୩୧ ମଣ୍ଡପରେ ପୂଜାପାଇବେ ଗଜଲକ୍ଷ୍ମୀ

ଖୋର୍ଦ୍ଧା ଅଫିସ,୧୬ା୯: ଦୁଇ ବର୍ଷ ପରେ ବିନା କଟକଣାରେ ହେବ ଗଜଲକ୍ଷ୍ମୀ ପୂଜା। ଓଡ଼ିଶାର ଢେଙ୍କାନାଳ ପରେ ଖୋର୍ଦ୍ଧା ସହରରେ ଆଡ଼ମ୍ବରରେ ପାଳିତ ହୋଇଥାଏ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା। ଏଥିଲାଗି ସମସ୍ତ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶାନ୍ତିଶୃଙ୍ଖଳାର ସହ ଗଜଲକ୍ଷ୍ମୀ ପୂଜା ଆୟୋଜନ ହେବ ସେନେଇ ଖୋର୍ଦ୍ଧା ବ୍ୟବସାୟୀ ମହାସଂଘ ଆନୁକୂଲ୍ୟରେ ସ୍ଥାନୀୟ ପୂର୍ତ୍ତବଙ୍ଗଳାଠାରେ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବେଗୁନିଆ ବିଧାୟକ ତଥା ବ୍ୟବସାୟୀ ମହାସଂଘ ସଭାପତି ରାଜେନ୍ଦ୍ର ସାହୁ ଏଥିରେ ଅଧ୍ୟକ୍ଷତା କରି ବ୍ୟବସ୍ଥିତ ଢଙ୍ଗରେ ପୂଜା ଆୟୋଜନ ନେଇ ଗୁରୁତ୍ୱାରୋପ କରିଥିଲେ। ଚଳିତବର୍ଷ ୩୧ଟି ପୂଜା ମଣ୍ଡପରେ ମା’ଗଜଲକ୍ଷ୍ମୀଙ୍କ ପୂଜା ଆୟୋଜନ ହେବ। ଏଥର ଆକର୍ଷଣୀୟ ସାଜସଜ୍ଜା, ତୋରଣ, ଲାଇଟଗେଟ, ଆଲୋକମାଳାରେ ଝଲସିବ ଖୋର୍ଦ୍ଧା ସହର। ଗତ ୨୦୦୫ରୁ ମିଳିତ ଗଜଲକ୍ଷ୍ମୀ ଭସାଣି ଉତ୍ସବ ଆୟୋଜିତ ହୋଇ ଆସୁଛି। ଚଳିତବର୍ଷ ୧୮ତମ ସାମୁହିକ ଭସାଣି ଉତ୍ସବ କରାଯିବ। ଭସାଣି ଉତ୍ସବକୁ ଅଧିକ ଆକର୍ଷିତ କରାଯିବା ନେଇ ସ୍ଥିର ହୋଇଛି।
ନଭେମ୍ବର ୯ରୁ ୧୫ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ପୂଜାମଣ୍ଡପରେ ପୂଜା ପାଇବେ ଧନଲକ୍ଷ୍ମୀ। ୧୬ତାରିଖ ଅପରାହ୍ନ ୨ଟାରୁ ପୂଜା କମିଟି ପ୍ରତିମୂର୍ତ୍ତି ଧରି ପଟୁଆରରେ ଅପରାହ୍ନ ୫ଟା ସୁଦ୍ଧା ବିଜେବି ହାଇସ୍କୁଲ ପଡିଆରେ ପହଞ୍ଚିବେ। ସେଠାରୁ ଏକାଠି ହୋଇ ଟ୍ରାଫିକ ଛକ, ପୁରୁଣା ବସଷ୍ଟାଣ୍ଡ, ସମବାୟ ଛକ, ନୂଆବସଷ୍ଟାଣ୍ଡ, ଟିଏଲସି ଦେଇ ପୌର ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଥିବା ଅସ୍ଥାୟୀ ପୋଖରୀ ଏବଂ ଟିଏଲସି ଖଣି ପୋଖରୀରେ ବିସର୍ଜନ କରାଯିବ। ସମସ୍ତ ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବ୍ୟବସାୟୀ ସଂଘ ଏବଂ ଜିଲା ପ୍ରଶାସନ ପକ୍ଷରୁ ମିଳିତ ଆନୁକୂଲ୍ୟରେ ଶୃଙ୍ଖଳିତ ପୂଜାମଣ୍ଡପ, ସାଜସଜ୍ଜା ଏବଂ ସୁନ୍ଦର ପ୍ରତିମୂର୍ତ୍ତିକୁ ପୁରସ୍କୃତ କରାଯିବ। ଏଥିସହିତ ସମସ୍ତ ପୂଜା କମିଟି ସଭାପତି ଓ ସମ୍ପାଦକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି। ପୂଜା ଆୟୋଜନ ପୂର୍ବରୁ ସଡକ, ଡ୍ରେନ, ପରିମଳ, ସର୍ବସାଧାରଣ ଶୌଚାଳୟ ପରି ଭତ୍ତିଭୂମି ସହ ଖାଦ୍ୟ ନିରାପତ୍ତା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ସହରରେ ଏକାଧିକ ଡ୍ରେନ ମୁକୁଳା ପଡିଥିବା ବେଳେ ଅନେକ ସ୍ଥାନରେ ରାସ୍ତା ନିର୍ମାଣ ପାଇଁ ଖୋଳାଯାଇଛି। ପୂଜା ଆୟୋଜନ ସମୟରେ ଯେପରି କୌଣସି ଅସୁବିଧା ନ ହୁଏ, ତାହାକୁ ନଜରରେ ରଖି ରାସ୍ତା ମରାମତି, ଷ୍ଟ୍ରିଟ ଲାଇଟ ମରାମତି, ଅନାବଶ୍ୟକ ଗଛକଟା ଯିବା ଲାଗି ପୌର ପ୍ରଶାସନକୁ ଅନୁରୋଧ କରାଯିବ। ପୌର ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଥିବା ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ। ପୂଜା ମଣ୍ଡପରେ ଯେପରି କୌଣସି ଅଘଟଣ ନଘଟିବ, ସେଥିପ୍ରତି ଗୁରୁତ୍ୱ ଦିଆଯିବ। ଚଳିତବର୍ଷ ପୂଜାମଣ୍ଡପରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ପୂଜା ମଣ୍ଡପ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ, ଭିଡ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେବେ। ଯେପରି କୌଣସି ବିଶୃଙ୍ଖଳା ନ ହେବ ସେଥିପ୍ରତି ସମସ୍ତଙ୍କ ଉତ୍ତରଦାୟିତ୍ୱ ରହିଛି ବୋଲି ବିଧାୟକ ସାହୁ ପରାମର୍ଶ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମଦନ ମୋହନ ରାମ ଓ କମିଟି ସମ୍ପାଦକ ଜୟନ୍ତ ରାୟ ପ୍ରମୁଖ ମଞ୍ଚାସୀନ ଥିଲେ। ୩୧ଟି ଗଜଲକ୍ଷ୍ମୀ ପୂଜା କମିଟିର ସଭାପତି, ସମ୍ପାଦକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri