ଫ୍ୟୁଜନ୍‌ ମାନିଆ

ଫ୍ୟାଶନ ଦୁନିଆରେ ନିଜକୁ ଅପ୍‌ଡେଟ୍‌ ରଖିବା ଏବଂ ଏଥିରେ ନୂଆ ଏକ୍ସପେରିମେଣ୍ଟ କରିବାରେ ଏବେ ମହିଳାଙ୍କଠାରେ ବଢୁଛି କ୍ରେଜ୍‌। ବିଭିନ୍ନ ଓ୍ବେଷ୍ଟର୍ନ ସହ ଇଣ୍ଡିଆନ୍‌ ପୋଷାକର ଫ୍ୟୁଜନ୍‌ ପାଲଟିଛି ଅନେକଙ୍କ ଲାଗି ଲାଟେଷ୍ଟ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ…

ଟ୍ରାଡିଶନାଲ ପୋଷାକର ଡିମାଣ୍ଡ ସବୁବେଳେ ରହି ଆସିଛି। ହେଲେ ବିଭିନ୍ନ ଓ୍ବେଷ୍ଟର୍ନ ଓ୍ବେର୍‌ଗୁଡ଼ିକର ଆଟ୍ରାକ୍ଟିଭ୍‌ ଡିଜାଇନ ଅଧିକାଂଶଙ୍କୁ ବେଶି ପସନ୍ଦ ଆସୁଥିବା ଦେଖିବାକୁ ମିଳୁଛି। ତେଣୁ ଏହା ଭିତରେ ଯେପରି ଟ୍ରାଡିଶନାଲ ଓ୍ବେର୍‌ର ଚାହିଦା କମି ନ ଯାଉ ସେଥିପାଇଁ ବର୍ତ୍ତମାନ କେବଳ ଭାରତ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟତା ହାସଲ କରିଥିବା ରିତୁ କୁମାର, ମନୀଷ ମାଲହୋତ୍ରା, ସନ୍ଦୀପ୍‌ ଖୋସ୍‌ଲାଙ୍କ ଭଳି ବଡ଼ ବଡ଼ ଫ୍ୟାଶନ ଡିଜାଇନର ମଧ୍ୟ ଏହାକୁ ବିଭିନ୍ନ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ସହ ଫ୍ୟୁଜନ୍‌ କରି ନୂଆ ନୂଆ ଡିଜାଇନ ପ୍ରସ୍ତୁତ କରୁଛନ୍ତି। ଆମ ଦେଶ ସମେତ ବାହାର ଦେଶଗୁଡ଼ିକରେ ମଧ୍ୟ ଇଣ୍ଡିଆନ୍‌ ଟେକ୍ସଟାଇଲର ଡିମାଣ୍ଡ ବେଶ୍‌ ବଢ଼ିବାରେ ଲାଗିଛି। ବିଶେଷକରି ଚିକେନ୍‌କରି, ଇକତ୍‌, ବ୍ଲକ ପ୍ରିଣ୍ଟ, ଖଦି ଭଳି ଅନ୍ୟାନ୍ୟ ଇଣ୍ଡିଆନ୍‌ ଫେବ୍ରିକ୍‌ରେ ପ୍ରସ୍ତୁତ ଓ୍ବେଷ୍ଟର୍ନ ଡ୍ରେସ୍‌ ଅଧିକାଂଶଙ୍କୁ ବେଶି ଆକୃଷ୍ଟ କରୁଛି। ଓଡ଼ିଶାର ବିଭିନ୍ନ ପାରମ୍ପରିକ ପାଟ କପଡ଼ାକୁ ବ୍ୟବହାରକରି ଭଳିକି ଭଳି ଆକର୍ଷଣୀୟ ଡିଜାଇନ୍‌ର ପୋଷାକ ପ୍ରସ୍ତୁତ କରାଯାଉଛି। ଓ୍ବେଷ୍ଟର୍ନ ଡ୍ରେସ୍‌ ସହ ଟ୍ରାଡିସନାଲ ଇଣ୍ଡିଆନ୍‌ ଆଉଟ୍‌ଫିଟ୍‌କୁ ମିକ୍ସ ମ୍ୟାଚ୍‌ କରି ଦିଆଯାଉଥିବା ଭିନ୍ନ ରୂପ ଅଧିକ ଆଇ କ୍ୟାଚି ମଧ୍ୟ ଲାଗୁଛି। ଏହାକୁ ଲୋକଲୋଚନକୁ ଆଣିବା ପାଇଁ ବଡ଼ ବଡ଼ ଫ୍ୟାଶନ ଶୋ’ ମଧ୍ୟ ଆୟୋଜନ କରାଯାଉଛି। ବର୍ତ୍ତମାନ ଏଭଳି ଫ୍ୟୁଜନ୍‌ ଆଉଟଫିଟ୍‌ ଛୋଟ ବଡ଼ ଶୋ’ ରୁମ୍‌ରୁ ଆରମ୍ଭକରି ଅନ୍‌ଲାଇନ ଶପିଂ ସାଇଟ୍‌ଗୁଡ଼ିକରେ ବି ଉପଲବ୍ଧ ହେଉଛି। ଦିନକୁ ଦିନ ଫ୍ୟାଶନ ପ୍ରିୟ ମହିଳାମାନଙ୍କ ଠାରେ ଏଭଳି ଆଉଟ୍‌ଫିଟ୍‌ର କ୍ରେଜ୍‌ ବଢ଼ିବାରେ ଲାଗିଛି…
ମିକ୍ସ ମ୍ୟାଚ୍‌ ଫ୍ୟୁଜନ୍‌ର ଡିମାଣ୍ଡ ବେଶି: ଇଣ୍ଡିଆନ୍‌ ଡ୍ରେସ୍‌ ସହ ଓ୍ବେଷ୍ଟର୍ନ ଆସେସରିଜ୍‌ ଯେପରି ଶାଢ଼ି ସାଙ୍ଗକୁ ଜିନ୍ସ କିମ୍ବା ଅନ୍ୟ ପ୍ୟାଣ୍ଟ, ଶାଢ଼ି ସହ ଲଙ୍ଗ୍‌ କୋଟ୍‌ କିମ୍ବା ଧୋତିପ୍ୟାଣ୍ଟ, ଚୁଡିଦାର କୁର୍ତ୍ତା ସାଙ୍ଗକୁ ଡିଜାଇନର ଜ୍ୟାକେଟ୍‌, ଷ୍ଟାଇଲିଶ୍‌ ଫୁଟ୍‌ଓ୍ବେର ଆଦି ମିକ୍ସ ମ୍ୟାଚ୍‌ କରି ପିନ୍ଧିବା ବି ଏବେ ଲାଟେଷ୍ଟ ଟ୍ରେଣ୍ଡ ପାଲଟିଛି। ସେହିପରି ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ପସନ୍ଦ କରୁଥିବା ମହିଳାମାନେ ଏହାକୁ ଭାରତୀୟ ଝଲକ ଦେବା ଲାଗି କେହ୍ଲାପୁରୀ ଜୁତି କିମ୍ବା ଅନ୍ୟ ଏଥିନିକ୍‌ ଫୁଟ୍‌ଓ୍ବେର, ଷ୍ଟୋଲ୍‌, ସ୍କାର୍ଫ, ଏବଂ ଟ୍ରାଡିଶନାଲ୍‌ ଜୁଏଲେରି ଭଳି ଟ୍ରାଡିଶନାଲ ଆସେସରିଜ୍‌ ବ୍ୟବହାର କରୁଛନ୍ତି।
ହସ୍ତତନ୍ତ ମେଳା ସାଜିଛି ମୁଖ୍ୟ: ବର୍ତ୍ତମାନ ଏହି ଫ୍ୟାଶନ ଫ୍ୟୁଜନ୍‌ର ଡିମାଣ୍ଡ ଏତେ ମାତ୍ରାରେ ବଢୁଛି ଯେ, ଦେଶର ପ୍ରତିଟି ବଡ଼ ବଡ଼ ସହରରେ ହ୍ୟାଣ୍ଡଲୁମ୍‌ ଏକ୍‌ଜିବିଶନ୍‌ ବା ହସ୍ତତନ୍ତ ପ୍ରଦର୍ଶନୀମାନ ଆୟୋଜନ କରାଯାଉଛି। ଏଥିରେ ପ୍ରତ୍ୟେକ ରାଜ୍ୟର ପାରମ୍ପରିକ ପୋଷାକ ଉପଲବ୍ଧ ହେଉଛି। ତା’ ସହ ଏହାକୁ ବ୍ୟବହାରକରି ଫ୍ୟାଶନ ଡିଜାଇନରମାନଙ୍କ ଦ୍ୱାରା ପ୍ରସ୍ତୁତ ଇଣ୍ଡୋ-ଓ୍ବେଷ୍ଟର୍ନ ଫ୍ୟୁଜନ ମଧ୍ୟ ସମସ୍ତଙ୍କୁ ଆକୃଷ୍ଟ କରୁଛି। ବହୁ ସଂଖ୍ୟାରେ ଫ୍ୟାଶନପ୍ରିୟ ମହିଳା ଏଭଳି ଆଉଟ୍‌ଫିଟ୍‌ କିଣିବା ଲାଗି ଗହଳି ଜମାଉଥିବା ଦେଖିବାକୁ ମିଳୁଛି।
ବଢୁଛି ଖଦିର ଡିମାଣ୍ଡ: ଖଦିରେ କେବଳ କୁର୍ତ୍ତୀ, ପାଇଜାମା, ଶାଢ଼ି ଆଦି ପ୍ରସ୍ତୁତ ହେଉଥିଲା। ହେଲେ ବର୍ତ୍ତମାନ ଖଦିରେ ବିଭିନ୍ନ ପ୍ରକାର ଷ୍ଟାଇଲିଶ୍‌ ଜ୍ୟାକେଟ୍‌, ଓ୍ବେଷ୍ଟ କୋଟ୍‌, ଡିଜାଇନର୍‌ ଟପ୍ସ, ସ୍କଟ୍‌, ପଲାଜୋ, ସେପାରେଟର୍ସ ଏବଂ ନୂଆ ଡିଜାଇନର ଶାଢ଼ି ପ୍ରସ୍ତୁତ କରାଯାଉଛି, ଯାହା କେବଳ ଦେଖିବାକୁ ଆକର୍ଷଣୀୟ ଲାଗୁନାହିଁ ପିନ୍ଧିବାକୁ ମଧ୍ୟ ବେଶ୍‌ ଆରାମଦାୟକ ଲାଗୁଛି।
ବଦଳୁଛି ସିଲ୍କର ଅନ୍ଦାଜ: କେବଳ ପର୍ବପର୍ବାଣି, ବିବାହ କିମ୍ବା କୌଣସି ଉତ୍ସବରେ ନୁହେଁ, ଏବେ ବଡ଼ ବଡ଼ ଫ୍ୟାଶନ ଶୋ’ରେ ବି ମଡେଲମାନେ ସିଲ୍କ ପୋଷାକରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରୁଥିବାର ଦେଖିବାକୁ ମିଳୁଛି। ସିଲ୍କ କେବଳ ଶାଢ଼ିରେ ସୀମିତ ନାହିଁ ଏହାକୁ ବ୍ୟବହାର କରି ଲେହେଙ୍ଗା, ଜ୍ୟାକେଟ୍‌, ବିଭିନ୍ନ ପ୍ରକାର ଡ୍ରେସ୍‌ ଏବଂ ଆସେସରିଜ୍‌ ପ୍ରସ୍ତୁତ କରାଯାଉଛି, ଯାହାକି ଅପେକ୍ଷାକୃତ ଟ୍ରେଣ୍ଡି ଲୁକ୍‌ ଦେଉଥିବାରୁ ଯୁବତୀ ଓ ମହିଳାମାନେ ଏହାକୁ ବେଶି ପସନ୍ଦ କରୁଛନ୍ତି। ନୀତା ଲୁଲା, ରିତୁ କୁମାର ଏବଂ ଅନ୍ୟ ନାମୀ ଫ୍ୟାଶନ ଡିଜାଇନରମାନେ ଏଭଳି ସିଲ୍କ ଫ୍ୟାବ୍ରିକ୍‌କୁ ନେଇ ନୂଆ ନୂଆ ଏକ୍ସପେରିମେଣ୍ଟ କରୁଛନ୍ତି, ଯାହାକି ବେଶ୍‌ ଲୋକାଦୃତ ହୋଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri