ ଜୁଲାଇ ୨୨ରେ ମୁମ୍ବାଇରୁ କଲମ୍ବୋ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ନାୟାର ଓ ଦିଲୀପ ମଧ୍ୟ ଦଳ ସହିତ ଯାଇପାରନ୍ତି। ତେବେ ଡୋସ୍‌ଚେଟ୍‌ ଦଳରେ କେବେ ଯୋଗ ଦେବେ ତାହା ସ୍ପଷ୍ଟ ହୋଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri