Posted inଖେଳ

ଗମ୍ଭୀରଙ୍କ ସହକାରୀ ହୋଇପାରନ୍ତି ନାୟାର, ଡୋସ୍‌ଚେଟ

ନୂଆଦିଲ୍ଲୀ,  ୨୧।୭ (ପି.ଟି.): ଜୁଲାଇ ୨୭ରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ହ୍ବାଇଟ୍‌ ବଲ୍‌ ସିରିଜ ପାଇଁ ଅଭିଷେକ ନାୟାର ଓ ର଼୍ୟାନ ଟେନ୍‌ ଡୋସ୍‌ଚେଟ୍‌ଙ୍କୁ ନବ ନିଯୁକ୍ତ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସହକାରୀ କୋଚ୍‌ ଭାବେ ନିଯୁକ୍ତି ମିଳିପାରେ। ସେମାନେ ଖୁବ୍‌ଶୀଘ୍ର ଭାରତୀୟ କ୍ରିକେଟ ଦଳ ସହ ଯୋଗ ଦେଇପାରନ୍ତି ବୋଲି ଶୁଣିବାକୁ ମିଳୁଛି। ନାୟାର ଭାରତ ତରଫରୁ ୩ ଅନ୍ତଜର୍ର୍ାତୀୟ ଦିନିକିଆ ଖେଳିଥିବା ବେଳେ ଡୋସ୍‌ଚେଟ୍‌ ନେଦରଲାଣ୍ଡ୍ସର ହାର୍ଡ ହିଟିଂ ଅଲରାଉଣ୍ଡର ଥିଲେ। ଆଇପିଏଲ୍‌ରେ ସେ କୋଲକାତା ନାଇଟ ରାଇଡର୍ସ (କେକେଆର)ରେ ଗମ୍ଭୀରଙ୍କ ସହିତ କାର୍ଯ୍ୟ କରିଛନ୍ତି। ନାୟାର ଜଣେ ବିଚକ୍ଷଣ ବ୍ୟକ୍ତିତ୍ୱ । ସେ ଦୀନେଶ କାର୍ତ୍ତିକ ଓ ରିଙ୍କୁ ସିଂଙ୍କ ଭଳି ଖେଳାଳିଙ୍କ ସହିତ କାର୍ଯ୍ୟ କରିଛନ୍ତି। ଡୋସ୍‌ଚେଟ୍‌ ବର୍ତ୍ତମାନ ଚଳିତ ମେଜର ଲିଗ୍‌ କ୍ରିକେଟ (ଏମ୍‌ଏଲ୍‌ସି)ରେ ଏଲ୍‌ଏ ନାଇଟ ରାଇଡର୍ସ ପାଇଁ କାର୍ଯ୍ୟ କରୁଛନ୍ତି। ଗମ୍ଭୀର ଖୋଲାଖୋଲି ଭାବେ ଡଚ୍‌ମ୍ୟାନଙ୍କ ପ୍ରତି ତାଙ୍କ ଇଚ୍ଛା ଜାହିର କରିଛନ୍ତି।

ତେବେ ବୋଲିଂ କୋଚ୍‌ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ନାହିଁ। ରାହୁଲ ଡ୍ରାଭିଡଙ୍କ ଅମଳରେ କାର୍ଯ୍ୟକରୁଥିବା ଟି. ଦିଲୀପ ହୁଏତ୍‌ ଫିଲ୍ଡିଂ କୋଚ୍‌ ଭାବେ ତାଙ୍କ ସ୍ଥାନ ବଜାୟ ରଖିପାରନ୍ତି। ବୋଲିଂ କୋଚ୍‌ ପାଇଁ ଗମ୍ଭୀର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପାଇଁ ପୂର୍ବତନ ଭାରତୀୟ ସିମର ଆର. ବିନିୟ କୁମାର ଓ ଏଲ୍‌ ବାଲାଜୀ ଏବଂ ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ବୋଲର ମୋର୍ନ ମୋର୍କେଲଙ୍କ ନାମ ପ୍ରସ୍ତାବ ରଖିଛନ୍ତି। ପୂର୍ବରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଥିଲା ଯେ ବିନୟ ଓ ବାଲାଜୀଙ୍କୁ ପଛରେ ପକାଇ ମୋର୍କେଲଙ୍କୁ ବୋଲିଂ କୋଚ୍‌ ଦାୟିତ୍ୱ ମିଳିପାରେ। କେକେଆରରେ ଗମ୍ଭୀରଙ୍କ ସହ ବିନୟ ଓ ବାଲାଜୀ କାର୍ଯ୍ୟ କରିଥିବା ବେଳେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସରେ ମୋର୍କେଲ ତାଙ୍କ ସହ କାର୍ଯ୍ୟ କରିଛନ୍ତି। ମୋର୍କେଲ ଯଦି ରାଜି ହୁଅନ୍ତି ତେବେ ଅଷ୍ଟ୍ରେଲିଆର ଜୋ ଡାଓ୍ବିସଙ୍କ ପରେ ସେ ପ୍ରଥମ ବିଦେଶୀ ବୋଲିଂ କୋଚ୍‌ ହେବେ।

ସୂଚନାଯୋଗ୍ୟ, ମୋର୍କେଲ ଭାରତରେ ୫୦ ଓଭର ବିଶ୍ୱକପ୍‌ ପର୍ଯ୍ୟନ୍ତ ପାକିସ୍ତାନର ବୋଲିଂ କୋଚ୍‌ ଦାୟିତ୍ୱ ନିର୍ବାହ କରିଥିଲେ। ଭାରତୀୟ ଦଳ ଏକ ଚାର୍ଟାର୍ଡ ବିମାନ ଯୋଗେ ଜୁଲାଇ ୨୨ରେ ମୁମ୍ବାଇରୁ କଲମ୍ବୋ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ନାୟାର ଓ ଦିଲୀପ ମଧ୍ୟ ଦଳ ସହିତ ଯାଇପାରନ୍ତି। ତେବେ ଡୋସ୍‌ଚେଟ୍‌ ଦଳରେ କେବେ ଯୋଗ ଦେବେ ତାହା ସ୍ପଷ୍ଟ ହୋଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri