ସୁରକ୍ଷାରେ ଲାଭ

ଜୈବମଣ୍ଡଳ ଉପରେ ଜୀବନ ତିଷ୍ଠି ରହିଛି। ଏହାର କ୍ଷତି ହେଲେ ସାରା ଜୀବଜଗତ ଧ୍ୱଂସାଭିମୁଖୀ ହେବ ବୋଲି ଗବେଷକମାନେ ସତର୍କ କରିଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜୈବବିବିଧତା (ବାୟୋ ଡାଇଭର୍ସିଟି) ସୁରକ୍ଷା ପାଇଁ ସାରା ବିଶ୍ୱରେ ତପତ୍ରତା ପ୍ରକାଶ ପାଇଛି। ଭାରତରେ ମଧ୍ୟ ଏହାର ସୁରକ୍ଷା ଓ ସଂରକ୍ଷଣ ସମ୍ପର୍କରେ ଆଲୋଚନା ମାତ୍ର ଏବେ ଆରମ୍ଭ ହୋଇଛି। ସଂରକ୍ଷିତ ଜଙ୍ଗଲକୁ ବାଦ୍‌ଦେଲେ ଭାରତରେ ମୋଟ ୩୭ ବାୟୋଡାଇଭର୍ସିଟି ହେରିଟେଜ୍‌ ସାଇଟ୍‌ (ଜୈବବିବିଧତା ଐତିହ୍ୟ ସ୍ଥଳ) ଅଛି। ଏଥିମଧ୍ୟରେ କର୍ନାଟକ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ତ୍ରିପୁରା ଆଗରେ ଥିବାବେଳେ ଓଡ଼ିଶାରେ ଜୈବବିବିଧତା ସୁରକ୍ଷା ପ୍ରତି ଗୁରୁତ୍ୱ ବୃଦ୍ଧିପାଉଛି। ଏହି କ୍ରମରେ ସରକାର କୋରାପୁଟ ଜିଲା ଗୁପ୍ତେଶ୍ୱର ଜଙ୍ଗଲକୁ ବାୟୋଡାଇଭର୍ସିଟି ହେରିଟେଜ୍‌ ସାଇଟ୍‌ (ବିଏଚ୍‌ଏସ୍‌) ଭାବେ ଘୋଷଣା କରିଛନ୍ତି। ଫଳରେ ରାଜ୍ୟରେ ବିଏଚ୍‌ଏସ୍‌ ସଂଖ୍ୟା ୪ରେ ପହଞ୍ଚିଛି। ପୂର୍ବରୁ ଗନ୍ଧମାର୍ଦ୍ଦନ ପାହାଡ଼(ବଲାଙ୍ଗୀର ଓ ବରଗଡ଼), ମଣ୍ଡାସାରୁ ପାହାଡ଼ (କନ୍ଧମାଳ), ମହେନ୍ଦ୍ରଗିରି(ଗଜପତି)କୁ ବିଏଚ୍‌ଏସ୍‌ ଭାବେ ଘୋଷଣା କରାଯାଇଥିଲା। ତେବେ ୩୫୦ ହେକ୍ଟର ବ୍ୟାପୀ ଗୁପ୍ତେଶ୍ୱର ଜଙ୍ଗଲ ଭଳି ଜୈବ ସମୃଦ୍ଧ ଅଞ୍ଚଳକୁ ବାୟୋଡାଇଭର୍ସିଟି ହେରିଟେଜ୍‌ ସାଇଟ ଘୋଷଣା କରାଯିବା ସ୍ବାଗତଯୋଗ୍ୟ। କିନ୍ତୁ ଜୀବ ଓ ଉଦ୍ଭିଦଗୁଡ଼ିକର ସୁରକ୍ଷାର ବାସ୍ତବତାକୁ ଦେଖିଲେ ପ୍ରଶ୍ନବାଚୀ ସୃଷ୍ଟିହୁଏ। ସଂରକ୍ଷିତ ଜଙ୍ଗଲ ହେଉ କିମ୍ବା ବିଏଚ୍‌ଏସ୍‌ଗୁଡ଼ିକରେ ଶିକାରୀ, ଚୋରା ବେପାରୀଙ୍କ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଅଣାଯାଇପାରିନାହିଁ। ଓଡ଼ିଶାରେ ସବୁ ଖବରକାଗଜକୁ ଦେଖିଲେ ସବୁଦିନ ବାଘ ଓ ହରିଣ ଛାଲ ଜବତ ହେବା, ହାତୀ ମୃତ୍ୟୁହେବା, ମୂଲ୍ୟବାନ୍‌ କାଠ ଚୋରି ଖବର ଦେଖବାକୁ ମିଳୁଛି। ବାସ୍ତବରେ ବନ୍ୟପ୍ରାଣୀ କିମ୍ବା ଗଛ ଭଳି ଜୈବଭଣ୍ଡାରର ସୁରକ୍ଷାରେ ସ୍ଥାନୀୟ ନାଗରିକଙ୍କ ପାଇଁ ସୁଯୋଗ ରହିଛି। ଯଦି ସେଠାକାର ବାସିନ୍ଦାଙ୍କୁ ହାତୀ ସୁରକ୍ଷା କରିବାରେ ସୁଯୋଗ ଦିଅନ୍ତେ, ଯଥା ହାତୀକୁ ମାରିବା ଲାଗି ବୋମା ଖଞ୍ଜିଥିବା ବ୍ୟକ୍ତି ଓ ଶିକାରୀ କିମ୍ବା ଗଛ କାଟୁଥିବା ବ୍ୟକ୍ତିଙ୍କୁ ଧରାଇଦେବା ଲାଗି ଲୋକଙ୍କୁ ଆକର୍ଷଣୀୟ ଆର୍ଥିକ ପୁରସ୍କାର ମିଳନ୍ତା ତେବେ ଜୈବବିବିଧତା ସଂରକ୍ଷଣ କ୍ଷେତ୍ରରେ ଲାଭ ମିଳିପାରନ୍ତା। ଏଥିରେ କିଛି ଚୋରି ହୋଇପାରେ କିନ୍ତୁ ଶିକାରୀ ଭୟରେ ମହତ କାର୍ଯ୍ୟରୁ ଦୂରେଇଯିବା ଉଚିତ ନୁହେଁ। ଶୁଣିବା କଥା ଯେ, ପୂର୍ବରୁ ମାଓବାଦୀମାନେ ପ୍ରାୟ ତାଙ୍କର ଚଳପ୍ରଚଳ ଗ୍ରାମଗୁଡ଼ିକରେ ନିଜର ସହଯୋଗୀ ରଖୁଥିଲେ, ଯେଉଁମାନଙ୍କୁ ଅର୍ଥ ମିଳୁଥିଲା। ସେହି ବ୍ୟକ୍ତିବିଶେଷଙ୍କ ମାଧ୍ୟମରେ ପୋଲିସର ଯାତାୟାତ ସମ୍ପର୍କରେ ଜାଣିବା ସହିତ ପୋଲିସକୁ କିଏ ଖବର ଦେଉଛି ତାହା ଜାଣିପାରୁଥିଲେ। ସେହି ବ୍ୟବସ୍ଥାରେ ମାଓବାଦୀମାନେ ଦୀର୍ଘକାଳ ଧରି ବଳବାନ ସରକାରଙ୍କୁ ଆଣ୍ଠେଇ ଦେବାରେ ସଫଳ ହୋଇଥିଲେ। ଏଥିରୁ ଶିକ୍ଷା ନେଇ ସରକାର ଜଙ୍ଗଲ ଏବଂ ଜୈବବିବିଧତାକୁ ସୁରକ୍ଷିତ ରଖିପାରନ୍ତେ। ଖବରଦାତାଙ୍କ ନାମ ଗୋପନ ରଖି ଶିକାରୀଙ୍କୁ ଧରିବା ସହିତ ପଶୁପକ୍ଷୀଙ୍କୁ ସୁରକ୍ଷା ଦେଇପାରନ୍ତେ। ଯଦି ଗ୍ରାମବାସୀ କୌଣସି ଶିକାରୀଙ୍କୁ ଧରାଇଦେବେ ସେଥିପାଇଁ ଆର୍ଥିକ ପୁରସ୍କାର ତତ୍‌କ୍ଷଣାତ ଦିଆଯାଇପାରନ୍ତା, ଯେଉଁଥିରେ ସବୁ ପରିବାର, କେହି ବାଦ୍‌ ନ ପଡ଼ି ଲାଭବାନ୍‌ ହୋଇପାରନ୍ତେ। ଏହା କଷ୍ଟକର କାର୍ଯ୍ୟ ନୁହେଁ। କିନ୍ତୁ ଏଭଳି ଯୋଜନା କାର୍ଯ୍ୟକାରୀ କରାଇବା ପାଇଁ ସମ୍ପୃକ୍ତ ସରକାରୀ ଅଫିସରଙ୍କର ଆନ୍ତରିକତାର ଆବଶ୍ୟକତା ରହିଛି।
ସଂରକ୍ଷିତ ଜଙ୍ଗଲ ଓ ଜୈବବିବିଧତା ଐତିହ୍ୟ ସ୍ଥଳରେ ପ୍ରଦୂଷଣ ସବୁଠୁ ବଡ଼ ସମସ୍ୟା ଭାବେ ଉଭାହୋଇଛି। ଜଙ୍ଗଲ ନିକଟରେ ଥିବା ଶିଳ୍ପାଞ୍ଚଳ କିମ୍ବା ଜଙ୍ଗଲ ଭିତରେ ଥିବା ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକରେ ବ୍ୟାପକ ପ୍ଲାଷ୍ଟିକ ଭଳି ପ୍ରଦୂଷଣ ବିଷୟ କେହି ବି ଚିନ୍ତା କରୁନାହାନ୍ତି। ପ୍ଲାଷ୍ଟିକ୍‌ ବ୍ୟବହାର ବନ୍ଦ କରାଯାଇଥିଲେ ମଧ୍ୟ ଆଇନକୁ କଡ଼ାକଡି କରାଯାଉନାହିଁ। ବେପରୁଆ ଖଣି ଖନନ ଜାରି ରହିଛ। ଓଡ଼ିଶାରେ ଜଙ୍ଗଲ ନିଆଁ ଯୋଗୁ ଜୈବବିବିଧତାର ବ୍ୟାପକ କ୍ଷତି ଘଟୁଛି। ଉଲ୍ଲେଖନୀୟ ଯେ,ଗତ ୨ବର୍ଷ ହେଲା ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସବୁଠୁ ବେଶି ଜଙ୍ଗଲରେ ନିଆଁ ଲାଗିଛି। ଏପରିକି ସମୃଦ୍ଧ ଜୈବମଣ୍ଡଳ ଶିମିଳିପାଳ ଓ ଓଷଧୀୟ ବୃକ୍ଷର ଭଣ୍ଡାର ଗନ୍ଧମାର୍ଦ୍ଦନ ମଧ୍ୟ ଅଗ୍ନିର କୋପ ଦେଖିଲାଣି। ଜୈବବିବିଧତାର ସୁରକ୍ଷା ପାଇଁ ପ୍ରଥମେ ମନୁଷ୍ୟକୃତ ବାଧାଗୁଡ଼ିକ ଦୂରକରିବାକୁ ହେବ। ଏଥିପାଇଁ ପରିବେଶ ଉପଯୋଗୀ ନିବେଶ ଓ ଇକୋ ଟୁରିଜମ୍‌ର ପାଇଁ ସ୍ବତନ୍ତ୍ର ନୀତି ଓ ସଂସ୍ଥାଗତ ସୁଧାର ସହ ଅଧିକ ବ୍ୟୟବରାଦ କରାଯିବା ଦରକାର। ଚାଇନାଠାରୁ ଆରମ୍ଭକରି ଆଫ୍ରିକୀୟ ଦେଶ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଜୈବବିବିଧତାକୁ ରକ୍ଷା କରିବା ପାଇଁ ସରକାରୀ ସ୍ତରରେ ସାଧାରଣ ନାଗରିକଙ୍କୁ ସମ୍ପୃକ୍ତ କରାଯାଉଛି। ଭାରତରେ ଏହା କରିବାକୁ ହେଲେ ଆର୍ଥିକ ଲାଭ ଦର୍ଶାଇବା ଅତ୍ୟନ୍ତ ଆବଶ୍ୟକ। ସ୍ଥାନୀୟ ନାଗରିକଙ୍କୁ ଯେତେ ଅଧିକ ଜୈବବିବିଧତା ଏବଂ ଜଙ୍ଗଲ ସୁରକ୍ଷା କାର୍ଯ୍ୟରେ ସମ୍ପୃକ୍ତ କରିବା ସହିତ ଅର୍ଥ ଦିଆଯାଇପାରିବ ସେଥିରେ ଲାଭ ଆଖିଦୃଶିଆ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri