ଚକ୍ଷୁ ଅସ୍ତ୍ରୋପଚାର ପାଇଁ ଅର୍ଥ ସାଜିଛି ବାଧକ

ଜଗତ୍‌ସିଂହପୁର ଅଫିସ, ୨୭ା୮: ଜଗତ୍‌ସିଂହପୁର ଚାଟରା ବିଶୋଇ ସାହିର ଟୁନି ଦେଈ(୮୩) ୨ ପୁଅ ଓ ଗୋଟିଏ ଝିଅ ଜନ୍ମ କରି ମଧ୍ୟ ଅସହାୟ। କାରଣ ଯେଉଁ ୨ ପୁଅଙ୍କ କାନ୍ଧରେ ଢିରା ଦେଇ ଶେଷ ଜୀବନ କାଟିଦେବେ ବୋଲି ଭାବିଥିଲେ ତାହା ସ୍ବପ୍ନରେ ରହିଗଲା। ପୁଅ ଦୁହେଁ ପଚାରିଲେ ନାହିଁ। ଝିଅଟି ଦୃଷ୍ଟି ଶକ୍ତି ହରାଇଥିବାରୁ ତାର ବୋଝ ବୃଦ୍ଧାଙ୍କୁ ମୁଣ୍ଡାଇବାକୁ ପଡୁଛି। ଏଣେ ଆଖି ସମସ୍ୟା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। କିଛି ଦିନ ପୂର୍ବରୁ ଚାଟରାରେ ଏକ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଆଇ କ୍ୟାମ୍ପ ପଡ଼ିିଥିଲା। ଗାଁ ଲୋକଙ୍କ ପରାମର୍ଶକ୍ରମେ ବୃଦ୍ଧା ସେଠାକୁ ଗଲାପରେ ଆଶ୍ୱାସନା ମିଳିଥିଲା। ମାଗଣାରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଶୁକ୍ରବାର ଦିନଧାର୍ଯ୍ୟ କରାଯାଇଥିଲା। ଏହି ଅନୁଯାୟୀ ବୃଦ୍ଧା ଜଗତ୍‌ସିଂହପୁରସ୍ଥିତ ଉକ୍ତ ଭିଜନ କେୟାରରେ ପହଞ୍ଚତ୍ଥିଲେ। ସେଠାରେ ଆଖି ପରୀକ୍ଷା କଲାବେଳେ ଚମ ମାଡି ଯାଇଥିବା ଜଣାଯାଇଥିଲା । ତେଣୁ ପ୍ରଥମେ ଏହି ଅସ୍ତ୍ରୋପଚାର କରାଯିବା ଜରୁରୀ ଏବଂ ଏନେଇ ୮ ହଜାର ଟଙ୍କା ଆବଶ୍ୟକ ବୋଲି କୁହାଯାଇଥିଲା। ଏତେ ଟଙ୍କା ବୃଦ୍ଧାଙ୍କ ପକ୍ଷରେ ଯୋଗାଡ କରିବା ଅସମ୍ଭବ ଥିଲା। ସେଠାରେ ଉପସ୍ଥିତ ନାଉଗାଁ ବ୍ଲକ ଅନ୍ତର୍ଗତ ଏରଡ଼ା ଗ୍ରାମର ଅନ୍ତର୍ଯ୍ୟାମୀ ବିଶ୍ୱାଳ ବୃଦ୍ଧାଙ୍କୁ କେଉଁ ପ୍ରକାରେ ସହଯୋଗ କରିହେବ ଚିନ୍ତା କରିଥିଲେ। ନାଉଗାଁ ଡେଭେଲପମେଣ୍ଟ ଫୋରମ୍‌ ହ୍ବାଟ୍ସ ଆପ୍‌ ଗ୍ରୁପ୍‌ରେ ସହାୟତା ପାଇଁ ପୋଷ୍ଟ କରିଥିଲେ। କିଛି ସମୟ ପରେ ଫୋରମ୍‌ ପକ୍ଷରୁ ମାଗଣା ଅସ୍ତ୍ରୋପଚାର ପାଇଁ ପ୍ରତିଶ୍ରୁତି ମିଳିଥିଲା। ଏ ସମ୍ପର୍କରେ ଫୋରମ୍‌ ସଦସ୍ୟ ଚନ୍ଦନ କୁମାର ଲେଙ୍କା, ଅନୁପ ବିଶ୍ୱାଳ, ବିଜନ କୁମାର ଲେଙ୍କା ଓ ରାଜା ତାରେଣିଆ ପ୍ରମୁଖ କହିଛନ୍ତି, ବୃଦ୍ଧାଙ୍କ ଆଖି ଅସ୍ତ୍ରୋପଚାର ଦାୟିତ୍ୱ ସେମାନେ ନେବେ। ଆସନ୍ତା ଗୁରୁବାର ଅନ୍ୟ ଏକ ଚକ୍ଷୁ ଚିକିତ୍ସାଳୟରେ ମାଗଣା ଅସ୍ତ୍ରୋପଚାର ପାଇଁ ସହାୟତା କରିବେ। ତାର ୫ରୁ ୬ ଦିନ ପରେ ଜଗତ୍‌ସିଂହପୁରସ୍ଥିତ ଭିଜନ କେୟାରରେ ଟୁନି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ମାଧ୍ୟମରେ ମାଗଣା ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିପାରିବେ । ଫୋରମ ପକ୍ଷରୁ ଏହି ପ୍ରତିଶ୍ରୁତି ମିଳିଲା ପରେ ଏବେ ବୃଦ୍ଧା ଆତ୍ମସନ୍ତୋଷ ଲାଭ କରିବା ସହ ଆଶାବାଦୀ ଅଛନ୍ତି । ଏ ସମ୍ପର୍କରେ ଟୁନି କହିଛନ୍ତି ଦୃଷ୍ଟିହୀନ ଝିଅଟିର ସମସ୍ତ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ। ତାଙ୍କ ଆଖିକୁ ଦେଖା ନ ଗଲେ ଝିଅ ବଞ୍ଚତ୍ବା କଷ୍ଟକର ହୋଇପଡିବ। ସୂଚନାଯୋଗ୍ୟ, ବୃଦ୍ଧାଙ୍କ ନାଁରେ ରାଶନ କାର୍ଡ ରହିଥିବାରୁ ୫ କିଲୋଗ୍ରାମ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି। ଝିଅକୁ ମଧ୍ୟ ଭିନ୍ନକ୍ଷମ ଭତ୍ତା ମିଳୁଛି । ଭତ୍ତା ଟଙ୍କାରେ ସେମାନେ କଷ୍ଟେମଷ୍ଟେ ଚଳିଯାଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri