ବ୍ରାହ୍ମଣବରଣ କଲେ ଗଜପତି

ପୁରୀ,୧୩ା୧(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ଆଦ୍ୟପର୍ବ ୧୨ତାରିଖ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ସନ୍ଧ୍ୟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀନଅରରେ ବ୍ରାହ୍ମଣବରଣ ଓ ଗୁଆଟେକା କରିଛନ୍ତି। ବିଧିବିଧାନ ଅନୁଯାୟୀ ଗଜପତି ମହାରାଜା ରାଜଗୁରୁଙ୍କୁ ଗୁଆ ଟେକିବା ସହ ବରଣ କରିଥିଲେ। ନୀତି ସମ୍ପନ୍ନ କରିବା ପରେ ଗଜପତି ମହାରାଜା ଶ୍ରୀନଅରରେ ବ୍ରାହ୍ମଣମାନଙ୍କ ସହ ପ୍ରକଳ୍ପର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ପରେ ବରଣ ହୋଇଥିବା ବ୍ରାହ୍ମଣମାନେ ଯଜ୍ଞସ୍ଥଳକୁ ଯାଇ ଅଙ୍କୁରାରୋପଣ କରିଥିଲେ। ସେହିପରି ଶନିବାର ପୂର୍ବାହ୍ନ ୧୧ଟାରୁ ରାତି ୮ଟା ଯାଏଁ ଅଙ୍କୁରପୂଜନ ହେବ। ୧୪ ତାରିଖରେ ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ୱଜାସ୍ଥାପନ ଓ ତୋରଣ ସ୍ଥାପନ ହେବ। ୧୫ତାରିଖ ସକାଳ ସାଢ଼େ ୭ଟାରୁ ଅପରାହ୍ନ ୧ଟା ମଧ୍ୟରେ ଅଖଣ୍ଡଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ ଓ ମଣ୍ଡଳପୂଜନ ହେବ। ଏହାସହ ଶ୍ରୀମନ୍ଦିର ଚାରିଦୁଆରରେ ବେଦ ପାରାୟଣ ଓ ଅନ୍ତଃପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ହେବ। ୧୬ରେ ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ମଣ୍ଡଳପୂଜା, ପୁଷ୍ପାଞ୍ଜଳି, ଆରତୀ, ହବନ ଓ ସଂକୀର୍ତ୍ତନ ହେବ। ୧୭ ତାରିଖ ବୁଧବାର ସକାଳ ୭ଟାରୁ ପୂଜା ଓ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହେବ। ଅପରାହ୍ନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ଶୁଭ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ଲୋକାର୍ପଣ କରିବେ। ଏହାପରେ ଦିନ ୧ଟା ୩୦ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଯଜ୍ଞ ପୂର୍ଣ୍ଣାହୁତି ଦେବେ। ଅପରାହ୍ନ ୩ଟା ପରେ ପରିକ୍ରମା ମାର୍ଗକୁ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଉନ୍ମୁକ୍ତ କରାଯିବ ବୋଲି ସୂଚନା ରହିଛି।
ଗଜପତିଙ୍କ ଦ୍ୱାରା ଗୁଆଟେକା ଓ ଆଚାର୍ଯ୍ୟବରଣ ପରେ ବରଣ ହୋଇଥିବା ଆଚାର୍ଯ୍ୟମାନେ ଯଜ୍ଞରେ ସହାୟତା କରିବେ। ଶ୍ରୀମନ୍ଦିରର ଏହି ପ୍ରତିଷ୍ଠା କାର୍ଯ୍ୟ ଯେପରି ବୈଦିକ ପରମ୍ପରା ଅନୁସାରେ ହେବ ଏବଂ ସାରା ବିଶ୍ୱ ଯେପରି ଓଡ଼ିଶାର କଳା, ନୈପୁଣ୍ୟକୁ ଦେଖିବା ସହ ରୀତି, ନୀତି, କଳା, ସଂସ୍କୃତି ଓ ପରମ୍ପରାକୁ ଦେଖିବ ସେ ବିଷୟରେ ଗଜପତି ଗୁରୁତ୍ୱ ଦେଇଛନ୍ତି। ଯଜ୍ଞ ସହ ଚାରିଦ୍ୱାରରେ ବେଦପାଠ କରାଯିବ। ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଯେପରି ୩୩ କୋଟି ଦେବଦେବୀ ଦର୍ଶନ କରିବାକୁ ଆସିଥାନ୍ତି ଠିକ୍‌ ସେହିଭଳି ବେଦପାଠ ସମୟରେ ଦେବଦେବୀମାନେ ଉପସ୍ଥିତ ହେବେ। ଓଡ଼ିଶାର ଜନସାଧାରଣ ମଧ୍ୟ କାର୍ଯ୍ୟରେ ଯୋଗଦେବେ। ସମସ୍ତଙ୍କ ଉପସ୍ଥିତି ଓ ସହଯୋଗର କାମନା କରାଯାଉଛି। ଦୀର୍ଘ ୭୦୦ ବର୍ଷ ପରେ ଏଭଳି ଏକ ରୂପାନ୍ତରିତ କାର୍ଯ୍ୟ କରାଯାଉଛି, ଯାହାକୁ ଇତିହାସ ମନେରଖିବ ବୋଲି ଗଜପତି କହିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପରିକ୍ରମା କାର୍ଯ୍ୟକୁ ରାମସେତୁ ସହ ତୁଳନା କରିଛନ୍ତି। ରାମସେତୁ ନିର୍ମାଣ କରିବା ସମୟରେ ଯେପରି ବାନରଠାରୁ ଭଲ୍ଲୁକ ଏପରିକି ଗୁଣ୍ଡୁଚି ମୂଷା ଓ ସମସ୍ତଙ୍କ ସହଯୋଗ ରହିଥିଲା, ଠିକ୍‌ ସେହିପରି ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ବହୁ ଲୋକଙ୍କ ଆମତ୍ବଳି ରହିଛି। ଉତ୍ସର୍ଗ, ବଳିଦାନ, ସମର୍ପଣ ଓ ତ୍ୟାଗ ରହିଛି। ତେଣୁ ସମସ୍ତଙ୍କୁ ଇତିହାସ ମନେରଖିବ। ୧୭ ତାରିଖ ଦିନ ଜନସାଧାରଣଙ୍କ ଲାଇଭ୍‌ କାର୍ଯ୍ୟକ୍ରମ କରାଯିବ। ବେଦପାଠ ଓ ଯଜ୍ଞ କାର୍ଯ୍ୟରେ ୧୦୮ ବ୍ରାହ୍ମଣ ଉପସ୍ଥିତ ରହି କାର୍ଯ୍ୟ କରାଯିବ। ଗଜପତି ମହାରାଜାଙ୍କ ପ୍ରତିନିଧି ଭାବରେ ରାଜଗୁରୁ ରହି କାର୍ଯ୍ୟ ପରିଚାଳନା କରିବେ ବୋଲି ଦାସ କହିଛନ୍ତି। ସେହିପରି ବ୍ରାହ୍ମଣ ବିଶ୍ୱମ୍ବର ଦାଶ କହିଛନ୍ତି, ବ୍ରାହ୍ମଣବରଣ ସହ ଯଜ୍ଞର ପ୍ରଥମ କାର୍ଯ୍ୟ ଆରମ୍ଭ ହୋଇଛି। ଯଜ୍ଞମଣ୍ଡପ, ଅଙ୍କୁରାରୋପଣ ମଣ୍ଡପ ଓ ବ୍ରାହ୍ମଣମାନେ ପ୍ରସ୍ତୁତ ରହିଛନ୍ତି। ଗଜପତି ମହାରାଜା ବ୍ରାହ୍ମଣବରଣ କରିଛନ୍ତି। ତେବେ ସକାଳୁ ଶ୍ରୀନଅରରେ ବିଭିନ୍ନ ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀନଅରରେ ଜଗପତି ମହାରାଜାଙ୍କ ପଇତାଲାଗି କରାଯାଇଥିଲା। ସେହିପରି ସନ୍ଧ୍ୟାରେ ସିଂହାସନ ଉପରେ ମଙ୍ଗଳାଅର୍ପଣ ନୀତି ରାଜଗୁରୁଙ୍କ ଦ୍ୱାରା ସମ୍ପନ୍ନ କରାଯାଇଛି। ବେଦ ପାଠ କରାଯାଇଥିଲା। ଗଜପତି ମହାରାଜା ବରଣ କରିବା ପରେ ରାଜଗୁରୁ ୮ଜଣ ବ୍ରାହ୍ମଣଙ୍କୁ ବରଣ କରିଥିଲେ, ଯେଉଁମାନେ ଯଜ୍ଞ କରିବେ। ତେବେ ସମୁଦାୟ ୪୮ଜଣ ବ୍ରାହ୍ମଣଙ୍କୁ ବରଣ କରାଯାଇଛି। ସେମାନଙ୍କୁ ବିଭିନ୍ନ ପଦପଦବୀ ପ୍ରଦାନ କରାଯାଇଛି। ଏହାପରେ ଅଙ୍କୁରାରୋପଣ କରାଯାଇଥିବା ନେଇ ପଣ୍ଡିତ ବିଶ୍ୱମ୍ବର ଦାଶ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୋରଡ଼ା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଘନଘନ ବୈଠକ, ମିଶ୍ରଣ ପର୍ବ

ମୋରଡ଼ା,୨୭ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ମୋରଡ଼ା ନିର୍ବାଚନମଣ୍ଡଳୀ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳ...

ବାସନ ମାଜୁଥିବା ବେଳେ ଟଳିପଡ଼ିଲେ ବୃଦ୍ଧା, ଅଂଶୁଘାତ ଆଶଙ୍କା

ରାୟଗଡ଼ା/ଟିକିରି,୨୭ା୪(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତର ଜଣେ ବୃଦ୍ଧା ବାସନ ମାଜୁଥିବା ସମୟରେ ଟଳି ପଡ଼ିଥିଲେ। ମୃତ...

ସମୀର ଦାସଙ୍କୁ ନେଇ ଆସିଲା ବଡ଼ ଖବର, ସମର୍ଥକ କହିଲେ ଟିକେଟ ଦିଅ ନ ହେଲେ ଦଳ ଛାଡ଼ିବୁ

ଭୁବନେଶ୍ୱର,୨୭।୪: ବିଧାୟକ ସମୀର ଦାଶଙ୍କ ଟିକେଟ କଟିବା ପରେ ସରଗରମ ନିମାପଡା ରାଜନୀତି । ସମର୍ଥକଙ୍କୁ ନେଇ ମେଳି ବାନ୍ଧୁଛନ୍ତି ସମୀର । ୩୦ ତାରିଖ...

ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ୪୪ ଟପିଲା

ଭୁବନେଶ୍ୱର,୨୭।୪: ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ତତଲା କଡେଇରେ  ଭାଜି ହେବା ସହ ରାଜଧାନୀବାସୀ ଶନିବାର ପ୍ରବଳ ତାତିରେ ଆକ୍ତାମାକ୍ତା ହୋଇଛନ୍ତି।...

ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକଙ୍କ ପଦଯାତ୍ରା

କେସିଙ୍ଗା,୨୭।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ବାଲସି ଗ୍ରାମ ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ଦଳର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକ ଶନିବାର...

କଟକ-ଭୁବନେଶ୍ୱରକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୭।୪: ତାତିରୁ ନିସ୍ତାର ନାହିଁ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଶନିବାର ଲାଗି କଟକ-ଭୁବନେଶ୍ୱର(ଟୁଇନ୍‌ ସିଟି)କୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏଠାରେ...

ବିଜେଡି ଛାଡ଼ିବା ସଙ୍କେତ ଦେଲେ ସମୀର !

ନିମାପଡ଼ା,୨୭।୪: ନିମାପଡ଼ା ବିଧାନସଭା ଆସନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ହେଲେ ଏଯାଏ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀ ଦିଲୀପ ନାୟକ ପ୍ରଚାର...

‘ଓଡ଼ିଶାରେ କେବଳ ନବୀନ ଇଞ୍ଜିନ ଚାଲିବ’

ନୂଆପଡା,୨୭।୪: ଓଡିଶାରେ ଚାଲିବ କେବଳ ନବୀନ ଇଞ୍ଜିନ । ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri