Posted inଖେଳ

ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ଦଳରେ ଗାବ୍ରିଏଲ

ମାଞ୍ଚେଷ୍ଟର,୩।୭ (ପି.ଟି.): ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଭିଜ୍ଞ ଦ୍ରୁତ ବୋଲର ଶାନନ ଗାବ୍ରିଏଲଙ୍କୁ ଦଳରେ ସାମିଲ କରିଛି ଓ୍ବେଷ୍ଟଇଣ୍ଡିଜ। ଗୋଇଠିରେ ଅସ୍ତ୍ରୋପଚାର କରାଇଥିବା ଗାବ୍ରିଏଲ୍‌ ଏବେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତାଙ୍କୁ ୧୫ ଜଣିଆ ଦଳରେ ସାମିଲ କରାଯାଇଛି। ଆସନ୍ତା ୮ ତାରିଖରୁ ଏହି ଟେଷ୍ଟ ସିରିଜ ଆରମ୍ଭ ହେବ। ଇଂଲଣ୍ଡରେ ଓ୍ବେଷ୍ଟଇଣ୍ଡିଜ ପହଞ୍ଚିବା ପରେ ଗାବ୍ରିଏଲଙ୍କୁ ରିଜର୍ଭ ଖେଳାଳି ଭାବେ ସାମିଲ କରାଯାଇଥିଲା। ତେବେ ସେ ଓଲ୍ଡ ଟ୍ରାଫର୍ଡରେ ଅନୁଷ୍ଠିତ ଦୁଇଟି ଇଣ୍ଟର- ସ୍କାଡ୍‌ ଓ୍ବାର୍ମ- ଅପ୍‌ ମ୍ୟାଚ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ସେ ବର୍ତ୍ତମାନ ଶକ୍ତିଶାଳୀ ଓ୍ବେଷ୍ଟଇଣ୍ଡିଜ ଦ୍ରୁତ ବୋଲିଂ ବିଭାଗର ଅଂଶ ବିଶେଷ ହୋଇଛନ୍ତି ବୋଲି କ୍ରିକେଟ ଓ୍ବେଷ୍ଟଇଣ୍ଡିଜ ଚୟନକର୍ତ୍ତା ରୋଜର ହାର୍ପର କହିଛନ୍ତି। ତାଙ୍କ ସହିତ ଅଧିନାୟକ ଜାଶନ ହୋଲ୍ଡର, କେମର ରୋଚ, ଚେମର ହୋଲ୍ଡର, ଅଲଜାରୀ ଜୋଶେଫ୍‌ ଓ ରେମନ ରେଇଫର ଦ୍ରୁତ ବୋଲିଂରେ ଦାୟିତ୍ୱ ସମ୍ଭାଳିବେ।
୩ଟି ଇନିଂଶ୍‌ରେ ବୋଲିଂ କରି ଗାବ୍ରିଏଲ ୧୨୨ ରନ ବ୍ୟୟ କରି ୮ ଉଇକେଟ ହାସଲ କରିଥିଲେ। ୨୦୧୨ ମେ’ରେ ଲଡର୍‌ସ ଗ୍ରାଉଣ୍ଡରେ ଗାବ୍ରିଲେ ଟେଷ୍ଟ ପଦାର୍ପଣ କରିଥିଲେ। ସେ ଏପର୍ଯ୍ୟନ୍ତ ୪୫ଟି ଟେଷ୍ଟ ଖେଳି ୧୩୩ ଉଇକେଟ ହାସଲ କରିଛନ୍ତି। ଦୁଇବର୍ଷ ତଳେ ସେ ସେଣ୍ଟ ଲୁସିଆରେ ଶ୍ରୀଲଙ୍କା ବିପକ୍ଷ ଘରୋଇ ଟେଷ୍ଟରେ ୬୨ ରନରେ ୮ ଉଇକେଟ ଅକ୍ତିଆର କରି ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚ୍‌ରେ ସେ ୧୨୧ ରନ ବ୍ୟୟ କରି ମୋଟ ୧୩ ଉଇକେଟ ଅକ୍ତିଆର କରିଥିଲେ। ପ୍ରଥମ ଟେଷ୍ଟ ବୁଧବାରଠାରୁ ଆଗିଆସ ବାଉଲ୍‌ରେ ଆରମ୍ଭ ହେବ। କରୋନା ଭାଇରସ ସଂକ୍ରମଣ କାରଣରୁ କିଛି ମାସ କ୍ରିକେଟକୁ ସସ୍‌ପେଣ୍ଡ କରାଯାଇଥିଲା। ତେବେ ଏହି ସିରିଜ ମାଧ୍ୟରେ କ୍ରିକେଟ ପୁଣି ପ୍ରତ୍ୟାବର୍ତ୍ତନ ପଥରେ ରହିଛି।
ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ଦଳ: ଜାସନ ହୋଲ୍ଡର (ଅଧିନାୟକ), ଜେର୍ମାଇନ୍‌ ବ୍ଲାକ୍‌ଉଡ୍‌, ଏନ୍‌କ୍ରୁମା ବୋନର, କ୍ରେଗ ବ୍ରଥାଓ୍ବେଟ୍‌, ଶମରା ବ୍ରୁକ୍ସ, ଜନ କ୍ୟାମ୍ପବେଲ, ରଷ୍ଟନ ଚେଜ, ରାଖିମ କର୍ନଓ୍ବାଲ, ଶେନ୍‌ ଡୋରିଚ୍‌, ଶାନନ ଗାବ୍ରିଏଲ୍‌, ଚେମର ହୋଲ୍ଡର, ସାଇ ହୋପ୍‌, ଅଲ୍‌ଜାରି ଜୋଶେଫ୍‌, ରେମନ ରେଇଫର ଓ କେମର ରୋଚ୍‌।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri