ବ୍ୟାଙ୍କ କଲୋନୀକୁ ବ୍ୟାପିଲା ସଂକ୍ରମଣ

କନ୍ଧମାଳ ଜିଲା ଜି.ଉଦୟଗିରି ସହରରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ମହାଗୁଡା ସାହି, କଚେରୀ ସାହି, ବସଷ୍ଟାଣ୍ଡ ସାହି, ବରାଳିନୀ ସାହି, ଲକ୍ଷ୍ମ୍ମୀ ବଜାର କଣ୍ଟେନମେଣ୍ଟ ଜୋନ ହେବା ପରେ ଗୁରୁବାର ବ୍ୟାଙ୍କ କଲୋନୀକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ବ୍ୟାଙ୍କ କଲୋନୀରୁ ୪ ଜଣ ଅକ୍ରାନ୍ତ ଚିହ୍ନଟ ହେବା ପରେ ସାହିକୁ ସାନିଟାଇଜ କରାଯିବା ସହ ଘର ଘର ବୁଲି ସ୍କ୍ରିନିଂ କରାଯାଉଛି। ଏମ୍‌ଆଇ ଅଫିସ ନିକଟରୁ ବ୍ୟାରିକେଟ କରାଯାଇଛ। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି ବୋଲି ଜି.ଉଦୟଗିରି ବିଡିଓ ତଥା ଏନ୍‌ଏସିର ପ୍ରଶାସକ ଶାନ୍ତନୁ କୁମାର ନାୟକ କହିଛନ୍ତି ।