ଅଧିକ ୧ କୋଟିଙ୍କୁ ମାଗଣା ଏଲ୍‌ପିଜି ସଂଯୋଗ

ନୂଆଦିଲ୍ଲୀ: ଆଗାମୀ ୨ ବର୍ଷରେ ଆଉ ୧ କୋଟି ଲୋକଙ୍କୁ ମାଗଣା ଏଲ୍‌ପିଜି ସଂଯୋଗ ଦେବା ଲାଗି କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ଲୋକଙ୍କୁ ସହଜରେ ଏଭଳି ସଂଯୋଗ ସୁବିଧା ଯୋଗାଇ ଦେବା ଲାଗି ଯୋଜନା କରାଯାଉଥିବା ତୈଳ ସଚିବ ତରୁନ କପୁର ରବିବାର କହିଛନ୍ତି। ଲୋକମାନେ ସେମାନଙ୍କ ଘର ପାଖରେ ଗ୍ୟାସ୍‌ ସିଲିଣ୍ଡର ରିଫିଲ କରାଇବା ଲାଗି ୩ ଡିଲରଙ୍କ ଏକ ବିକଳ୍ପ ପ୍ରଦାନ କରାଯିବ। ଏହା ପୂର୍ବରୁ ଗୋଟିଏ ଡିଲର ରହିଥିଲେ। ଠିକ୍‌ ସମୟରେ ଗ୍ୟାସ୍‌ ଯୋଗାଣରେ ଏହା ସମସ୍ୟା ଉପୁଯାଉଥିଲା। ଗତ ୪ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳର ଗରିବ ମହିଳାଙ୍କୁ ଗ୍ୟାସ୍‌ ସଂଯୋଗ ଦିଗରେ ସରକାର କାମ କରୁଛନ୍ତି। ବର୍ତ୍ତମାନ ୮ କୋଟି ମହିଳାଙ୍କୁ ଏହି ସୁବିଧା ଦିଆଯାଇଛି। ଫଳରେ ଦେଶର ବର୍ତ୍ତମାନ ଗ୍ୟାସ ବ୍ୟବହାରକାରୀ ସଂଖ୍ୟା ୨୯ କୋଟି ଛୁଇଁଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୧ କୋଟି ସଂଯୋଗ ନେଇ ସରକାର ବଜେଟରେ ଘୋଷଣା କରିଛନ୍ତି। ଉଜ୍ଜ୍ୱଳା ଯୋଜନା ପରେ ଗ୍ୟାସ୍‌ ସଂଯୋଗ ନ ଥିବା ଘର ସଂଖ୍ୟା କମିଛି। ଯେଉଁ ଲୋକଙ୍କ ନିକଟରେ ସଂଯୋଗ ସୁବିଧା ନାହିଁ ସେମାନଙ୍କୁ ସେବା ଯୋଗାଇ ଦେବା ନେଇ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଓ ପୂର୍ବରୁ ଜିଓକୁ ଟାର୍ଗେଟ କଲେ ଏଲନ ମସ୍କ

ବେଙ୍ଗାଲୁରୁ, ୧୨ା୧୦(ରଏଟର୍ସ): ଚଳିତ ମାସ ୨୦ କିମ୍ବା ୨୧ରେ ରିଲାଏନ୍ସ ଜିଓ ଦେଶର ସବୁଠାରୁ ବଡ଼ ଆଇପିଓ(ଇନିସିଆଲ ପବ୍ଲିକ୍‌ ଅଫରିଂ) ଇସ୍ୟୁ କରିବାକୁ ଯାଉଛି। ଏହି ଆଇପିଓ…

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?