ଭିତ୍ତିଭୂମି ଉପରେ ଭବିଷ୍ୟତ

ଅନୁଗୋଳ ଅଫିସ, ୧୪ା୧୦:ମଣିଷ ମାରିଲା ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ସୁନ୍ଦରୀ। ମରଣ ମୁହଁରେ ପଡ଼ିଲା ମହାବଳ ବାଘ ମହାବୀର। ବନ ବିଭାଗର ଚରମ ବିଫଳତା ପାଇଁ ବେଶ୍‌ ବଦନାମ ହୋଇଛି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ। ମହାବୀର ମରିବା ପରଠାରୁ ୨୦୧୮ ନଭେମ୍ବର ୧୫ରୁ ଏହି ପ୍ରକଳ୍ପକୁ ସ୍ଥଗିତ ରଖିଛି ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ)। ଫଳରେ ଦୀର୍ଘ ୪ ବର୍ଷ ହେଲା ପ୍ରକଳ୍ପର ଭବିଷ୍ୟତକୁ ନେଇ ଅନ୍ଧାରରେ ଅଛନ୍ତି ରାଜ୍ୟବାସୀ। ଏଠାରେ ବ୍ୟାଘ୍ର ବଂଶ ବୃଦ୍ଧି ପରିକଳ୍ପନା ଆଗକୁ ବଢ଼ିବ ନା ଛିଡ଼ିବ, ତାହା ଜାଣିପାରୁନାହାନ୍ତି ଲୋକେ। ହେଲେ ସାତକୋଶିଆକୁ ନେଇ ଏବେ ସକାରାତ୍ମକ ସୂଚନା ମିଳିଛି। ଅତୀତର ବିଫଳତାରୁ ବୁଦ୍ଧି ଶିଖିଥିବା ବନ ବିଭାଗ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବେ ଭିତ୍ତିଭୂମି ପ୍ରସ୍ତୁତି ଉପରେ ଜୋର୍‌ ଦେଉଛି। ଏନ୍‌ଟିସିଏ ଟିମ୍‌ ମଧ୍ୟ କ୍ଷେତ୍ର ପରିଦର୍ଶନ କରିସାରିଛି। ତେଣୁ ସମୟ ଲାଗିଲେ ବି ସ୍ଥଗିତ ପ୍ରକଳ୍ପ ପୁଣି କାର୍ଯ୍ୟକ୍ଷମ ହେବା ନେଇ ଆଶା ସଞ୍ଚାର ହୋଇଛି।
ଜୈବ ବିବିଧତାରେ ପରିପୂର୍ଣ୍ଣ ଅନୁଗୋଳ, କଟକ, ନୟାଗଡ଼ ଓ ବୌଦ୍ଧ ଜିଲାର ୭୯୫.୫୨ ବର୍ଗ କି.ମି. ଜଙ୍ଗଲାଞ୍ଚଳକୁ ୧୯୭୬ରେ ସାତକୋଶିଆ ଅଭୟାରଣ୍ୟର ମାନ୍ୟତା ଦିଆଯାଇଥିଲା। ୨୦୦୨ରେ ଏହାକୁ ହସ୍ତୀ ପ୍ରକଳ୍ପ ଓ ୨୦୦୭ରେ ବ୍ୟାଘ୍ର ପ୍ରକଳ୍ପରେ ପରିଣତ କରାଯାଇଥିଲା। ପରେ ଏହାର ପରିସୀମାକୁ ଆହୁରି ବୃଦ୍ଧି କରାଯାଇଛି। ତେବେ ୨୦୧୪ ଗଣନାରେ ଏଠାରେ ମାତ୍ର ୨ଟି ବାଘ ଥିବା ଜଣାପଡ଼ିବା ପରେ ୨୦୧୬ରୁ ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ ପରିକଳ୍ପନା ଆରମ୍ଭ ହୋଇଥିଲା। ସେହିବର୍ଷ ବାହାର ରାଜ୍ୟରୁ ବାଘ ଆଣିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ୨୦୧୮ ଜୁନ୍‌ ୨୧ରେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଅଣ୍ଡିରା ମହାବଳ ମହାବୀର ଓ ସେହିମାସ ୨୮ ତାରିଖରେ ବାନ୍ଧବଗଡ଼ରୁ ବାଘୁଣୀ ସୁନ୍ଦରୀକୁ ଅଣାଯିବା ପରେ ସାତକୋଶିଆରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିଲା। ଏପରି କି ଜୁଲାଇ ୬ରେ ମହାବୀର ଓ ଅଗଷ୍ଟ ୧୭ରେ ବାଘୁଣୀ ସୁନ୍ଦରୀକୁ ଅଭୟାରଣ୍ୟ ମଧ୍ୟକୁ ଛଡ଼ାଯାଇଥିଲା। ହେଲେ ବନ ବିଭାଗର ଉପଯୁକ୍ତ ପରିଚାଳନା ଅଭାବରୁ ବାଘୁଣୀ ସୁନ୍ଦରୀ ୨ ମଣିଷଙ୍କ ଜୀବନ ନେଲା। ଏହାକୁ ନେଇ ସାତକୋଶିଆରେ ଲଙ୍କାକାଣ୍ଡ ଘଟିଲା। ଫଳରେ ୨୦୧୮ ନଭେମ୍ବର ୬ରେ ବାଘୁଣୀକୁ ପୁଣି ଏନ୍‌କ୍ଲୋଜର ମଧ୍ୟକୁ ଫେରାଇ ଅଣାଗଲା। କିନ୍ତୁ ନଭେମ୍ବର ୧୪ରେ ମହାବଳ ମହାବୀରର ମୃତ୍ୟୁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ସବୁଠାରୁ ବଡ଼ ଅଘଟଣ ଥିଲା। ସେବେଠାରୁ ଏହି ପ୍ରକଳ୍ପକୁ ଏନ୍‌ଟିସିଏ ପକ୍ଷରୁ ସ୍ଥଗିତ ରଖାଯାଇଥିବା ବେଳେ ୨୦୨୧ ମାର୍ଚ୍ଚ ୨୩ରେ ଏନ୍‌କ୍ଲୋଜରରେ ଥିବା ସୁନ୍ଦରୀକୁ ବାନ୍ଧବଗଡ଼ ଫେରାଇ ଦିଆଯାଇଛି। ତେବେ ସାମୟିକ ସମୟ ପାଇଁ ସ୍ଥଗିତ ଥିବା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ଏବେ ଭିତ୍ତିଭୂମି ସୁଦୃଢ଼ୀକରଣକୁ ଗୁରୁତ୍ୱ ଦିଆଯାଉଛି। ଆଣ୍ଟି ପୋଚିଂ ଷ୍ଟାଫ୍‌ ଏବଂ ଓ୍ବାଚରଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଓ୍ବେବ୍‌ ପାଟ୍ରୋଲିଂ ଭଳି ନୂଆ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି କାର୍ଯ୍ୟ କରୁଥିବା କର୍ମଚାରୀମାନେ ବୃତ୍ତାକାର ପରିଧି ମଧ୍ୟରେ ପାଟ୍ରୋଲିଂ କରିବେ। ଏପରି କି ଜଙ୍ଗଲୀ ଜନ୍ତୁଙ୍କ ଗତିବିଧି ପରଖିବା ସହ ଜଙ୍ଗଲରେ କେଉଁଠି ସମସ୍ୟା ହେଉଛି, ବୃକ୍ଷଲତା ସ୍ବାଭାବିକ ଭାବେ ବଢୁଛି କି ନାହିଁ, ଫୁଲ ଫଳ ଠିକ୍‌ ଭାବେ ହେଉଛି କି ନାହିଁ ତାହା ମଧ୍ୟ ତଦାରଖ କରିବେ। ଜଙ୍ଗଲ ମଧ୍ୟରେ କେଉଁମାନେ ଆତଯାତ କରୁଛନ୍ତି, ସେମାନଙ୍କ ଉପରେ କଡ଼ା ନଜର ରଖିବେ। ଶିକାରୀ ଯେପରି ପ୍ରବେଶ କରି ନ ପାରିବେ ସେ ନେଇ ସୁରକ୍ଷା ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବେ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ଆଞ୍ଚଳିକ ବନ ସଂରକ୍ଷକ ଅନୁଗୋଳ ତଥା କ୍ଷେତ୍ର ନିର୍ଦ୍ଦେଶକ ସାତକୋଶିଆ ବ୍ୟାଘ୍ର ସଂରକ୍ଷାଞ୍ଚଳ ଅଧିକାରୀ ଏମ୍‌. ଯୋଗଜୟାନନ୍ଦ କହିଛନ୍ତି, ପ୍ରକଳ୍ପର ଭିତ୍ତିଭୂମି ସଜଡ଼ାଯାଉଛି। ବାଘ ଆସିବାକୁ ୩ରୁ ୪ ବର୍ଷ ସମୟ ଲାଗିବ। ଏହି ସମୟ ମଧ୍ୟରେ ବନ ବିଭାଗ ଲୋକଙ୍କ ନିକଟତର ହେବା ସହ କୋର୍‌ ଜଙ୍ଗଲରେ ଥିବା ଗଁାଗୁଡ଼ିକୁ ବିସ୍ଥାପିତ କରାଯିବ। ଫଳରେ ବାଘଙ୍କ ମୁକ୍ତ ଚଳପ୍ରଚଳ ପାଇଁ ବୃହତ୍‌ ଅଞ୍ଚଳ ମିଳିପାରିବ। ଏଥିସହ ଜଙ୍ଗଲବାସୀ ମଧ୍ୟ ସୁରକ୍ଷିତ ରହିପାରିବେ। ଓ୍ବେବ୍‌ ପାଟ୍ରୋଲିଂ କିପରି ଚାଲିଛି ତାହାକୁ ରେକର୍ଡ କରି ରଖାଯାଉଛି। ତୃଣଭୋଜି ପ୍ରାଣୀଙ୍କ ସଂଖ୍ୟା ବଢାଇବାକୁ ସ୍ବତନ୍ତ୍ର ବ୍ୟବସ୍ଥା ହେଉଛି।
ସାତକୋଶିଆ ଡିଏଫ୍‌ଓ ଡ. ସରୋଜ ପଣ୍ଡା କହିଛନ୍ତି, କୋର୍‌ ଅଞ୍ଚଳରୁ କଟରଙ୍ଗ ଗାଁ ବିସ୍ଥାପିତ ହୋଇଛି। ଟୁଲୁକା, ଗୋପାଳପୁର, ପୁରୁଣାକୋଟ, ଟିକରପଡା ଆଦି ଗ୍ରାମ ବିସ୍ଥାପିତ ପାଇଁ ଯୋଜନା କରାଯାଉଛି। ପୂର୍ବରୁ ଗ୍ରାମବାସୀ ଓ ବନ ବିଭାଗ ମଧ୍ୟରେ ଉତ୍ତମ ସମ୍ପର୍କ ରହୁ ନ ଥିଲା। ଫଳରେ ସମସ୍ୟା ଉପୁଜୁଥିଲା। ଏଥିରେ ସୁଧାର ଆଣିବାକୁ ରୀତିମତ ଲୋକଙ୍କ ସହ ଯୋଗାଯୋଗ କରାଯାଉଛି। ଗତ ସେପ୍ଟେମ୍ବର ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଏନ୍‌ଟିସିଏ ଟିମ୍‌ ସାତକୋଶିଆରେ ରହି କ୍ଷେତ୍ର ପରିଦର୍ଶନ କରିଛନ୍ତି। ଉନ୍ନତୀକରଣ ଚାଲିଥିବା ଭିତ୍ତିଭୂମି ଦେଖି ଉକ୍ତ ଟିମ୍‌ ସନ୍ତୋଷ ବ୍ୟକ୍ତ କରିଥିବା ଡିଏଫ୍‌ଓ ପଣ୍ଡା ପ୍ରକାଶ କରିଛନ୍ତି।

ଅମିତ କୁମାର ସାମଲ


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମ ନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା; ଗର୍ଜିଲା ଛାତ୍ର କଂଗ୍ରେସ, ଜିଲାପାଳଙ୍କୁ ଦାବିପତ୍ର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ ନେଇ ବିବାଦ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

ଗର୍ଲଫ୍ରେଣ୍ଡ୍‌ଙ୍କୁ ମହଙ୍ଗା ଗାଡ଼ି ଉପହାର ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ଦାମ ଜାଣିଲେ ଉଡିଯିବ ହୋଶ୍‌

ମୁମ୍ବାଇ,୩୦।୩: କିଛି ଦିନ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଫେରାରି (Ferrari 12Cilindri) କିଣିଛନ୍ତି। ଏହାର ମୂଲ୍ୟ ୧୨ କୋଟି ବୋଲି ଜଣାପଡ଼ିଛି। ଏବେ ତାଙ୍କ କାର…

ନବୀନ ନିବାସରେ କଟକ-ଚୌଦ୍ୱାରର ୮ କର୍ପୋରେଟର: ଡକରା ପରେ…

ଭୁବନେଶ୍ୱର,୩୦।୩: ନବୀନ ନିବାସରେ ପହଞ୍ଚିଛନ୍ତି କଟକ-ଚୌଦ୍ୱାରର ୮ କର୍ପୋରେଟର। ପ୍ରତାପ ଜେନାଙ୍କ ନେତୃତ୍ୱରେ ନବୀନ ନିବାସରେ ପହଞ୍ଚିଥିବା ସୂଚନା ମିଳିଛି। କଟକ ରାଜନୀତି ସରଗରମକୁ ନେଇ ନବୀନ…

କେନ୍ଦ୍ରୀୟ ମଣ୍ଡି ଖୋଲି ଆଜି ହିଁ ଧାନ କିଣନ୍ତୁ….ଦଣ୍ଡ ମାରି ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ପ୍ରତିବାଦ

ଯାଜପୁର,୩୦ା୩(ହର୍ଷବର୍ଦ୍ଧନ ବେହେରା): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି ।ଶତାଧିକ ଚାଷୀ ଟ୍ରାକ୍ଟର, ଅଟୋ ଇତ୍ୟାଦିରେ ଧାନ ବସ୍ତା ଲଦି ମେଡିକାଲ ଛକରୁ…

୧୧ ପଦକ ଜିତିଲେ ଗଞ୍ଜାମର ୩ ଖେଳାଳି, ଛୁଟୁଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୩୦।୩ (ଦିଲ୍ଲୀପ ସାମଲ): ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ଦ୍ୱିତୀୟ ଜାତୀୟ ପାରା ଅସିଚାଳନା ପ୍ରତିଯୋଗିତାରେ ଦଶରୁ ଅଧିକ ପଦକ ଜିତିଛନ୍ତି ଗଞ୍ଜାମର ୩ ଖେଳାଳି। ଛତ୍ରପୁର ଗିଲିଟିପେଟା…

ଟ୍ରମ୍ପଙ୍କ ହୃଦୟ ଭାଙ୍ଗିଲେ ନେତାନ୍ୟାହୁ! ଇସ୍ରାଏଲ ଘୋଷଣା କରି କହିଲା….

ନୂଆଦିଲ୍ଲୀ,୩୦ା୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଇସ୍ରାଏଲ ଆମେରିକାକୁ ଏକ ବଡ଼ ଧୋକା ଦେଇଛି। ଇସ୍ରାଏଲ ସ୍ପଷ୍ଟ ଭାବରେ କହିଛି ଯେ ଏହାର ସେନା ଗ୍ରାଉଣ୍ଡ…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri