Posted inଜାତୀୟ

ରାଜନୀତି ଛାଡ଼ିବା ସଙ୍କେତ ଦେଲେ ଗଡ଼କରୀ

ନାଗପୁର, ୨୯ା୩: ରାଜନୀତି ପ୍ରତି ଆଗ୍ରହ କମୁଥିବା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ପୁଣିଥରେ ସଙ୍କେତ ଦେଇଛନ୍ତି। ତାଙ୍କର ଏଭଳି ମନ୍ତବ୍ୟରୁ ଭାଜପା ଶୀର୍ଷ ନେତୃତ୍ୱରେ ସମ୍ଭାବ୍ୟ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହା ବ୍ୟତୀତ ୨୦୨୪ ସାଧାରଣ ନିର୍ବାଚନ ଲଢ଼ିବା ଲାଗି ତାଙ୍କୁ ଟିକେଟ ଦିଆଯାଇ ନ ପାରେ ବୋଲି ମଧ୍ୟ କଳ୍ପନାଜଳ୍ପନା ପ୍ରକାଶ ପାଇଛି।
ରବିବାର ଏକ ପୁରସ୍କାର ବିତରଣ ଉତ୍ସବରେ ଉଦ୍‌ବୋଧନ ଦେଇ ଗଡ଼କରୀ କହିଥିଲେ, ସେ ଦୁଇଥର ନିର୍ବାଚନ ଜିତିଛନ୍ତି। ଯଦି ସେ ଉପଯୁକ୍ତ ବୋଲି ଲୋକେ ଭାବୁଛନ୍ତି, ତେବେ ଭୋଟ ଦିଅନ୍ତୁ। ସୀମା ବାହାରେ କାହାକୁ ଖୁସି କରାଇବାକୁ ସେ ଚାହାନ୍ତି ନାହିଁ ବୋଲି ଗଡ଼କରୀ କହିଥିଲେ। ଯଦି ତାଙ୍କ ସ୍ଥାନରେ ଅନ୍ୟ କେହି ଆସନ୍ତି, ତେବେ ଠିକ୍‌ ଅଛି। ବିକଳ୍ପ ଇନ୍ଧନ ସହ ତାଙ୍କ ଭେଞ୍ଚର ସମ୍ପୃକ୍ତ ଏବଂ ନିଜ କାମରେ ଅଧିକ ସମୟ ଦେବାକୁ ଚାହାନ୍ତି ବୋଲି ଗଡ଼କରୀ କହିଥିଲେ। ତେବେ ଗଣମାଧ୍ୟମ ଗଡ଼କରୀଙ୍କ ମନ୍ତବ୍ୟର ଭୁଲ୍‌ ଉପସ୍ଥାପନ କରିଥିବା ତାଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି। ଭୋଟ ପାଇବା ପାଇଁ ତୁଷ୍ଟୀକରଣ ରାଜନୀତିରେ ସାମିଲ ହେବାକୁ ଗଡ଼କରୀ ଚାହାନ୍ତି ନାହିଁ ବୋଲି କହିଥିବା ଅଧିକାରୀ ଜଣକ ସ୍ପଷ୍ଟ କରିଛନ୍ତି। ଗତ ଜାନୁୟାରୀରେ ହାଲ୍‌ବା ଆଦିବାସୀ ମହାସଂଘ ସଦସ୍ୟମାନଙ୍କୁ ଉଦ୍‌ବୋଧନ ଦେବାବେଳେ ଯାହାକୁ ପସନ୍ଦ କରୁଛନ୍ତି, ତାଙ୍କୁ ଭୋଟ ଦିଅନ୍ତୁ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ କହିଥିଲେ। ସେହିପରି ଗତବର୍ଷ ଜୁଲାଇରେ ସେ କହିଥିଲେ, ରାଜନୀତି ଛାଡ଼ିଦେବା ଉଚିତ ବୋଲି ବେଳେବେଳେ ଅନୁଭବ କରେ। ସମାଜ ପାଇଁ ଅନେକ କାର୍ଯ୍ୟ କରିବାକୁ ହେବ ବୋଲି ସେ କହିଥିଲେ। ଏହା ପରେ ତାଙ୍କୁ ଭାଜପା ସଂସଦୀୟ ବୋର୍ଡ ଏବଂ କେନ୍ଦ୍ରୀୟ ନିର୍ବାଚନ କମିଟିରୁ ବାଦ୍‌ ଦିଆଯାଇଥିଲା। ସକ୍ରିୟ ରାଜନୀତିରୁ ଗଡ଼କରୀ ଓହରିଯିବା ସମଗ୍ର ମହାରାଷ୍ଟ୍ର ବିଶେଷ କରି ବିଦର୍ଭ ଅଞ୍ଚଳ ପାଇଁ ବଡ଼ କ୍ଷତି ହେବ ବୋଲି ଜଣେ ବରିଷ୍ଠ ଭାଜପା ନେତା କହିଛନ୍ତି। ସେ ଦେଶ ପାଇଁ ଅନେକ ବିକାଶମୂଳକ କାର୍ଯ୍ୟ କରିଥିବାବେଳେ ମାତ୍ର ୮ ବର୍ଷ ମଧ୍ୟରେ ନିଜ ନିର୍ବାଚନ ମଣ୍ଡଳୀ ନାଗପୁରର ଚେହେରା ବଦଳାଇଦେଇଛନ୍ତି। ତାଙ୍କ କାର୍ଯ୍ୟ ପାଇଁ ବିରୋଧୀ ନେତାମାନେ ମଧ୍ୟ ପ୍ରଶଂସା କରିଥାନ୍ତି ବୋଲି ବରିଷ୍ଠ ନେତା ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Nimesulide Ban: ପେନ୍ କିଲର ଖାଉଥିଲେ ସାବଧାନ! ଏହି ଔଷଧକୁ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ,୩୧।୧୨:  କେନ୍ଦ୍ର ସରକାର ଯନ୍ତ୍ରଣା ନିବାରକ ଔଷଧ ନିମେସୁଲାଇଡ୍ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଗ୍ରାରୁ ଅଧିକ ଧାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri