ସ୍ବାୟତ୍ତତା ପ୍ରାପ୍ତି

ଭାରତର ସେଣ୍ଟ୍ରାଲ ଆର୍ମଡ୍‌ ପୋଲିସ ଫୋର୍ସେସ୍‌ (ସିଏପିଏଫଏସ୍‌୍‌) ବା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର ଅଧିକାରୀମାନେ ଅନେକ ବର୍ଷ ଧରି ଗୁରୁତ୍ୱପୂର୍ଣ୍ଣ ପଦବୀ ନ ପାଇ ଅସନ୍ତୁଷ୍ଟ ରହିଛନ୍ତି। ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌, ସିଆଇଏସ୍‌ଏଫ୍‌ ଏବଂ ଅନ୍ୟ ସବୁ ଫୋର୍ସର ଶୀର୍ଷ ପଦବୀଗୁଡ଼ିକରେ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଧିକାରୀମାନେ ଆଧିପତ୍ୟ ବିସ୍ତାର କରି ଆସିଛନ୍ତି। ସେମାନଙ୍କୁ ରାଜ୍ୟ କ୍ୟାଡରରୁ ଅଣାଯାଇ ନିଯୁକ୍ତ କରାଯାଉଥିବାବେଳେ ସିଏପିଏଫରେ ଥିବା ସମାନ ଯୋଗ୍ୟତା ସମ୍ପନ୍ନ ଅଧିକାରୀଙ୍କ କ୍ୟାରିୟର ଅଟକି ଯିବା ସେମାନେ ଲକ୍ଷ୍ୟ କରୁଛନ୍ତି। ତେବେ ସୁପ୍ରିମକୋର୍ଟ ଏହାର ମେ’୨୦୨୫ ରାୟର ପୁନର୍ବିଚାର କରିବା କେନ୍ଦ୍ର କରିଥିବା ଆବେଦନକୁ ଅସ୍ବୀକାର କରିଛନ୍ତି, ଯେଉଁଥିରେ ସିଏପିଏଫଏସ୍‌୍‌ରେ ଆଇପିଏସ୍‌ ଡେପୁଟେଶନକୁ ପର୍ଯ୍ୟାୟକ୍ରମେ ୨ ବର୍ଷ ହ୍ରାସ କରିବାକୁ କୁହାଯାଇଥିଲା। ସିଏପିଏଫ୍‌କୁ ସଙ୍ଗଠିତ ଗ୍ରୁପ-ଏ ସର୍ଭିସ ବୋଲି ରାୟରେ କୁହାଯିବା ସହ ଦୀର୍ଘଦିନରୁ ମନା କରାଯାଇ ଆସୁଥିବା ନନ୍‌ ଫଙ୍କ୍‌ଶନାଲ ଫାଇନାନ୍ସିଆଲ ଅପଗ୍ରେଡେଶନ(ଏନଏଫ୍‌ଏଫ୍‌ୟୁ) ଓ ବ୍ୟବସ୍ଥାଗତ କ୍ୟାରିୟର ଅଗ୍ରଗତିକୁ ଅନୁମତି ଦେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ବିିଷୟ ହେଉଛି, ରାୟରେ ସେମାନଙ୍କ ନେତୃତ୍ୱ ସ୍ତରୀୟ ପଦବୀଗୁଡ଼ିକର ଗରିମା ପୁନଃସ୍ଥାପିତ କରାଯାଇଛି। ଏହି ସ୍ତରରେ ଥିବା ମହିଳା ଏବଂ ପୁରୁଷ ଅଧିକାରୀମାନେ ରାଜ୍ୟ ସଚିବାଳୟର କନ୍‌ଫରେନ୍ସ ହଲ୍‌ ବଦଳରେ ସୀମା ଓ ମାଓବାଦୀ ପ୍ରବଣ ଅଞ୍ଚଳରେ ଅନେକ ଦଶନ୍ଧି ଧରି କାମ କରିଆସିଛନ୍ତି ବୋଲି ଦର୍ଶାଯାଇଛି। ଅବଶ୍ୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ (ଏମ୍‌ଏଚ୍‌ଏ)ଏହା କରିବାକୁ ଅନିଚ୍ଛା ପ୍ରକାଶ କରୁଛି। କିନ୍ତୁ ସୁପ୍ରିମକୋର୍ଟ ପୁନର୍ବିଚାର ଆବେଦନକୁ ରଦ୍ଦ କରିଥିବାରୁ ଏମ୍‌ଏଚ୍‌ଏ ଆଉ ନାରାଜ ନ ହୋଇ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଆରମ୍ଭ କରୁ। କହିବାକୁ ଗଲେ ଅର୍ଦ୍ଧ ସାମରିକ ବଳଗୁଡ଼ିକ ସେମାନଙ୍କ ସ୍ବାୟତ୍ତତା ପାଇଛନ୍ତି।
ପଦବୀ ପୂରଣ ହେଉନି
ଅଜୟ ସେଠ୍‌ ନର୍ଥ ବ୍ଲକରୁ ଇନସ୍ୟୁରାନ୍ସ ରେଗୁଲେଟୋରି ଆଣ୍ଡ ଡେଭଲପମେଣ୍ଟ ଅଥରଟି ଅଫ୍‌ ଇଣ୍ଡିଆ(ଆଇଆର୍‌ଡିଏଆଇ)କୁ ଯିବା ୪ ମାସ ହୋଇଗଲାଣି, ତଥାପି ଅର୍ଥ ସଚିବ ପଦବୀ ଖାଲି ପଡ଼ିଛି। ସଂସ୍କାରଠାରୁ ଆରମ୍ଭ କରି ଟିକସୀକରଣ ପର୍ଯ୍ୟନ୍ତ ସବୁକିଛି ସଞ୍ଚାଳନ କରୁଥିବା ଏକ ମନ୍ତ୍ରଣାଳୟ ଏବେ ବିନା ନେତୃତ୍ୱରେ ଚାଲୁଛି। ରାଜସ୍ବ, ବ୍ୟୟ, ଅର୍ଥନୈତିକ ବ୍ୟାପାର, ବିତ୍ତୀୟ ସେବା, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ଡିଆଇପିଏଏମ୍‌ ଭଳି ୬ଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସମନ୍ବୟ ରକ୍ଷା କରୁଥିବା ବ୍ୟକ୍ତି ଜଣକ ନ ଥିବାରୁ ସେସବୁ ନିଜ ଇଚ୍ଛାରେ ଚାଲିଛି। କ୍ୟାବିନେଟ ସଚିବ ଟି.ଭି. ସୋମନାଥନ ଏବେ ଦୁଇଟି ଦାୟିତ୍ୱ ସମ୍ଭାଳୁଥିବା କୁହାଯାଉଛି। ତେବେ ବଜେଟ ସମୟ ଶୀଘ୍ର ପାଖେଇ ଆସୁଥିବାରୁ ପଦବୀ ଖାଲି ରହିବା ଅତ୍ୟନ୍ତ ସମସ୍ୟାଜନକ । ଅର୍ଥ ସଚିବ କେବଳ ଏକ ପଦବୀ ନୁହେଁ, ଏହା ମନ୍ତ୍ରଣାଳୟଗୁଡ଼ିକ ସ୍ନାୟୁକେନ୍ଦ୍ର, ଯାହା ସମନ୍ବୟ, ଶୃଙ୍ଖଳା ଏବଂ ନୀତିଗତ ସୁସଙ୍ଗତି ନିଶ୍ଚିତ କରିଥାଏ। ଏଣୁ ଅର୍ଥ ସଚିବଙ୍କ ବିନା ଆନ୍ତଃ ମନ୍ତ୍ରଣାଳୟ ସମନ୍ବୟରେ ଅଧୋଗତି ନିଶ୍ଚିତ। ପ୍ରତ୍ୟେକ ବିଭାଗ ସେମାନଙ୍କ ନିଜସ୍ବ ଲକ୍ଷ୍ୟ ହାସଲ କରିବାକୁ କାମ କରୁଛନ୍ତି । ହେଲେ ବହୁପୂର୍ବରୁ, ବିନା ସଞ୍ଚାଳକରେ ବା ନେତୃତ୍ୱରେ ମନ୍ତ୍ରଣାଳୟ ଚାଲୁଛି। ଏପରିକି ଜଣେ ବ୍ୟକ୍ତି ଅନେକ ଦାୟିତ୍ୱ ତୁଲାଉଛନ୍ତି। ମାର୍କେଟ, ରେଟିଂ ଏଜେନ୍ସି ଓ ବୈଶ୍ୱିକ ସଂସ୍ଥାଗୁଡ଼ିକ ସଞ୍ଚାଳନ ବା ଯୋଗାଯୋଗର ଏଭଳି ଅଭାବକୁ ଲକ୍ଷ୍ୟ କରୁଛନ୍ତି। ଜଣେ ବିତ୍ତୀୟ ନେତାଙ୍କ ଅନୁପସ୍ଥିତି ଶୀର୍ଷ ସ୍ତରରେ ନିଷ୍ପତ୍ତିର ଅଭାବକୁ ସୂଚିତ କରୁଛି।
ନେଣଦେଣ ସଂସ୍କୃତି
ରାଜସ୍ଥାନର ଜଣେ ଅଧିକାରୀଙ୍କ ସ୍ତ୍ରୀ ଏକ ଘରୋଇ କମ୍ପାନୀଠାରୁ ୩୭.୫୪ ଲକ୍ଷ ଟଙ୍କା ନେଇଥିବା ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡ଼ିଛି। ଏହା ଭାରତର ଅମଲାତାନ୍ତ୍ରିକର ତଥାକଥିତ ସ୍ବଚ୍ଛ ଆବରଣ ତଳେ ଚାଲିଥିବା ଅନିୟମିତତାକୁ ସାମ୍ନାକୁ ଆଣିଛି। ଆମେ ସାଧାରଣତଃ ‘ଦକ୍ଷ ପ୍ରଶାସନ’ ଏବଂ ‘ଉତ୍ତମ ଶାସନ’ ବିଷୟରେ କହିଥାଉ, କିନ୍ତୁ ବାସ୍ତବରେ ତାହା ବହୁସମୟରେ ଏକ ଘରୋଇ କ୍ଲବଠାରୁ ଅଧିକ ମନେହୁଏ, ଯେଉଁଠି ନୀତି ଓ ଉତ୍ତରଦାୟିତ୍ୱ ତୁଳନାରେ ସୁବିଧାସୁଯୋଗକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଅନେକ ଅଧିକାରୀ ବିପଦକୁ ଖାତିର ନ କରି ଘରୋଇ କମ୍ପାନୀଗୁଡ଼ିକଠାରୁ ମୋଟା ଅଙ୍କର ଅର୍ଥ ନେଉଛନ୍ତି। ବାବୁମାନେ ଲୋକଙ୍କ ସେବା ପାଇଁ ଅଛନ୍ତି, କର୍ପୋରେଟକୁ ସହଯୋଗ କରି ଅର୍ଥ ରୋଜଗାର କରିବାକୁ ନିଯୁକ୍ତ ହୋଇନାହାନ୍ତି। ତଥାପି ପ୍ରଶାସନିକ ବ୍ୟବସ୍ଥାର ନୈତିକ ମାନଦଣ୍ଡ ସବୁବେଳେ କ୍ଷମତା ଓ ପ୍ରଭାବ ଆଡକୁ ମୁହଁାଉଛି। ଏବେ ସ୍ବଚ୍ଛତାର ଗୁରୁତ୍ୱ ରହୁନାହିଁ। ଅନିୟମିତତା ଉପରେ ତଦନ୍ତ ଘୋଷଣା ହେଉଛି, ବିଳମ୍ବରେ ରିପୋର୍ଟ ପ୍ରକାଶ ପାଉଛି। ଆମେ ଡିଜିଟାଇଜେଶନ , ଇ-ଗଭର୍ନାନ୍ସ ଓ ଉତ୍ତରଦାୟିତ୍ୱ ସମ୍ପର୍କରେ ବହୁତ କଥା ଶୁଣୁଛୁ; କିନ୍ତୁ ରୁଦ୍ଧଦ୍ୱାର ପ୍ରଚ୍ଛଦରେ ବାସ୍ତବରେ ଗୋପନୀୟ ନେଣଦେଣର ସଂସ୍କୃତି ରହିଛି। ଅନେକ ସଚ୍ଚୋଟ ଅଧିକାରୀ ଗମ୍ଭୀରତାର ସହ ସେମାନଙ୍କ କର୍ତ୍ତବ୍ୟ କରୁଥିବାବେଳେ ଏଭଳି ଘଟଣା ଅତ୍ୟନ୍ତ ଅପମାନଜନକ ଏବଂ ସେମାନଙ୍କୁ ହତୋତ୍ସାହିତ କରୁଛି। ପ୍ରଶାସନିକ ଖ୍ୟାତିରେ ଏହା ବ୍ୟାପକ କ୍ଷତି ପହଞ୍ଚାଉଛି। ଭାରତ ସ୍ବଚ୍ଛ ଶାସନର ସ୍ଥିତି ଜଣାଇଦେବାକୁ ଚାହଁୁଛି, ହେଲେ ଅମଲାତାନ୍ତ୍ରିକ ବ୍ୟବସ୍ଥାରେ ନେଣଦେଣକୁ ଦେଖିଲେ ମନ ଭାଙ୍ଗିଯାଉଛି। ବିଶ୍ୱ ସବୁ ଦେଖୁଛି। ନିବେଶକ ଏବଂ ନାଗରିକମାନେ ମଧ୍ୟ ଏହା ଲକ୍ଷ୍ୟ କରୁଛନ୍ତି। ରାଜସ୍ଥାନ ଘଟଣା ଏକ ନମୁନା ମାତ୍ର, ଏଭଳି ଅନେକ ଘଟଣା ଘଟିଚାଲିଛି। ଯଦି ସରକାର ଅଧିକ ଆଶାବାଦୀ ହେବାକୁ ଚାହଁୁଛନ୍ତି, ତେବେ ସ୍ଲୋଗାନ ଓ ଉତ୍ସବକୁ ଛାଡ଼ି ପ୍ରକୃତ ଉତ୍ତରଦାୟିତ୍ୱ ଆଡ଼କୁ ଗତି କରିବା ଦରକାର।
Email: dilipcherian@gmail.com

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri