ଅପେକ୍ଷାର ଫଳ

ଡ. କିଶୋର ମହାନ୍ତି

 

ଅପେକ୍ଷାର ଫଳ କେମିତି ଲାଗେ ଯିଏ ଅପେକ୍ଷା କରିଛି ତାକୁ ହିଁ ଏକଥା ଭଲ ଭାବରେ ଜଣା। ଅପେକ୍ଷାର ଫଳ ଥୋକେ ମିଠା ବୋଲି କହୁଥିଲା ବେଳେ ଆଉ କିଛି ଉତ୍ତର ନ ଦେଇ ମୁହଁ ଆଡ଼େଇ ଦେଇ ଚାଲିଯାଆନ୍ତି। ଅପେକ୍ଷା କରି ରହିଥିବା ଏ ପ୍ରକାର ବ୍ୟକ୍ତି ବିଶେଷଙ୍କୁ ପଚାରିଲେ ସେମାନେ ମୁହଁଟାକୁ ଆମ୍ବିଳା କରି ଦେଇଥାନ୍ତି। ସତ କହିବାକୁ ଗଲେ ଏଇ ଅପେକ୍ଷାଟା ଭୀଷଣ କଷ୍ଟଦାୟକ। ଅପେକ୍ଷା କରି ଆଖିରୁ ପାଣିମରେ କିନ୍ତୁ ଠିକ୍‌ ବେଳେ ଅସଲ ବ୍ୟକ୍ତି ଖୋଜୁଥିବା ଚିଜ ମିଳେନା। ଜୀବନଟାସାରା ଅପେକ୍ଷା। ଜୀବନଟା ସବୁବେଳେ ଅପେକ୍ଷା କରି କରି ରହେ। ସଭିଁଙ୍କୁ ଏହି ନିରୁତ୍ସାହିତ ଅପେକ୍ଷା ବା ପ୍ରତୀକ୍ଷାର ସମ୍ମୁଖୀନ ହେବାକୁ ନ ପଡ଼ି ଥିବ ଏକଥା କେହି କହି ପାରିବେନି। କିନ୍ତୁ ଏ ପ୍ରତୀକ୍ଷା ରହିବ ହିଁ ରହିବ। ଯେମିତି ଚାତକଟିଏ ଅପେକ୍ଷା କରିରହିଥାଏ ଆକାଶରେ ମେଘ ବର୍ଷିଲେ ପାଣି ଟୋପାକୁ, କୋଇଲିର ଅଦ୍ଭୁତ ପ୍ରତୀକ୍ଷା ବସନ୍ତ ଆସିଗଲେ ଆନନ୍ଦରେ ଚ୍ୟୁତ ଡାଳରେ ବସି ପଞ୍ଚମତାନରେ ଗୀତ ଗାଇବାକୁ। ସୁପ୍ରଭାତରେ ସୂର୍ଯ୍ୟଙ୍କ କିରଣର ସ୍ପର୍ଶ ଟିକିଏ ପାଇବା ପାଇଁ ଉପରକୁ ମୁଣ୍ଡ ଟେକି ଚାହିଁ ରହିଥାଏ ଫୁଲଟିଏ। ଛୁଆଟିଏ କେତେ କଷ୍ଟରେ ମାତୃଗର୍ଭରେ ଅପେକ୍ଷାରତ ଥାଏ ଅନ୍ଧାରରୁ ଆଲୋକକୁ ଆସିବା ପାଇଁ।
ବୀଜବପନ କରି ଆସି ଚାଷୀଟିଏ ଅପେକ୍ଷା କରିବସେ କେମିତି କେତେବେଳେ ମାଟିରୁ ବାହାରି ଆସିବ ଗଛ। ଗଛ ପତ୍ର, ଫୁଲ, ଫଳରେ ଲଦି ହୋଇଯିବ- ଅତୀବ ଗ୍ରୀଷ୍ମ, ତଥା ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ଆମେ ଅନେଇ ଥାଉ କେମିତି ବର୍ଷା ବର୍ଷିଯିବ ଏ ଧରାପୃଷ୍ଠରେ। ଏମିତି ପ୍ରଭୁଙ୍କ ଦର୍ଶନର ପ୍ରତୀକ୍ଷାରେ କିଛି କିଛି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର ମହାପ୍ରୟାଣ ଘଟିଛି ଠାକୁରଙ୍କ ଦର୍ଶନ ମିଳିନି। ଏବେ ତା’ର ଖବର ସମସ୍ତଙ୍କ ନଜରକୁ ବି ଆସିଥିବ। ଏଣୁ ଭକ୍ତଟିଏ ଏ ଅପେକ୍ଷାର ମାୟାଜାଲରେ ପଡ଼ି ଗୁଡ଼େଇ ତୁଡ଼େଇ ହେବା ସ୍ବାଭାବିକ।
ପ୍ରସିଦ୍ଧ ନାଟ୍ୟକାର ସମୁଏଲ ବେକେଟଙ୍କର ରଚିତ ନାଟକ ”ୱେଟିଂ ଫର ଗୋଡୋ“ରେ ସେଇ ଅବସ୍ଥା। ଗୋଡାକୁ ଭେଟିବାର ଯେଉଁ ଆଗ୍ରହ କିନ୍ତୁ ନାଟକ ଶେଷରେ ଗୋଡା ଆସୁ ନାହିଁ। ଅନ୍ୟାନ୍ୟ ଚରିତ୍ରଙ୍କ ମଧ୍ୟରେ ଯେଉଁ ବିରକ୍ତିର ଭାବ ପରିଲକ୍ଷିତ ହୋଇଛି,ଏହାର ବିଶଦ ବର୍ଣ୍ଣନା ସେଇ ନାଟକରୁ ହିଁ ମିଳେ। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ୧୪ ବର୍ଷର ଅପେକ୍ଷା କେବଳ ମା’ ସୀତାଙ୍କୁ ଉଦ୍ଧାର ପାଇଁ ଓ ରାବଣର ବିନାଶ ଲାଗି। ପୁରାଣରେ କୋକୁଆ ଆସିବାକୁ ସମସ୍ତେ ଅପେକ୍ଷା କରିଛନ୍ତି – କିନ୍ତୁ କୋକୁଆ ଭୟରେ ନିଜ ନିଜ ଭିତରେ ସଂଗ୍ରାମ ହୋଇ ଉଭୟେ ଉଭୟଙ୍କର ଜୀବନ ନେଇଛନ୍ତି ଓ ଯଦୁବଂଶ ଧ୍ୱଂସ ହେଉଛି। ଏହା ବି ଏକ ପ୍ରକାର ପ୍ରତୀକ୍ଷା କୋକୁଆକୁ।
ବିବାହ ବେଦିକୁ ବର ଆସୁନାହିଁ ଏ ଏକ ପ୍ରକାର କନ୍ୟା ଓ କନ୍ୟା ପିତାଙ୍କର ଅପେକ୍ଷା। ବାଟରେ ବରଯାତ୍ରୀଙ୍କ ମଧ୍ୟରେ ବଚସା ପାଟିତୁଣ୍ଡ ଓ ବାଡିଆପିଟା ହୋଇ ରକ୍ତାକ୍ତ ହେବା ଘଟଣା ଅପେକ୍ଷାର ଅନ୍ତ ଘଟାଇଛି। ନେତାଙ୍କୁ ନେଇ ବି ସେଇ ଅପେକ୍ଷା, ଶିଳାନ୍ୟାସ ବା ଭିତ୍ତିପ୍ରସ୍ତର ସ୍ଥାପନ କରି ମନ୍ତ୍ରୀ ଚାଲିଯାଇଛନ୍ତି। ଗୋଟାଏ ବଡ଼ ପ୍ରକଳ୍ପର ଭରସା ଦେଇ – ଲୋକମାନେ ଅପେକ୍ଷାରେ ଥାନ୍ତି ପ୍ରକଳ୍ପ ଆରମ୍ଭ କେବେ ହେବ ତା’ର ଶେଷ ଅର୍ଥାତ୍‌ ଗୃହ ପ୍ରବେଶ କେବେ ହେବ ବୋଲି। କିନ୍ତୁ କେତେ କେତେଟା ନିର୍ବାଚନ ଶେଷ ହୁଏ ପ୍ରକଳ୍ପର ପରିସମାପ୍ତି ଘଟେ ନାହିଁ। ସେଇ ସ୍ଥାନଟି ଗୋଚର ପାଲଟେ, ସେଠି ଗୋରୁ, ଛେଳି, ମେଣ୍ଢାଙ୍କର ଚରାଭୂଇଁ ହୋଇଯାଏ।
କୁହନ୍ତି ଚାଷୀ ହୁଡ଼ିଲେ ବରଷେ, ଭୋଟର ହୁଡ଼ିଲେ ପାଞ୍ଚବର୍ଷ। ଏମିତି କେତେ କେତେ ପାଞ୍ଚବର୍ଷର ଅପେକ୍ଷା କିନ୍ତୁ ଫଳ ଶୂନ। ସ୍ଥାନୀୟ ଅଧିବାସୀ ନିରାଶ ହୋଇଯାଇଥାନ୍ତି। ଏମିତି ଅପେକ୍ଷା କରି କରି ନିଜକୁ ଅପେକ୍ଷା କରିବାକୁ ପଡ଼େ ଯେବେ ନିଦ ହୁଏ ନାହିଁ ତେବେ ତାକୁ ବି ଏ ମଣିଷ ଅପେକ୍ଷା କରିଥାଏ। ସତରେ ଜୀବନ ଯାତ୍ରାକୁ ଏ ପ୍ରତୀକ୍ଷା ହଇଚଇ କରିଦିଏ। ପୂଜା ସାମଗ୍ରୀ ଠିକ୍‌ କରି ଶୁଦ୍ଧପୂତ ମନରେ ବସି ପୂଜା ପାଇଁ ପ୍ରସ୍ତୁତ ହେଲାବେଳକୁ ପୂଜାରୀ ବାପୁଡ଼ା କୋଉ ସହସା ଆସୁଛନ୍ତି, ତେଣୁ ତାଙ୍କୁ ବି ଅପେକ୍ଷା କରିବାକୁ ହୁଏ। ପ୍ରତୀକ୍ଷାର ଅନ୍ତ କାହିଁ? ସାରା ଜୀବନ ଏମିତି ଅପେକ୍ଷାରେ ବିତିଯାଏ। ରୋଗୀଟିଏ ହୋଇଗଲେ ଆହୁରି ହୀନସ୍ତା, ଦହଗଞ୍ଜ। ବଇଦକୁ ଅପେକ୍ଷା, ବଇଦ ମିଳିଗଲା ପରେ ଠିକ୍‌ ଡୋଜ୍‌ ମିଳୁ ନାହିଁ ତାକୁ ବି ଅପେକ୍ଷା। ପୁନରାୟ ଯଦି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତିହୋଇଗଲ ଏଠି ବେଡ୍‌ ଖଣ୍ଡେ ପାଇବାକୁ ବି ଅପେକ୍ଷା। ଏକଥା କାହାକୁ ବା ଅଛପା ନାହିଁ। ଏମିତି ଚାହିଁ ଚାହିଁ ଜଳକା ହେବ ସିନା ବିଳମ୍ବ ହେଉଥିବ ସବୁବେଳେ, ଏଇ ତ ଅପେକ୍ଷାର ଭିତିର କଥା।
ମୋ:୯୪୩୭୭୨୮୪୭୫


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri