୨୫ରୁ ବିଧାନସଭା, ୨ ଦିନ ହେବ କୋଭିଡ ଟେଷ୍ଟ୍‌

ଭୁବନେଶ୍ୱର,୧୯।୩(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନ ଆସନ୍ତା ୨୫ରୁ କଟକଣା ମଧ୍ୟରେ ଆରମ୍ଭ ହେବ । ଏହା ପୂର୍ବରୁ ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କ କୋଭିଡ ଟେଷ୍ଟ କରାଯିବ। ୨୩ ଓ ୨୪ ଦୁଇଦିନ ଧରି ବିଧାନସଭାରେ ବିଧାୟକ, କର୍ମଚାରୀ, ସାମ୍ବାଦିକଙ୍କ କୋଭିଡ଼ ଟେଷ୍ଟ କରାଯିବ । ପୌର ନିର୍ବାଚନ ଥିବାରୁ ଜିଲାସ୍ତରୀୟ ବିଧାୟକମାନେ କରୋନା ଟେଷ୍ଟ କରିବାକୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ହେବାକୁ ଥିବା ବଜେଟ ଅଧିବେଶନ ଏଥର ବି ୫ ଘଣ୍ଟା ଚାଲିବ ।