ସ୍ବାୟତ୍ତତା ପ୍ରାପ୍ତି

ଭାରତର ସେଣ୍ଟ୍ରାଲ ଆର୍ମଡ୍‌ ପୋଲିସ ଫୋର୍ସେସ୍‌ (ସିଏପିଏଫଏସ୍‌୍‌) ବା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର ଅଧିକାରୀମାନେ ଅନେକ ବର୍ଷ ଧରି ଗୁରୁତ୍ୱପୂର୍ଣ୍ଣ ପଦବୀ ନ ପାଇ ଅସନ୍ତୁଷ୍ଟ ରହିଛନ୍ତି। ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌, ସିଆଇଏସ୍‌ଏଫ୍‌ ଏବଂ ଅନ୍ୟ ସବୁ ଫୋର୍ସର ଶୀର୍ଷ ପଦବୀଗୁଡ଼ିକରେ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଧିକାରୀମାନେ ଆଧିପତ୍ୟ ବିସ୍ତାର କରି ଆସିଛନ୍ତି। ସେମାନଙ୍କୁ ରାଜ୍ୟ କ୍ୟାଡରରୁ ଅଣାଯାଇ ନିଯୁକ୍ତ କରାଯାଉଥିବାବେଳେ ସିଏପିଏଫରେ ଥିବା ସମାନ ଯୋଗ୍ୟତା ସମ୍ପନ୍ନ ଅଧିକାରୀଙ୍କ କ୍ୟାରିୟର ଅଟକି ଯିବା ସେମାନେ ଲକ୍ଷ୍ୟ କରୁଛନ୍ତି। ତେବେ ସୁପ୍ରିମକୋର୍ଟ ଏହାର ମେ’୨୦୨୫ ରାୟର ପୁନର୍ବିଚାର କରିବା କେନ୍ଦ୍ର କରିଥିବା ଆବେଦନକୁ ଅସ୍ବୀକାର କରିଛନ୍ତି, ଯେଉଁଥିରେ ସିଏପିଏଫଏସ୍‌୍‌ରେ ଆଇପିଏସ୍‌ ଡେପୁଟେଶନକୁ ପର୍ଯ୍ୟାୟକ୍ରମେ ୨ ବର୍ଷ ହ୍ରାସ କରିବାକୁ କୁହାଯାଇଥିଲା। ସିଏପିଏଫ୍‌କୁ ସଙ୍ଗଠିତ ଗ୍ରୁପ-ଏ ସର୍ଭିସ ବୋଲି ରାୟରେ କୁହାଯିବା ସହ ଦୀର୍ଘଦିନରୁ ମନା କରାଯାଇ ଆସୁଥିବା ନନ୍‌ ଫଙ୍କ୍‌ଶନାଲ ଫାଇନାନ୍ସିଆଲ ଅପଗ୍ରେଡେଶନ(ଏନଏଫ୍‌ଏଫ୍‌ୟୁ) ଓ ବ୍ୟବସ୍ଥାଗତ କ୍ୟାରିୟର ଅଗ୍ରଗତିକୁ ଅନୁମତି ଦେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ବିିଷୟ ହେଉଛି, ରାୟରେ ସେମାନଙ୍କ ନେତୃତ୍ୱ ସ୍ତରୀୟ ପଦବୀଗୁଡ଼ିକର ଗରିମା ପୁନଃସ୍ଥାପିତ କରାଯାଇଛି। ଏହି ସ୍ତରରେ ଥିବା ମହିଳା ଏବଂ ପୁରୁଷ ଅଧିକାରୀମାନେ ରାଜ୍ୟ ସଚିବାଳୟର କନ୍‌ଫରେନ୍ସ ହଲ୍‌ ବଦଳରେ ସୀମା ଓ ମାଓବାଦୀ ପ୍ରବଣ ଅଞ୍ଚଳରେ ଅନେକ ଦଶନ୍ଧି ଧରି କାମ କରିଆସିଛନ୍ତି ବୋଲି ଦର୍ଶାଯାଇଛି। ଅବଶ୍ୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ (ଏମ୍‌ଏଚ୍‌ଏ)ଏହା କରିବାକୁ ଅନିଚ୍ଛା ପ୍ରକାଶ କରୁଛି। କିନ୍ତୁ ସୁପ୍ରିମକୋର୍ଟ ପୁନର୍ବିଚାର ଆବେଦନକୁ ରଦ୍ଦ କରିଥିବାରୁ ଏମ୍‌ଏଚ୍‌ଏ ଆଉ ନାରାଜ ନ ହୋଇ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଆରମ୍ଭ କରୁ। କହିବାକୁ ଗଲେ ଅର୍ଦ୍ଧ ସାମରିକ ବଳଗୁଡ଼ିକ ସେମାନଙ୍କ ସ୍ବାୟତ୍ତତା ପାଇଛନ୍ତି।
ପଦବୀ ପୂରଣ ହେଉନି
ଅଜୟ ସେଠ୍‌ ନର୍ଥ ବ୍ଲକରୁ ଇନସ୍ୟୁରାନ୍ସ ରେଗୁଲେଟୋରି ଆଣ୍ଡ ଡେଭଲପମେଣ୍ଟ ଅଥରଟି ଅଫ୍‌ ଇଣ୍ଡିଆ(ଆଇଆର୍‌ଡିଏଆଇ)କୁ ଯିବା ୪ ମାସ ହୋଇଗଲାଣି, ତଥାପି ଅର୍ଥ ସଚିବ ପଦବୀ ଖାଲି ପଡ଼ିଛି। ସଂସ୍କାରଠାରୁ ଆରମ୍ଭ କରି ଟିକସୀକରଣ ପର୍ଯ୍ୟନ୍ତ ସବୁକିଛି ସଞ୍ଚାଳନ କରୁଥିବା ଏକ ମନ୍ତ୍ରଣାଳୟ ଏବେ ବିନା ନେତୃତ୍ୱରେ ଚାଲୁଛି। ରାଜସ୍ବ, ବ୍ୟୟ, ଅର୍ଥନୈତିକ ବ୍ୟାପାର, ବିତ୍ତୀୟ ସେବା, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ଡିଆଇପିଏଏମ୍‌ ଭଳି ୬ଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସମନ୍ବୟ ରକ୍ଷା କରୁଥିବା ବ୍ୟକ୍ତି ଜଣକ ନ ଥିବାରୁ ସେସବୁ ନିଜ ଇଚ୍ଛାରେ ଚାଲିଛି। କ୍ୟାବିନେଟ ସଚିବ ଟି.ଭି. ସୋମନାଥନ ଏବେ ଦୁଇଟି ଦାୟିତ୍ୱ ସମ୍ଭାଳୁଥିବା କୁହାଯାଉଛି। ତେବେ ବଜେଟ ସମୟ ଶୀଘ୍ର ପାଖେଇ ଆସୁଥିବାରୁ ପଦବୀ ଖାଲି ରହିବା ଅତ୍ୟନ୍ତ ସମସ୍ୟାଜନକ । ଅର୍ଥ ସଚିବ କେବଳ ଏକ ପଦବୀ ନୁହେଁ, ଏହା ମନ୍ତ୍ରଣାଳୟଗୁଡ଼ିକ ସ୍ନାୟୁକେନ୍ଦ୍ର, ଯାହା ସମନ୍ବୟ, ଶୃଙ୍ଖଳା ଏବଂ ନୀତିଗତ ସୁସଙ୍ଗତି ନିଶ୍ଚିତ କରିଥାଏ। ଏଣୁ ଅର୍ଥ ସଚିବଙ୍କ ବିନା ଆନ୍ତଃ ମନ୍ତ୍ରଣାଳୟ ସମନ୍ବୟରେ ଅଧୋଗତି ନିଶ୍ଚିତ। ପ୍ରତ୍ୟେକ ବିଭାଗ ସେମାନଙ୍କ ନିଜସ୍ବ ଲକ୍ଷ୍ୟ ହାସଲ କରିବାକୁ କାମ କରୁଛନ୍ତି । ହେଲେ ବହୁପୂର୍ବରୁ, ବିନା ସଞ୍ଚାଳକରେ ବା ନେତୃତ୍ୱରେ ମନ୍ତ୍ରଣାଳୟ ଚାଲୁଛି। ଏପରିକି ଜଣେ ବ୍ୟକ୍ତି ଅନେକ ଦାୟିତ୍ୱ ତୁଲାଉଛନ୍ତି। ମାର୍କେଟ, ରେଟିଂ ଏଜେନ୍ସି ଓ ବୈଶ୍ୱିକ ସଂସ୍ଥାଗୁଡ଼ିକ ସଞ୍ଚାଳନ ବା ଯୋଗାଯୋଗର ଏଭଳି ଅଭାବକୁ ଲକ୍ଷ୍ୟ କରୁଛନ୍ତି। ଜଣେ ବିତ୍ତୀୟ ନେତାଙ୍କ ଅନୁପସ୍ଥିତି ଶୀର୍ଷ ସ୍ତରରେ ନିଷ୍ପତ୍ତିର ଅଭାବକୁ ସୂଚିତ କରୁଛି।
ନେଣଦେଣ ସଂସ୍କୃତି
ରାଜସ୍ଥାନର ଜଣେ ଅଧିକାରୀଙ୍କ ସ୍ତ୍ରୀ ଏକ ଘରୋଇ କମ୍ପାନୀଠାରୁ ୩୭.୫୪ ଲକ୍ଷ ଟଙ୍କା ନେଇଥିବା ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡ଼ିଛି। ଏହା ଭାରତର ଅମଲାତାନ୍ତ୍ରିକର ତଥାକଥିତ ସ୍ବଚ୍ଛ ଆବରଣ ତଳେ ଚାଲିଥିବା ଅନିୟମିତତାକୁ ସାମ୍ନାକୁ ଆଣିଛି। ଆମେ ସାଧାରଣତଃ ‘ଦକ୍ଷ ପ୍ରଶାସନ’ ଏବଂ ‘ଉତ୍ତମ ଶାସନ’ ବିଷୟରେ କହିଥାଉ, କିନ୍ତୁ ବାସ୍ତବରେ ତାହା ବହୁସମୟରେ ଏକ ଘରୋଇ କ୍ଲବଠାରୁ ଅଧିକ ମନେହୁଏ, ଯେଉଁଠି ନୀତି ଓ ଉତ୍ତରଦାୟିତ୍ୱ ତୁଳନାରେ ସୁବିଧାସୁଯୋଗକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଅନେକ ଅଧିକାରୀ ବିପଦକୁ ଖାତିର ନ କରି ଘରୋଇ କମ୍ପାନୀଗୁଡ଼ିକଠାରୁ ମୋଟା ଅଙ୍କର ଅର୍ଥ ନେଉଛନ୍ତି। ବାବୁମାନେ ଲୋକଙ୍କ ସେବା ପାଇଁ ଅଛନ୍ତି, କର୍ପୋରେଟକୁ ସହଯୋଗ କରି ଅର୍ଥ ରୋଜଗାର କରିବାକୁ ନିଯୁକ୍ତ ହୋଇନାହାନ୍ତି। ତଥାପି ପ୍ରଶାସନିକ ବ୍ୟବସ୍ଥାର ନୈତିକ ମାନଦଣ୍ଡ ସବୁବେଳେ କ୍ଷମତା ଓ ପ୍ରଭାବ ଆଡକୁ ମୁହଁାଉଛି। ଏବେ ସ୍ବଚ୍ଛତାର ଗୁରୁତ୍ୱ ରହୁନାହିଁ। ଅନିୟମିତତା ଉପରେ ତଦନ୍ତ ଘୋଷଣା ହେଉଛି, ବିଳମ୍ବରେ ରିପୋର୍ଟ ପ୍ରକାଶ ପାଉଛି। ଆମେ ଡିଜିଟାଇଜେଶନ , ଇ-ଗଭର୍ନାନ୍ସ ଓ ଉତ୍ତରଦାୟିତ୍ୱ ସମ୍ପର୍କରେ ବହୁତ କଥା ଶୁଣୁଛୁ; କିନ୍ତୁ ରୁଦ୍ଧଦ୍ୱାର ପ୍ରଚ୍ଛଦରେ ବାସ୍ତବରେ ଗୋପନୀୟ ନେଣଦେଣର ସଂସ୍କୃତି ରହିଛି। ଅନେକ ସଚ୍ଚୋଟ ଅଧିକାରୀ ଗମ୍ଭୀରତାର ସହ ସେମାନଙ୍କ କର୍ତ୍ତବ୍ୟ କରୁଥିବାବେଳେ ଏଭଳି ଘଟଣା ଅତ୍ୟନ୍ତ ଅପମାନଜନକ ଏବଂ ସେମାନଙ୍କୁ ହତୋତ୍ସାହିତ କରୁଛି। ପ୍ରଶାସନିକ ଖ୍ୟାତିରେ ଏହା ବ୍ୟାପକ କ୍ଷତି ପହଞ୍ଚାଉଛି। ଭାରତ ସ୍ବଚ୍ଛ ଶାସନର ସ୍ଥିତି ଜଣାଇଦେବାକୁ ଚାହଁୁଛି, ହେଲେ ଅମଲାତାନ୍ତ୍ରିକ ବ୍ୟବସ୍ଥାରେ ନେଣଦେଣକୁ ଦେଖିଲେ ମନ ଭାଙ୍ଗିଯାଉଛି। ବିଶ୍ୱ ସବୁ ଦେଖୁଛି। ନିବେଶକ ଏବଂ ନାଗରିକମାନେ ମଧ୍ୟ ଏହା ଲକ୍ଷ୍ୟ କରୁଛନ୍ତି। ରାଜସ୍ଥାନ ଘଟଣା ଏକ ନମୁନା ମାତ୍ର, ଏଭଳି ଅନେକ ଘଟଣା ଘଟିଚାଲିଛି। ଯଦି ସରକାର ଅଧିକ ଆଶାବାଦୀ ହେବାକୁ ଚାହଁୁଛନ୍ତି, ତେବେ ସ୍ଲୋଗାନ ଓ ଉତ୍ସବକୁ ଛାଡ଼ି ପ୍ରକୃତ ଉତ୍ତରଦାୟିତ୍ୱ ଆଡ଼କୁ ଗତି କରିବା ଦରକାର।
Email: dilipcherian@gmail.com

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌: ଓଡ଼ିଶାର କ୍ଲିନ ସୁଇପ୍‌

ଭୁବନେଶ୍ୱର,୧ା୨(ଅନାଦି କର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ସବ୍‌-ଜୁନିୟର ବାଳିକା(୧୫ ବର୍ଷରୁ କମ୍‌), ଜୁନିୟର ବାଳିକା…

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

PCBର ଅଜବ ନିଷ୍ପତ୍ତି: T20 ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିବ ନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୧ା୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) 2026ଟି-20 ବିଶ୍ୱକପ ସମ୍ପର୍କରେ ଏକ ଅଜବ ନିଷ୍ପତ୍ତି ନେଇଛି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ପାକିସ୍ତାନ ଦଳ ଭାରତ ସହିତ ଖେଳିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri