ପାକିସ୍ତାନରରେ ଭବିଷ୍ୟତ ଅନ୍ଧକାର, ବିଦେଶ ମୁହାଁ ଯୁବବର୍ଗ…

ଇସଲାମାବାଦ,୧୮।୨ : ପାକିସ୍ତାନରେ ଯୁବବର୍ଗଙ୍କ ଭବିଷ୍ୟତ ଅନ୍ଧକାର ହେବାରେ ଲାଗିଛି। ଫଳରେ ଏବେ ଯୁବବର୍ଗ ଦେଶଛାଡ଼ି ବିଦେଶ ମୁହାଁ ହେବାରେ ଲାଗିଛନ୍ତି। ପାକିସ୍ତାନରେ ଳାଗି ରହିଥିବା ଆର୍ଥିକ ସଙ୍କଟ ଏବଂ ଭବିଷ୍ୟତ ଅନିଶ୍ଚିତତା ଯୋଗୁ ହଜାର ହଜାର ଲୋକ କାମ ଖୋଜିବା ପାଇଁ ବିଦେଶ ଯିବା ଆରମ୍ଭ କରିଛନ୍ତି। ସେମାନଙ୍କ ମଧ୍ୟରେ ବହୁ ସଂଖ୍ୟକ ଶିକ୍ଷିତ ବ୍ୟକ୍ତି ଏବଂ କୁଶଳୀ ଶ୍ରମିକ ଅଛନ୍ତି । ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ଏହି ପ୍ରକ୍ରିୟା ବନ୍ଦ ନ ହୁଏ ତେବେ ପାକିସ୍ତାନର ଦୀର୍ଘମିଆଦି ଭବିଷ୍ୟତ ଯୋଜନା ମଧ୍ୟ ଅନ୍ଧକାର ହୋଇଯିବ।

ବ୍ୟୁରୋ ଅଫ ଇମିଗ୍ରେଶନ ଏବଂ ଓଭରସିଜ ଏମ୍ପ୍ଲୟମେଣ୍ଟ, ପାକିସ୍ତାନ ସରକାରଙ୍କ ସର୍ବଶେଷ ତଥ୍ୟ ଅନୁଯାୟୀ, ୨୦୨୨ମସିହାରେ ୮,୩୨,୩୩୯ ପାକିସ୍ତାନୀ ବିଦେଶ ଯାଇଥିଲେ। ୨୦୧୬ପରେ, ଏତେ ସଂଖ୍ୟକ ଲୋକ ପାକିସ୍ତାନରୁ ବାହାରକୁ ଯାଇ ନ ଥିଲେ। ଗତ ବର୍ଷ ସର୍ବାଧିକ ସଂଖ୍ୟକ ଲୋକ ସୌଦି ଆରବ ଯାଇଥିଲେ। ସେମାନଙ୍କ ସଂଖ୍ୟା ପାଞ୍ଚ ଲକ୍ଷ ୧୪ ହଜାରରୁ ଅଧିକ ଥିଲା।

କ୍ୱେଟା ଭିତ୍ତିକ ଇମିଗ୍ରେଶନ ଓକିଲ ଅହମ୍ମଦ ଜମାଲଙ୍କ ଅନୁଯାୟୀ, ବିଦେଶ ଯାଇଥିବା ଲୋକଙ୍କ ସଂଖ୍ୟା ସରକାରୀ ଭାବେ ରେକର୍ଡ ହୋଇଥିବା ସଂଖ୍ୟାଠାରୁ ଅଧିକ। ସେ କହିଛନ୍ତି ଯେ ଏହି ସଂଖ୍ୟାଗୁଡିକ କେବଳ କାର୍ଯ୍ୟ ଭିଜା ନେଇ ବିଦେଶ ଯାଇଥିବା ଲୋକଙ୍କ ସଂଖ୍ୟା ଦର୍ଶାଉଛି। ଯଦି ଭ୍ରମଣ ଭିଜା, ସ୍ଥାୟୀ ଆବାସ ଭିଜା, ଛାତ୍ର ଭିଜା ଏବଂ ସେଟମେଣ୍ଟ ଭିଜା ଆଦି ଲୋକଙ୍କ ସଂଖ୍ୟା ମଧ୍ୟ ବିଚାରକୁ ନିଆଯାଏ, ତେବେ ମୋଟ ସଂଖ୍ୟା ବହୁତ ଅଧିକ ହେବ ।

ସାଧାରଣ ଲୋକଙ୍କ ଅନୁସାରେ ଦେଶରେ ଚାଲିଥିବା ପରିସ୍ଥିତି ମଧ୍ୟରେ କେହି ଏଠାରେ ରହିବାକୁ ପସନ୍ଦ କରୁ ନାହାନ୍ତି । ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଛି। ଜାନୁଆରୀରେ ମୁଦ୍ରାସ୍ଫୀତି ହାର ୨୭.୬ ପ୍ରତିଶତ ରହିଥିଲା। ଦେଶରେ ମାତ୍ର ତିନି ବିଲିୟନ ଡଲାର ବୈଦେଶିକ ମୁଦ୍ରା ରହିଛି। ପାକିସ୍ତାନର ମୁଣ୍ଡପିଛା ବାର୍ଷିକ ଆୟ ୧,୬୫୮ ଡଲାରକୁ ଖସି ଆସିଛି।

ବିଶେଷଜ୍ଞଙ୍କ ଅନୁଯାୟୀ, ଯୁବବର୍ଗମାନେ ଦେଶରେ ସେମାନଙ୍କର ଭବିଷ୍ୟତ ଅନ୍ଧାର ହେଉଥିବା ଅନୁଭବ କରିବା ଆରମ୍ଭ କରିଛନ୍ତି। ଦେଶର ୬୦ ପ୍ରତିଶତରୁ ଅଧିକ ଜନସଂଖ୍ୟା ୩୦ ବର୍ଷରୁ କମ। ସାଧାରଣ ସୁରକ୍ଷା ଠାରୁ ଆରମ୍ଭ କରି ଅର୍ଥନୀତି ପର୍ଯ୍ୟନ୍ତ ଅନେକ କାରଣ ରହିଛି, ଯାହା ଯୁବବର୍ଗମାନଙ୍କୁ ବିଦେଶ ଯିବାକୁ ବାଧ୍ୟ କରୁଛି ବୋଲି ଅର୍ଥନୀତିଜ୍ଞମାନେ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri