ମହିଳାଙ୍କ ହାତରେ ଓଡ଼ିଶା ପ୍ରଗତିର ଭବିଷ୍ୟତ

ବଲାଙ୍ଗୀର, ୮ା୮ (ବୀରେନ୍ଦ୍ର କୁମାର ଝାଙ୍କର): ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଦୁଇଦିନିଆ ବଲାଙ୍ଗୀର ଜିଲା ଗସ୍ତ କାର୍ଯ୍ୟକ୍ରମ ସୋମବାର ଶେଷ ହୋଇଛି। ସକାଳେ ବଲାଙ୍ଗୀର ସହରର ସମଲେଶ୍ୱରୀ ମନ୍ଦିର, କୋଶଳ କଳାମଣ୍ଡଳ, ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ପରିଦର୍ଶନ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଡିଆରେ ମିଶନ ଶକ୍ତି କର୍ମକର୍ତ୍ତାଙ୍କ ସହ ସେ ଆଲୋଚନା କରିଥିଲେ। ଏହା ସହିତ ଜନସାଧାରଣଙ୍କ ସହ ସାକ୍ଷାତ୍‌, ଲୋଇସିଂହା ବ୍ଳକ ଯୋଗୀସର୍ଡାଠାରେ ୫-ଟି ସ୍କୁଲ, ଶିବମନ୍ଦିର ପରିଦର୍ଶନ, ଲୋଇସିଂହା କଲେଜ ପଡିଆ ଓ ମୁରିବାହାଲ ବ୍ଳକ ଗୁରୁଣ୍ଡାଠାରେ ଜନ ଅଭିଯୋଗ ଶୁଣାଣି କରିଥିଲେ ପାଣ୍ଡିଆନ।
ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଖେଳପଡିଆରେ ମିଶନ ଶକ୍ତି କାର୍ଯ୍ୟକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇ ୫-ଟି ସଚିବ କହିଥିଲେ ଯେ, ଓଡିଶା ପ୍ରଗତିର ଭବିଷ୍ୟତ ମହିଳାମାନଙ୍କ ହାତରେ ରହିଛି। ୨୦୦୧ ମସିହାରେ ମିଶନ ଶକ୍ତି ଗଠନ ବେଳେ ଯେଉଁ ମହିଳାମାନେ ସାମିଲ ହେଲେ ସେମାନେ ୧୦ ଟଙ୍କା ଲେଖାଏ ସଞ୍ଚୟ କରି ଏବଂ ହାତମୁଠା ଚାଉଳ ସଂଗ୍ରହ କରି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଗଠନ କରିଥିଲେ। ଆଜି ରାଜ୍ୟରେ ୩ ଲକ୍ଷ ୫୦ ହଜାର ଏସ୍‌ଏଚ୍‌ଜି ରହିଛି। ଦିନେ ହାତମୁଠାରେ ଚାଉଳ ସଂଗ୍ରହ କରୁଥିବା ମହିଳାମାନେ ରାଜ୍ୟର ଗୋଟିଏ ବର୍ଷରେ ୧୧ ହଜାର କୋଟି ଋ଼ଣ ନେଉଛନ୍ତି। ଏହି ମହିଳାମାନେ ବିକଶିତ ଓଡ଼ିଶା କରିବାରେ ସହାୟକ ହେଉଛନ୍ତି। ବଲାଙ୍ଗୀରରେ ମିଶନ ଶକ୍ତିର ମହିଳାମାନେ ମିଶନ ଶକ୍ତି ହୋଟେଲ, ପାନ୍ଥନିବାସ, ସ୍କୁଲ, ହଷ୍ଟେଲ, ବସ୍‌ ଚଳାଉଛନ୍ତି। ଆଗକୁ ଏସ୍‌ଏଚ୍‌ଜିରୁ ଏସ୍‌ଏମ୍‌ସି ଅଭିଯାନ ଲକ୍ଷ୍ୟ ରଖାଯାଇଛି। ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ସ୍ବପ୍ନର ପ୍ରକଳ୍ପ। ଆଶା, ଅଙ୍ଗନୱାଡି କର୍ମୀଙ୍କ ଦରମା ବାବଦରେ ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ଖୁସି ଖବର ଶୁଣାଇବେ ବୋଲି କହିଥିଲେ। ସେଠାରେ ସେ କିଛି କୃତୀ ଛାତ୍ର, କୃଷକ, ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ଭେଟି ପ୍ରଶଂସା କରିଥିଲେ।
ସକାଳ ସାଢ଼େ ୭ଟାରେ ୫-ଟି ସଚିବ ବଲାଙ୍ଗୀର ସମଲେଶ୍ୱରୀ ମନ୍ଦିର ପରିଦର୍ଶନରେ ଯାଇଥିଲେ। ପାଟଣା ହୋଟେଲ ଛକଠାରେ ଜିଲା କଂଗ୍ରେସ ସଭାପତି ଦିଲୀପ ବେହେରାଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ୫-ଟି ସଚିବଙ୍କୁ ବିରୋଧ କରିବାକୁ ରୁଣ୍ଡ ହୋଇଥିଲେ। ଏହି ସୂଚନା ପାଇବା ପରେ ରୁଟ୍‌ ପରିବର୍ତ୍ତନ କରାଯାଇ ତାଙ୍କୁ ଅନ୍ୟ ରାସ୍ତାରେ ସମଲେଶ୍ୱରୀ ମନ୍ଦିର ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri