ବରଡ଼ା ମାଳଗୋଡ଼ା, ବାଜବାଟି ଖାଦାନରେ ବେଆଇନ ଉତ୍ତୋଳନ

ଯାଜପୁର,୨୫।୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ମହଜୁଦ ଥିବା ମୂଲ୍ୟବାନ କଳାପଥର ଖାଦାନ ଲୁଟ୍‌ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି। କିଛିଦିନର ନୀରବତା ପରେ ବରଡ଼ା ମୌଜାର ଏକ ବଡ଼ ଖାଦାନ ମାଳଗୋଡ଼ାରୁ ଦିନରାତି ବିପୁଳ କଳାପଥର ଉତ୍ତୋଳନ ହେଉଥିବା ସ୍ଥାନୀୟ ଅଞ୍ଚଳବାସୀଙ୍କଠାରୁ ସୂଚନା ମଳିଛି। ଏହାସହ ବାଜବାଟି କଳାପଥର ଖାଦାନରୁ ଅନୁରୂପ ଭାବେ କଳାପଥର ଲୁଟ କରାଯାଇ ନିକଟସ୍ଥ କ୍ରଶରଗୁଡ଼ିକୁ ଚାଲାଣ କରାଯାଉଛି। ଯାଜପୁର ଲଘୁ ଖଣି ବିଭାଗ ପ୍ରାୟଦିନ ପାଟ୍ରୋଲିଂ କରୁଥିଲେ ହେଁ ଏହି ବେଆଇନ କଳାପଥର କାରବାର ଉପରେ ଆଖିବୁଜି ଦେଉଛନ୍ତି। କଳାପଥର ମାଫିଆ ଲଘୁ ଖଣି ବିଭାଗୀୟ ଅଧିକାରୀଙ୍କ ସହ ଅସାଧୁ ଚୁକ୍ତି କରି ରାଜ୍ୟ ସରକାରଙ୍କ ବିପୁଳ କୋଟି ଟଙ୍କାର ରାଜସ୍ବ କ୍ଷତି ଘଟାଉଥିବା ଚର୍ଚ୍ଚା ହେଉଛି।
ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ରହିଥିବା ମୂଲ୍ୟବାନ କଳାପଥର ବା ଗ୍ରାନାଇଟ୍‌ ଏବେ ପ୍ରାୟ ସରିବାକୁ ଯାଉଛି। ଛୋଟବଡ଼ କରି ପ୍ରାୟ ୨୦୦ ଖାଦାନ ମଧ୍ୟରୁ ଏବେ ୮୫ଟି ଖାଦାନ ସରକାରୀ ଭାବେ ରହିଛି। ସେଥିରୁ ଏଯାଏ ପ୍ରାୟ ୩୭ଟି ଖାଦାନ ଲିଜ୍‌ ସୂତ୍ରରେ ଦିଆଯାଇଛି। ବାକି ଅଧିକାଂଶ ଖାଦାନରୁ ବେଆଇନ ଉତ୍ତୋଳନ ହେଉଛି। ଅନ୍ୟପକ୍ଷେ ଯେଉଁଠାରେ ଆଇନ ଅନୁସାରେ କଳାପଥର ଉତ୍ତୋଳନ ପାଇଁ ଅନୁମତି ଦିଆଯାଇଛି, ସେଠାରେ ମଧ୍ୟ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଜରିମାନା ଭୟରେ ସରକାରୀ ଅନୁମତି ଏରିଆଠାରୁ ବାହାର ଖାଦାନରୁ ବିପୁଳ ପରିମାଣର କଳାପଥର ଉତ୍ତୋଳନ କରାଯାଇ କ୍ରଲରଗୁଡ଼ିକୁ ଚାଲାଣ କରାଯାଉଛି। ବିସ୍ଫୋରଣ କରି ଉତ୍ତୋଳନ କରାଯାଉଥିବା ଯୋଗୁ ବେଳେବେଳେ ପାହାଡ଼ ଧସି ଶ୍ରମିକମାନଙ୍କ ଅକାଳ ମୃତ୍ୟୁ ହେଉଥିବା ନଜିର ରହିଛି। ଡଙ୍କାରୀ ପାହାଡ଼ର ବିଏସ୍‌କ୍ୟୁ ନମ୍ବର ୫/୧୦ କଳାପଥର ଖାଦାନରେ ୧୬ା୫ା୨୦୨୪ରେ ଅତଡ଼ା ଖସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହାବାଦ ୨୦୧୭ରୁ ଏଯାଏ ପ୍ରାୟ ୫୦ ଜଣ ଶ୍ରମିକଙ୍କ କଳାପଥର ଖାଦାନରେ ବିଭିନ୍ନ ଦୁର୍ଘଟଣା ଏବଂ ଅବହେଳାରୁ ମୃତ୍ୟୁ ହୋଇଛି। ଏନେଇ ବିଭିନ୍ନ ସମୟରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ମାମଲା ହୋଇଛି। କଳାପଥର ଲୁଟ ଓ ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ହେଉଥିଲେ ବି କିଛି ସୁଫଳ ମିଳି ପାରିନାହିଁ। ଏପରି କି ଡାଇରେକ୍ଟର ଜେନେରାଲ ମାଇନ୍ସ ସେଫ୍‌ଟି (ଡିଜିଏମ୍‌ଏସ୍‌)ର ନିୟମକୁ ଅଣଦେଖା କରି କଳାପଥର ଲୁଟ୍‌ ଚାଲିଛି। ଫଳରେ କେତେଜଶ ପ୍ରଭାବଶାଳୀ ନେତାଙ୍କ ସମର୍ଥକମାନେ କଳାପଥର ବେପାର କରି ମାଲାମାଲ ହେଉଥିବାବେଳେ ନିରୀହ ଶ୍ରମିକଙ୍କ ଜୀବନ ଯାଉଛି।
ମିଳିଥିବା ସୂଚନା ଅନୁସାରେ, ବରଡ଼ା ମୌଜାର ମାଲଗୋଡ଼ାର ୨ଟି ଖାଦାନରୁ କଳାପଥର ଉତ୍ତୋଳନ ପାଇଁ ପ୍ରକାଶ ନାୟକ ନାମକ ଜଣେ ଲିଜ୍‌ଧାରୀଙ୍କୁ ୩ ମାସ ପର୍ଯ୍ୟନ୍ତ କ୍ଷଣସ୍ଥାୟୀ ଅନୁମତି ମିଳିଥିଲା। ଇତିମଧ୍ୟରେ ଉକ୍ତ ଅନୁମତି ସମୟ ସରି ଯାଇଥିବାବେଳେ ବିଭାଗ ପକ୍ଷରୁ ଆଉ ଟ୍ରାନ୍‌ଜିଟ ପାସ୍‌(ଟିପି) ପ୍ରଦାନ କରାଯାଉ ନାହିଁ। ତଥାପି ମାଳଗୋଡ଼ା ଖାଦାନରୁ ଅହରହ ବିପୁଳ କୋଟି ଟଙ୍କାର କଳାପଥର ଲୁଟ ହୋଇଛି। ତେଣୁ ବେଆଇନ କଳାପଥର ଉତ୍ତୋଳନ ଉପରେ ଖଣି ବିଭାଗ କେବେ ମାପଚୁପ କରି ଆବଶ୍ୟକ ଜରିମାନା ସହ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରିବ ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ସେହିପରି ବାଜବାଟି ଖାଦାନରୁ ପ୍ରଚଣ୍ଡ ବିସ୍ଫୋରଣ କରି କଳାପଥର ଉତ୍ତୋଳନ ହେଉଥିବାରୁ ଭୂତଳ ଜଳ ଓ ବାୟୁ ପ୍ରଦୂଷଣ ହେଉଥିବା ଅଭିଯୋଗ ହେଉଛି। ଏଥିଯୋଗୁ ଆଖପାଖ ୧୦ରୁ ଊର୍ଦ୍ଧ୍ୱ ଗ୍ରାମର ବାସିନ୍ଦା କିଡ୍‌ନୀ ରୋଗରେ ଆକ୍ରାନ୍ତ ଥିବା ସୂଚନା ମିଳିଛି।
ଏ ସଂକ୍ରାନ୍ତରେ ଯାଜପୁର ଲଘୁ ଖଣି ବିଭାଗର ଉପ ନିର୍ଦ୍ଦେଶକ(ଡିଡିଏମ) ଜୟ ପ୍ରକାଶ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ନିୟମିତ ଭାବେ ବେଆଇନ କଳାପଥର କାରବାର ଉପରେ ତଦନ୍ତ ଚାଲିଛି। ବରଡ଼ା ଏବଂ ବାଜବାଟିରେ କଳାପଥର ଲୁଟ୍‌ ସଂକ୍ରାନ୍ତରେ ତାଙ୍କ ପାଖରେ ଖବର ନାହିଁ। ଏନେଇ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

ଟି-୨୦ ବିଶ୍ୱକପ୍: ଆଇସିସି କ’ଣ ଭାରତକୁ ବାହାର କରିପାରିଥାନ୍ତା? ନାସର ହୁସେନ୍‌ଙ୍କ ମନ୍ତବ୍ୟକୁ ନେଇ ହଟଚମଟ

ନୂଆଦିଲ୍ଲୀ,୫।୨: ଥମିବାର ନା ନେଉନାହିଁ ଟି-୨୦ ବିଶ୍ୱକପ୍ ବିବାଦ। ଏହାରି ମଧ୍ୟରେ ଏହାକୁ ଆହୁରି ଜଟିଳ ଆତାକୁ ଟାଣି ନେଉଛି ବ୍ୟକ୍ତିବିଶେଷଙ୍କ ବୟାନ। ଏହାରି ମଧ୍ୟରେ ପୂର୍ବତନ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ଭକ୍ତ: କଂଗ୍ରେସରୁ ନିଳମ୍ବିତ ହେଲେ ୩ ସରପଞ୍ଚଙ୍କ ସହ…

ରାୟଗଡା,୫।୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରି ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳା ଆଚରଣ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

ଯୌତୁକ ପାଇଁ ସ୍ବାମୀ ସାଜିଲା ପିଶାଚ, ସ୍ତ୍ରୀଙ୍କୁ ପିଆଇଦେଲେ ବିଷ, ଫେରାର୍‌ ହୋଇଗଲେ…

ଦିଗପହଣ୍ଡି, ୫।୨(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଅଧିକା ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀ(୨୩)ଙ୍କୁ ବୁଧବାର ସ୍ବାମୀ ଓ…

ସ୍କାଉଟ୍‌ସ ଓ ଗାଇଡ୍‌ସ ଶିବିର ଉଦ୍‌ଘାଟିତ: ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡି, ୫ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ୩ ଦିନିଆ ସ୍କାଉଟ୍‌ସ ଓ…

ପାଟଣାବାସୀଙ୍କ ଦୀର୍ଘଦିନର ଦାବି ହେଲା ପୂରଣ, ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ…

ପାଟଣା,୫।୨(ବୀର କିଶୋର ଦାଶ): ଓଡ଼ିଶାରେ ଗୁରୁବାର ୫୭ଟି ନୂତନ ସବ ରେଜିଷ୍ଟ୍ରର କାର୍ଯ୍ୟାଳୟ ଓ “ଆମ ସାଥୀ “ୟୁନିଫାଏଡ ହ୍ବାଟସ ଆପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri