ପୌର ବୈଠକରେ ଆରମ୍ଭରୁ ହୋହଲ୍ଲା

ଅନୁଗୋଳ ଅଫିସ, ୧୩ା୪: ଅନୁଗୋଳ ପୌରପାଳିକାର ଏକ ବୈଠକ ବୁଧବାର ନଗରପାଳ ଅକ୍ଷୟ କୁମାର ସାମନ୍ତଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ତେବେ ବୈଠକ ଆରମ୍ଭରୁ ହୋହଲ୍ଲା ଦେଖିବାକୁ ମିଳିଥିଲା। ବିଶେଷକରି ବିଶିଷ୍ଟ ଗାନ୍ଧିବାଦୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ତ୍ରୁଟିପୂର୍ଣ୍ଣ ପ୍ରତିମୂର୍ତ୍ତି ଘଟଣା ଓ ନଡ଼ିଆ ପିଟା ରାଜନୀତିକୁ ନେଇ ଭାଜପା କାଉନସିଲରମାନେ ନଗରପାଳଙ୍କୁ ବିରୋଧ କରିଥିଲେ। ଫଳରେ ପ୍ରତିମୂର୍ତ୍ତିରେ ହୋଇଥିବା ତ୍ରୁଟି ପାଇଁ ନଗରପାଳ କ୍ଷମା ମାଗିଥିଲେ।
ବୈଠକ ଚାଲିଥିବାବେଳେ ଶାସକ ଦଳର କାଉନସିଲରମାନେ ୫ନଂ. ଓ୍ବାର୍ଡ କାଉନସିଲରଙ୍କୁ ଘେରିଥିଲେ। ରାଜା ଛକର ଉନ୍ନତୀକରଣ ସମ୍ପର୍କରେ ସେ ନିଜସ୍ବ ମତ ରଖିବା ବଦଳରେ ବିଜେଡି କାଉନସିଲରଙ୍କ ପକ୍ଷରୁ ଗଣମାଧ୍ୟମକୁ କହିଥିବା ଘଟଣାକୁ ଶାସକ ଦଳର କାଉନସିଲରମାନେ ବିରୋଧ କରିଥିଲେ। ତେବେ ସମ୍ପୃକ୍ତ କାଉନସିଲର ଜଣକ ଏଭଳି କୌଣସି କଥା କହି ନ ଥିବା ସଫେଇ ଦେଇଥିଲେ ହେଁ ତାହାକୁ ବିଜେଡିର ଅନ୍ୟ କାଉନସିଲରମାନେ ଗ୍ରହଣ କରି ନ ଥିଲେ। ଏପରି କି ରାଜା ଛକର ଉନ୍ନୟନ କାର୍ଯ୍ୟ ପାଇଁ କାଉନସିଲ ବୈଠକରେ ଆଲୋଚନା କରାଯିବା ପରେ ରିଜୋଲେଶନ୍‌ ହୋଇଥିବା କାଗଜପତ୍ର ଦେଖାଇଥିଲେ। ଏହାପରେ ୫ନଂ. ଓ୍ବାର୍ଡର କାଉନସିଲର ସଫେଇ ଦେବା ବନ୍ଦ କରିବା ସହ ଚୁପ୍‌ ହୋଇଯାଇଥିଲେ। ସେହିପରି ସହରରେ ବର୍ଷେ ମଧ୍ୟରେ କାହିଁକି ଉନ୍ନୟନ କାର୍ଯ୍ୟ କରାଯାଇ ନାହିଁ ଓ ସ୍ବଚ୍ଛତାକୁ ନେଇ ମଧ୍ୟ କାଉନସିଲରମାନେ ପ୍ରଶ୍ନ ଉଠାଇଥିଲେ। ସହରରେ ଥିବା ସ୍ବଚ୍ଛସାଥୀମାନେ ସଚ୍ଛତା ଉପରେ ଧ୍ୟାନ ଦେଉ ନ ଥିବା କହିଥିଲେ। ତେବେ ସ୍ବଚ୍ଛ ସାଥୀଙ୍କୁ ନେଇ ଖୁବ୍‌ଶୀଘ୍ର ବୈଠକ କରାଯିବ ବୋଲି କୁହାଯାଇଥିଲା। ଅନ୍ୟପକ୍ଷରେ ସହରରେ ସାଧାରଣ ଲୋକଙ୍କ ପାଇଁ ଶୌଚାଳୟ ନ ହେବା ନେଇ କାଉନସିଲରମାନେ ଦୁଃଖ ପ୍ରକାଶ କରିଥିଲେ। ସହରରେ ଥିବା ସରକାରୀ ଜାଗା ଚିହ୍ନଟ କରାଯାଇ ଶୌଚାଳୟ ନିର୍ମାଣ କରିବାକୁ ସେମାନେ ପ୍ରସ୍ତାବ ଦେଇଥିଲେ। ଏ ନେଇ ନଗରପାଳ କହିଥିଲେ, ସେଣ୍ଟ୍ରାଲ ଲଜ୍‌ ସମ୍ମୁଖରେ ଥିବା ସରକାରୀ ଜାଗା ଚିହ୍ନଟ କରାଯାଇଥିଲା। ହେଲେ ପାଚେରି ଭାଙ୍ଗି ଜଣେ ବ୍ୟକ୍ତି ସେଠାରେ ଦୋକାନ ଦେଇଛନ୍ତି। ଏହା ଜାଣିବା ପରେ କାଉନସିଲରମାନେ ଉକ୍ତ ଦୋକାନ ଭାଙ୍ଗି ଶୌଚାଳୟ କରିବାକୁ ଦାବି କରିଥିଲେ। ଏହାପରେ ବିରୋଧୀ କାଉନସିଲରମାନେ ନଗରପାଳଙ୍କ ମନମୁଖି ଗାଡ଼ି ଉଦ୍‌ଘାଟନ ପ୍ରସଙ୍ଗ ଉଠାଇଥିଲେ। କାଉନସିଲରମାନଙ୍କୁ ନ ଡାକି କାହିଁକି ଉଦ୍‌ଘାଟନ ପର୍ବ କରାଗଲା ବୋଲି ପ୍ରଶ୍ନ କରିଥିଲେ। ଉଦ୍‌ଘାଟନ ନୁହେଁ କେବଳ ପୂଜା କରାଯାଇଛି ବୋଲି ନଗରପାଳ କହିବା ପରେ ବିରୋଧୀ କାଉନସିଲରମାନେ ଜୋରଦାର ବିରୋଧ କରିଥିଲେ। ଏହାପରେ ସହରରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଅନୁଗୋଳ ପୌର ଉପାଧ୍ୟକ୍ଷା ଅନୁପମା ସାହୁ, ନିର୍ବାହୀ ଯନ୍ତ୍ରୀ ରବିନ ଦାସ, ଅଟଳ ଦେବତାଙ୍କ ସହ ସମସ୍ତ କାଉନସିଲର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ଯୁଦ୍ଧ ଭିତରେ ପାକିସ୍ତାନର ବଡ଼ ଗେମ୍‌! ୩ଦେଶକୁ ଏକାଠି କରି…

ଇସଲାମାବାଦ,୨୯।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ଏହି ସପ୍ତାହାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆୟୋଜନ କରିବାକୁ ଯାଉଛି। ଏହି…

ଏପ୍ରିଲ ୩ ଯାଏ ଝଡ଼ବର୍ଷା: ୧୬ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୨୯ା୩(ବନ୍ଦନା ସେଠୀ): ଏବେ ରାଜ୍ୟରେ ଦିନବେଳା ପ୍ରଚଣ୍ଡ ଖରା ଅନୁଭୂତ ହେଉଥିବାବେଳେ ଅପରାହ୍ନରୁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚୁଛି। ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଓ ବାୟୁ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri