କୋଭିଡ୍‌ ପରେ ତେଲ ୩୦% ମହଙ୍ଗା

ନୂଆଦିଲ୍ଲୀ,୧।୩:  ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବା ପରେ କମ୍ପାନୀଙ୍କ ମାନୁଫାକଚରିଂ କଷ୍ଟ ବଢ଼ିଚାଲିଛି। ଏହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ଉପରେ ପଡୁଛି। ତେଲ ଦର ବଢ଼ିଥିବାରୁ ଏହାର ପ୍ରଭାବ ବଜାର ଉପରେ ପଡିବ ବୋଲି ନିକଟରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି। ଗତ ୨ ମାସ ମଧ୍ୟରେ ଭଡା ୧୦ରୁ ୧୨% ବଢିଥିବା ଜଣାପଡିଛି। ଅଧିକାଂଶ ପରିବହନକାରୀ ଏବଂ ଅଟୋମୋବାଇଲ କମ୍ପାନୀଙ୍କ ମଧ୍ୟରେ ଭଡାକୁ ନେଇ ମୂଲଚାଲ ହେଉଥିବା ନଜରକୁ ଆସିଛି। କୋଭିଡ ପରେ ଡିଜେଲ ଦର ୬୫ ଥରରେ ମୋଟ ୩୦%ରୁ ଊର୍ଦ୍ଧ୍ୱ ବୃଦ୍ଧି ଘଟିଛି।
ଏମ୍‌ଜି ମୋଟର ଇଣ୍ଡିଆ ଭଳି କମ୍ପାନୀ ଏହାର ବିଭିନ୍ନ ମଡେଲ ଦରଦାମ ବଢାଇବା ନେଇ ଚିନ୍ତା କରୁଛି। କମ୍ପାନୀର ଏମ୍‌ଡି ରାଜୀବ ଛାବା କହିଛନ୍ତି, କାରର ମୋଟ ଉତ୍ପାଦନ ଖର୍ଚ୍ଚର ୨-୨.୫% ଭଡାର ଅଂଶ ରହିଥାଏ। ମାତ୍ର ସାମୁଦ୍ରିକ ଏବଂ ଟ୍ରକ ଦ୍ୱାରା ମାଲ ପରବହନ ଖର୍ଚ୍ଚ ୧୦ରୁ ୧୨% ବଢିଥିବାରୁ ଆମେ କାର ମୂଲ୍ୟ ୨ରୁ ୩% ବଢାଇବା ନେଇ ଚିନ୍ତା କରୁଛୁ। କମ୍ପାନୀ ଏହି ପ୍ରସଙ୍ଗରେ ବର୍ତ୍ତମାନ ଟ୍ରାନ୍ସପୋର୍ଟରଙ୍କ ସହ ଆଲୋଚନା ଜାରି ରଖିଛି। ସେହିଭଳି ଟ୍ରକ ମାଲିକମାନଙ୍କ ଖର୍ଚ୍ଚର ପ୍ରାୟ ୪୫% ଅଂଶ ଇନ୍ଧନ ସହ ଜଡିତ ହୋଇ ରହିଥାଏ। ମାତ୍ର କୋଭିଡ ପରେ ଇନ୍ଧନ ଦରରେ ହୋଇଥିବା ବୃଦ୍ଧି ସମସ୍ତଙ୍କ ଲାଗି ଚିନ୍ତାର କାରଣ ପାଲଟିଛି।
ଟ୍ରକ ଶିଳ୍ପର ସମସ୍ୟା ବଢ଼ିବ
ଲଜିଷ୍ଟିକ ଷ୍ଟାର୍ଟଅପ୍‌ ରିବିଗୋର ପ୍ରତିଷ୍ଠାତା ଏବଂ ସିଇଓ ଦୀପକ ଗର୍ଗ କହନ୍ତି, ମାଲ ଭଡା ଉଚ୍ଚରେ ରହୁଛି। ଭଡା ୧୫ରୁ ୨୦% ହ୍ରାସ ନ ହେଲେ ଟ୍ରକ ଶିଳ୍ପର ସମସ୍ୟା ବଢିଯିବ। ଇ-ଫାର୍ମ ଏକ୍ସପ୍ରେସର ପ୍ରତିଷ୍ଠାତା ଟିଏ କ୍ରିଷ୍ଣନ କହିଛନ୍ତି, ଡେଲିଭର କଷ୍ଟ୍‌ ବଢାଇବା ଲାଗି ଇ-କମର୍ସ କମ୍ପାନୀଗୁଡିକ ସହ ଆଲୋଚନା କରାଯାଉଛି।
ଡେଲିଭରି ପାର୍ଟନରଙ୍କ ପେମେଣ୍ଟ ବଢ଼ାଇବ ସ୍ବିଗି
ଅନଲାଇନ ଫୁଡ୍‌ ଡେଲିଭରି ଫାର୍ମ ସ୍ବିଗି ନିଜର ଡେଲିଭରି ପାର୍ଟନରଙ୍କ ପେମେଣ୍ଟ ବଢ଼ାଇବା ଲାଗି ବିଭିନ୍ନ ଯୋଜନା ବନାଉଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି। ନୂଆ ପେମେଣ୍ଟ ଷ୍ଟ୍ରକଚରକୁ କମ୍ପାନୀ ରୂପରେଖ ପ୍ରଦାନ କରିବ। ସେହିଭଳି ଡେଲିଭରି ପାର୍ଟନରଙ୍କ ପେମେଣ୍ଟ ବଢାଇବା ନେଇ ଜୋମାଟୋ ଗୁରୁବାର କହି ସାରିଛି। ଏହି ଖର୍ଚ୍ଚର ବୋଝ ଗ୍ରାହକଙ୍କ ଉପରକୁ ଆସୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା।
କମ୍ପାନୀଙ୍କ ମୋଟ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି
ତେଲ ଦର ବର୍ଦ୍ଧିତ ସ୍ତରରେ ରହିଥିବା ବେଳେ କଞ୍ଚାମାଲ ଏବଂ ପ୍ୟାକେଜିଂ ଲାଗି ଖର୍ଚ୍ଚ ବଢୁଥିବାରୁ ଏହା କମ୍ପାନୀଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ପାର୍ଲେ ପ୍ରଡକ୍ଟର କ୍ୟାଟେଗୋରି ହେଡ ମୟଙ୍କ ଶାହ କୁହନ୍ତି, କଞ୍ଚାମାଲ ଏବଂ ପ୍ୟାକେଜିଂ ମୂଲ୍ୟ ବଢୁଥିବାରୁ ମୋଟ ଉତ୍ପାଦନ ଖର୍ଚ୍ଚ ବଢିଛି। ବର୍ତ୍ତମାନ ସ୍ଥିତି ଉପରେ ନଜର ରଖାଯାଇଛି। ଏଭଳି ବିଭିନ୍ନ ଦାମ ଯଦି ନ ଖସେ ପ୍ରଡକ୍ଟ ଦାମ ବାଧ୍ୟ ହୋଇ ବଢାଇବାକୁ ପଡିବ। ଜୁଲାଇ ୨୦୨୦ ପରଠାରୁ ଡିଜେଲ ୧୧.୩% ବଢିଛି। ପ୍ରଡକ୍ଟ ମୂଲ୍ୟ ୫ରୁ ୭% ବଢିପାରେ ବୋଲି ଶାହ ମତ ରଖିଛନ୍ତି।
ଫଳ, ପନିପରିବା ପରିବହନ ଖର୍ଚ୍ଚରେ ବୃଦ୍ଧି
ତେଲ ଦର ମହଙ୍ଗା ହେବାରୁ ଫଳ ଏବଂ ପନିପରିବା ପରିବହନ ଖର୍ଚ୍ଚ କିଲୋ ପିଛା ୧ ଟଙ୍କାରୁ ଊର୍ଦ୍ଧ୍ୱ ବଢିଛି। ବେକୁଲ ଫୁଡ୍ସର ସିଇଓ କାର୍ତ୍ତିକ ଜୟରାମନ କହିଛନ୍ତି, କୃଷକଙ୍କ ନିକଟରୁ ସହରୀ କେନ୍ଦ୍ରକୁ ସାମଗ୍ରୀ ଆଣିବା ଲାଗି କିଲୋ ପ୍ରତି ୫୫ ପଇସା ଏବଂ ଗୋଦାମରୁ ରିଟେଲ ସେଣ୍ଟରକୁ ନେବାରେ କିଲୋ ପ୍ରତି ପରିବହନ ଖର୍ଚ୍ଚ ୨୫ ପଇସାରୁ ଊର୍ଦ୍ଧ୍ୱ ବୃଦ୍ଧି ପାଇଛି। ସେ କହିଛନ୍ତି, ଯେଉଁ ପରିବାରଗୁଡିକୁ ଅଧିକ ପନିପରିବା ଆସୁଛି ସେଗୁଡିକର ଖର୍ଚ୍ଚରେ ୧-୨% ବୃଦ୍ଧି ହେବା ନେଇ ଆକଳନ କରାଯାଉଛି।
ଏୟାର ଟ୍ରାଭେଲ ୩୦% ମହଙ୍ଗା
ଇନ୍ଧନ ଦର ବଢିବା ଯୋଗୁ ଏୟାର ଟ୍ରାଭେଲ ୩୦% ମହଙ୍ଗା ହୋଇଛି। ଏହି ସମୟରେ ବିମାନ ଇନ୍ଧନ ଦର ଲଗାତର ବଢିଛି। ବିମାନ କମ୍ପାନୀଗୁଡିକର ପରିଚାଳନାରେ ତେଲର ଅଂଶ ୪୦% ରହିଛି। ଏଣୁ ତେଲ ଦର ବଢିବା ଯୋଗୁ କମ୍ପାନୀ ଭଡା ମଧ୍ୟ ବଢାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ-ସ୍ତ୍ରୀ ମୃତ, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ରେ ପାର୍ବତୀ ଗିରିଙ୍କୁ ପ୍ରଶଂସା ସହ ବଖାଣିଲେ ୨୦୨୫ର ଏସବୁ ସଫଳତା

ନୂଆଦିଲ୍ଲୀ,୨୮ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨୯ ତମ ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ୨୦୨୫ର ଅନେକ ସଫଳତା ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ।...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri