ମହିଳାଙ୍କ ହାତରେ ଓଡ଼ିଶା ପ୍ରଗତିର ଭବିଷ୍ୟତ

ବଲାଙ୍ଗୀର, ୮ା୮ (ବୀରେନ୍ଦ୍ର କୁମାର ଝାଙ୍କର): ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଦୁଇଦିନିଆ ବଲାଙ୍ଗୀର ଜିଲା ଗସ୍ତ କାର୍ଯ୍ୟକ୍ରମ ସୋମବାର ଶେଷ ହୋଇଛି। ସକାଳେ ବଲାଙ୍ଗୀର ସହରର ସମଲେଶ୍ୱରୀ ମନ୍ଦିର, କୋଶଳ କଳାମଣ୍ଡଳ, ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ପରିଦର୍ଶନ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଡିଆରେ ମିଶନ ଶକ୍ତି କର୍ମକର୍ତ୍ତାଙ୍କ ସହ ସେ ଆଲୋଚନା କରିଥିଲେ। ଏହା ସହିତ ଜନସାଧାରଣଙ୍କ ସହ ସାକ୍ଷାତ୍‌, ଲୋଇସିଂହା ବ୍ଳକ ଯୋଗୀସର୍ଡାଠାରେ ୫-ଟି ସ୍କୁଲ, ଶିବମନ୍ଦିର ପରିଦର୍ଶନ, ଲୋଇସିଂହା କଲେଜ ପଡିଆ ଓ ମୁରିବାହାଲ ବ୍ଳକ ଗୁରୁଣ୍ଡାଠାରେ ଜନ ଅଭିଯୋଗ ଶୁଣାଣି କରିଥିଲେ ପାଣ୍ଡିଆନ।
ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଖେଳପଡିଆରେ ମିଶନ ଶକ୍ତି କାର୍ଯ୍ୟକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇ ୫-ଟି ସଚିବ କହିଥିଲେ ଯେ, ଓଡିଶା ପ୍ରଗତିର ଭବିଷ୍ୟତ ମହିଳାମାନଙ୍କ ହାତରେ ରହିଛି। ୨୦୦୧ ମସିହାରେ ମିଶନ ଶକ୍ତି ଗଠନ ବେଳେ ଯେଉଁ ମହିଳାମାନେ ସାମିଲ ହେଲେ ସେମାନେ ୧୦ ଟଙ୍କା ଲେଖାଏ ସଞ୍ଚୟ କରି ଏବଂ ହାତମୁଠା ଚାଉଳ ସଂଗ୍ରହ କରି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଗଠନ କରିଥିଲେ। ଆଜି ରାଜ୍ୟରେ ୩ ଲକ୍ଷ ୫୦ ହଜାର ଏସ୍‌ଏଚ୍‌ଜି ରହିଛି। ଦିନେ ହାତମୁଠାରେ ଚାଉଳ ସଂଗ୍ରହ କରୁଥିବା ମହିଳାମାନେ ରାଜ୍ୟର ଗୋଟିଏ ବର୍ଷରେ ୧୧ ହଜାର କୋଟି ଋ଼ଣ ନେଉଛନ୍ତି। ଏହି ମହିଳାମାନେ ବିକଶିତ ଓଡ଼ିଶା କରିବାରେ ସହାୟକ ହେଉଛନ୍ତି। ବଲାଙ୍ଗୀରରେ ମିଶନ ଶକ୍ତିର ମହିଳାମାନେ ମିଶନ ଶକ୍ତି ହୋଟେଲ, ପାନ୍ଥନିବାସ, ସ୍କୁଲ, ହଷ୍ଟେଲ, ବସ୍‌ ଚଳାଉଛନ୍ତି। ଆଗକୁ ଏସ୍‌ଏଚ୍‌ଜିରୁ ଏସ୍‌ଏମ୍‌ସି ଅଭିଯାନ ଲକ୍ଷ୍ୟ ରଖାଯାଇଛି। ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ସ୍ବପ୍ନର ପ୍ରକଳ୍ପ। ଆଶା, ଅଙ୍ଗନୱାଡି କର୍ମୀଙ୍କ ଦରମା ବାବଦରେ ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ଖୁସି ଖବର ଶୁଣାଇବେ ବୋଲି କହିଥିଲେ। ସେଠାରେ ସେ କିଛି କୃତୀ ଛାତ୍ର, କୃଷକ, ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ଭେଟି ପ୍ରଶଂସା କରିଥିଲେ।
ସକାଳ ସାଢ଼େ ୭ଟାରେ ୫-ଟି ସଚିବ ବଲାଙ୍ଗୀର ସମଲେଶ୍ୱରୀ ମନ୍ଦିର ପରିଦର୍ଶନରେ ଯାଇଥିଲେ। ପାଟଣା ହୋଟେଲ ଛକଠାରେ ଜିଲା କଂଗ୍ରେସ ସଭାପତି ଦିଲୀପ ବେହେରାଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ୫-ଟି ସଚିବଙ୍କୁ ବିରୋଧ କରିବାକୁ ରୁଣ୍ଡ ହୋଇଥିଲେ। ଏହି ସୂଚନା ପାଇବା ପରେ ରୁଟ୍‌ ପରିବର୍ତ୍ତନ କରାଯାଇ ତାଙ୍କୁ ଅନ୍ୟ ରାସ୍ତାରେ ସମଲେଶ୍ୱରୀ ମନ୍ଦିର ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri