ଇରାନ ଘଟଣା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଗାଳି ଦେଲେ ବାଇଡେନ

ନୂଆଦିଲ୍ଲୀ,୪ା୮: ଇରାନ ରାଜଧାନୀ ତେହେରାନରେ ହାମାସ ମୁଖ୍ୟ ଇସମାଇଲ ହାନିଆଙ୍କ ହତ୍ୟା ପରେ ପଶ୍ଚିମ ଏସିଆରେ ଯୁଦ୍ଧର କଳା ବାଦଲ ଛାଇ ରହିଛି। ହାନିଆଙ୍କ ମୃତ୍ୟୁ ପାଇଁ ଉଭୟ ହାମାସ ଏବଂ ଇରାନ ଇସ୍ରାଏଲକୁ ଦାୟୀ କରିଛନ୍ତି। ତେବେ ଏହି ଆକ୍ରମଣ ପଛରେ ହାତ ନ ଥିବା କହି ଇସ୍ରାଏଲ୍ ଏହାକୁ ଅସ୍ୱୀକାର କରିଛି। ଏହାରି ମଧ୍ୟରେ ଖବର ଆସିଛି ଯେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଫୋନ୍ ଯୋଗେ କଥା ହୋଇ ହାନିଆଙ୍କ ମାମଲାରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ମିଡ଼ିଆ ରିପୋର୍ଟ ମୁତାବକ କଥା ହେବା ସମୟରେ ବାଇଡେନ ଚିଡିଯାଇ ନେତାନ୍ୟାହୁଙ୍କୁ କହିଥିଲେ ”ଆପଣ ମୋ ସହିତ ବେକାର କଥା ବନ୍ଦ କରନ୍ତୁ”। ଜୋ ବାଇଡେନଙ୍କ ଏହି ମନ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ ବେଞ୍ଜାମିନ୍ ନେତାନ୍ୟାହୁ ତାଙ୍କୁ ସୂଚନା ଦେଇଛନ୍ତି କି ଇସ୍ରାଏଲ୍ ବନ୍ଧକ ବଦଳରେ ହାମାସ ସହିତ ଅସ୍ତ୍ରବିରତି ଚୁକ୍ତି ସମ୍ପର୍କରେ ଆଲୋଚନା ଜାରି ରଖିଛି ଏବଂ ଖୁବ୍ ଶୀଘ୍ର ଏକ ପ୍ରତିନିଧୀ ଦଳ ପଠାଇବ। ରିପୋର୍ଟ ଅନୁଯାୟୀ, ବାଇଡେନ ନେତାନ୍ୟାହୁଙ୍କ ସହ ବାର୍ତ୍ତାଳାପ ଶେଷ କରି କହିଛନ୍ତି ଯେ ”ସେ ରାଷ୍ଟ୍ରପତିଙ୍କୁ ହାଲୁକାରେ ନିଅନ୍ତୁ ନାହିଁ।”

ରିପୋର୍ଟ ଅନୁଯାୟୀ, ଇରାନ ସମର୍ଥନ କରୁଥିବା ସଂଗଠନ (ହିଜବୁଲ ଏବଂ ହୁତି) ସହିତ ଯୁଦ୍ଧର ଭୟ ମଧ୍ୟରେ ବାଇଡେନଙ୍କ ଏହି ମନ୍ତବ୍ୟ ଇସ୍ରାଏଲ-ଆମେରିକା ସହଯୋଗ ପ୍ରସଙ୍ଗରେ ଆସିଛି। ତେବେ ପଶ୍ଚିମ ଏସିଆରେ ଚାଲିଥିବା ବିବାଦରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ଅଛି, କାରଣ ଇରାନ ଏବଂ ତେହେରାନ ସମର୍ଥିତ ଗୋଷ୍ଠୀ ସେମାନଙ୍କର ବହୁ ନେତାଙ୍କ ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ପ୍ରତିଜ୍ଞା କରିଛନ୍ତି। ରାଷ୍ଟ୍ରପତି ବାଇଡେନ ୧୩-୧୪ ଏପ୍ରିଲ ରାତିରେ ଇରାନର ଅଦୃଶ୍ୟ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣକୁ ରୋକିବାରେ ସାହାଯ୍ୟ କରିବାକୁ ଆଞ୍ଚଳିକ ଶକ୍ତିଗୁଡ଼ିକୁ ଏକତ୍ର କରିଛି।

ଟାଇମ୍ସ ଅଫ୍ ଇସ୍ରାଏଲର ଏକ ରିପୋର୍ଟ ଅନୁଯାୟୀ, ନେତାନ୍ୟାହୁଙ୍କ ସହ ବାଇଡେନଙ୍କ ଫୋନ୍ ବାର୍ତ୍ତାଳାପ ପରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଶନିବାର ଏକ ସରକାରୀ ବିବୃତ୍ତି ଜାରି କରିଛି। ଏଥିରେ କୁହାଯାଇଛି, ‘ପ୍ରଧାନମନ୍ତ୍ରୀ ଆମେରିକାର ରାଜନୀତିରେ ହସ୍ତକ୍ଷେପ କରନ୍ତି ନାହିଁ ଏବଂ ଯିଏ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ତାଙ୍କ ସହ କାମ କରିବେ। ଏଥି ସହିତ ସେ ଆଶା କରିଛନ୍ତି ଯେ ଆମେରିକୀୟମାନେ ଇସ୍ରାଏଲର କାର୍ଯ୍ୟରେ ହସ୍ତକ୍ଷେପ କରିବେ ନାହିଁ। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦୌଡରୁ ଓହରିଯିବାକୁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିଷ୍ପତ୍ତି ପରେ ବେଞ୍ଜାମିନ୍ ନେତାନ୍ୟାହୁ ଇରାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉତ୍ସାହିତ ଅନୁଭବ କରୁଛନ୍ତି ବୋଲି ଇସ୍ରାଏଲର ଜଣେ ବରିଷ୍ଠ ଅଧିକାରୀ ଦି ଟେଲିଗ୍ରାଫକୁ କହିଥିଲେ।

ଏହି ଅଧିକାରୀ କହିଛନ୍ତି ଯେ ଆସନ୍ତା ନିର୍ବାଚନ ପାଇଁ ଦୋୖଡରେ ରହି ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନିଷ୍ପତ୍ତି ଉପରେ ପ୍ରଭାବ ପକାଇବାକୁ ଚେଷ୍ଟା କରୁଛନ୍ତି। ଟେଲିଗ୍ରାଫ୍ ତାଙ୍କ ରିପୋର୍ଟରେ ଉକ୍ତ ଅଧିକାରୀଙ୍କ ଉଦ୍ଧେଶ୍ୟରେ କହିଛି ଯେ ଇରାନର ଆକ୍ରମଣରେ ବିଡେନ ନେତାନ୍ୟାହୁଙ୍କୁ କଡ଼ା ପ୍ରତିକ୍ରିୟା ପ୍ରକାଶ ନକରିବାକୁ କହିଥିଲେ। ଇରାନ ଏହା ଜାଣିଥିଲା, ସେଥିପାଇଁ ଇସ୍ରାଏଲ ଉପରେ ଆକ୍ରମଣ କରିବା ପାଇଁ ପରିସ୍ଥିତିର ସୁଯୋଗ ନେଇଥିଲା।

ସେହିପରି ଇସ୍ରାଏଲ ଅଧକାରୀଙ୍କ ସୂତରୁ ଟେଲିଗ୍ରାଫ ରିପୋର୍ଟ କରିଛି ଯେ, ଆମେରିକାର ମୁଖ୍ୟ ଏଜେଣ୍ଡା ଇସ୍ରାଏଲକୁ ପୂର୍ଣ୍ଣ ସମର୍ଥନ କରିବା। ଯାହା ଗତ ଦଶନ୍ଧି ଧରି ସେ ଏହା କରି ଆସିଛି। ନେତାନ୍ୟାହୁ ମଧ୍ୟ ଏହା ଜାଣିଛନ୍ତି ସେଥିପାଇଁ ସେ ଏତେ ସାହସ ଦେଖାଉଛନ୍ତି । ସେ ଜାଣିଛନ୍ତି ସେ ଇସ୍ରାଏଲର ଶତ୍ରୁ ମାନଙ୍କ ଉପରେ ଆକ୍ରମଣ କରିପାରିବେ କାରଣ ତାଙ୍କୁ ଆମେରିକାର ସମର୍ଥନ ରହିଛି। ଏହାବ୍ୟତୀତ ବାଇଡେନ ପୁନର୍ବାର ନିର୍ବାଚନ ନ ଲଢ଼ିବା ମଧ୍ୟ ମଧ୍ୟପ୍ରାଚ୍ୟରେ ସ୍ଥିତି ପରିବର୍ତନ କରିଛି। ତେଣୁ ଆମେରିକରେ ନିର୍ବାଚନ ଅଭିଯାନ ମଧ୍ୟରେ ରାନ ଏହାର ଏଜେଣ୍ଡା କାର୍ଯ୍ୟକାରୀ କରିବା ଦିଗରେ ଆଗେଇ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ, ଯୁଦ୍ଧକୁ ଡେଇଁଲା ରୁଷିଆ!

ମସ୍କୋ,୭।୩: ଆମେରିକା-ଇସ୍ରାଏଲ ଯୁଦ୍ଧରେ ରୁଷିଆ ଇରାନକୁ ସହାୟତା କରୁଛି। ଦି ୱାଶିଂଟନ ପୋଷ୍ଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆ ଇରାନକୁ ଆମେରିକୀୟ ସାମରିକ ଘାଟି…

ଭାରତକୁ ପଶିଲା ଇରାନୀ ଜାହାଜ, ଆମେରିକାରେ ବାଜିଲା ସାଇରନ!

ନୂଆଦିଲ୍‌ଲୀ,୭।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଖରାପ ହେଉଛି। ସମ୍ପ୍ରତି ଭାରତରୁ ଫେରୁଥିବା ଇରାନୀ ଜାହାଜ ISIS ଡେନା ଉପରେ ଆମେରିକା ଆକ୍ରମଣ କରିଥିଲା। ୮୭ ଜଣ ଇରାନୀ…

୧୨ ମାର୍ଚ୍ଚରେ ଯୁଦ୍ଧକୁ ନେଇ ବଡ଼ ଘୋଷଣା କରିବେ ଟ୍ରମ୍ପ! ୩ୟ ବିଶ୍ୱଯୁଦ୍ଧ ନେଇ…

ଓ଼୍ବାଶିଂଟନ୍‌,୭।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ବର୍ଷ ୧୨ ଦିନିଆ ଯୁଦ୍ଧ ସମୟରେ “ବିନା ସର୍ତ୍ତରେ ଆତ୍ମସମର୍ପଣ” ବାକ୍ୟାଂଶ ପୋଷ୍ଟ କରିଥିଲେ, ଯାହା ମାତ୍ର ଛଅ…

ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ୭ ସ୍ଥାନରେ ଏକକାଳୀନ ଚଢ଼ାଉ

ଡେରାବିଶ, ୭/୩ (ବେବର୍ତ୍ତା ଅଜୟ ଦାସ): ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ଜଳ ସମ୍ପଦ ବିଭାଗ ଅଧିନ ଛତା ସବ ଡିଭିଜନର ସହକାରୀ…

୨ ଦିନ ପ୍ରବଳ ବର୍ଷିବ, ୪୦-ରୁ ୫୦ କିମି ବେଗରେ ବହିବ ପବନ: ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୭ା୩(ବନ୍ଦନା ସେଠୀ):ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଗ୍ରାଷ୍ମପ୍ରବାହ ଜାରି ରହିଛି। ସକାଳୁ ପ୍ରବଳ ଖରା ସହ ମଧ୍ୟାହ୍ନରୁ ଝାଞ୍ଜି ପବନ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ଇତିମଧ୍ୟରେ ପାରଦ…

ଯୁଦ୍ଧ ମଧ୍ୟରେ ଇରାନକୁ ସାହାଯ୍ୟ କଲା ଭାରତ: ଯୁଦ୍ଧଜାହାଜକୁ…

ତେହରାନ,୭।୩: ତେହରାନର ଅନୁରୋଧରେ ଭାରତ ଏକ ଇରାନୀ ଯୁଦ୍ଧଜାହାଜକୁ ଦକ୍ଷିଣ କୋଚି ବନ୍ଦରରେ ଡକିଂ କରିବାକୁ ଅନୁମତି ଦେଇଛି ଏବଂ ଜାହାଜର ୧୮୩ ସଦସ୍ୟ ବିଶିଷ୍ଟ କର୍ମଚାରୀଙ୍କୁ…

ଓଡ଼ିଶାର ଏହି ୩ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କଲେ ଶାହା: ଜାଣନ୍ତୁ ଭିତିରି କଥା

ଭୁବନେଶ୍ୱର,୭ା୩(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଳମ୍ବିତ ସାରେ ନୂଆଦିଲ୍ଲୀ ଫେରିଯାଇଛନ୍ତି। ଶାହା ତାଙ୍କ ଗସ୍ତ କାଳରେ ବିଭିନ୍ନ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri