ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଓରାଭେଲ ଷ୍ଟେଜ୍ ଏବଂ ଜି୬ ହସ୍ପିଟାଲିଟି ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଏହା ଏକ ନଗଦ କାରବାର (ଟ୍ରାଞ୍ଜାକ୍ସନ) ମଧ୍ୟରେ ସହଭାଗିତା ହୋଇଥିଲାବେଳେ ପ୍ରାୟ ୫୨୫ ମିଲିୟନ ଡଲାର ମୂଲ୍ୟରେ ବ୍ଲାକ୍ ଷ୍ଟୋନ୍ ରିଅଲ ଇଷ୍ଟେଟଠାରୁ ଆଇକନିକ ମୋଟେଲ-୬ ଓ ଷ୍ଟୁଡିଓ-୬ ବ୍ରାଣ୍ଡ୍ର ଅଗ୍ରଣୀ ଇକୋନୋମି ଲଜିଙ୍ଗ ଫ୍ରାଞ୍ଚାଇଜର ଏବଂ ପ୍ୟାରେଣ୍ଟ କମ୍ପାନୀ ଜି୬ ହସ୍ପିଟାଲିଟିକୁ ଅଧିଗ୍ରହଣ କରିବା ପାଇଁ କମ୍ପାନୀ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି ବୋଲି ଗ୍ଲୋବାଲ ଟ୍ରାଭେଲ ଟେକ୍ନୋଲୋଜି କମ୍ପାନୀ ଓୟୋ’ର ପ୍ୟାରେଣ୍ଟ କମ୍ପାନୀ ଓରାଭେଲ ଷ୍ଟେଜ୍ ନିକଟରେ ଘୋଷଣା କରିଛି। ସେହିଭଳି ଏହି କାରବାର (ଡିଲ୍)କୁ ଓଡ଼ିଶାର ବରଗଡ଼ ଜିଲା ବାସିନ୍ଦା ଏବଂ ଓୟୋର ଗ୍ରୁପ ଜେନେରାଲ କାଉନସେଲ ରାକେଶ ପୃଷ୍ଟି ସଫଳତାର ସହ ପରିଚାଳନା ଏବଂ ଯିଏକି ଚୁକ୍ତିପୂର୍ବ ଆଲୋଚନା ଓ ଚୁକ୍ତିକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଓୟୋର ଅନ୍ୟାନ୍ୟ ଲିଡରଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଯାହା ୟୁଏସ୍ରେ ଓୟୋର ଉପସ୍ଥିତିକୁ ଆହୁରି ସୁଦୃଢ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଏ ସମ୍ପର୍କରେ ଓୟୋର ଗ୍ରୁପ୍ ଜେନେରାଲ କାଉନସେଲ ରାକେଶ ପୃଷ୍ଟି କହିଛନ୍ତି, ଏହା ଓୟୋ ପାଇଁ ଏକ ବଡ ସଫଳତା ହୋଇଥିଲାବେଳେ ଆମେ ଆମେରିକୀୟ ବଜାରକୁ ଆମର ନିଜସ୍ବ ଆତିଥ୍ୟ ଅନୁଭୂତି ଆଣିବା ପାଇଁ ଲକ୍ଷ୍ୟ ରଖିଛୁ। ଏପରିକି ମୋଟେଲ୬ର ଆମେରିକା ଓ କାନାଡାରେ ଭଲ ଉପସ୍ଥିତି ରହିଛି। ଏହି ସହଭାଗିତା ଭ୍ରମଣକାରୀଙ୍କ ଆବଶ୍ୟକତାକୁ ଉତ୍ତମ ଭାବେ ପୂରଣ କରିବାରେ ଆମକୁ ସାହାଯ୍ୟ କରିବ, ଯାହା ସେମାନଙ୍କୁ ଉନ୍ନତ ସୁବିଧା ଓ ସୁଲଭତା ପ୍ରଦାନ କରିବ। ସେହିଭଳି ଏହି ସହଭାଗିତା ମାଧ୍ୟମରେ ଓୟୋ ନିଜର ଟେକ୍ନୋଲୋଜି, ପରିଚାଳନାଗତ ଦକ୍ଷତା ଓ ପ୍ରିମିୟମ ଗେଷ୍ଟ ଏକ୍ସପେରିଏନ୍ସ ମଡେଲକୁ ମୋଟେଲ ୬ର ସମ୍ପତ୍ତିଗୁଡିକରେ ଏକତ୍ରିତ କରିବ।
ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା
ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...
ଟ୍ରମ୍ପଙ୍କୁ ଜୋରଦାର ଝଟ୍କା ଦେଲେ ପୁଟିନ-ମୋଦି! ବିଶ୍ୱରେ ଚହଳ
ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କ ଆଗମନ ଭାରତ ପାଇଁ ଖୁସିର ଖବର ଆଣିଛି। ଗୁରୁବାର ଆମେରିକୀୟ...
ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା
ମୁମ୍ବାଇ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ୍କୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୫.୨୫...
ବଦଳିବ ବ୍ୟାଙ୍କିଂ ସମୟ! ଓ଼୍ବାର୍କିଂ ଡେ ରହିବ ଏତିକି, ଆସିଲା ବଡ଼ ଖବର
ନୂଆଦିଲ୍ଲୀ,୪ା୧୨: ଆଜିକାଲି କାର୍ଯ୍ୟ-ଜୀବନ ସନ୍ତୁଳନ ଏକ ପ୍ରମୁଖ ସମସ୍ୟା। ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଏହାର ବ୍ୟତିକ୍ରମ ନୁହଁନ୍ତି। ୟୁନିଅନଗୁଡ଼ିକ ବହୁ ଦିନ ଧରି ବ୍ୟାଙ୍କଗୁଡ଼ିକ ପାଇଁ...
ଡଲାର ତୁଳନାରେ ୯୦ ଟପିଲା ଟଙ୍କା, ସର୍ବକାଳୀନ ନିମ୍ନ ସ୍ତରକୁ ଖସିଲା
ମୁମ୍ବାଇ,୩ା୧୨: ଭାରତୀୟ ଟଙ୍କା ବୁଧବାର ଆମେରିକୀୟ ଡଲାର ତୁଳନାରେ ପ୍ରଥମ ଥର ପାଇଁ ୯୦ ଟଙ୍କା ସ୍ତର ଅତିକ୍ରମ କରିଛି। ଟଙ୍କାର ମୂଲ୍ୟ ଖସିଯାଇ ଡଲାର୍...
ପଲସର୍ ଆଣିଲା ଧୂଆଁଧାର ଅଫର୍, ମାତ୍ର ଏତିକି ଟଙ୍କାରେ ମିଳିବ…
ନୂଆଦିଲ୍ଲୀ,୩।୧୨: ବର୍ଷର ଶେଷ ମାସଗୁଡ଼ିକରେ, ଦୁଇଚକିଆ ଯାନ ନିର୍ମାତା ବାଜାଜ ଅଟୋ ପୁଣି ଥରେ ଏହାର ଲୋକପ୍ରିୟ ପଲସର ହାଟ୍ରିକ ଅଫରକୁ ଆରମ୍ଭ କରିଛି। ଦୀପାବଳି...
ରୁଫ୍ଟପ୍ ସୋଲାର ସିଷ୍ଟମ ପାଇଁ ଗ୍ରାମପଞ୍ଚାୟତକୁ ପ୍ରୋତ୍ସାହନ ରାଶି
ଭୁବନେଶ୍ୱର,୩।୧୨,(ଅନୁରାଧା ମହାରଣା): ଟାଟା ପାୱାର ଏବଂ ରାଜ୍ୟ ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଏହାର ବ୍ୟବସାୟିକ...
ଏହି ୫ଟି ଟ୍ରାଞ୍ଜାକ୍ସନବେଳେ ରୁହନ୍ତୁ ସତର୍କ! ନଚେତ ସିଧା ଘରେ ପହଞ୍ଚିଯିବ…
ନୂଆଦିଲ୍ଲୀ,୨।୧୨: ଆୟକର ବିଭାଗ କେବଳ ଆପଣଙ୍କ ଆୟ ଉପରେ ଟିକସ ଲଗାଏ ନାହିଁ, ବରଂ କିଛି ପ୍ରକାରର ଆର୍ଥିକ କାରବାର ଉପରେ ମଧ୍ୟ କଡ଼ା ନଜର...
Archives


