ଆଜି ଏଇଠି ତ କାଲି ସେଇଠି

ଯାଜପୁର ଅଫିସ,୩।୩: ଯାଜପୁର ଜିଲା ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଏକାଧିକ ସ୍ଥାନରେ ଫର୍ନେସ ଅଏଲ, ପେଟ୍ରୋଲ, ଡିଜେଲ ଆଦି ତୈଳ ସାମଗ୍ରୀର ଅପମିଶ୍ରଣ ଡିପୋ ହୋଇଛି। ଏହି ରାଜପଥ ସହ ସମ୍ପୃକ୍ତ ଥିବା ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲାର ଅନେକ ଥାନା ଅଧିକାରୀ ବେଆଇନ କାରବାରରେ କେବଳ ସହଯୋଗୀ ହୋଇନାହାନ୍ତି ବରଂ ସୁରକ୍ଷା ମଧ୍ୟ ଦେଉଛନ୍ତି। ଏହି ରାଜପଥ ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ସହ ସଂଯୋଗ କରୁଛି। ତେଣୁ କଳିଙ୍ଗନଗର ଶିଳ୍ପାଞ୍ଚଳ ସହ କେନ୍ଦୁଝର, ରାଉରକେଲା, ଅନୁଗୋଳ, ତାଳଚେର, ଝାରସୁଗୁଡା ଆଦି ସ୍ଥାନରେ ଥିବା ବିଭିନ୍ନ କାରଖାନାକୁ ପାରାଦୀପଠାରୁ ଆସୁଥିବା ଫର୍ନେସ ଅଏଲ ପରିବହନ ହେଉଛି। ଏହିକ୍ରମରେ ମାର୍ଶାଘାଇ ଥାନା ଅନ୍ତର୍ଗତ ଜାତୀୟ ରାଜପଥ କଡ଼ର ବଡ଼ପାଳଗଡ଼ା ଗ୍ରାମର ଏକ ଟ୍ରକ ଗ୍ୟାରେଜ ପରିସରରେ ବଡ଼ଧରଣର ଫର୍ନେସ ଅଏଲ ଅପମିଶ୍ରଣ ଡିପୋ ଚାଲିଛି। ଏହାବାଦ ପାରାଦୀପ ବନ୍ଦରଠାରୁ ୫ କି.ମି. ପରିଧି ମଧ୍ୟରେ ଥିବା ଲକ୍‌ ଥାନା ଅନ୍ତର୍ଗତ ରେଲୱେ ଲାଇନ କଡ଼ରେ ଏକାଧିକ ବେଆଇନ ଡିପୋ ଚାଲିଥିବା ଦେଖିବାକୁ ମିଳିଛି। ଏହିସବୁଠାରେ ମାସିକ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର କାରବାର ଚାଲିଛି। ଏହାବାଦ ଏଠାରେ ବେଆଇନ ଅସ୍ତ୍ରଶସ୍ତ୍ର ରଖି ଗୁଣ୍ଡାଗିରି ଚାଲିଛି। ଅଭିଯୋଗ କିମ୍ବା ଗଣମାଧ୍ୟମରେ ଖବର ପ୍ରକାଶନ ହେଲେ ପୋଲିସ ନିର୍ଦ୍ଦେଶରେ ରାଜପଥରେ କେବଳ ଅପମିଶ୍ରଣ ଡିପୋ ସ୍ଥାନାନ୍ତର ହେଉଛି। ଏହିସବୁ କାରବାରରେ ରାଜ୍ୟ ବାହାରର ଲୋକ ନିୟୋଜିତ ହେଉଥିବାବେଳେ ପୋଲିସ ପାଇଁ ମାସିକ ଚାନ୍ଦା ଆଦାୟର ଏକ ଭଲ ସୂତ୍ର ବୋଲି କୁହାଯାଉଛି।

ଭାରତୀୟ ତୈଳ ନିଗମ ଲିଃ(ଆଇଓସିଏଲ୍‌)ର ପାରାଦୀପ ତୈଳ ବିଶୋଧନାଗାରରୁ ବିଭିନ୍ନ ଶିଳ୍ପ କାରଖାନାକୁ ମୂଲ୍ୟବାନ ଫର୍ନେସ ଅଏଲ ଟ୍ୟାଙ୍କର ଗାଡ଼ିରେ ପରିବହନ ହେଉଛି। ଯେତେ ପରିମାଣର ଫର୍ନେସ ଅଏଲ ଟ୍ୟାଙ୍କରରୁ କଢ଼ାଯାଉଛି ସେହି ପରିମାଣର ପାଣି ଓ କିଛି ରାସାୟନିକ ଦ୍ରବ୍ୟ ମିଶାଇ ପୁଣି ଗନ୍ତବ୍ୟ ସ୍ଥାନକୁ ରପ୍ତାନି କରାଯାଉଛି। ପୂର୍ବରୁ ରାଜପଥ କଡ଼ର ଆଢୁଆଳରେ ନକଲି ନମ୍ବର ପ୍ଲେଟ ଲାଗିଥିବା ପୁରୁଣା ଟ୍ୟାଙ୍କର ରଖାଯାଉଛି। ସେହି ଟ୍ୟାଙ୍କରରେ ପରିବହନ ଗାଡିରୁ ଫର୍ନେସ ଅଏଲ ପାଇପ୍‌ ଯୋଗେ କଢ଼ାଯାଇ ଭର୍ତ୍ତି କରାଯାଉଛି। ଟ୍ୟାଙ୍କର ସମ୍ପୂର୍ଣ୍ଣ ହୋଇଗଲେ ତାହାକୁ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରାଯାଇ ବିକ୍ରି କରାଯାଉଛି। ଗୋଟିଏ ଟ୍ୟାଙ୍କରରେ ପ୍ରାୟ ୧୦ ଲକ୍ଷ ଟଙ୍କାର ଫର୍ନେସ ଅଏଲ ରହୁଛି। ଏହି କାରବାରରେ ଅସାମାଜିକ ଓ ପୋଲିସ କର୍ମଚାରୀ ମାଲାମାଲ ହେଉଥିବାବେଳେ ନିମ୍ନମାନର ଫର୍ନେସ ଅଏଲ ବ୍ୟବହାର କରି ସମ୍ପୃକ୍ତ ଶିଳ୍ପ କମ୍ପାନୀଗୁଡ଼ିକ ବହୁ କ୍ଷତିର ସମ୍ମୁଖୀନ ହେଉଥିବା ସହ ନିମ୍ନମାନର ଉପତ୍ାଦିତ ସାମଗ୍ରୀ ବାହାରୁ ଥିବା ଜଣେ କାରଖାନା କର୍ମଚାରୀ ପ୍ରକାଶ କରିଛନ୍ତି। କୋଲକାତା ଓ ମୁମ୍ବାଇର କେତେକ ଫର୍ନେସ ଅଏଲ ପରିବହନ ସଂସ୍ଥାର ଅଣଓଡ଼ିଆ ଅନୁଗତଙ୍କ ଦ୍ୱାରା ଏହି ର଼୍ୟାକେଟ ଦୀର୍ଘବର୍ଷ ହେଲା ସକ୍ରିୟ ରହିଛି। ଅନ୍ୟପକ୍ଷେ ବିଭିନ୍ନ ଶିଳ୍ପ କାରଖାନାରେ ଫର୍ନେସ ଅଏଲର ଗୁଣବତ୍ତା ମାପିବାକୁ ଥିବା କର୍ମଚାରୀ ଓ ଅଧିକାରୀମାନଙ୍କୁ ଏହି ପରିବହନ ସଂସ୍ଥା ମାସିକ ଚାନ୍ଦା ଦେଇ ନିଜ କବ୍‌ଜାରେ ରଖିଛି। ଫଳରେ କମ୍‌ ଦରମା ପାଉଥିବା ସେହି ଶିଳ୍ପ କାରଖାନା କର୍ମଚାରୀମାନେ ମାଲାମାଲ ହୋଇ ଦାମୀ ଗାଡ଼ି ବ୍ୟବହାର ଓ ଫ୍ଲାଟ କିଣି ରାଜକୀୟ ଜୀବନଯାପନ କରୁଥିବା ଚର୍ଚ୍ଚା ହେଉଛି। ପୂର୍ବରୁ ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ଏକ କାରଖାନା ପରିସରରେ ୨ଟି ଫର୍ନେସ ଅଏଲ ଟ୍ୟାଙ୍କରକୁ ଅଟକ ରଖାଯାଇଥିଲା। ତେବେ ଏଥିରେ ସମ୍ପୃକ୍ତ ଫର୍ନେସ ଅଏଲ ପରିବହନ ସଂସ୍ଥା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଇ ମୂଲଚାଲ କରି ଛାଡ଼ି ଦିଆଯାଇଥିଲା। ଏହାବାଦ ୯ା୧ା୨୦୨୧ରେ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ପୋଲିସ ପତରାଜପୁରରେ ଥିବା ଫର୍ନେସ ଅଏଲ ଅପମିଶ୍ରଣ ଡିପୋକୁ ଚଢାଉ କରି ତୈଳ ଭର୍ତ୍ତି ଏକ ଟ୍ୟାଙ୍କରକୁ ଜବତ କରିଥିଲା। କିନ୍ତୁ କାର୍ଯ୍ୟାନୁଷ୍ଠାନ ବଦଳରେ ସ୍ଥାନ ଛାଡ଼ି ଚାଲିଯାଅ ବୋଲି ପୋଲିସ ସମ୍ପୃକ୍ତ ଅଣଓଡ଼ିଆ ବ୍ୟକ୍ତିଙ୍କୁ ପରାମର୍ଶ ଦେଇଥିଲେ। ଏବେ ସେହି ଅଣଓଡ଼ିଆ ବ୍ୟକ୍ତି ଓ ତାଙ୍କ ସହଯୋଗୀ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନାଠାରୁ ୫ କି.ମି. ଦୂର ବଡ଼ପାଲଗଡ଼ାଠାରେ ଏହି କାରବାର ଚଳାଇଥିବା ସୂଚନା ମିଳିଛି। ଏହିସବୁ କାରବାରରେ ପୋଲିସ ଅଧିକାରୀମାନେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରୁଥିବାରୁ ସେମାନଙ୍କ ବିରୋଧରେ କେହି କୌଣସି ପଦକ୍ଷେପ ନେବାକୁ ସାହସ କରୁ ନ ଥିବା ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri