ପୁନଃରୁଦ୍ଧାର ହେଉଛି ଗଦଡ଼ି-କିଲୁକୁପା ଜଙ୍ଗଲ: ୫୫ ହେକ୍ଟର ଜମିରେ ୧୮ ହଜାର ଚାରା ରୋପଣ

ଦାରିଙ୍ଗବାଡ଼ି,୭।୭(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳରେ ଜଙ୍ଗଲ ସୁରକ୍ଷା ଓ ଉଜୁଡିଯାଇଥିବା ଜଙ୍ଗଲର ପୁନଃରୁଦ୍ଧାର ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଉକ୍ତ ବନାଞ୍ଚଳର ସିମନବାଡି ସେକ୍ସନର ବାଡାବାଙ୍ଗା ପଞ୍ଚାୟତ ଗଦଡ଼ି ଜଙ୍ଗଲର ଉଜୁଡିଯାଇଥିବା ୫୦ ହେକ୍ଟର ଜମି ଚି଼ହ୍ନଟ କରାଯିବା ସହ ଚାରା ରୋପଣ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇ ସୋମବାର ଠାରୁ ଚାରା ରୋପଣ କାର୍ଯ୍ୟ ଆରମ୍ଭ କରାଯାଇଛି। ପ୍ରଥମ ଦିନରେ ୧ ହଜାର ଚାରା ରୋପଣ କରାଯାଇଥିଲା। ମୋଟ ୧୦ ହଜାର ଚାରା ରୋପଣ କରାଯିବାକୁ କ୍ଷେତ୍ର ପ୍ରସ୍ତୁତ କରାଯାଇଛି। ଏଥିରେ ବିଭିନ୍ନ ପ୍ରକାର ମୂଲ୍ୟବାନ ଔଷଧୀୟ ବୃକ୍ଷ ତଥା ଅଁଳା, ହରିଡ଼ା, ବାହାଡା, କରଞ୍ଜ,ମହାନିମ୍ବ,ପାହାଡି ଶିଶୁ, ବାଲି ଶିଶୁ ଅଶ୍ୱସ୍ତ, ଅର୍ଜୁନ, ଅଶୋକ, ଜାମୁ,ମେହେଗାନି,ଭଳି ବହୁ ଔଷଧୀୟ ବୃକ୍ଷ ଯାହାକି ସାଧାରଣ ଲୋକଙ୍କ ସୱାସ୍ଥ୍ୟ ପାଇଁ କାର୍ଯ୍ୟରେ ଆସିବ। ତାକୁ ପ୍ରାଧାନ୍ୟ ଦେଇଛି ବିଭାଗ ବୋଲି ଦାରିଙ୍ଗବାଡି ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ବେହେରା କହିଛନ୍ତି ।

ସେହିପରି ଉକ୍ତ ବନାଞ୍ଚଳ ଅଧୀନ ବୁଡ଼ାଗୁଡା ସେକ୍ସନରେ ବନପାଳ ମନ୍ମଥ ପରିଛା ଙ୍କ ତତ୍ୱାବଧାନରେ ଗୁମିକିଆ ପଞ୍ଚାୟତ କିଲୁକୁପା ଜଙ୍ଗଲରେ ୫ ହେକ୍ଟର ଜମିରେ ୮ ହଜାର ଚାରା ରୋପଣ କରାଯିବ ବୋଲି ବନପାଳ ପରିଛା କହିଛନ୍ତି। ଏଥିପାଇଁ କ୍ଷେତ୍ର ପ୍ରସ୍ତୁତ କାର୍ଯ୍ୟ ଶେଷ ହୋଇଛି। ଏବେ ଚାରା ରୋପଣ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।

ପ୍ରକାଶ ଯେ ଦାରିଙ୍ଗବାଡି ବନାଞ୍ଚଳରେ ୩ଟି ସେକ୍ସନରେ ୧ ଲକ୍ଷ ୮୦ ହଜାର ଚାରା ଉତ୍ପାଦନ କରାଯାଇଛି ଏବଂ ବିକ୍ରୟ କରାଯିବା ସହ ଲୋକଙ୍କୁ ୧ ଟଙ୍କାରେ ଚାରା ଯୋଗାଇ ଦିଆଯାଉଛି। ମା’ଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ବ୍ୟାପକ ଗଛ ଲଗାଇବା ଓ ତାର ଯତ୍ନ ନେବାକୁ ସଚେତନ କରାଯାଇଛି। ଗଦଡ଼ିର ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସିମନବାଡି ସରପଞ୍ଚ ଅମିତା ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଥିବା ବେଳେ ବନାଞ୍ଚକ ଅଧିକାରୀ ମାଧବ ଚନ୍ଦ୍ର ବେହେରା, ସିମନବାଡି ବନପାଳ ବନିତା ପ୍ରଧାନ, ବନରକ୍ଷୀ ସଂଜୀବ ବେହେରା, ବନରକ୍ଷୀ ସଦାଶିବ ଦିଗାଲ,ଦାରିଙ୍ଗବାଡି ବନପାଳ ସରୋଜ ମଙ୍ଗରାଜ,ବୁଡ଼ାଗୁଡା ବନପାଳ ମନ୍ମଥ ପରିଛା, ଆକାଉଣ୍ଟଟେଣ୍ଟ ସୁକାନ୍ତ ମହାପାତ୍ର,ବନରକ୍ଷୀ ବିଶ୍ୱଜିତ ମିଶ୍ର,ଶ୍ରୀକାନ୍ତ ପଧାନ,ରାହୁଲ ଦିଗାଲ,ସୌଭାଗ୍ୟ ରଞ୍ଜନ ସାମଲ,
ସମୀର ନାୟକ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିଥିଲେ। ଏଥି ସହ ଗଦଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଏବଂ ଗ୍ରାମବାସୀ ମଧ୍ୟ ସାମିଲ ହୋଇଚାରା ରୋପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri