ଭବାନୀପାଟଣା,୨୮ା୧୦(ଉତ୍ତମ କୁମାର ଦାଶ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କଳାହାଣ୍ଡି ଜିଲାରେ ବୁଧବାର ମଧ୍ୟାହ୍ନରୁ ବର୍ଷା ଓ ପବନ ଲାଗି ରହିଛି। ଏହାରି ଭିତରେ ଜୁନାଗଡ଼ ସହର ବଡ଼ପଡା ଛକ ଓ ପୋଲିସ ଷ୍ଟେଶନ ନିକଟ ଜାତୀୟ ରାଜପଥ ୨୬ (କ)ରେ ଚାଲୁଥିବା ଗଜଲକ୍ଷ୍ମୀ ପୂଜାର ଗେଟ୍ ପବନରେ ହଠାତ୍ ଭାଙ୍ଗି ଯାଇ ରାସ୍ତାରେ ପଡ଼ିଯାଇଛି।
ଫଳରେ ଏହି ସମୟରେ ଯାଉଥିବା ଏକ ଓଟୋ,କାର୍,ବୋଲେରୋ ଗେଟ୍ ତଳେ ଚାପି ହୋଇଯାଇଛି। ଏହି ରାସ୍ତାରେ ବର୍ତ୍ତମାନ ଯାତାୟାତ ଠପ୍ ହୋଇପଡ଼ିଛି। ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଥିବାବେଳେ ବର୍ତ୍ତମାନ ବି ଅଞ୍ଚଳରେ ଜୋର ବର୍ଷା ସହ ପବନ ଜାରି ରହିଛି।