ବିଏମ୍‌ସି ବୈଠକରେ ଡେଙ୍ଗୁକୁ ନେଇ ହୋହଲ୍ଲା

ଭୁବନେଶ୍ୱର, ୨୪।୮ (ବନ୍ଦନା ସେଠୀ)ରାଜଧାନୀରେ ଡେଙ୍ଗୁ ମୁକାବିଲାରେ ବିଏମ୍‌ସି ସଫଳ ହେଉ ନ ଥିବାରୁ ଏହାକୁ ନେଇ ସାଧାରଣଜନତାଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳ ଓ ଖୋଦ୍‌ କର୍ପୋରେଟରମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାକୁ ନେଇ ବୁଧବାର ବିଏମ୍‌ସି କର୍ପୋରେଶନ ବୈଠକରେ ତାତି ଦେଖିବାକୁ ମିଳିଥିଲା। ଡେଙ୍ଗୁ ସଂକ୍ରମଣ, ସହରର ପରିମଳ ବ୍ୟବସ୍ଥାକୁ ନେଇ ଗୃହ କମ୍ପିଥିଲା। ଏହା ସାଙ୍ଗକୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ସମୟରେ ଦଳୀୟ ରାଜନୀତି ଏବଂ ବିଏମ୍‌ସିରେ ଅଫିସ୍‌ର ରାଜ୍‌କୁ ନେଇ ତୁମ୍ବିତୋଫାନ ହୋଇଥିଲା। ଓ୍ବାର୍ଡ ନଂ. ୬୫, ୬୩, ୫୦ ଭଳି ବିରୋଧୀ କର୍ପୋରେଟରଙ୍କ ଓ୍ବାର୍ଡରେ ବାର୍ଦ୍ଧକ୍ୟ ଏବଂ ବିଧବା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ତଥା ଦଳୀୟ କର୍ପୋରେଟର ପ୍ରାର୍ଥୀଙ୍କୁ ଡକାଯାଇ ପ୍ରଧାନ୍ୟ ଦିଆଯାଇଥିଲା। ଏନେଇ ପ୍ରଥମେ କର୍ପୋରେଟର ରଶ୍ମିରଞ୍ଜନ ପାଟ୍ଟଶାଣୀ ମେୟରଙ୍କୁ ପ୍ରଶ୍ନ କରିଥିଲେ। ପରେ କର୍ପୋରେଟର ରାମଚନ୍ଦ୍ର ରଣସିଂହ ମଧ୍ୟ ସମାନ ପ୍ରଶ୍ନ ଦୋହରାଇଥିଲେ। ତେବେ କର୍ପୋରେଟର ଛବି ଦାସ ତାଙ୍କୁ ବାରଣ କରିବାରୁ ଅପରୂପ ନାରାୟଣ ରାଉତ ତାଙ୍କୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଅପରୂପ ତାଙ୍କୁ ମାରିବା ଲାଗି ଆସିଥିବା ଛବି ଅଭିଯୋଗ କରିବା ସହ ଗୃହ ମଝିରେ ବସିଥିଲେ। ୨ ଘଣ୍ଟା କେବଳ ତୁତୁ ମେମେରେ କଟିଗଲା। ଯାହାଦ୍ବାରା କୌଣସି ଚିଠା ପ୍ରସ୍ତାବ ଆଗତ ହୋଇପାରି ନ ଥିବା କିଛି କର୍ପୋରେଟର ଅଭିଯୋଗ କରିଛନ୍ତି। ଓ୍ବାର୍ଡ ନଂ. ୬୫ରେ ୮କୋଟି ଟଙ୍କାର ହୋଲ୍ଡିଂ ଟିକସ ବାକି ପଡିଥିବାବେଳେ କେବଳ ଡି.ଏନ୍‌ ରେଗାଲିଆ ମଲ ଉପରେ ୫ କୋଟି ୭୨ଲକ୍ଷ ୯୯ହଜାର ୫୪୪ ଟଙ୍କାର ଟିକସ ବାକି ପଡିଛି। ସମ୍ପୃକ୍ତ ସ୍ଥାନରୁ ବିଏମ୍‌ସି ନିୟମିତ ଭାବେ ଅଳିଆ ଉଠାଉଥିବାବେଳେ ସମସ୍ତ ସୁବିଧା ଦିଆଯାଉଛି। ତେବେ ମଲ୍‌ କର୍ତ୍ତୃପକ୍ଷ କାହିଁକି ବକେୟା ଟିକସ ଦେଉ ନାହାନ୍ତି ଏବଂ ବିଏମ୍‌ସି କେଉଁ ସ୍ବାର୍ଥ ପାଇଁ ଏହାକୁ ପ୍ରଶୟ ଦେଉଛି ବୋଲି କର୍ପୋରେଟର ପ୍ରଶ୍ନ କରିଥିଲେ। ସେହିପରି ସହରର ସ୍ବଚ୍ଛତା ପରଖିବା ପାଇଁ ନିକଟରେ ବିଏମ୍‌ସି ଟିମ୍‌ ‘ସାଇନ୍‌’ ଗଠନ କରିଥିଲା। ଏଥିପାଇଁ ଏକାଧିକ ଗାଡ଼ି ଆସିବା ସହ ସେମାନଙ୍କ ଦରମା ଏବଂ ଅନ୍ୟାନ୍ୟ ବାବଦକୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ତେବେ ବିଏମ୍‌ସିର ଏଭଳି ପଦକ୍ଷେପ ସମ୍ପର୍କରେ କୌଣସି କର୍ପୋରେଟରଙ୍କୁ ସୂଚନା ଦିଆଯାଇ ନ ଥିଲା। ଏପରିକି ଏନେଇ କର୍ପୋରେଶନରେ ପୂର୍ବରୁ ପ୍ରସ୍ତାବ ପାସ୍‌ ହୋଇ ନ ଥିବାବେଳେ ବୁଧବାର ପ୍ରସ୍ତାବ ପାସ୍‌ କରାଗଲା। ବିଏମ୍‌ସିରେ କର୍ପୋରେଶନକୁ ଗୁରୁତ୍ୱ ଦିଆ ନ ଯାଇ ଅଫିସର ରାଜ୍‌ ଚାଲିଥିବାରୁ ଏହାକୁ ନେଇ କର୍ପୋରେଟରମାନେ କମିଶରନଙ୍କୁ ଘେରିଥିଲେ। ଏହାବାଦ୍‌ ୨୮ ତାରିଖରେ ଜାଗା ମିଶନ୍‌ରେ ପଟ୍ଟା ବଣ୍ଟନକୁ ନେଇ ମଧ୍ୟ ଅଭିଯୋଗ ଉଠିଥିଲା। ତେବେ ସବୁଠାରୁ ବଡ କଥା ହେଲା ବୈଠକରେ ପ୍ରଶ୍ନ ଉତ୍ତର ଚାଲିଥିବାବେଳେ ହଠାତ୍‌ ବୈଠକ ସରିଲା ବୋଲି କମିଶନର କହି ଅଧାରୁ ଉଠି ଚାଲି ଯାଇଥିଲେ। ଏହାକୁ ଭାଜପା କର୍ପୋରେଟର ବିରୋଧ କରି ପୁଣି ପାଟିତୁଣ୍ଡ କରିବାରୁ ମେୟର ତାଙ୍କୁ ବୁଝାଇବା ସହ କିଛି ପ୍ରଶ୍ନ ଶୁଣିଥିଲେ। ତେବେ କମିଶନର କର୍ପୋରେଶନ ବୈଠକରେ ବାରମ୍ବାର ଏଭଳି ଆଚରଣ ଦେଖାଉ ଥିବାରୁ ଭବିଷ୍ୟତରେ ଏଭଳି କଲେ ସମସ୍ତ କର୍ପୋରେଟର ବୈଠକ ତ୍ୟାଗ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ

ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri