ଉଚ୍ଚ ଶିକ୍ଷାନୁଷ୍ଠାନର ଫଣ୍ଡିଂ ମଡେଲ

ଡ. ଚିତ୍ତରଞ୍ଜନ ମିଶ୍ର

ଭାରତର ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ପ୍ରାୟ ୪୦ ନିୟୁତ ଛାତ୍ରୀଛାତ୍ର ନାମାଙ୍କିତ ହୋଇଛନ୍ତି, ଯାହାର ମୋଟ ନାମାଙ୍କନ ଅନୁପାତ ପ୍ରାୟ ୨୭ ପ୍ରତିଶତ ହେବ। ତୁଳନାମତ୍କ ଭାବେ ଦେଖିଲେ ଆମେରିକାରେ ମୋଟ ନାମାଙ୍କନ ଅନୁପାତ ୮୮ ପ୍ରତିଶତ ହୋଇଥିବା ବେଳେ ଜର୍ମାନୀରେ ୭୦ ପ୍ରତିଶତ, ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ରେ ୬୧ ପ୍ରତିଶତ, ବ୍ରାଜିଲରେ ୫୧ ଏବଂ ଚାଇନାରେ ୪୯ ପ୍ରତିଶତ। ଏପରିକି ଭାରତର ୨୭ ପ୍ରତିଶତର ମୋଟ ନାମାଙ୍କନ ଅନୁପାତ ମୌଳିକ ଭାବରେ ସ୍ତର-୨ ଓ ସ୍ତର-୩ ଶିକ୍ଷାନୁଷ୍ଠାନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରସାରଣ ସହ ଘରୋଇ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ପୁଞ୍ଜିଲଗାଣ ପାଇଁ ସମ୍ଭବ ହୋଇପାରିଛି। ପରନ୍ତୁ ଜନସଂଖ୍ୟା ବୃଦ୍ଧି ସହ ତୁଳନା କଲେ ଆମର ଉଚ୍ଚ ଗୁଣବତ୍ତାସମ୍ପନ୍ନ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରୀଛାତ୍ରମାନଙ୍କ ସଂଖ୍ୟା ସ୍ଥିର ରହିଛି। ଅଳ୍ପ କେତେକ ଉଚ୍ଚ ଗୁଣବତ୍ତାସମ୍ପନ୍ନ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ରଙ୍କ ସଂଖ୍ୟାରେ ଅଭିବୃଦ୍ଧି ଘଟିଛି ଏବଂ ତାହା ମଣ୍ଡଳ କମିଶନ ଏବଂ ଆର୍ଥତ୍କ ଦୃଷ୍ଟିରୁ ଅନଗ୍ରସର ଶ୍ରେଣୀଙ୍କ ପାଇଁ ଲାଗୁ ହୋଇଥିବା ସଂରକ୍ଷଣ କାରଣରୁ । ତେବେ ସ୍ଥିତି ଏଭଳି ହୋଇଛି ଯେ ୧୦୦ ପିଲାରେ ଜଣେ ପିଲା ଆଇଆଇଟିରେ ନାଁ ଲେଖାଇବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡୁଛି। ଉଦାହରଣ ସ୍ବରୂପ ପ୍ରତିବର୍ଷ ଦେଶର ୨୩ଟି ଆଇଆଇଟି ମିଳିତ ଭାବେ ପ୍ରାୟ ୧୬,୫୦୦ ଅଣ୍ଡରଗ୍ରାଜୁଏଟ ଛାତ୍ରୀଛାତ୍ରଙ୍କୁ ନାମାଙ୍କିତ କରିଥାନ୍ତି। ଅପରପକ୍ଷରେ ଆମେରିକାରେ ଏକ ବୃହତ୍‌ ସାର୍ବଜନିକ ଅନୁଦାନପ୍ରାପ୍ତ ବିଶ୍ୱବିଦ୍ୟାଳୟ ପ୍ରାୟ ୨୦ ହଜାର ଛାତ୍ରୀଛାତ୍ରଙ୍କୁ ନାମାଙ୍କିତ କରିଥାଏ। ଯଦିଓ ଛାତ୍ରୀଛାତ୍ରମାନଙ୍କ ଉଚ୍ଚଶିକ୍ଷା ଚାହିଦାକୁ ଆଖି ଆଗରେ ରଖି ଭାରତ ନୂଆ ନୂଆ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରୁଛି, ହେଲେ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡ଼ିକର ଅଭିବୃଦ୍ଧି ଆଶାଜନକ ହୋଇପାରିନାହିଁ। ଏହାର ମୁଖ୍ୟ କାରଣ ହେଲା ପ୍ରଚଳିତ ଶିକ୍ଷାନୁଷ୍ଠାନଗୁଡ଼ିକୁ କୌଣସି ଆର୍ଥିକ ମଡେଲ ବିନା ସରକାର ପ୍ରଦାନ କରୁଥିବା ବ୍ଲକ୍‌ଗ୍ରାଣ୍ଟ।
ଆମେରିକାରେ ସାର୍ବଜନିକ ଅର୍ଥରେ ପ୍ରତିପୋଷିତ ହେଉଥିବା ଅନୁଷ୍ଠାନଗୁଡ଼ିକ ଗୁଣବତ୍ତାରେ କୌଣସି ଆପୋସ ସମାଧାନ ନ କରି କିଭଳି ସମ୍ପ୍ରସାରିତ ହେଉଛନ୍ତି ତାହା ବୁଝିବାକୁ ହେଲେ ଆମକୁ ସେମାନଙ୍କର ଆର୍ଥିକ ମଡେଲକୁ ଅଧ୍ୟୟନ କରିବାକୁ ପଡ଼ିବ। ସାର୍ବଜନିକ ଅର୍ଥରେ ପ୍ରତିପୋଷିତ ହେଉଥିବା ଆମେରିକାର ଏକାଧିକ ସ୍ବନାମଧନ୍ୟ ବିଶ୍ୱବିଦ୍ୟାଳୟରେ ରାଜସ୍ବ ମୁଖ୍ୟତଃ ୪ଟି ପ୍ରମୁଖ ଉତ୍ସରୁ ହିଁ ଆସିଥାଏ ଯଥା- (୧) ଛାତ୍ରୀଛାତ୍ରଙ୍କ ମାସିକ ଟ୍ୟୁଶନ ଫି, (୨) ସରକାରୀ ସବ୍‌ସିଡି ଏବଂ ଗ୍ରାଣ୍ଟ, (୩) ପ୍ରାୟୋଜିତ ଗବେଷଣା ପ୍ରକଳ୍ପରୁ ଉପଲବ୍ଧ ହେଉଥିବା ଅତିରିକ୍ତ ଅର୍ଥରାଶି, (୪) ଦାନ, ପରୋପକାରୀ ସାହାଯ୍ୟ ଏବଂ ଅନ୍ୟାନ୍ୟ ରୋଜଗାର ଯଥା- ବୌଦ୍ଧିକ ସମ୍ପତ୍ତି ମାଲିକାନା ସ୍ବତ୍ୱରୁ ମିଳୁଥିବା ରୟାଲ୍‌ଟି ଅର୍ଥ ଇତ୍ୟାଦି। ଏ ପ୍ରତ୍ୟେକ ଉତ୍ସରୁ ଉପଲବ୍ଧ ହେଉଥିବା ଅର୍ଥ ରାଜସ୍ବ ପରିମାଣର ପ୍ରାୟ ଏକ ତୃତୀୟାଂଶ ବହନ କରିଥାନ୍ତି ଯାହାକି ବିଶ୍ୱବିଦ୍ୟାଳୟର ଆକାର ଉପରେ ନିର୍ଭର କରିଥାଏ। ବିଶ୍ୱବିଦ୍ୟାଳୟଗୁଡ଼ିକ ସେମାନଙ୍କର ଅଣ୍ଡର ଗ୍ରାଜୁଏଟ ପ୍ରୋଗ୍ରାମକୁ ସମ୍ପ୍ରସାରିତ କରିବାକୁ ଲକ୍ଷ୍ୟ ରଖିଥାନ୍ତି। ଆମେରିକାରେ ଗବେଷଣା ପ୍ରକଳ୍ପରୁ ମିଳୁଥିବା ଓଭରହେଡ୍ସ ସାଧାରଣତଃ ପ୍ରୋଜେକ୍ଟ ଗ୍ରାଣ୍ଟର ୩୦-୬୦ ପ୍ରତିଶତ ପର୍ଯ୍ୟନ୍ତ ହୋଇଥାଏ ଏବଂ ବିଶ୍ୱବିଦ୍ୟାଳୟ ସିଧାସଳଖ ଏହି ଅର୍ଥ ପ୍ରାୟୋଜିତ ପ୍ରକଳ୍ପଗୁଡ଼ିକରୁ ପାଇଥାଏ। ଏହି ଅର୍ଥ ଗବେଷଣା ଭିତ୍ତିଭୂମିର ରକ୍ଷଣାବେକ୍ଷଣ, କ୍ୟାମ୍ପସ୍‌ରେ ଥିବା ସୁବିଧା ସୁଯୋଗର ଅନୁରକ୍ଷଣ ସହ ନୂତନ ଉପକ୍ରମର ଶୁଭାରମ୍ଭ କ୍ଷେତ୍ରରେ ବିନିଯୋଗ ହୋଇଥାଏ। ଯଦିଓ ପବ୍ଲିକ୍‌ ୟୁନିଭର୍ସିଟିଗୁଡ଼ିକ ଆମେରିକା ସରକାରଙ୍କଠାରୁ ସିଧାସଳଖ ଗ୍ରାଣ୍ଟ ଲାଭ କରିବା ସହ ସେମାନେ ସବୁ ସ୍ତରରେ ଉଚ୍ଚସ୍ତରୀୟ ସ୍ବାୟତ୍ତତା ମଧ୍ୟ ଉପଭୋଗ କରିଥାନ୍ତି। ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ଗ୍ରହଣ ପ୍ରକ୍ରିୟାକୁ ବଢାଯିବା ସହ ଏହି ବିବିଧ ଆର୍ଥିକ ମଡେଲ ଉକ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକର ଶ୍ରେଷ୍ଠତାକୁ ବଜାୟ ରଖିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।
ସାର୍ବଜନିକ ଅର୍ଥରେ ପ୍ରତିପୋଷିତ ଭାରତର କେତେକ ସମ୍ଭ୍ରାନ୍ତ ଶ୍ରେଣୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ରାଜସ୍ବ ଉତ୍ସ ସମ୍ବନ୍ଧରେ ଚାଲନ୍ତୁ ଆଲୋକପାତ କରିବା। ଏହି ଶିକ୍ଷାନୁଷ୍ଠାନଗୁଡ଼ିକର ମୋଟ ରାଜସ୍ବ ଆୟ ପରିମାଣର ୬-୭ ପ୍ରତିଶତ ହୋଇଥାଏ। ଯଦିଓ ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ପର୍ଯ୍ୟାପ୍ତ ପରିମାଣର ପ୍ରାୟୋଜିତ ଗବେଷଣା ପ୍ରକଳ୍ପ କାର୍ଯ୍ୟକାରୀ କରିଥାନ୍ତି, ପରନ୍ତୁ ଗବେଷଣା ପ୍ରକଳ୍ପର ଓଭରହେଡ୍‌ ପରିମାଣ ପ୍ରୋଜେକ୍ଟ ଗ୍ରାଣ୍ଟର ପ୍ରାୟ ୫ ପ୍ରତିଶତ ହୋଇଥାଏ ଯାହାକି ଶିକ୍ଷାନୁଷ୍ଠାନର ରୋଜଗାର ବୋଲି ବିବେଚିତ ହୁଏ। ଏଣ୍ଡାଓମେଣ୍ଟ ଫଣ୍ଡ କ୍ଷେତ୍ରରେ ପ୍ରଚଳିତ ସରକାରୀ ନୀତିନିୟମ ଏବଂ ସମାଜର ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ରୋଜଗାରରୁ କିଛି ଅର୍ଥ ଦାନ କରିବାର ସଂସ୍କୃତିକୁ ପ୍ରୋତ୍ସାହନ ଦେବା ସଂକ୍ରାନ୍ତୀୟ ପଲିସିର ଘୋର ଅଭାବ କାରଣରୁ ଭାରତବର୍ଷର କୌଣସି ଶିକ୍ଷାନୁଷ୍ଠାନ ଏଣ୍ଡାଓମେଣ୍ଟ ଫଣ୍ଡରୁ ବାସ୍ତବରେ ଯେକୌଣସି ରାଜସ୍ବ ଲାଭ କରିଥାନ୍ତି ତାହା ଦାବି କରିପାରିବେ ନାହିଁ। ଫଳସ୍ବରୂପ ଶିକ୍ଷାନୁଷ୍ଠାନଗୁଡ଼ିକ ପାଖରେ ଆଉ କୌଣସି ବିକଳ୍ପ ହିଁ ନ ଥାଏ ଏବଂ ତିଷ୍ଠି ରହିବା ପାଇଁ ସରକାରୀ ଅନୁଦାନ ଉପରେ ସମ୍ପୂର୍ଣ୍ଣ ରୂପେ ନିର୍ଭର କରିବାକୁ ପଡ଼ିଥାଏ। ଶିକ୍ଷାଦାନ ପ୍ରକ୍ରିୟାକୁ ଚଳଚଞ୍ଚଳକରି ରଖିବା ପାଇଁ ସରକାରୀ ସବ୍‌ସିଡି ଏବଂ ସହଯୋଗ ଯଦିଓ ସ୍ବାଗତଯୋଗ୍ୟ ପଦକ୍ଷେପ ହେଲେ ବି ଯେଭଳି ଭାବେ ଗ୍ରାଣ୍ଟ ପରିମାଣର ନିର୍ଣ୍ଣୟ ନିଆଯାଇଥାଏ ସେହିଠାରେ ସମସ୍ୟା ରହିଛି। ସରକାର ପ୍ରଦାନ କରୁଥିବା ବ୍ଲକ୍‌ ଗ୍ରାଣ୍ଟ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ସଂଖ୍ୟା, କେତେ ପରିମାଣର ଗବେଷଣା କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥାଏ, ଶିଳ୍ପସଂସ୍ଥାଗୁଡ଼ିକ ସହ ସହଭାଗିତା ଏବଂ ନବଭାବର ପ୍ରବର୍ତ୍ତନ କ୍ଷେତ୍ରରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ନିଆଯାଉଥିବା ପଦକ୍ଷେପ ଆଦିକୁ ହିସାବକୁ ନେଇ ନ ଥାଏ। ସରକାରଙ୍କ ବ୍ଲକ୍‌ଗ୍ରାଣ୍ଟ ଆନୁମାନିକ ବେତନ, ପେନ୍‌ସନ, ସ୍କଲାରଶିପ୍‌ ଏବଂ ସିଭିଲ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଆଧାରିତ ହୋଇଥାଏ। ଫଳସ୍ବରୂପ, ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରୀଛାତ୍ରମାନଙ୍କ ପ୍ରବେଶରେ ଅଭିବୃଦ୍ଧି କିମ୍ବା ବଡ଼ ବଡ଼ ପ୍ରାୟୋଜିତ ଗବେଷଣା ପ୍ରକଳ୍ପର ରୂପାୟନ ପାଇଁ କୌଣସି ପ୍ରୋତ୍ସାହନ ମିଳି ନ ଥାଏ।
ବିଶ୍ୱବିଦ୍ୟାଳୟର ପ୍ରଶାସକମାନେ ଅତ୍ୟଧିକ ସଙ୍କୁଚିିତ କ୍ୟାମ୍ପସ ଭିତ୍ତିଭୂମି ମଧ୍ୟରେ ଛାତ୍ରୀଛାତ୍ରମାନଙ୍କର ପ୍ରବେଶରେ ଅଭିବୃଦ୍ଧି ଓ ପ୍ରାୟୋଜିତ ଗବେଷଣା ପ୍ରକଳ୍ପର ରୂପାୟନ ଆଶା କରିଥାନ୍ତି। ସଫଳ ସ୍ବୟଂଶାସନ ବ୍ୟବସ୍ଥା ଓ ଉପଯୁକ୍ତ ଆର୍ଥିକ ମଡେଲ ବିନା ବଡ଼ ଶିକ୍ଷାନୁଷ୍ଠାନ ନିଷ୍କ୍ରିୟ ହୋଇଯାଇଛନ୍ତି।
ଏବେ ସମୟ ଉପଗତ ଭାରତ ସାର୍ବଜନିକ ଅର୍ଥରେ ପ୍ରତିପୋଷିତ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ସହଯୋଗର ହାତ ବଢ଼ାଇବା ପାଇଁ ନୂତନ ଆର୍ଥିକ ମଡେଲର ପ୍ରଣୟନ କରୁ। ସରକାରଙ୍କ ବାର୍ଷିକ ବ୍ଲକ୍‌ ଗ୍ରାଣ୍ଟ ନିୟମ ଅନୁଯାୟୀ ସେହି ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ହିଁ ପ୍ରଦାନ କରାଯାଉ ଯେଉଁମାନେ ସରକାରଙ୍କ ଆବଶ୍ୟକତାକୁ ଠିକ୍‌ ଭାବେ ପୂରଣ କରୁଥିବେ ଓ ଆଶାନୁରୂପ ଫଳାଫଳ ମଧ୍ୟ ପ୍ରଦାନ କରୁଥିବେ। ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ଶିକ୍ଷାଗ୍ରହଣ ଜନିତ ବ୍ୟୟ ପରିମାଣକୁ ପ୍ରତିପୂର୍ତ୍ତି ନ କରି ସେମାନଙ୍କର ପ୍ରବେଶ ସଂଖ୍ୟାକୁ ବଢ଼ାଇବା ଏବଂ ଓଭରହେଡ୍‌ ପରିମାଣ ବିନା ଗବେଷଣା ପ୍ରକଳ୍ପର ରୂପାୟନ ପାଇଁ ଅନୁମତି ଦେବା ଶିକ୍ଷାର ଗୁଣବତ୍ତାରେ ଅବନତି ଘଟାଇବା ସହ ବ୍ୟବସ୍ଥାରେ ମଧ୍ୟ ସ୍ଥାଣୁତା ଆଣିବ। ଆମେରିକାଠାରୁ ଭାରତ ଇକ୍ୱିଟି ଏବଂ ଛାତ୍ରୀଛାତ୍ରମାନଙ୍କ ପାଇଁ କମ୍‌ ଋଣ କ୍ଷେତ୍ରରେ ଆଗୁଆ ଥିଲାବେଳେ ଫଣ୍ଡିଂ ମଡେଲରେ ଆବଶ୍ୟକ ସୁଧାର ଜରୁରୀ ହୋଇପଡ଼ିଛି, ଯାହାକି ଆମର ଉଚ୍ଚସ୍ତରୀୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ଯଥେଷ୍ଟ ପ୍ରୋତ୍ସାହନ ପ୍ରଦାନ କରିବା ସହ ଜାତୀୟ ଶିକ୍ଷାନୀତିକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇପାରିବ।
ମୋ-୯୩୩୮୨୦୪୯୯୩


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri