ବିଏମ୍‌ସି ବୈଠକରେ ଡେଙ୍ଗୁକୁ ନେଇ ହୋହଲ୍ଲା

ଭୁବନେଶ୍ୱର, ୨୪।୮ (ବନ୍ଦନା ସେଠୀ)ରାଜଧାନୀରେ ଡେଙ୍ଗୁ ମୁକାବିଲାରେ ବିଏମ୍‌ସି ସଫଳ ହେଉ ନ ଥିବାରୁ ଏହାକୁ ନେଇ ସାଧାରଣଜନତାଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳ ଓ ଖୋଦ୍‌ କର୍ପୋରେଟରମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାକୁ ନେଇ ବୁଧବାର ବିଏମ୍‌ସି କର୍ପୋରେଶନ ବୈଠକରେ ତାତି ଦେଖିବାକୁ ମିଳିଥିଲା। ଡେଙ୍ଗୁ ସଂକ୍ରମଣ, ସହରର ପରିମଳ ବ୍ୟବସ୍ଥାକୁ ନେଇ ଗୃହ କମ୍ପିଥିଲା। ଏହା ସାଙ୍ଗକୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ସମୟରେ ଦଳୀୟ ରାଜନୀତି ଏବଂ ବିଏମ୍‌ସିରେ ଅଫିସ୍‌ର ରାଜ୍‌କୁ ନେଇ ତୁମ୍ବିତୋଫାନ ହୋଇଥିଲା। ଓ୍ବାର୍ଡ ନଂ. ୬୫, ୬୩, ୫୦ ଭଳି ବିରୋଧୀ କର୍ପୋରେଟରଙ୍କ ଓ୍ବାର୍ଡରେ ବାର୍ଦ୍ଧକ୍ୟ ଏବଂ ବିଧବା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ତଥା ଦଳୀୟ କର୍ପୋରେଟର ପ୍ରାର୍ଥୀଙ୍କୁ ଡକାଯାଇ ପ୍ରଧାନ୍ୟ ଦିଆଯାଇଥିଲା। ଏନେଇ ପ୍ରଥମେ କର୍ପୋରେଟର ରଶ୍ମିରଞ୍ଜନ ପାଟ୍ଟଶାଣୀ ମେୟରଙ୍କୁ ପ୍ରଶ୍ନ କରିଥିଲେ। ପରେ କର୍ପୋରେଟର ରାମଚନ୍ଦ୍ର ରଣସିଂହ ମଧ୍ୟ ସମାନ ପ୍ରଶ୍ନ ଦୋହରାଇଥିଲେ। ତେବେ କର୍ପୋରେଟର ଛବି ଦାସ ତାଙ୍କୁ ବାରଣ କରିବାରୁ ଅପରୂପ ନାରାୟଣ ରାଉତ ତାଙ୍କୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଅପରୂପ ତାଙ୍କୁ ମାରିବା ଲାଗି ଆସିଥିବା ଛବି ଅଭିଯୋଗ କରିବା ସହ ଗୃହ ମଝିରେ ବସିଥିଲେ। ୨ ଘଣ୍ଟା କେବଳ ତୁତୁ ମେମେରେ କଟିଗଲା। ଯାହାଦ୍ବାରା କୌଣସି ଚିଠା ପ୍ରସ୍ତାବ ଆଗତ ହୋଇପାରି ନ ଥିବା କିଛି କର୍ପୋରେଟର ଅଭିଯୋଗ କରିଛନ୍ତି। ଓ୍ବାର୍ଡ ନଂ. ୬୫ରେ ୮କୋଟି ଟଙ୍କାର ହୋଲ୍ଡିଂ ଟିକସ ବାକି ପଡିଥିବାବେଳେ କେବଳ ଡି.ଏନ୍‌ ରେଗାଲିଆ ମଲ ଉପରେ ୫ କୋଟି ୭୨ଲକ୍ଷ ୯୯ହଜାର ୫୪୪ ଟଙ୍କାର ଟିକସ ବାକି ପଡିଛି। ସମ୍ପୃକ୍ତ ସ୍ଥାନରୁ ବିଏମ୍‌ସି ନିୟମିତ ଭାବେ ଅଳିଆ ଉଠାଉଥିବାବେଳେ ସମସ୍ତ ସୁବିଧା ଦିଆଯାଉଛି। ତେବେ ମଲ୍‌ କର୍ତ୍ତୃପକ୍ଷ କାହିଁକି ବକେୟା ଟିକସ ଦେଉ ନାହାନ୍ତି ଏବଂ ବିଏମ୍‌ସି କେଉଁ ସ୍ବାର୍ଥ ପାଇଁ ଏହାକୁ ପ୍ରଶୟ ଦେଉଛି ବୋଲି କର୍ପୋରେଟର ପ୍ରଶ୍ନ କରିଥିଲେ। ସେହିପରି ସହରର ସ୍ବଚ୍ଛତା ପରଖିବା ପାଇଁ ନିକଟରେ ବିଏମ୍‌ସି ଟିମ୍‌ ‘ସାଇନ୍‌’ ଗଠନ କରିଥିଲା। ଏଥିପାଇଁ ଏକାଧିକ ଗାଡ଼ି ଆସିବା ସହ ସେମାନଙ୍କ ଦରମା ଏବଂ ଅନ୍ୟାନ୍ୟ ବାବଦକୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ତେବେ ବିଏମ୍‌ସିର ଏଭଳି ପଦକ୍ଷେପ ସମ୍ପର୍କରେ କୌଣସି କର୍ପୋରେଟରଙ୍କୁ ସୂଚନା ଦିଆଯାଇ ନ ଥିଲା। ଏପରିକି ଏନେଇ କର୍ପୋରେଶନରେ ପୂର୍ବରୁ ପ୍ରସ୍ତାବ ପାସ୍‌ ହୋଇ ନ ଥିବାବେଳେ ବୁଧବାର ପ୍ରସ୍ତାବ ପାସ୍‌ କରାଗଲା। ବିଏମ୍‌ସିରେ କର୍ପୋରେଶନକୁ ଗୁରୁତ୍ୱ ଦିଆ ନ ଯାଇ ଅଫିସର ରାଜ୍‌ ଚାଲିଥିବାରୁ ଏହାକୁ ନେଇ କର୍ପୋରେଟରମାନେ କମିଶରନଙ୍କୁ ଘେରିଥିଲେ। ଏହାବାଦ୍‌ ୨୮ ତାରିଖରେ ଜାଗା ମିଶନ୍‌ରେ ପଟ୍ଟା ବଣ୍ଟନକୁ ନେଇ ମଧ୍ୟ ଅଭିଯୋଗ ଉଠିଥିଲା। ତେବେ ସବୁଠାରୁ ବଡ କଥା ହେଲା ବୈଠକରେ ପ୍ରଶ୍ନ ଉତ୍ତର ଚାଲିଥିବାବେଳେ ହଠାତ୍‌ ବୈଠକ ସରିଲା ବୋଲି କମିଶନର କହି ଅଧାରୁ ଉଠି ଚାଲି ଯାଇଥିଲେ। ଏହାକୁ ଭାଜପା କର୍ପୋରେଟର ବିରୋଧ କରି ପୁଣି ପାଟିତୁଣ୍ଡ କରିବାରୁ ମେୟର ତାଙ୍କୁ ବୁଝାଇବା ସହ କିଛି ପ୍ରଶ୍ନ ଶୁଣିଥିଲେ। ତେବେ କମିଶନର କର୍ପୋରେଶନ ବୈଠକରେ ବାରମ୍ବାର ଏଭଳି ଆଚରଣ ଦେଖାଉ ଥିବାରୁ ଭବିଷ୍ୟତରେ ଏଭଳି କଲେ ସମସ୍ତ କର୍ପୋରେଟର ବୈଠକ ତ୍ୟାଗ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri