କୋଭିଡ୍‌ ପରେ ତେଲ ୩୦% ମହଙ୍ଗା

ନୂଆଦିଲ୍ଲୀ,୧।୩:  ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବା ପରେ କମ୍ପାନୀଙ୍କ ମାନୁଫାକଚରିଂ କଷ୍ଟ ବଢ଼ିଚାଲିଛି। ଏହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ଉପରେ ପଡୁଛି। ତେଲ ଦର ବଢ଼ିଥିବାରୁ ଏହାର ପ୍ରଭାବ ବଜାର ଉପରେ ପଡିବ ବୋଲି ନିକଟରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି। ଗତ ୨ ମାସ ମଧ୍ୟରେ ଭଡା ୧୦ରୁ ୧୨% ବଢିଥିବା ଜଣାପଡିଛି। ଅଧିକାଂଶ ପରିବହନକାରୀ ଏବଂ ଅଟୋମୋବାଇଲ କମ୍ପାନୀଙ୍କ ମଧ୍ୟରେ ଭଡାକୁ ନେଇ ମୂଲଚାଲ ହେଉଥିବା ନଜରକୁ ଆସିଛି। କୋଭିଡ ପରେ ଡିଜେଲ ଦର ୬୫ ଥରରେ ମୋଟ ୩୦%ରୁ ଊର୍ଦ୍ଧ୍ୱ ବୃଦ୍ଧି ଘଟିଛି।
ଏମ୍‌ଜି ମୋଟର ଇଣ୍ଡିଆ ଭଳି କମ୍ପାନୀ ଏହାର ବିଭିନ୍ନ ମଡେଲ ଦରଦାମ ବଢାଇବା ନେଇ ଚିନ୍ତା କରୁଛି। କମ୍ପାନୀର ଏମ୍‌ଡି ରାଜୀବ ଛାବା କହିଛନ୍ତି, କାରର ମୋଟ ଉତ୍ପାଦନ ଖର୍ଚ୍ଚର ୨-୨.୫% ଭଡାର ଅଂଶ ରହିଥାଏ। ମାତ୍ର ସାମୁଦ୍ରିକ ଏବଂ ଟ୍ରକ ଦ୍ୱାରା ମାଲ ପରବହନ ଖର୍ଚ୍ଚ ୧୦ରୁ ୧୨% ବଢିଥିବାରୁ ଆମେ କାର ମୂଲ୍ୟ ୨ରୁ ୩% ବଢାଇବା ନେଇ ଚିନ୍ତା କରୁଛୁ। କମ୍ପାନୀ ଏହି ପ୍ରସଙ୍ଗରେ ବର୍ତ୍ତମାନ ଟ୍ରାନ୍ସପୋର୍ଟରଙ୍କ ସହ ଆଲୋଚନା ଜାରି ରଖିଛି। ସେହିଭଳି ଟ୍ରକ ମାଲିକମାନଙ୍କ ଖର୍ଚ୍ଚର ପ୍ରାୟ ୪୫% ଅଂଶ ଇନ୍ଧନ ସହ ଜଡିତ ହୋଇ ରହିଥାଏ। ମାତ୍ର କୋଭିଡ ପରେ ଇନ୍ଧନ ଦରରେ ହୋଇଥିବା ବୃଦ୍ଧି ସମସ୍ତଙ୍କ ଲାଗି ଚିନ୍ତାର କାରଣ ପାଲଟିଛି।
ଟ୍ରକ ଶିଳ୍ପର ସମସ୍ୟା ବଢ଼ିବ
ଲଜିଷ୍ଟିକ ଷ୍ଟାର୍ଟଅପ୍‌ ରିବିଗୋର ପ୍ରତିଷ୍ଠାତା ଏବଂ ସିଇଓ ଦୀପକ ଗର୍ଗ କହନ୍ତି, ମାଲ ଭଡା ଉଚ୍ଚରେ ରହୁଛି। ଭଡା ୧୫ରୁ ୨୦% ହ୍ରାସ ନ ହେଲେ ଟ୍ରକ ଶିଳ୍ପର ସମସ୍ୟା ବଢିଯିବ। ଇ-ଫାର୍ମ ଏକ୍ସପ୍ରେସର ପ୍ରତିଷ୍ଠାତା ଟିଏ କ୍ରିଷ୍ଣନ କହିଛନ୍ତି, ଡେଲିଭର କଷ୍ଟ୍‌ ବଢାଇବା ଲାଗି ଇ-କମର୍ସ କମ୍ପାନୀଗୁଡିକ ସହ ଆଲୋଚନା କରାଯାଉଛି।
ଡେଲିଭରି ପାର୍ଟନରଙ୍କ ପେମେଣ୍ଟ ବଢ଼ାଇବ ସ୍ବିଗି
ଅନଲାଇନ ଫୁଡ୍‌ ଡେଲିଭରି ଫାର୍ମ ସ୍ବିଗି ନିଜର ଡେଲିଭରି ପାର୍ଟନରଙ୍କ ପେମେଣ୍ଟ ବଢ଼ାଇବା ଲାଗି ବିଭିନ୍ନ ଯୋଜନା ବନାଉଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି। ନୂଆ ପେମେଣ୍ଟ ଷ୍ଟ୍ରକଚରକୁ କମ୍ପାନୀ ରୂପରେଖ ପ୍ରଦାନ କରିବ। ସେହିଭଳି ଡେଲିଭରି ପାର୍ଟନରଙ୍କ ପେମେଣ୍ଟ ବଢାଇବା ନେଇ ଜୋମାଟୋ ଗୁରୁବାର କହି ସାରିଛି। ଏହି ଖର୍ଚ୍ଚର ବୋଝ ଗ୍ରାହକଙ୍କ ଉପରକୁ ଆସୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା।
କମ୍ପାନୀଙ୍କ ମୋଟ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି
ତେଲ ଦର ବର୍ଦ୍ଧିତ ସ୍ତରରେ ରହିଥିବା ବେଳେ କଞ୍ଚାମାଲ ଏବଂ ପ୍ୟାକେଜିଂ ଲାଗି ଖର୍ଚ୍ଚ ବଢୁଥିବାରୁ ଏହା କମ୍ପାନୀଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ପାର୍ଲେ ପ୍ରଡକ୍ଟର କ୍ୟାଟେଗୋରି ହେଡ ମୟଙ୍କ ଶାହ କୁହନ୍ତି, କଞ୍ଚାମାଲ ଏବଂ ପ୍ୟାକେଜିଂ ମୂଲ୍ୟ ବଢୁଥିବାରୁ ମୋଟ ଉତ୍ପାଦନ ଖର୍ଚ୍ଚ ବଢିଛି। ବର୍ତ୍ତମାନ ସ୍ଥିତି ଉପରେ ନଜର ରଖାଯାଇଛି। ଏଭଳି ବିଭିନ୍ନ ଦାମ ଯଦି ନ ଖସେ ପ୍ରଡକ୍ଟ ଦାମ ବାଧ୍ୟ ହୋଇ ବଢାଇବାକୁ ପଡିବ। ଜୁଲାଇ ୨୦୨୦ ପରଠାରୁ ଡିଜେଲ ୧୧.୩% ବଢିଛି। ପ୍ରଡକ୍ଟ ମୂଲ୍ୟ ୫ରୁ ୭% ବଢିପାରେ ବୋଲି ଶାହ ମତ ରଖିଛନ୍ତି।
ଫଳ, ପନିପରିବା ପରିବହନ ଖର୍ଚ୍ଚରେ ବୃଦ୍ଧି
ତେଲ ଦର ମହଙ୍ଗା ହେବାରୁ ଫଳ ଏବଂ ପନିପରିବା ପରିବହନ ଖର୍ଚ୍ଚ କିଲୋ ପିଛା ୧ ଟଙ୍କାରୁ ଊର୍ଦ୍ଧ୍ୱ ବଢିଛି। ବେକୁଲ ଫୁଡ୍ସର ସିଇଓ କାର୍ତ୍ତିକ ଜୟରାମନ କହିଛନ୍ତି, କୃଷକଙ୍କ ନିକଟରୁ ସହରୀ କେନ୍ଦ୍ରକୁ ସାମଗ୍ରୀ ଆଣିବା ଲାଗି କିଲୋ ପ୍ରତି ୫୫ ପଇସା ଏବଂ ଗୋଦାମରୁ ରିଟେଲ ସେଣ୍ଟରକୁ ନେବାରେ କିଲୋ ପ୍ରତି ପରିବହନ ଖର୍ଚ୍ଚ ୨୫ ପଇସାରୁ ଊର୍ଦ୍ଧ୍ୱ ବୃଦ୍ଧି ପାଇଛି। ସେ କହିଛନ୍ତି, ଯେଉଁ ପରିବାରଗୁଡିକୁ ଅଧିକ ପନିପରିବା ଆସୁଛି ସେଗୁଡିକର ଖର୍ଚ୍ଚରେ ୧-୨% ବୃଦ୍ଧି ହେବା ନେଇ ଆକଳନ କରାଯାଉଛି।
ଏୟାର ଟ୍ରାଭେଲ ୩୦% ମହଙ୍ଗା
ଇନ୍ଧନ ଦର ବଢିବା ଯୋଗୁ ଏୟାର ଟ୍ରାଭେଲ ୩୦% ମହଙ୍ଗା ହୋଇଛି। ଏହି ସମୟରେ ବିମାନ ଇନ୍ଧନ ଦର ଲଗାତର ବଢିଛି। ବିମାନ କମ୍ପାନୀଗୁଡିକର ପରିଚାଳନାରେ ତେଲର ଅଂଶ ୪୦% ରହିଛି। ଏଣୁ ତେଲ ଦର ବଢିବା ଯୋଗୁ କମ୍ପାନୀ ଭଡା ମଧ୍ୟ ବଢାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ଓଡ଼ିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର, ଆପଣ କିଣୁନାହାନ୍ତି ତ ?

ଭୁବନେଶ୍ବର,୧୮।୨: ରାଜ୍ୟରେ ବିକ୍ରି ହେଉଛି ନିମ୍ନ ମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ। ଏନେଇ ବୁଧବାର ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri