ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ

ପୁରୀ,୧୮ା୭: ଦ୍ୱିତୀୟ ପର୍ଯ୍ୟାୟର ଗୁରୁବାର ଭିତର ରତ୍ନଭଣ୍ଡାର ଖୋଲିଛି ରତ୍ନଭଣ୍ଡାର ତଦାରଖ କମିଟି। ଏହି ଅବସରରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଭିତର ରତ୍ନଭଣ୍ଡାରରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶ୍ରୀନଅରରୁ ଆସି ଗଜପତି ମହାରାଜା ଦକ୍ଷିଣ ଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ।

ରତ୍ନଭଣ୍ଡାର ଖୋଲିବା ପାଇଁ ସରକାର ଗଠନ କରିଥିବା କମିଟିରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ମଧ୍ୟ ଜଣେ ସଦସ୍ୟ ରହିଛନ୍ତି। ତେବେ ନିର୍ଦ୍ଧାରିତ ସମୟ ୯ଟା ୫୧ରେ ଗୁରୁବାର ଦ୍ୱିତୀୟ ଥର ପାଇଁ ଭିତର ରତ୍ନ ଭଣ୍ଡାର ଖୋଲାଯାଇଛି। ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସହ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢୀଙ୍କ ସମେତ ୧୧ଜଣିଆ ଟିମ୍‌ଙ୍କ ଉପସ୍ଥିତିରେ ଭଣ୍ଡାର ଖୋଲାଯାଇଛି। ଏସଓପି ଅନୁସାରେ ରତ୍ନ ଅଳଙ୍କାର ସ୍ଥାନାନ୍ତର ହେବ ବୋଲି ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଦ୍ୱିତୀୟ ଥର ପାଇଁ ଗୁରୁବାର ଖୋଲିଛି। ସେହିପରି ଗୁରୁବାର ସକାଳ ୮ଟା ପରେ ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲାଗିଛି। କେବଳ ଅଧିକୃତ ବ୍ୟକ୍ତି ଓ ସେବା ନିୟୋଜିତ ସେବକମାନେ ମନ୍ଦିର ପ୍ରବେଶ କରିଛନ୍ତି।

ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ପ୍ରଥମେ ରତ୍ନଭଣ୍ଡାର ଖୋଲା ଯାଇଥିଲା। କମିଟି ସଦସ୍ୟମାନେ ବାହାର ରତ୍ନଭଣ୍ଡାର ତାଲା ଭାଙ୍ଗି ରତ୍ନଅଳଙ୍କାର ସ୍ଥାନାନ୍ତର ପାଇଁ ପଦକ୍ଷେପନେଇଥିଲେ। ପରେ ନୂଆ ତାଲା ପକାଇ ସିଲ୍‌ କରିଦେଇଥିଲେ। ତେବେ ସମୟ ଅଭାବରୁ ଭିତର ରତ୍ନଭଣ୍ଡାର ଖୋଲାଯାଇ ନ ଥିଲା। କେବଳ ପୁରୁଣା ତାଲା ଭାଙ୍ଗି ନୂଆ ତାଲା ପକାଇ ବାହାରୁ ଚାଲିଆସିଥିଲେ। ରତ୍ନଅଳଙ୍କାର ସ୍ଥାନାନ୍ତର ହୋଇପାରି ନ ଥିଲା। ତେଣୁ ଗୁରୁବାର ପୁନର୍ବାର ସମାନ ଏସ୍‌ଓପି ଅନୁଯାୟୀ ଭିତର ରତ୍ନଭଣ୍ଡାର ଖୋଲାଯାଇ ଗଚ୍ଛିତ ଅଳଙ୍କାର ଶ୍ରୀମନ୍ଦିର ଖଟଶେଯ ଘରେ ହୋଇଥିବା ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ। ସ୍ନେକ୍‌ ହେଲ୍ପ ଲାଇନ୍‌ ସଦସ୍ୟ, ଓଡ୍ରାଫ ଟିମ୍‌, ଅଗ୍ନିଶମ ବାହିନୀ ଉପସ୍ଥିତ ରହିବେ। ହାଇମାଷ୍ଟ ଲାଇଟ୍‌ ବ୍ୟବସ୍ଥା କରାଯିବ। ସେହିପରି ଏଏସ୍‌ଆଇ ରତ୍ନଭଣ୍ଡାର ମରାମତି ନେଇ ସ୍ଥିତି ଅନୁଧ୍ୟାନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ୟୁରୋପ, ଆମେରିକା ପରେ ଭାରତ ଟାର୍ଗେଟରେ ଏସବୁ ଧନୀ ଦେଶ; ଖୁବଶୀଘ୍ର ହେବ ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ,୫।୨: ଅନେକ ଆଲୋଚନା ପରେ ଭାରତ ୟୁରୋପ, ଆମେରିକା ସହିତ ବାଣିଜ୍ୟ ଚୁକ୍ତି କରିବାରେ ସଫଳ ହୋଇଛି। ଏହି ଚୁକ୍ତି ଭାରତ ଅର୍ଥନୀତି ପାଇଁ ଖୁବ ସୁଯୋଗ…

ସରୁନି ବିସ୍ଥାପିତଙ୍କ ଥଇଥାନ ଦୁଃଖ: ବଢ଼ୁଛି ଅସନ୍ତୋଷ

ମୋହନା,୫।୨(ମନ୍ମଥ ମିଶ୍ର) ଛେଳିଗଡ଼ ପ୍ରକଳ୍ପରେ କ୍ଷତିଗ୍ରସ୍ତ ହୋଇଥିବା ବିସ୍ଥାପିତଙ୍କ ଆଜି ଯାଏ ଥଇଥାନ ହୋଇପାରି ନାହିଁ। ୩ ଦଶନ୍ଧି ଧରି ଚାଲିଛି ବିସ୍ଥାପନ ପ୍ରକ୍ରିୟା। ଚାଷ ଓ…

ଅଶ୍ବିନୀ ବୈଷ୍ଣବଙ୍କୁ ଓଡିଶାରେ ପୁରାଇ ଦେବୁନି..’: ରାଜ୍ୟସଭାରେ ଗର୍ଜିଲେ ମୁନ୍ନା ଖାଁ

ନୂଆଦିଲ୍ଲୀ,୫।୨: ରାଜ୍ୟସଭାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଟାର୍ଗେଟ କରି ଗର୍ଜିଛନ୍ତି ଏମପି ମୁନ୍ନା ଖାଁ। ନବରଙ୍ଗପୁର ଏବଂ ମାଲକାନଗିରି ଜିଲାକୁ ରେଳପଥ ସଂଯୋଗ ପାଇଁ କେନ୍ଦ୍ର ସରକାରଙ୍କ…

ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ଏଣିକି ଆଉ ହଇରାଣ ହେବେନି ଅଞ୍ଚଳବାସୀ

ତୁମୁଡିବନ୍ଧ,୫।୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧରେ ଅଭାସୀ ମାଧ୍ୟମରେ ଗୁରୁବାର ମୁଖ୍ୟମନ୍ତ୍ରୀ ତୁମୁଡିବନ୍ଧ ତହସିଲ କାଯ୍ୟଳୟ ପରିସରରେ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମଟିକୁ…

ତତ୍ପରତା ଦେଖାଇଲା ଜିଲା ପ୍ରଶାସନ, ଜେସିବି ମେଶିନ ସାହାଯ୍ୟରେ ହଟାଗଲା ହମ୍ପସ

ବଞ୍ଚୋ,୫ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଜୀବନରେଖା କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥର କୋଳିମାଟି ଛକ ଦୁର୍ଘଟଣାର ହଟ୍‌ସ୍ପଟ୍‌ ପାଲଟିଛି। ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା…

ଚାଇନା-ରୁଷିଆ-ଆମେରିକାକୁ ପଛରେ ପକାଇ ଏହି ଲିଷ୍ଟ୍‌ରେ ଆଗକୁ ଗଲା ଭାରତ, ଜାଣନ୍ତୁ ପାକିସ୍ତାନ ସ୍ଥିତି କ’ଣ

ନୂଆଦିଲ୍ଲୀ,୫।୨: ବିଶ୍ୱ ବୌଦ୍ଧିକ ଫାଉଣ୍ଡେସନ (WIF) ଦ୍ୱାରା ପ୍ରକାଶିତ ଦାୟିତ୍ୱବାନ ରାଷ୍ଟ୍ର ସୂଚକାଙ୍କ ଦେଶଗୁଡ଼ିକ ଉପରେ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରେ। ଏହି ତାଲିକା ଏକ…

ବଲାଙ୍ଗୀର ସହର ପରିକ୍ରମା କଲେ ଆୟୁର୍ବେଦ ଛାତ୍ରୀଛାତ୍ର, ସୁବର୍ଣ୍ଣ ଜୟନ୍ତୀ ଗେଟକୁ କଳିକେଶ…

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗୁରୁବାର ଉଦଘାଟିତ ହୋଇଛି । ଏହି ଅବସରରେ ବଲାଙ୍ଗୀର ବିଧାୟକ…

ରାଶନକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ: ଏଣିକି ଶସ୍ୟ ବଦଳରେ ମିଳିବ…

ନୂଆଦିଲ୍ଲୀ,୫।୨: ଯଦି ଆପଣଙ୍କର ରାଶନ କାର୍ଡ ଅଛି ଏବଂ ଆପଣ ସରକାରଙ୍କ ମାସିକ ମାଗଣା ରାଶନ ଯୋଜନାର ହିତାଧିକାରୀ, ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri