ପୁନଃରୁଦ୍ଧାର ହେଉଛି ଗଦଡ଼ି-କିଲୁକୁପା ଜଙ୍ଗଲ: ୫୫ ହେକ୍ଟର ଜମିରେ ୧୮ ହଜାର ଚାରା ରୋପଣ

ଦାରିଙ୍ଗବାଡ଼ି,୭।୭(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳରେ ଜଙ୍ଗଲ ସୁରକ୍ଷା ଓ ଉଜୁଡିଯାଇଥିବା ଜଙ୍ଗଲର ପୁନଃରୁଦ୍ଧାର ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଉକ୍ତ ବନାଞ୍ଚଳର ସିମନବାଡି ସେକ୍ସନର ବାଡାବାଙ୍ଗା ପଞ୍ଚାୟତ ଗଦଡ଼ି ଜଙ୍ଗଲର ଉଜୁଡିଯାଇଥିବା ୫୦ ହେକ୍ଟର ଜମି ଚି଼ହ୍ନଟ କରାଯିବା ସହ ଚାରା ରୋପଣ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇ ସୋମବାର ଠାରୁ ଚାରା ରୋପଣ କାର୍ଯ୍ୟ ଆରମ୍ଭ କରାଯାଇଛି। ପ୍ରଥମ ଦିନରେ ୧ ହଜାର ଚାରା ରୋପଣ କରାଯାଇଥିଲା। ମୋଟ ୧୦ ହଜାର ଚାରା ରୋପଣ କରାଯିବାକୁ କ୍ଷେତ୍ର ପ୍ରସ୍ତୁତ କରାଯାଇଛି। ଏଥିରେ ବିଭିନ୍ନ ପ୍ରକାର ମୂଲ୍ୟବାନ ଔଷଧୀୟ ବୃକ୍ଷ ତଥା ଅଁଳା, ହରିଡ଼ା, ବାହାଡା, କରଞ୍ଜ,ମହାନିମ୍ବ,ପାହାଡି ଶିଶୁ, ବାଲି ଶିଶୁ ଅଶ୍ୱସ୍ତ, ଅର୍ଜୁନ, ଅଶୋକ, ଜାମୁ,ମେହେଗାନି,ଭଳି ବହୁ ଔଷଧୀୟ ବୃକ୍ଷ ଯାହାକି ସାଧାରଣ ଲୋକଙ୍କ ସୱାସ୍ଥ୍ୟ ପାଇଁ କାର୍ଯ୍ୟରେ ଆସିବ। ତାକୁ ପ୍ରାଧାନ୍ୟ ଦେଇଛି ବିଭାଗ ବୋଲି ଦାରିଙ୍ଗବାଡି ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ବେହେରା କହିଛନ୍ତି ।

ସେହିପରି ଉକ୍ତ ବନାଞ୍ଚଳ ଅଧୀନ ବୁଡ଼ାଗୁଡା ସେକ୍ସନରେ ବନପାଳ ମନ୍ମଥ ପରିଛା ଙ୍କ ତତ୍ୱାବଧାନରେ ଗୁମିକିଆ ପଞ୍ଚାୟତ କିଲୁକୁପା ଜଙ୍ଗଲରେ ୫ ହେକ୍ଟର ଜମିରେ ୮ ହଜାର ଚାରା ରୋପଣ କରାଯିବ ବୋଲି ବନପାଳ ପରିଛା କହିଛନ୍ତି। ଏଥିପାଇଁ କ୍ଷେତ୍ର ପ୍ରସ୍ତୁତ କାର୍ଯ୍ୟ ଶେଷ ହୋଇଛି। ଏବେ ଚାରା ରୋପଣ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।

ପ୍ରକାଶ ଯେ ଦାରିଙ୍ଗବାଡି ବନାଞ୍ଚଳରେ ୩ଟି ସେକ୍ସନରେ ୧ ଲକ୍ଷ ୮୦ ହଜାର ଚାରା ଉତ୍ପାଦନ କରାଯାଇଛି ଏବଂ ବିକ୍ରୟ କରାଯିବା ସହ ଲୋକଙ୍କୁ ୧ ଟଙ୍କାରେ ଚାରା ଯୋଗାଇ ଦିଆଯାଉଛି। ମା’ଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ବ୍ୟାପକ ଗଛ ଲଗାଇବା ଓ ତାର ଯତ୍ନ ନେବାକୁ ସଚେତନ କରାଯାଇଛି। ଗଦଡ଼ିର ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସିମନବାଡି ସରପଞ୍ଚ ଅମିତା ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଥିବା ବେଳେ ବନାଞ୍ଚକ ଅଧିକାରୀ ମାଧବ ଚନ୍ଦ୍ର ବେହେରା, ସିମନବାଡି ବନପାଳ ବନିତା ପ୍ରଧାନ, ବନରକ୍ଷୀ ସଂଜୀବ ବେହେରା, ବନରକ୍ଷୀ ସଦାଶିବ ଦିଗାଲ,ଦାରିଙ୍ଗବାଡି ବନପାଳ ସରୋଜ ମଙ୍ଗରାଜ,ବୁଡ଼ାଗୁଡା ବନପାଳ ମନ୍ମଥ ପରିଛା, ଆକାଉଣ୍ଟଟେଣ୍ଟ ସୁକାନ୍ତ ମହାପାତ୍ର,ବନରକ୍ଷୀ ବିଶ୍ୱଜିତ ମିଶ୍ର,ଶ୍ରୀକାନ୍ତ ପଧାନ,ରାହୁଲ ଦିଗାଲ,ସୌଭାଗ୍ୟ ରଞ୍ଜନ ସାମଲ,
ସମୀର ନାୟକ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିଥିଲେ। ଏଥି ସହ ଗଦଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଏବଂ ଗ୍ରାମବାସୀ ମଧ୍ୟ ସାମିଲ ହୋଇଚାରା ରୋପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri