ପାକିସ୍ତାନରରେ ଭବିଷ୍ୟତ ଅନ୍ଧକାର, ବିଦେଶ ମୁହାଁ ଯୁବବର୍ଗ…

ଇସଲାମାବାଦ,୧୮।୨ : ପାକିସ୍ତାନରେ ଯୁବବର୍ଗଙ୍କ ଭବିଷ୍ୟତ ଅନ୍ଧକାର ହେବାରେ ଲାଗିଛି। ଫଳରେ ଏବେ ଯୁବବର୍ଗ ଦେଶଛାଡ଼ି ବିଦେଶ ମୁହାଁ ହେବାରେ ଲାଗିଛନ୍ତି। ପାକିସ୍ତାନରେ ଳାଗି ରହିଥିବା ଆର୍ଥିକ ସଙ୍କଟ ଏବଂ ଭବିଷ୍ୟତ ଅନିଶ୍ଚିତତା ଯୋଗୁ ହଜାର ହଜାର ଲୋକ କାମ ଖୋଜିବା ପାଇଁ ବିଦେଶ ଯିବା ଆରମ୍ଭ କରିଛନ୍ତି। ସେମାନଙ୍କ ମଧ୍ୟରେ ବହୁ ସଂଖ୍ୟକ ଶିକ୍ଷିତ ବ୍ୟକ୍ତି ଏବଂ କୁଶଳୀ ଶ୍ରମିକ ଅଛନ୍ତି । ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ଏହି ପ୍ରକ୍ରିୟା ବନ୍ଦ ନ ହୁଏ ତେବେ ପାକିସ୍ତାନର ଦୀର୍ଘମିଆଦି ଭବିଷ୍ୟତ ଯୋଜନା ମଧ୍ୟ ଅନ୍ଧକାର ହୋଇଯିବ।

ବ୍ୟୁରୋ ଅଫ ଇମିଗ୍ରେଶନ ଏବଂ ଓଭରସିଜ ଏମ୍ପ୍ଲୟମେଣ୍ଟ, ପାକିସ୍ତାନ ସରକାରଙ୍କ ସର୍ବଶେଷ ତଥ୍ୟ ଅନୁଯାୟୀ, ୨୦୨୨ମସିହାରେ ୮,୩୨,୩୩୯ ପାକିସ୍ତାନୀ ବିଦେଶ ଯାଇଥିଲେ। ୨୦୧୬ପରେ, ଏତେ ସଂଖ୍ୟକ ଲୋକ ପାକିସ୍ତାନରୁ ବାହାରକୁ ଯାଇ ନ ଥିଲେ। ଗତ ବର୍ଷ ସର୍ବାଧିକ ସଂଖ୍ୟକ ଲୋକ ସୌଦି ଆରବ ଯାଇଥିଲେ। ସେମାନଙ୍କ ସଂଖ୍ୟା ପାଞ୍ଚ ଲକ୍ଷ ୧୪ ହଜାରରୁ ଅଧିକ ଥିଲା।

କ୍ୱେଟା ଭିତ୍ତିକ ଇମିଗ୍ରେଶନ ଓକିଲ ଅହମ୍ମଦ ଜମାଲଙ୍କ ଅନୁଯାୟୀ, ବିଦେଶ ଯାଇଥିବା ଲୋକଙ୍କ ସଂଖ୍ୟା ସରକାରୀ ଭାବେ ରେକର୍ଡ ହୋଇଥିବା ସଂଖ୍ୟାଠାରୁ ଅଧିକ। ସେ କହିଛନ୍ତି ଯେ ଏହି ସଂଖ୍ୟାଗୁଡିକ କେବଳ କାର୍ଯ୍ୟ ଭିଜା ନେଇ ବିଦେଶ ଯାଇଥିବା ଲୋକଙ୍କ ସଂଖ୍ୟା ଦର୍ଶାଉଛି। ଯଦି ଭ୍ରମଣ ଭିଜା, ସ୍ଥାୟୀ ଆବାସ ଭିଜା, ଛାତ୍ର ଭିଜା ଏବଂ ସେଟମେଣ୍ଟ ଭିଜା ଆଦି ଲୋକଙ୍କ ସଂଖ୍ୟା ମଧ୍ୟ ବିଚାରକୁ ନିଆଯାଏ, ତେବେ ମୋଟ ସଂଖ୍ୟା ବହୁତ ଅଧିକ ହେବ ।

ସାଧାରଣ ଲୋକଙ୍କ ଅନୁସାରେ ଦେଶରେ ଚାଲିଥିବା ପରିସ୍ଥିତି ମଧ୍ୟରେ କେହି ଏଠାରେ ରହିବାକୁ ପସନ୍ଦ କରୁ ନାହାନ୍ତି । ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଛି। ଜାନୁଆରୀରେ ମୁଦ୍ରାସ୍ଫୀତି ହାର ୨୭.୬ ପ୍ରତିଶତ ରହିଥିଲା। ଦେଶରେ ମାତ୍ର ତିନି ବିଲିୟନ ଡଲାର ବୈଦେଶିକ ମୁଦ୍ରା ରହିଛି। ପାକିସ୍ତାନର ମୁଣ୍ଡପିଛା ବାର୍ଷିକ ଆୟ ୧,୬୫୮ ଡଲାରକୁ ଖସି ଆସିଛି।

ବିଶେଷଜ୍ଞଙ୍କ ଅନୁଯାୟୀ, ଯୁବବର୍ଗମାନେ ଦେଶରେ ସେମାନଙ୍କର ଭବିଷ୍ୟତ ଅନ୍ଧାର ହେଉଥିବା ଅନୁଭବ କରିବା ଆରମ୍ଭ କରିଛନ୍ତି। ଦେଶର ୬୦ ପ୍ରତିଶତରୁ ଅଧିକ ଜନସଂଖ୍ୟା ୩୦ ବର୍ଷରୁ କମ। ସାଧାରଣ ସୁରକ୍ଷା ଠାରୁ ଆରମ୍ଭ କରି ଅର୍ଥନୀତି ପର୍ଯ୍ୟନ୍ତ ଅନେକ କାରଣ ରହିଛି, ଯାହା ଯୁବବର୍ଗମାନଙ୍କୁ ବିଦେଶ ଯିବାକୁ ବାଧ୍ୟ କରୁଛି ବୋଲି ଅର୍ଥନୀତିଜ୍ଞମାନେ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର ଭାରତ ଆସିବେ ଟ୍ରମ୍ପ! ଏହା ପୂର୍ବରୁ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୨: ଭାରତ ଆମେରିକା ନେତୃତ୍ୱାଧୀନ ପାକ୍ସ ସିଲିକା ପଦକ୍ଷେପରେ ସାମିଲ ହୋଇଛି। ନୂଆଦିଲ୍ଲୀରେ ପାକ୍ସ ସିଲିକା ଘୋଷଣାପତ୍ର ସ୍ବାକ୍ଷର ସମାରୋହରେ ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…

ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ…

ବିମାନରୁ ହଜିଗଲା ଭାଜପା ଏମପିଙ୍କ ଲଗେଜ, ଏମପି କହିଲେ, ‘ଲଜ୍ଜାଜନକ, ମୋର ମୂଲ୍ୟବାନ…’

ନୂଆଦିଲ୍ଲୀ,୨୦।୨: ଦେଶର ସର୍ବବୃହତ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ପୁଣି ଥରେ ଏହାର ଖରାପ ସେବା ଏବଂ ଭୁଲ ପରିଚାଳନା ପାଇଁ ବିବାଦରେ ଫସିଛି। ସଦ୍ୟତମ ଘଟଣାରେ…

ଇସାରାରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଦେଲେ ଟ୍ରମ୍ପ: ମୋଦିଙ୍କୁ ନେଇ…

ୱାଶିଂଟନ,୨୦।୨: ୱାଶିଂଟନରେ ଶାନ୍ତି ବୋର୍ଡର ଉଦଘାଟନୀ ଅଧିବେଶନରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି। ତାଙ୍କ ଭାଷଣ ସମୟରେ ଆମେରିକା…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩୯ ଶିକାରିଙ୍କୁ ବାନ୍ଧିଲା ବନବିଭାଗ: ୯ ଦେଶୀ ବନ୍ଧୁକ, ୨୦ ଧନୁତୀର ଜବତ

ବାରିପଦା,୨୦।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଞ୍ଚଳରେ ଶିକାର କରିବାକୁ ପ୍ରବେଶ କରିଥିବା ଶିକାରିଙ୍କୁ ବନବିଭାଗ ଗିରଫ କରଛି…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ଦ୍ୱାଦଶ ଟପ୍ପରଙ୍କୁ ମିଳିଲାନି ଚାକିରି: ରାଗରେ ମା’-ବାପା-ଭାଇଙ୍କ ସହ କଲେ ହୃଦୟବିଦାରକ କାଣ୍ଡ

ଭୋପାଳ,୨୦।୨: ମଧ୍ୟପ୍ରଦେଶର ବେତୁଲ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୩୦ ବର୍ଷୀୟ ଗ୍ରାମର ଦୀପକ ଧୂର୍ଭେ ତାଙ୍କ ମାତାପିତା ଏବଂ ସାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri