ଫାଣ୍ଡି ଅଧିକାରୀଙ୍କ ଉନ୍ମତ୍ତକାଣ୍ଡ

ନବରଙ୍ଗପୁର/ନନ୍ଦାହାଣ୍ଡି,୨୦।୨: ନବରଙ୍ଗପୁର ଜିଲା ସରୁଗୁଡା ଗାଁରେ ଶୁକ୍ରବାର ରାତିରେ ଦୋକାନ ବନ୍ଦ କରି ଘରକୁ ଯାଉଥିବା ବ୍ୟବସାୟୀ ଓ ପାଖରେ ଥିବା କେତେଜଣ ଲୋକଙ୍କୁ ଡଙ୍ଗରଭେଜା ଫାଣ୍ଡି ଅଧିକାରୀ ଠଣ ସୁନ୍ଦର ପ୍ରଧାନ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମଦ୍ୟପାନ କରି ଫାଣ୍ଡି ଅଧିକାରୀ ଏପରି କାଣ୍ଡ କରିଥିବା ସୁରୁଗୁଡ଼ା ଗ୍ରାମବାସୀ କହିଛନ୍ତି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୂଚନା ଅନୁଯାୟୀ, ଫାଣ୍ଡି ଅଧିକାରୀ ପ୍ରଧାନ ଶୁକ୍ରବାର ରାତିରେ ସୁରୁଗୁଡା ଗ୍ରାମର କିଛି ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ। କିଛି ଭୁଲ୍‌ ନ ଥାଇ କାହିଁକି ମାଡ଼ ମାରିଲ ବୋଲି କହି ଗ୍ରାମବାସୀ ପୋଲିସ ଅଧିକାରୀଙ୍କୁ ଘେରିଥିଲେ। ସମସ୍ତ ଘଟଣାକୁ କେହି ଜଣେ ରେକର୍ଡିଂ କରି ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି। ଫାଣ୍ଡି ଅଧିକାରୀଙ୍କ ଉନ୍ମତ୍ତକାଣ୍ଡକୁ ଲୋକେ ନିନ୍ଦା କରିଛନ୍ତି। ଗତ କିଛିଦିନ ଧରି ରାସ୍ତାରେ ରାତି ସମୟରେ ଲୁଟ୍‌ତରାଜ ଚାଲଛି। ଏହାକୁ ନେଇ ପାଟ୍ରୋଲିଂ କରୁଥିଲି। ଉକ୍ତ ବ୍ୟକ୍ତିମାନଙ୍କ କାର୍ଯ୍ୟକଳାପ ସନ୍ଦେହ ହେବାରୁ ତାଙ୍କୁ ପଚାରିବା ସମୟରେ କେହି ଭିଡିଓ କରି ଭାଇରାଲ କରିଥାଇପାରନ୍ତି। ସେ ମଦ୍ୟପାନ କରିଥିବା କଥା ମିଥ୍ୟା ବୋଲି ଫାଣ୍ଡି ଅଧିକାରୀ ପ୍ରଧାନ କହିଛନ୍ତି।