Posted inଖେଳ

ମାଞ୍ଚେଷ୍ଟର ସିଟିଠାରୁ ୪-୦ରେ ହାରିଲା ଲିଭରପୁଲ

ମାଞ୍ଚେଷ୍ଟର,୩।୭(ଏପି): ୩୦ ବର୍ଷପରେ ଇଂଲିଶ୍‌ ପ୍ରିମିୟର ଲିଗ୍‌ ହାସଲ କରିଥିବା ଲିଭରପୁଲ ଏକ ବୃହତ୍‌ ପରାଜୟ ବରଣ କରିଛି। ଗୁରୁବାର ଖେଳାଯାଇଥିବା ଇଂଲିଶ୍‌ ପ୍ରିମିୟର ଲିଗ୍‌ର ଏକ ମ୍ୟାଚ୍‌ରେ ମାଞ୍ଚେଷ୍ଟର ସିଟି ୪-୦ରେ ଲିଭରପୁଲ୍‌କୁ ହରାଇଛି।
ଦୀର୍ଘ ୩ ଦଶନ୍ଧି ପରେ ଟାଇଟଲ ହାସଲ କରିଥିବାରୁ ଲିଭରପୁଲ୍‌କୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସିଟି ତରଫରୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ଏଥିରେ ଲିଭରପୁଲ୍‌ ଖେଳାଳି ଖୁସି ହୋଇଥିଲେ। ତେବେ ଏହା ବେଶି ସମୟ ତିଷ୍ଠି ନ ଥିଲା। ସିଟି ତରଫରୁ ଆକ୍ରମଣାତ୍ମକ ଖେଳି ପ୍ରଦର୍ଶନ କରାଯାଇଥିଲା। ସିଟି ତରଫରୁ ୨୫ ତମ ମିନିଟ୍‌ରେ ଡି କେଭିନ୍‌ ଡି ବ୍ରୁନେ ପ୍ରଥମ ଗୋଲ ସ୍କୋର କରି ଖାତା ଖୋଲିଥିଲେ। ଏହାପରେ ୩୫ତମ ମିନିଟ୍‌ରେ ରାହିମ ଷ୍ଟିର୍ଲିଂ ଓ ୪୫ତମ ମିନିଟ୍‌ରେ ଫିଲ୍‌ ଫୋଡେନ ଗୋଲ ସ୍କୋର କରିଥିଲେ। ଶେଷରେ ଲିଭରପୁଲ୍‌ ତରଫରୁ ୬୬ତମ ମିନିଟ୍‌ରେ ଓକ୍ସଲାଡ- ଚାମ୍ବରଲାନଙ୍କ ଆତ୍ମଘାତୀ ଗୋଲ ବଳରେ ସିଟି ୪-୦ରେ ବିଜୟୀ ହୋଇଥିଲା। ଷ୍ଟିର୍ଲିଂଙ୍କ ଲୋ- ଡ୍ରାଇଭ୍‌ ଚାମ୍ବରଲେନ୍‌ଙ୍କ ଦ୍ୱାରା ସ୍ଲାଇଡ୍‌ ହୋଇଥିଲା ଓ ଲିଭରପୁଲ୍‌ ନେଟ୍ସ ଭିତରକୁ ବଲ୍‌ ଚାଲିଯାଇଥିଲା। ତେବେ ଏହି ପରାଜୟ କୌଣସି ଫରକ ଆଣିବ ନାହିଁ। ୩୨ଟି ମ୍ୟାଚ୍‌ ଖେଳି ଲିଭରପୁଲ ୮୬ ପଏଣ୍ଟ ହାସଲ କରିଛି ଓ ଗତ ସପ୍ତାହରେ ଚାମ୍ପିୟନ ଘୋଷିତ ହୋଇସାରିଛି। ୭ଟି ଗେମ୍‌ ବାକିଥାଇ ଲିଭରପୁଲ ସର୍ବାଧିକ ପଏଣ୍ଟ ହାସଲ କରି ଚାମ୍ପିୟନ ଘୋଷିତ ହୋଇଥିଲା। ଟାଇଟଲ ହାସଲରୁ ଅଳ୍ପକେ ବଞ୍ଚିତ ହୋଇଥିବା ସିଟି ୩୨ ମ୍ୟାଚ୍‌ ଖେଳି ୬୬ ପଏଣ୍ଟ ହାସଲ କରିବା ସହ ଦ୍ୱିତୀୟ ସ୍ଥାନରେ ରହିଛି। ଗତ ଦୁଇବର୍ଷ ହେବ ସିଟି ଟାଇଟଲ ହାସଲ କରି ଆସୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୬ରେ ଶ୍ରୀଗୁଣ୍ଡିଚା ରଥଯାତ୍ରା: ଗଞ୍ଜାମରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

ଗଞ୍ଜାମ,୮।୭(ବିଦ୍ୟାଧର ସାହୁ ): ଆସନ୍ତା ସପ୍ତାହ ତଥା ଜୁଲାଇ ୧୬ରେ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା । ପ୍ରତିବର୍ଷ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଘୋଷଯାତ୍ରା…

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୨ ଗିରଫ, ଏକାଧିକ ଚମ୍ପଟ

ଦାରିଙ୍ଗବାଡି, ୮।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତ ଆଡକି ଜଙ୍ଗଲରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ…

କେସିଙ୍ଗା ଏନଏସିରୁ ବାଦ ପଡିଲେ ୧୪୩୨ ଭୋଟର: ସୂଚନା ଦେଲେ ଅଧିକାରୀ

କେସିଙ୍ଗା,୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାରେ ସ୍ବତନ୍ତ୍ର ସଘନ ସଂଶୋଧନ-୨୦୨୬ର ଭୋଟର୍ସଙ୍କ ତାଲିକା ଲିଷ୍ଟ ଇତି ମଧ୍ୟରେ ପ୍ରକାଶ ପାଇଛି। କେସିଙ୍ଗା ଏନଏସିର ସର୍ବମୋଟ ୧୪ହଜାର୮୬୮ ଜଣ ଭୋଟର…

ଯବାନଙ୍କ ସର୍ଚ୍ଚ ଅପରେଶନ ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ

ନୂଆପଡ଼ା,୮।୭ (ମକାରୁ ବେମାଲ): ୨୦୨୬ ମାର୍ଚ୍ଚ ୩୧ରେ ସାରା ଦେଶକୁ ମାଓବାଦୀ ମୁକ୍ତ ଘୋଷଣା କରାଯାଇଥିଲା। ସେହି ଦିନଠାରୁ ମାଓବାଦୀ ଗତିବିଧି ଜଣାପଡି ନ ଥିଲା। ହେଲେ…

ନେହା ଡାଗା ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ

ନୂଆପଡ଼ା,୮।୭ (ମକାରୁ ବେମାଲ) : ନୂଆପଡା ଜିଲା ଖରିଆର ରୋଡ ପାର୍ଶ୍ୱନାଥ (ଜୈନ) ଭବନଠାରେ ଭାରତୀୟ ଜନତା ମଜଦୁର ସେଲ୍‌ (ବିଜେଏମ୍‌ସି) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ…

ଲୋକଙ୍କ ଘରେ ପଶିଲା ମଇଳା ପାଣି, ଡ୍ରେନେଜ ସମସ୍ୟା ନେଇ ଜିଲାପାଳଙ୍କୁ …

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପରିଷଦ ଅଞ୍ଚଳରେ ଡ୍ରେନେଜ ସମସ୍ୟା ସଙ୍ଗୀନ ହୋଇପଡ଼ିଛି। ଗତ କିଛିଦିନ ବର୍ଷା ଲାଗି ରହିବାରୁ ବିଭିନ୍ନ ୱାର୍ଡ଼ ଜଳମଗ୍ନ ହେବା ସହିତ…

ସରକାରୀ ଜମିରେ ବନବିଭାଗର ବୃକ୍ଷରୋପଣ ଉଦ୍ୟମ: ଗ୍ରାମବାସୀଙ୍କ ତୀବ୍ର ବିରୋଧ, ଗାଁ ମୁଣ୍ଡ ରାସ୍ତାରେ ଦେଲେ ଧାରଣା

ମହାକାଳପଡ଼ା,୮।୭( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍ଥାନୀୟ କଣ୍ଡରା ପାଟିଆ ଗ୍ରାମ ଜୋରୀ…

ଜୀରାନଦୀରେ ରିଂ ରୋଡ୍‌ ନିର୍ମାଣ: ସମୟ ଗଡ଼ୁଛି, ବର୍ଷାରେ ଧୋଇ ଯାଉଛି

ବରଗଡ଼,୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀ ପାର୍ଶ୍ୱରେ ରିଂ ରୋଡ୍‌ ନିର୍ମାଣ ଚାଲିଛି। ବର୍ଷା ଓ ବନ୍ୟା ସମୟରେ ସହରକୁ ଜଳ ପ୍ଳାବନରୁ ରକ୍ଷା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri