Posted inଜାତୀୟ

କଂଗ୍ରେସକୁ ଆଶ୍ୱସ୍ତି, ଚିନ୍ତନ ଶିବିରରେ ଜି୨୩ର ସମସ୍ତ ସମସ୍ୟାର ସମାଧାନ!

ନୂଆଦିଲ୍ଲୀ,୧୫ ।୫: ଏବେ ବୁଡିଯାଉଥିବା ଡଙ୍କାକୁ କୂଳରେ ଲଗାଇବାକୁ ଚେଷ୍ଟା କରୁଛି କଂଗ୍ରେସ । ବେଶ କିଛି ବର୍ଷ ହେବ ପ୍ରାୟ ସମସ୍ତ ନିର୍ବାନରେ ଶୋଚନୀୟ ପରାଜୟ ପରେ ଏବେ ଦଳକୁ ମଜଭୁତ ଚିନ୍ତା କରାଯାଇଛି । ସେଥିପାଇଁ ରାଜସ୍ଥାନର ଉଦୟପୁରରେ ଶୁକ୍ରବାରଠାରୁ ୩ ଦିନିଆ ଚିନ୍ତନ ଶିବିରର ଆୟୋଜନ କରାଯାଇଛି । ଏହି ଶିବିରରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ପ୍ର୍ରାୟ ୪୩୦ ପ୍ରତିନିଧି ଯୋଗ ଦେଇଛନ୍ତି । ତେବେ ଏହି ଚିନ୍ତନ ଶିବିରକୁ ନେଇ ମିଳିଥିବା ବିଶେଷ ସୂଚନା ଅନୁଯାୟୀ କଂଗ୍ରେସର ଅସନ୍ତୁଷ୍ଟ ଜି୨୩ ନେତାଙ୍କ ସମସ୍ତ ପ୍ରସ୍ତାବକୁ କୁଆଡେ ପ୍ରାଧାନ୍ୟ ଦିଆଯାଉଛି । ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଜି୨୩ର ସମସ୍ତ ପ୍ରସ୍ତାବକୁ ଗୁରୁତ୍ୱ ଦିଆଯାଇ ଦଳରେ ଜରୁରୀ ପରିବର୍ତ୍ତନ କରାଯାଉଛି ।
କଂଗ୍ରେସ ପାଇଁ ଏହା ସବୁଠାରୁ ବଡ ଆଶ୍ୱସ୍ତି ବୋଲି କୁହାଯାଉଛି । କାରଣ କଂଗ୍ରେସ ପାିଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା ଯେ ସେ କିପରି ତା’ର ବରିଷ୍ଠ ଅସନ୍ତୁଷ୍ଟ ନେତାଙ୍କୁ ମନାଇବ ।
ସୂଚନାଯୋଗ୍ୟ, ଏହି ଚିନ୍ତନ ଶିବିରରେ ଯୋଗ ଦେବାକୁ ଜି୧୨୩ର ସଦସ୍ୟ ଗୁଲାମ ନବି ଆଜାଦ, କପିଲ ଶିବଲ, ଆନନ୍ଦ ଶର୍ମା, ଶଶି ଥରୁର, ମନିଷ ତିୱାରୀ ଓ ଅଖିଳେଶ ପ୍ରସାଦ ସିଂଙ୍କ ସମେତ ସମସ୍ତ ନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ହେଲେ କେବଳ କପିଲ ଶିବଲଙ୍କୁ ଛାଡିଦେଲେ ସମସ୍ତ ସଦସ୍ୟ ଏହି ଶିବିରରେ ଯୋଗ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri