ଶୋଭାଯାତ୍ରାରେ ଫସିଲା ଆମ୍ବୁଲାନ୍ସ

ଯାଜପୁର ଅଫିସ,୭ା୩: ଗୋଟିଏ ପଟେ ଚାଲିଥିଲା ବିଜେଡିର ପ୍ରାର୍ଥିପତ୍ର ଦାଖଲ ଶୋଭାଯାତ୍ରା। ଅନ୍ୟପଟେ ସୃଷ୍ଟି ହୋଇଥିଲା ବଡ଼ଧରଣର ଟ୍ରାଫିକ୍‌ ଜାମ୍‌। ଫଳରେ ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ଫସିଯାଇଥିଲା। ଆମ୍ବୁଲାନ୍ସ ପାଇଁ ବାଟ କାଢ଼ିବା ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ିଯାଇଥିଲା। କିନ୍ତୁ ଶୋଭାଯାତ୍ରାରେ ଭାଗ ନେଇଥିବା ଲୋକେ ତାହାକୁ ଗୁରୁତ୍ୱ ଦେଇ ନ ଥିଲେ। ସେହି ଆମ୍ବୁଲାନ୍ସରେ ଥିବା ରୋଗୀଙ୍କ ପାଇଁ ସମୟ କେତେ ମୂଲ୍ୟବାନ ତାହା ବୁଝିବାକୁ କାହାରି ସମୟ ନ ଥିଲା। ଯାଜପୁର ଜିଲା ବ୍ୟାସନଗର ସହରରେ ରବିବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଏହି ଘଟଣା ଘଟିଛି। ୨୧ ନମ୍ବର ୱାର୍ଡ ନିମନ୍ତେ ବିଜେଡିର ପ୍ରାର୍ଥତ୍ପତ୍ର ଦାଖଲ ଶୋଭାଯାତ୍ରା ବେଳେ ଟ୍ରାଫିକ୍‌ ଜାମ୍‌ ଯୋଗୁ ଡାକବଙ୍ଗଳା ଛକରେ ଆମ୍ବୁଲାନ୍ସଟି ଅଟକି ଯାଇଥିଲା। ସ୍ଥାନୀୟ ସାମାଜିକ କର୍ମୀଙ୍କ ଉଦ୍ୟମରେ ଟ୍ରାଫିକ୍‌ ସମସ୍ୟା ସ୍ବାଭାବିକ ହୋଇଥିଲା। ଏହାପରେ ପ୍ରାୟ ୨୦ ମିନିଟ୍‌ ଧରି ଅଟକି ରହିଥିବା ଆମ୍ବୁଲାନ୍ସଟି ସେଠାରୁ ଯାଇପାରିଥିଲା। କିନ୍ତୁ ଶୋଭାଯାତ୍ରା ଲମ୍ବା ଥିବାରୁ ସହରର ଦଳା ଛକ ଅତିକ୍ରମ କରିବାକୁ ଆମ୍ବୁଲାନ୍ସକୁ ୩୦ ମିନିଟରୁ ଊର୍ଦ୍ଧ୍ୱ ସମୟ ଲାଗିଥିଲା। ଏହାବାଦ୍‌ ବାଇକରେ ଜଣେ ମହିଳା ନିଜ ଶିଶୁଙ୍କୁ ଘୋଡ଼ାଇ କୁଆଡେ ଯାଉଥିବାବେଳେ ସେ ମଧ୍ୟ ଫସି ରହିଥିଲେ।
କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ବ୍ୟାସନଗର ପରିଚିତ। ହେଲେ ସ୍ବତନ୍ତ୍ର ଭାବେ ଟ୍ରାଫିକ ପୋଲିସ ବ୍ୟବସ୍ଥା ନ ଥିବାରୁ ସହର ଭିତରକୁ ଭାରିଯାନ ପ୍ରବେଶରେ କଟକଣା ରହୁନି। ପ୍ରଶାସନ ପକ୍ଷରୁ ଆବଶ୍ୟକ ଯୋଜନା ହୋଇ ନ ଥିବାରୁ ଏହାର ପରିଣାମ ସହରବାସୀ ଏବଂ ଆଗନ୍ତୁକଙ୍କୁ ଭୋଗିବାକୁ ପଡୁଛି। ସହରବାସୀଙ୍କ ପକ୍ଷରୁ ବିପର୍ଯ୍ୟସ୍ତ ଟ୍ରାଫିକ ସମସ୍ୟା ସୁଧାର ଆଣିବାକୁ ବାରମ୍ବାର ଜିଲା ପୋଲିସ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ହେଁ କିଛି ସୁଫଳ ମିଳି ପାରୁନାହିଁ। ୧୯୯୪ରେ ୨୬ଟି ୱାର୍ଡକୁ ନେଇ ବ୍ୟାସନଗର ପୌରପରିଷଦ ଗଠିତ ହୋଇଥିଲା। ଇତିମଧ୍ୟରେ ଲୋକସଂଖ୍ୟା ସହ ଭାରିଯାନ ଗାଡ଼ି ଚଳାଚଳ ବଢ଼ିଚାଲିଛି। ଏବେ ସହରର ଲୋକସଂଖ୍ୟା ଦେଢ଼ ଲକ୍ଷ ଟପିଲାଣି। ଏଠାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଶ୍ରମ ଉପନିର୍ଦ୍ଦେଶାଳୟ, ଷ୍ଟେଟବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ, ଜିଲା ଶ୍ରମ ଅଧିକାରୀ, ଖଣି ଉପନିର୍ଦ୍ଦେଶକ, କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ, ଓଏମ୍‌ସି, ଇଡ୍‌କୋ, ଜିଲା ଉଠା ଜଳସେଚନ କାର୍ଯ୍ୟାଳୟ ଆଦି ରହିଛି। ଏହାସହ ଯାଜପୁର-କେନ୍ଦୁଝରରୋଡ୍‌ ରେଳଷ୍ଟେଶନ ଏବଂ ବ୍ୟାସ ସରୋବର ପର୍ଯ୍ୟଟନସ୍ଥଳୀ ରହିଛି। ତେଣୁ ଜିଲା ଓ ଜିଲା ବାହାରର ଲୋକେ ଏଠାକୁ ଆସିଥାନ୍ତି। ହେଲେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ସହରର ଛକଗୁଡ଼ିକୁ ହୋମଗାର୍ଡଙ୍କ ଭରସାରେ ଛାଡ଼ି ଦିଆଯାଇଛି। ତେଣୁ ରେଲୱେ ମାଲଗୋଦାମଠାରୁ ଦଳାଛକ ପର୍ଯ୍ୟନ୍ତ ପ୍ରତିଦିନ ଟ୍ରାଫିକ ସମସ୍ୟାରେ ଲୋକେ ହନ୍ତସନ୍ତ ହେଉଛନ୍ତି। ଏଭଳିସ୍ଥଳେ ଲମ୍ବା ଶୋଭାଯାତ୍ରା ସମସ୍ୟାକୁ ଅଧିକ ଜଟିଳ କରୁଛି। ତାରିଣୀ ମାର୍କେଟଠାରେ ଥିବା ମାଲଗୋଦାମକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବାରମ୍ବାର ଦାବି, ଆନ୍ଦୋଳନ ହେଉଛି। ହେଲେ ରେଳ କର୍ତ୍ତୃପକ୍ଷ ଏଥିପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି ବୋଲି ଅଭିଯୋଗ ହେଉଛି। ଏଭଳିସ୍ଥିତିରେ ଡାକବଙ୍ଗଳା ଛକରେ ଟ୍ରାଫିକ୍‌ ଜାମ୍‌ରେ ଆମ୍ବୁଲାନ୍ସ ଫସି ରହିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ ଟ୍ରାଫିକ ସମସ୍ୟାରୁ ମୁକୁଳିବା ପାଇଁ ଦଳା ଛକରୁ ନହକା ଛକ ଦେଇ ଓଭର ବ୍ରିଜ ନିର୍ମାଣ କରାଯାଇଛି। ତେଣୁ ନହକା ଛକ ଦେଇ ପୌର ପରିଷଦ କାର୍ଯ୍ୟାଳୟକୁ ନିର୍ବାଚନୀ ଶୋଭାଯାତ୍ରା ଯାଇଥିଲେ ଏଭଳି ସମସ୍ୟା ଉପୁଜି ନ ଥାନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri