ଭବିଷ୍ୟତର ଇନ୍ଧନ

ଡ. ନରେନ୍ଦ୍ର ସେଠୀ

ଅତି ମର୍ଯ୍ୟାଦାପୂର୍ଣ୍ଣ ଅନ୍ତର୍ଜାତୀୟ ବିଜ୍ଞାନ ଗବେଷଣା ପତ୍ରିକା ‘ଦି ଲାନ୍ସେଟ୍‌’ର ଏକ ସଦ୍ୟ ରିପୋର୍ଟ ଅନୁଯାୟୀ ଭାରତରେ କୋଇଲା ଜାଳେଣିଜନିତ ପ୍ରଦୂଷଣରେ ବର୍ଷକୁ ୯୫,୮୨୦ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି । ଲଗାତର ବଢୁଥିବା ପ୍ରଦୂଷଣ ଅନେକ ସମସ୍ୟାର କାରଣ ହେଲାଣି। ଏ ସମୟରେ ବୈକଳ୍ପିକ ଇନ୍ଧନ ଭାବରେ ସୌର, ବାୟୁ, ଆଣବିକ ଶକ୍ତି ଉତ୍ସକୁ ଆପଣେଇବାକୁ ପଡ଼ିବ। ତେବେ ନିକଟ ଅତୀତରେ ଏକ ନୂଆ ବିକଳ୍ପ ଶକ୍ତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବାର ସୁଯୋଗ ସୃଷ୍ଟି କରିଛି। ତାହା ହେଲା ଉଦ୍‌ଜାନ ବା ହାଇଡ୍ରୋଜେନ। ସାଧରଣତଃ ପେଟ୍ରୋଲ, କୋଇଲା ଇତ୍ୟାଦି ଇନ୍ଧନ ଅନେକ ପ୍ରକାରର ହାନିକାରକ ତତ୍ତ୍ୱ ବାୟୁମଣ୍ଡଳରେ ପ୍ରବେଶ କରାଇଥାଏ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ହାଇଡ୍ରୋଜେନ ଇନ୍ଧନରେ କୌଣସି ପ୍ରଦୂଷିତ କଲାଭଳି ଜିନିଷ ନ ଥାଏ। ଏଥିରୁ ନିର୍ଗତ ଗ୍ୟାସ୍‌ ଭାବରେ ପାଣି ବା ବାଷ୍ପ ବାହାରିଥାଏ। ୧୮୭୪ରେ ଜୁଏଲ ଭର୍ଣ୍ଣ ନାମକ ଇଂରେଜୀ ବିଜ୍ଞାନୀ ପ୍ରଥମକରି ହାଇଡ୍ରୋଜେନ ବ୍ୟାଟେରି ପ୍ରସ୍ତୁତକରି ଏକ ବିକଳ୍ପ ଶକ୍ତି ଉତ୍ସର ପରିକଳ୍ପନା କରିଥିଲେ। ସେତେବେଳେ ତାହାର ବ୍ୟାପକତା କେହି ବୁଝି ନଥିଲେ ମଧ୍ୟ ଆଜି ମହାକାଶ ଯାନରେ ସେଇ ହାଇଡ୍ରୋଜେନ ବ୍ୟାଟେରି ଶକ୍ତିଉତ୍ସ ଭାବେ କାମ କରେ। ବର୍ତ୍ତମାନ ହାଇଡ୍ରୋଜେନ ବ୍ୟାଟେରି ଚାଳିତ ଉଡାଜାହାଜ, ବସ୍‌, ଟ୍ରକ, ମୋଟରସାଇକେଲ, ଟ୍ରେନ୍‌ ଓ ରକେଟ୍‌ ପ୍ରସ୍ତୁତ ହୋଇ ସଫଳତାର ସହ ପ୍ରଦର୍ଶନ ହୋଇସାରିଲାଣି। ସୂଚନାଯୋଗ୍ୟ ଯେ, ହାଇଡ୍ରୋଜେନ ଶକ୍ତିର ବ୍ୟାପକ ଉପଯୋଗିତା ପାଇଁ ନିକଟରେ ଇଣ୍ଟରନ୍ୟାଶନାଲ ପାର୍ଟନରଶିିପ ଅନ୍‌ ହାଇଡ୍ରୋଜେନ ଇକୋନୋମିର ସଂସ୍ଥାପକ ସଦସ୍ୟ ରାଷ୍ଟ୍ର ଭାବେ ଭାରତ ଯୋଗ ଦେଇଛି। ଭାରତ ୨୦୨୬-୨୭ ବେଳକୁ ଘରୋଇ ଶକ୍ତି କ୍ଷେତ୍ରରେ ଶତକଡ଼ା ୪୩% ଅଣପାରମ୍ପରିକ ଉତ୍ସର ଭାଗୀଦାରିତା ରଖିବା ଭଳି ଲକ୍ଷ୍ୟ ରଖିଛି।
ଜର୍ମାନୀ ଭଳି ବିକଶିତ ରାଷ୍ଟ୍ରରେ ଇସ୍ପାତ ଓ ଉତ୍ପାଦନରେ କୋଇଲା ବଦଳରେ ଉଦ୍‌ଜାନ ଜାଳେଣି ବ୍ୟବହାର ହେଉଛି। ହାଇଡ୍ରୋଜେନ ଇନ୍ଧନ ବ୍ୟବହାର ଜର୍ମାନୀର ଟ୍ରେନ୍‌ ଓ ବସ୍‌ରେ ମଧ୍ୟ ହେଲାଣି। ସ୍ପେନ୍‌ର ମାଦ୍ରିଦ୍‌, ଲଣ୍ଡନ ପ୍ରଭୃତି ସହରରେ ହାଇଡ୍ରୋଜେନ ଚାଳିତ ବସ ଚାଲୁଥିବାର ଦେଖାଗଲାଣି। ବିଶ୍ୱର ଆର୍ଥିକ ସଂସ୍ଥାଗୁଡ଼ିକର ଆକଳନ ଅନୁଯାୟୀ ୨୦୫୦ ବେଳକୁ ହାଇଡ୍ରୋଜେନ ଇନ୍ଧନର ବଜାର ଦୁଇଶହ ପଚାଶ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ। ପ୍ରାରମ୍ଭିକ ରୂପରେ ବିଶ୍ୱର ଅନେକ ଅଗ୍ରଣୀ କାର୍‌ ନିର୍ମାତାମାନେ ହାଇଡ୍ରୋଜେନ ଚାଳିତ କାର୍‌ ପ୍ରସ୍ତୁତ କରି ପ୍ରଦର୍ଶନ କରିଛନ୍ତି। ଥରେ ଇନ୍ଧନ ନେଲେ ୪୦୦ କି.ମି.ପର୍ଯ୍ୟନ୍ତ ଯାଇ ପାରୁଥିବା ହାଇଡ୍ରୋଜେନ କାର୍‌ ବିପୁଳ ସମ୍ଭାବନା ସୃଷ୍ଟି କରିଛି । ବ୍ୟାଟେରି ଚାଳିତ କାରକୁ ରିଚାର୍ଜ ହେବା ପାଇଁ ଆଠ ଦଶ ଘଣ୍ଟା ଲାଗୁଥିବା ବେଳେ ହାଇଡ୍ରୋଜେନ ଚାଳିତ କାର୍‌ ମାତ୍ର ପାଞ୍ଚ ମିନିଟ୍‌ ଭିତରେ ଇନ୍ଧନ ନେଇଥାଏ।
ଆମ ଦେଶ ଏକ କୃଷି ପ୍ରଧାନ ଦେଶ ଓ କୃଷିଜାତ ଅବଶେଷକୁ ବ୍ୟବହାର କରି ଆମେ ହାଇଡ୍ରୋଜେନ ଉତ୍ପନ୍ନ କରିପାରିବା। କୋଇଲା ଉପରେ ନିର୍ଭରଶୀଳ ଆମର ତାପଜ ବିଦ୍ୟୁତ୍‌ କେନ୍ଦ୍ର ଓ ଇସ୍ପାତ ଶିଳ୍ପରେ ଉଦ୍‌ଜାନ ଇନ୍ଧନ ବ୍ୟବହାର କରି କାର୍ବନ ଉତ୍ସର୍ଜନକୁ ହ୍ରାସ କରିହେବ। ଦେଶ ଭିତରେ ଅଳ୍ପ ଦୂରତା ପାଇଁ ବିମାନ ସେବାରେ ଏହି ଶସ୍ତା ଇନ୍ଧନ ବ୍ୟବହାର କଲେ ଦେଶର ବିମାନ ଯାତ୍ରାରେ ବୈପ୍ଳବିକ ପରିବର୍ତ୍ତନ ଅଣାଯାଇପାରିବ।
ହାଇଡ୍ରୋଜେନ ଭବିଷ୍ୟତର ଇନ୍ଧନ। ଏହି ଇନ୍ଧନ ଗମନାଗମନ ଓ ଶକ୍ତି କ୍ଷେତ୍ରରେ ଅସୁମାରି ବିପ୍ଳବ ଆଣିବ। ପେଟ୍ରୋଲିୟମ, ତୈଳ, କୋଇଲା ଓ ଅନ୍ୟ ଇନ୍ଧନଗୁଡ଼ିକ ଜାଗାରେ ଧୀରେ ଧୀରେ ଉଦ୍‌ଜାନ ଜାଳେଣି ବ୍ୟବହୃତ ହେବ। ଏପରିକି କଳକାରଖାନା ଓ ଘରେ ମଧ୍ୟ ଏହା ମୁଖ୍ୟ ଇନ୍ଧନ ରୂପେ ପଦାର୍ପଣ କରିବ। ସୂଚନାଯୋଗ୍ୟ ଯେ, ଭାରତର ପେଟ୍ରୋଲିୟମ ଆମଦାନୀ ୨୦୨୦ରେ ୧୦୧ ବିଲିୟନ ଆମେରିକୀୟ ଡଲାର ଥିଲା। ତେଣୁ ଆମ ଦେଶକୁ ଅଣପାରମ୍ପରିକ ଶକ୍ତିଉତ୍ସ ପବନ, ସୌର ଓ ଆଣବିକ ଶକ୍ତି ପରି ହାଇଡ୍ରୋଜେନ ଶକ୍ତିକୁ ଠାବ କରିବାକୁ ପଡ଼ିବ। ଏକ ଆର୍ଥିକ ମହାଶକ୍ତି ଓ ଉନ୍ନତ ଜୀବନଶୈଳୀ ପାଇଁ ଭାରତ ହାଇଡ୍ରୋଜେନ ଇନ୍ଧନକୁ ଆପଣେଇବାକୁ ପଡ଼ିବ।
ବୈଜ୍ଞାନିକ, ଭାବା ପରମାଣୁ ଗବେଷଣା କେନ୍ଦ୍ର, ପରିବେଶ ନିରୀକ୍ଷଣ ପରୀକ୍ଷାଗାର, ଝାଡ଼ଖଣ୍ଡ , ମୋ-୯୪୭୧୩୮୦୮୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri