ଆଜି ଏଇଠି ତ କାଲି ସେଇଠି

ଯାଜପୁର ଅଫିସ,୩।୩: ଯାଜପୁର ଜିଲା ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଏକାଧିକ ସ୍ଥାନରେ ଫର୍ନେସ ଅଏଲ, ପେଟ୍ରୋଲ, ଡିଜେଲ ଆଦି ତୈଳ ସାମଗ୍ରୀର ଅପମିଶ୍ରଣ ଡିପୋ ହୋଇଛି। ଏହି ରାଜପଥ ସହ ସମ୍ପୃକ୍ତ ଥିବା ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲାର ଅନେକ ଥାନା ଅଧିକାରୀ ବେଆଇନ କାରବାରରେ କେବଳ ସହଯୋଗୀ ହୋଇନାହାନ୍ତି ବରଂ ସୁରକ୍ଷା ମଧ୍ୟ ଦେଉଛନ୍ତି। ଏହି ରାଜପଥ ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ସହ ସଂଯୋଗ କରୁଛି। ତେଣୁ କଳିଙ୍ଗନଗର ଶିଳ୍ପାଞ୍ଚଳ ସହ କେନ୍ଦୁଝର, ରାଉରକେଲା, ଅନୁଗୋଳ, ତାଳଚେର, ଝାରସୁଗୁଡା ଆଦି ସ୍ଥାନରେ ଥିବା ବିଭିନ୍ନ କାରଖାନାକୁ ପାରାଦୀପଠାରୁ ଆସୁଥିବା ଫର୍ନେସ ଅଏଲ ପରିବହନ ହେଉଛି। ଏହିକ୍ରମରେ ମାର୍ଶାଘାଇ ଥାନା ଅନ୍ତର୍ଗତ ଜାତୀୟ ରାଜପଥ କଡ଼ର ବଡ଼ପାଳଗଡ଼ା ଗ୍ରାମର ଏକ ଟ୍ରକ ଗ୍ୟାରେଜ ପରିସରରେ ବଡ଼ଧରଣର ଫର୍ନେସ ଅଏଲ ଅପମିଶ୍ରଣ ଡିପୋ ଚାଲିଛି। ଏହାବାଦ ପାରାଦୀପ ବନ୍ଦରଠାରୁ ୫ କି.ମି. ପରିଧି ମଧ୍ୟରେ ଥିବା ଲକ୍‌ ଥାନା ଅନ୍ତର୍ଗତ ରେଲୱେ ଲାଇନ କଡ଼ରେ ଏକାଧିକ ବେଆଇନ ଡିପୋ ଚାଲିଥିବା ଦେଖିବାକୁ ମିଳିଛି। ଏହିସବୁଠାରେ ମାସିକ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର କାରବାର ଚାଲିଛି। ଏହାବାଦ ଏଠାରେ ବେଆଇନ ଅସ୍ତ୍ରଶସ୍ତ୍ର ରଖି ଗୁଣ୍ଡାଗିରି ଚାଲିଛି। ଅଭିଯୋଗ କିମ୍ବା ଗଣମାଧ୍ୟମରେ ଖବର ପ୍ରକାଶନ ହେଲେ ପୋଲିସ ନିର୍ଦ୍ଦେଶରେ ରାଜପଥରେ କେବଳ ଅପମିଶ୍ରଣ ଡିପୋ ସ୍ଥାନାନ୍ତର ହେଉଛି। ଏହିସବୁ କାରବାରରେ ରାଜ୍ୟ ବାହାରର ଲୋକ ନିୟୋଜିତ ହେଉଥିବାବେଳେ ପୋଲିସ ପାଇଁ ମାସିକ ଚାନ୍ଦା ଆଦାୟର ଏକ ଭଲ ସୂତ୍ର ବୋଲି କୁହାଯାଉଛି।

ଭାରତୀୟ ତୈଳ ନିଗମ ଲିଃ(ଆଇଓସିଏଲ୍‌)ର ପାରାଦୀପ ତୈଳ ବିଶୋଧନାଗାରରୁ ବିଭିନ୍ନ ଶିଳ୍ପ କାରଖାନାକୁ ମୂଲ୍ୟବାନ ଫର୍ନେସ ଅଏଲ ଟ୍ୟାଙ୍କର ଗାଡ଼ିରେ ପରିବହନ ହେଉଛି। ଯେତେ ପରିମାଣର ଫର୍ନେସ ଅଏଲ ଟ୍ୟାଙ୍କରରୁ କଢ଼ାଯାଉଛି ସେହି ପରିମାଣର ପାଣି ଓ କିଛି ରାସାୟନିକ ଦ୍ରବ୍ୟ ମିଶାଇ ପୁଣି ଗନ୍ତବ୍ୟ ସ୍ଥାନକୁ ରପ୍ତାନି କରାଯାଉଛି। ପୂର୍ବରୁ ରାଜପଥ କଡ଼ର ଆଢୁଆଳରେ ନକଲି ନମ୍ବର ପ୍ଲେଟ ଲାଗିଥିବା ପୁରୁଣା ଟ୍ୟାଙ୍କର ରଖାଯାଉଛି। ସେହି ଟ୍ୟାଙ୍କରରେ ପରିବହନ ଗାଡିରୁ ଫର୍ନେସ ଅଏଲ ପାଇପ୍‌ ଯୋଗେ କଢ଼ାଯାଇ ଭର୍ତ୍ତି କରାଯାଉଛି। ଟ୍ୟାଙ୍କର ସମ୍ପୂର୍ଣ୍ଣ ହୋଇଗଲେ ତାହାକୁ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରାଯାଇ ବିକ୍ରି କରାଯାଉଛି। ଗୋଟିଏ ଟ୍ୟାଙ୍କରରେ ପ୍ରାୟ ୧୦ ଲକ୍ଷ ଟଙ୍କାର ଫର୍ନେସ ଅଏଲ ରହୁଛି। ଏହି କାରବାରରେ ଅସାମାଜିକ ଓ ପୋଲିସ କର୍ମଚାରୀ ମାଲାମାଲ ହେଉଥିବାବେଳେ ନିମ୍ନମାନର ଫର୍ନେସ ଅଏଲ ବ୍ୟବହାର କରି ସମ୍ପୃକ୍ତ ଶିଳ୍ପ କମ୍ପାନୀଗୁଡ଼ିକ ବହୁ କ୍ଷତିର ସମ୍ମୁଖୀନ ହେଉଥିବା ସହ ନିମ୍ନମାନର ଉପତ୍ାଦିତ ସାମଗ୍ରୀ ବାହାରୁ ଥିବା ଜଣେ କାରଖାନା କର୍ମଚାରୀ ପ୍ରକାଶ କରିଛନ୍ତି। କୋଲକାତା ଓ ମୁମ୍ବାଇର କେତେକ ଫର୍ନେସ ଅଏଲ ପରିବହନ ସଂସ୍ଥାର ଅଣଓଡ଼ିଆ ଅନୁଗତଙ୍କ ଦ୍ୱାରା ଏହି ର଼୍ୟାକେଟ ଦୀର୍ଘବର୍ଷ ହେଲା ସକ୍ରିୟ ରହିଛି। ଅନ୍ୟପକ୍ଷେ ବିଭିନ୍ନ ଶିଳ୍ପ କାରଖାନାରେ ଫର୍ନେସ ଅଏଲର ଗୁଣବତ୍ତା ମାପିବାକୁ ଥିବା କର୍ମଚାରୀ ଓ ଅଧିକାରୀମାନଙ୍କୁ ଏହି ପରିବହନ ସଂସ୍ଥା ମାସିକ ଚାନ୍ଦା ଦେଇ ନିଜ କବ୍‌ଜାରେ ରଖିଛି। ଫଳରେ କମ୍‌ ଦରମା ପାଉଥିବା ସେହି ଶିଳ୍ପ କାରଖାନା କର୍ମଚାରୀମାନେ ମାଲାମାଲ ହୋଇ ଦାମୀ ଗାଡ଼ି ବ୍ୟବହାର ଓ ଫ୍ଲାଟ କିଣି ରାଜକୀୟ ଜୀବନଯାପନ କରୁଥିବା ଚର୍ଚ୍ଚା ହେଉଛି। ପୂର୍ବରୁ ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ଏକ କାରଖାନା ପରିସରରେ ୨ଟି ଫର୍ନେସ ଅଏଲ ଟ୍ୟାଙ୍କରକୁ ଅଟକ ରଖାଯାଇଥିଲା। ତେବେ ଏଥିରେ ସମ୍ପୃକ୍ତ ଫର୍ନେସ ଅଏଲ ପରିବହନ ସଂସ୍ଥା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଇ ମୂଲଚାଲ କରି ଛାଡ଼ି ଦିଆଯାଇଥିଲା। ଏହାବାଦ ୯ା୧ା୨୦୨୧ରେ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ପୋଲିସ ପତରାଜପୁରରେ ଥିବା ଫର୍ନେସ ଅଏଲ ଅପମିଶ୍ରଣ ଡିପୋକୁ ଚଢାଉ କରି ତୈଳ ଭର୍ତ୍ତି ଏକ ଟ୍ୟାଙ୍କରକୁ ଜବତ କରିଥିଲା। କିନ୍ତୁ କାର୍ଯ୍ୟାନୁଷ୍ଠାନ ବଦଳରେ ସ୍ଥାନ ଛାଡ଼ି ଚାଲିଯାଅ ବୋଲି ପୋଲିସ ସମ୍ପୃକ୍ତ ଅଣଓଡ଼ିଆ ବ୍ୟକ୍ତିଙ୍କୁ ପରାମର୍ଶ ଦେଇଥିଲେ। ଏବେ ସେହି ଅଣଓଡ଼ିଆ ବ୍ୟକ୍ତି ଓ ତାଙ୍କ ସହଯୋଗୀ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନାଠାରୁ ୫ କି.ମି. ଦୂର ବଡ଼ପାଲଗଡ଼ାଠାରେ ଏହି କାରବାର ଚଳାଇଥିବା ସୂଚନା ମିଳିଛି। ଏହିସବୁ କାରବାରରେ ପୋଲିସ ଅଧିକାରୀମାନେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରୁଥିବାରୁ ସେମାନଙ୍କ ବିରୋଧରେ କେହି କୌଣସି ପଦକ୍ଷେପ ନେବାକୁ ସାହସ କରୁ ନ ଥିବା ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri