Posted inଫୁରସତ

ଗଛରେ ଶୁଖିଗଲାଣି ଫଳ

ବେଜିଂ: ଚାଇନାରେ ଗ୍ରୀଷ୍ମ ପ୍ରବାହ ୬୦ ବର୍ଷର ରେକର୍ଡ ଭାଙ୍ଗିଛି। ତାପମାତ୍ର ବୃଦ୍ଧି କାରଣରୁ ଦେଶରେ ମରୁଡ଼ି ସ୍ଥିତି ଦେଖିବାକୁ ମିଳିଛି। ଟାଙ୍ଗରା ଭୂଇଁ ଫାଟି ଆଁ କରିଥିବାବେଳେ ଗଛରେ ଫଳସବୁ ଶୁଖି ଝଡ଼ିବା ଆରମ୍ଭ କଲାଣି। ସମ୍ଭାବ୍ୟ ଜଳ ସଙ୍କଟ ଯୋଗୁ ବିଦ୍ୟୁତ୍‌ ସରବରାହ ପ୍ରଭାବିତ ମଧ୍ୟ ହୋଇଛି। ୫୦ ବର୍ଷରୁ ଅଧିକ ବର୍ଷ ଧରି ନିଜ ଜମିରେ ଡ୍ରାଗନ୍‌ ଫ୍ରୁଟ ଭଳି ଦାମୀ ଫଳ ଫସଲ କରିଆସୁଛନ୍ତି ୫୦ ବର୍ଷୀୟ କୁଇନ୍‌ ବିନ୍‌। ଚଳିତ ବର୍ଷର ଫସଲ ପାଇଁ କୁଇନ୍‌ଙ୍କ ମନରେ ଖୁସି ନାହିଁ। କାରଣ ରେକର୍ଡ ଭାଙ୍ଗିଥିବା ଏହି ଗ୍ରୀଷ୍ଣ ପ୍ରବାହ ଖାଲି କୁଇନ୍‌ କାହିଁକି ଦେଶର ଅଧିକାଂଶ କୃଷକଙ୍କ ମୁହଁରୁ ହସ ଛଡ଼ାଇ ନେଇଛି। କାରଣ ତାପମାତ୍ରା ବୃଦ୍ଧି କାରଣରୁ ଦେଶରେ ଜଳର ଅଭାବ ଏବଂ ତା’ ଦ୍ୱାରା ଫସଲ ପ୍ରଭାବିତ ହୋଇଛି। ଫସଲ ଅମଳ ସମୟରେ ମଲା ତଥା ଶୁଖିଲା ଫଳ ଚାଷୀଙ୍କ ମନୋବଳକୁ ଏକ ପ୍ରକାର ଭାଙ୍ଗି ନେଇଛି।
ଦେଶରେ ବଢ଼ିଥିବା ବିଦ୍ୟୁତ୍‌ କାଟ୍‌ ମଧ୍ୟ ଚାଷୀକୁଳକୁ ଏକ ପ୍ରକାର ପ୍ରଭାବିତ କରିଛି। ଚାଷ କାର୍ଯ୍ୟ ପାଇଁ ଅଧିକାଂଶ ଚାଷୀ ବିଦ୍ୟୁତ୍‌ ଉପରେ ନିର୍ଭରଶୀଳ। ନିୟମିତ ବିଦ୍ୟୁତ୍‌ କାଟ୍‌ ଯୋଗୁ ଚାଷ କାମ ଅଟକି ରହିଛି। ଗ୍ରୀଷ୍ଣ ପ୍ରବାହ ବୃଦ୍ଧି କାରଣରୁ ଫସଲ ସାଙ୍ଗକୁ ଗଛ ମଧ୍ୟ ମରିବାକୁ ବସିଲାଣି। ସରକାର ଏ ନେଇ ଯେଉଁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦ୍ୱାରା କେବଳ ଗଛ ବଞ୍ଚି ପାରିବ ଫସଲ ନୁହେଁ। ଏ ପ୍ରକାର ପ୍ରକୃତିକ ଦୁର୍ବିପାକ ଦ୍ୱାରା ହଜାର ଏକର ଜମିର ଫସଲ ନଷ୍ଟ ହେବାକୁ ବସିଲାଣି। ତାପମାତ୍ରା ବଢ଼ିବା କାରଣରୁ ଚାଷୀ ଏବେ ଦିନ ବଦଳରେ ରାତିରେ ଚାଷ କାମ କରିବା ଆରମ୍ଭ କଲେଣି। ସନ୍ଧ୍ୟାରେ ଜମିରୁ କାମ ସାରି ଫେରିବା ବଦଳରେ ସେମାନେ ଦିନରେ ବିଶ୍ରାମ ନେଇ ରାତିରେ ଜମିକୁ ହଳ ଧରି ବାହାରୁଥିବାର ଦେଖାଯାଉଛି। ଯଦି ଆସନ୍ତା ମାସ ୪ ତାରିଖ ପର୍ଯ୍ୟନ୍ତ ଦେଶରେ ଗ୍ରୀଷ୍ମର ପ୍ରବାହ ବଳବତ୍ତର ରୁହେ ତେବେ ସମ୍ପୂର୍ଣ୍ଣ ଚାରା ମରିଯିବ ବୋଲି କୃଷକ କହିଛନ୍ତି। ସୂଚନାଯୋଗ୍ୟ ଚାଇନାରେ ଜାରିରହିଥିବା ଗ୍ରୀଷ୍ଣ ପ୍ରବାହ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଲାଗି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଡିସ୍‌କାଉଣ୍ଟ ଦେବାରୁ ଚଢ଼ାଉ, ଔଷଧର ମାନ ନେଇ ପ୍ରଶ୍ନ କଲା ସଂଘ, ଲାଇସେନ୍ସ ଅଛି କହି…

ବଲାଙ୍ଗୀର,୧୧ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ବୁଧବାର ଏକ ଅଜବ ଘଟଣା ଘଟିଛି। ଜଣେ ଔଷଧ ଦୋକାନୀ କ୍ରେତାଙ୍କୁ ଅଧିକ ଡିସ୍‌କାଉଣ୍ଟ ଦେବାରୁ ତାଙ୍କ ଔଷଧର ମାନ…

ଟ୍ରେନରେ ବିନା ବୁକିଙ୍ଗରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ବରକୋଳି ଚାଲାଣ, ରେଳ କର୍ତ୍ତୃପକ୍ଷ ନିରବ

କେସିଙ୍ଗା,୧୧।୨(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା, ନର୍ଲା, ରୁପ୍ରା, ଲାଞ୍ଜିଗଡ଼, ଟିଟିଲାଗଡ଼ ଆଦି ରେଲୱେ ଷ୍ଟେସନରୁ ଆନ୍ଧ୍ରପ୍ରଦେଶର ବରକୋଳି ବ୍ୟବସାୟିମାନେ ବିନା ଟିକେଟରେ ଜିନିଷ…

ତ୍ରିକୋଣୀୟ ପ୍ରେମରୁ ସତ୍ୟବ୍ରତଙ୍କୁ ହତ୍ୟା, ଲିଜାଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌…

ଭୁବନେଶ୍ୱର,୧୧ା୨: ଭୁବନେଶ୍ୱର ନୀଳାଦ୍ରିବିହାର ସତ୍ୟବ୍ରତ ପ୍ରଧାନଙ୍କ ହତ୍ୟା ଉପରୁ ପର୍ଦ୍ଦା ହଟାଇଛି ପୋଲିସ। ତ୍ରିକୋଣୀୟ ପ୍ରେମରୁ ହତ୍ୟା ବୋଲି ସ୍ପଷ୍ଟ କରିଛନ୍ତି ଏସିପି ସୋନାଲ ସିଂ ପରମାର।…

‘ଶ୍ରମିକଙ୍କୁ ମିଳିବ ରୋଜଗାରର ନୂଆ ଗ୍ୟାରେଣ୍ଟି’

କର୍ଲାମୁଣ୍ଡା,୧୧।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ପଞ୍ଚାୟତ ସମିତି ରାଜୀବ ଗାନ୍ଧୀ ସେବା ଭବନଠାରେ ବିକଶିତ ଭାରତ-ଜୀ ରାମ ଜୀ ଆକ୍ଟ ସମ୍ପର୍କୀୟ ବ୍ଲକସ୍ତରୀୟ ପ୍ରସ୍ତୁତି…

ରାମାୟଣ ନିର୍ଦ୍ଦେଶକଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, ୫୦ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇ…

ଦିଗପହଣ୍ଡି,୧୧ା୨(ଅଶେଷ ନାଥ ମିଶ୍ର): ଅବିଭକ୍ତ ଗଞ୍ଜାମ ଜିଲାର ପୌରାଣିକ ରାମାୟଣ ଥିଏଟର ନିର୍ଦ୍ଦେଶକ ଦାମୋଦର ବାଡ଼ତ୍ୟା (ଦାମ ମାଷ୍ଟ୍ର)ଙ୍କ ୮୫ ବର୍ଷ ବୟସରେ ତାଙ୍କ ପୈତୃକ ଗ୍ରାମ…

ଦ୍ୱିତୀୟ ମହଲାରେ ହଠାତ୍‌ ଲାଗିଲା ନିଆଁ, ଆଉ ତା’ ପରେ…

ଗୁଣପୁର,୧୧ା୨(ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ସହରର ବଳରାମ ନଗର ଅଞ୍ଚଳର ଶ୍ରୀରାମନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ନିବାସୀ ପ୍ରଫୁଲ୍ଲ ସେନାପତିଙ୍କ ଦ୍ୱିତୀୟ ମହଲାରେ…

ୟୁ ଟର୍ନ ପାର୍ଟ ୨! ବିଶ୍ୱକପରୁ ବାହାରି ଯିବାକୁ ନେଇ ବାଂଲାଦେଶ ଦେଲା ବଡ଼ ବୟାନ, ଖେଳାଳିଙ୍କ ଉପରେ ଲଗାଇଲା ‘ଅଭିଯୋଗ’

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି୨୦ ବିଶ୍ୱକପରୁ ବାଂଲାଦେଶର ଓହରିଯିବା ପ୍ରସଙ୍ଗ ଏବେ କେବଳ କ୍ରୀଡା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ରାଜନୈତିକ ବୟାନବାଜିର ରୂପ ନେଇଛି। ସଦ୍ୟତମ ଘଟଣାକ୍ରମରେ,…

ବାଂଲାଦେଶ ନିର୍ବାଚନରେ ପୁରୁଣା ହୋଇଗଲା ‘ବ୍ୟାଟେଲ ଅଫ ବେଗମ୍ସ’, ଏବେ ରହମାନଙ୍କ ମଧ୍ୟରେ ସିଧା ଟକ୍କର

ଢାକା,୧୧।୨: ବାଂଲାଦେଶରେ ଫେବୃଆରୀ ୧୨, ୨୦୨୬ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥର, ପାରମ୍ପରିକ ‘ଦୋ ବେଗମ’ ରାଜନୀତି ପରିବର୍ତ୍ତେ, ଦୁଇ ରହମାନଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri